"ବାଏର୍ଣ୍ଣ ମ୍ୟୁନିକ୍ ଫୁଟବଲ କ୍ଲବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୬୬ କ ଧାଡ଼ି:
ଆଡୋଲ୍‍ଫ୍ ହିଟ୍‍ଲର୍ କ୍ଷମତାକୁ ଆସିବା ସହିତ ବାଏର୍ଣ୍ଣର ବିକାଶ ବାଧାପ୍ରାପ୍ତ ହୋଇଥିଲା । ତତ୍କାଳୀନ ବାଏର୍ଣ୍ଣର ଅଧ୍ୟକ୍ଷ କୁର୍ଟ୍ ଲାଣ୍ଡାଉଅର୍ ଓ ପ୍ରଶିକ୍ଷକ ଉଭୟ ଇହୁଦୀ ଥିଲେ ଓ ସେମାନେ ଜର୍ମାନୀ ଛାଡ଼ି ଚାଲି ଯାଇଥିଲେ । ବାଏର୍ଣ୍ଣକୁ ଏକ “ଇହୁଦୀ କ୍ଲବ” ବୋଲି ତାଚ୍ଛଲ୍ୟର ଶିକାର ହେବାକୁ ପଡ଼ିଲା । କିନ୍ତୁ ସ୍ଥାନୀୟ ପ୍ରତିଦ୍ଵନ୍ଦୀ କ୍ଲବ “ଟିଏସ୍‍ଭି ୧୮୬୦ ମ୍ୟୁନିକ୍‍”କୁ ଅନେକ ସମର୍ଥନ ମିଳିଲା । [[ସୁଇଜରଲ୍ୟାଣ୍ଡ]]ରେ ଲାଣ୍ଡଆଉଅର୍ ବାଏର୍ଣ୍ଣର ଏକ ମ୍ୟାଚ୍ ଦେଖୁଥିଲେ ଓ ମ୍ୟାଚ ପରେ ବାଏର୍ଣ୍ଣର କିଛି ଖେଳାଳୀ ତାଙ୍କୁ ଦେଖା କରିବାରୁ ବାଏର୍ଣ୍ଣ କ୍ଲବ ପ୍ରତି ଏହି ତିକ୍ତତା ଓ ବୈଷମ୍ୟତା ଆହୁରି ବୃଦ୍ଧି ପାଇଥିଲା ।<ref name="landauer">{{cite web | url = http://www.zeit.de/2003/23/Sport_2flandauer/komplettansicht | title = Onkel Kurt und die Bayern | language = de | work = Die Zeit | date = 28 May 2003 | access-date = 16 October 2014 | url-status=live | archive-url = https://web.archive.org/web/20141017200655/http://www.zeit.de/2003/23/Sport_2flandauer/komplettansicht | archive-date = 17 October 2014 | df = dmy-all }}</ref> ସେ ସମୟରେ ଫୁଟବଲ ଦଳର ଖେଳାଳୀଙ୍କୁ ନେଇ ରହିଥିବା ନିୟମ ଯୋଗୁଁ ବାଏର୍ଣ୍ଣର ଯୁବ ସେଣ୍ଟର-ଫରୱାର୍ଡ ଓସ୍କାର ରୋର୍ ସୁଇଜରଲାଣ୍ଡ ଫେରିଗଲେ । ପରବର୍ତ୍ତୀ କିଛି ବର୍ଷ ବାଏର୍ଣ୍ଣ ଦଳ ଜାତୀୟ ଓ ଆଞ୍ଚଳିକ ସ୍ତରରେ ନିମ୍ନ ମାନର ପ୍ରଦର୍ଶନ କରିଥିଲା ।<ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 101–2 | isbn = 3-89533-426-X}}</ref>
 
[[ଦ୍ଵିତୀୟ ବିଶ୍ଵଯୁଦ୍ଧ]] ପରେ ବାଏର୍ଣ୍ଣ ଜର୍ମାନ ପ୍ରଥମ ଡିଭିଜନର ଦକ୍ଷିଣ ଶାଖାର “ଓବେରଲିଗା ସୂଡ୍”ର ସଦସ୍ୟ ହୋଇଥିଲା । ୧୯୪୫ରୁ ୧୯୬୩ ମଧ୍ୟରେ ବାଏର୍ଣ୍ଣ ୧୩ ଜଣ ପ୍ରଶିକ୍ଷକଙ୍କୁ ବିଭିନ୍ନ ସମୟରେ ନିଯୁକ୍ତି-ଛଟେଇ କରିଥିଲା, କିନ୍ତୁ ନିରାଶାଜନକ ପ୍ରଦର୍ଶନ କରିଥିଲା । ଲାଣ୍ଡାଉଅର୍ ୧୯୪୭ରେ ଜର୍ମାନୀକୁ ପ୍ରତ୍ୟାବର୍ତ୍ତନ କରି ୧୯୫୧ ପର୍ଯ୍ୟନ୍ତ କ୍ଲବର ଅଧ୍ୟକ୍ଷ ଦାୟିତ୍ତ୍ଵ ଗ୍ରହଣ କରିଥିଲେ । ଲାଣ୍ଡାଉଅରଙ୍କୁ ବୃତ୍ତିଗତବ୍ୟବସାୟିକ ବାଏର୍ଣ୍ଣ ଫୁଟବଲ ଦଳର ଉଦ୍ଭାବକ ବୋଲି କୁହାଯାଏ ।<ref>{{cite web | url = http://www.br.de/fernsehen/bayerisches-fernsehen/sendungen/kurt-landauer-der-film/index.html | title = Kurt Landauer: Der Mann, der den FC Bayern erfand | language = de | publisher = [[Bayerischer Rundfunk]] | access-date = 16 October 2014 | url-status=live | archive-url = https://web.archive.org/web/20141015172638/http://www.br.de/fernsehen/bayerisches-fernsehen/sendungen/kurt-landauer-der-film/index.html | archive-date = 15 October 2014 | df = dmy-all }}</ref><ref>{{cite web | url = http://www.spiegel.de/sport/fussball/fc-bayern-muenchen-schickeria-ultras-erhalten-julius-hirsch-preis-a-997151.html | title = DFB-Auszeichnung: Bayern-Ultras erhalten Julius-Hirsch-Preis | language = de | work = Der Spiegel | date = 14 October 2014 | access-date = 16 October 2014 | url-status=live | archive-url = https://web.archive.org/web/20141018005832/http://www.spiegel.de/sport/fussball/fc-bayern-muenchen-schickeria-ultras-erhalten-julius-hirsch-preis-a-997151.html | archive-date = 18 October 2014 | df = dmy-all }}</ref> ୧୯୫୫ ମସିହାରେ ବାଏର୍ଣ୍ଣ ଓବେରଲିଗା ପାଇଁ ଯୋଗ୍ୟତା ହାସଲ କରିବାରେ ଅସମର୍ଥ ହେଲା । କିନ୍ତୁ ପରବର୍ତ୍ତୀ କ୍ରୀଡ଼ା ବର୍ଷରେ ଯୋଗ୍ୟତା ଲାଭ କଲା ଓ ୧୯୫୬-୫୭ରେ ଫୋର୍ଟୁନା ଡୂସେଲଡୋର୍ଫକୁ ୧-୦ ଗୋଲରେ ହରାଇ ଡିଏଫ୍‍ବି ପୋକାଲ ମଧ୍ୟ ଜିତିଥିଲା ।<ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 105–120 | isbn = 3-89533-426-X}}</ref><ref name="bayernhistory4667">{{cite web | title = 1933 bis 1965: Harte Zeiten und Wiederaufbau | trans-title = 1933 to 1965: Hard Times and Reconstruction | publisher = FC Bayern Erlebniswelt | access-date = 28 September 2014 | url = http://fcb-erlebniswelt.de/de/historie/meilensteine-ab-1900/1933-1965/index.php | language = de | url-status=live | archive-url = https://web.archive.org/web/20140312074509/http://fcb-erlebniswelt.de/de/historie/meilensteine-ab-1900/1933-1965/index.php | archive-date = 12 March 2014 | df = dmy-all }}</ref>
 
୧୯୫୦ ଦଶନ୍ଧିର ଶେଷ ବେଳକୁ ଆର୍ଥିକ ଦୁରବସ୍ଥା ଭୋଗୁଥିବା ବାଏର୍ଣ୍ଣ କ୍ଲବ ଦେବାଳିଆ ଅବସ୍ଥା ଆଡ଼କୁ ମୁହାଁଉଥିଲା । ୧୯୫୮ ମସିହାରେ ରାଇଟଲିଙ୍ଗର ଅଧ୍ୟକ୍ଷ ପଦରୁନବିତାଡ଼ିତ ହେଲେ ଓ ଶିଳ୍ପପତି ରୋଲାଣ୍ଡ ଏଣ୍ଡଲର୍ ଅଧ୍ୟକ୍ଷ ହେଲେ । ସେ କ୍ଲବକୁ ଆର୍ଥିକ ସହାୟତା ଓ ସ୍ଥିରତା ପ୍ରଦାନ କଲେ । ତାଙ୍କ ଅଧ୍ୟକ୍ଷତା କାଳ ବାଏର୍ଣ୍ଣ କ୍ଲବ ପାଇଁ ଓବେରଲିଗାର ଶ୍ରେଷ୍ଠ ସମୟ ଥିଲା । <ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 120–126 | isbn = 3-89533-426-X}}</ref> ୧୯୬୨ ମସିହାରେ ୱିଲହେଲ୍ମ ନଏଡେକର କ୍ଲବର ଅଧ୍ୟକ୍ଷ ହେଲେ ।
 
୧୯୬୩ ମସିହାରେ ଓବେରଲିଗା ସବୁ ମିଶାଇ ବୁଣ୍ଡେସଲିଗା ଆରମ୍ଭ ହେଲା । ଦକ୍ଷିଣ ଓବେରଲିଗାରୁ ୫ଟି ଦଳ ଯୋଗ୍ୟତା ପାଇବା ନିଶ୍ଚୟ କରାଗଲା । ଗତ ୧୨ ବର୍ଷର ରେକର୍ଡ ଅନୁସାରେ ବାଏର୍ଣ୍ଣ ଷଷ୍ଠ ଦଳ ହୋଇଯିବାରୁ ଏହା ମନୋନୀତ ହେଲାନାହିଁ । କଟା ଘାରେ ଚୂନ ଦେଲା ପରି ଟିଏସ୍‍ଭି ୧୮୬୦ ମ୍ୟୁନିକ ପ୍ରତିଯୋଗିତା ଜିତିଥିଲା ।<ref>Hardy Grüne, Christian Karn: Das große Buch der deutschen Fußballvereine. AGON Sportverlag, Kassel 2009, p. 364, 414.</ref><ref name="nobl"/>
 
==ଖେଳ ସାହିତ୍ୟରେ ବାଏର୍ଣ୍ଣ==