"ବାଏର୍ଣ୍ଣ ମ୍ୟୁନିକ୍ ଫୁଟବଲ କ୍ଲବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ଛୋଟ|FC Bayern Munich}} {{Infobox football club | clubname = ବାଏର୍ଣ୍ଣ ମ୍ୟୁନି..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୫୭ କ ଧାଡ଼ି:
 
୨୦୦୫-୦୬ କ୍ରୀଡ଼ାବର୍ଷର ଆରମ୍ଭରୁ ବାଏର୍ଣ୍ଣ ନିଜର ଘର ମ୍ୟାଚ ସବୁ ଆଲିଆଞ୍ଜ୍ ଏରିନା ପଡ଼ିଆରେ ଖେଳି ଆସିଛି । ତାହା ପୂର୍ବରୁ ୩୩ ବର୍ଷ ପାଇଁ ବାଏର୍ଣ୍ଣ ନିଜର ଘର ମ୍ୟାଚ୍ ପାଇଁ ମ୍ୟୁନିକ୍ ଅଲିମ୍ପିକ୍ ଷ୍ଟାଡିୟମ୍‍କୁ (ଓଲିମ୍ପାଷ୍ଟାଡିୟୋନ୍) ବ୍ୟବହାର କରୁଥିଲା । ଏହି କ୍ଲବ୍ ଦଳର ରଙ୍ଗ ହେଲା ଲାଲ୍ ଓ ଧଳା । ଏହି ଦଳର ଚିହ୍ନରେ ବଭାରିଆର ପତାକାର ଧଳା ଓ ନୀଳ ରଙ୍ଗ ବ୍ୟବହୃତ ହୁଏ ।<ref name="crestcolor">{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | page = 581 | isbn = 3-89533-426-X}}</ref> ବାର୍ଷିକ ଆୟ ଦୃଷ୍ଟିକୋଣରୁ ବାଏର୍ଣ୍ଣ ଜର୍ମାନୀର ବୃହତ୍ତମ ଓ ବିଶ୍ଵର ଚତୁର୍ଥ ବୃହତ୍ତମ ଫୁଟବଲ କ୍ଲବ୍ । ୨୦୨୦ ମସିହାରେ ଏହା ୬୬.୦୧ କୋଟି ୟୁରୋ ଆୟ କରିଥିଲା ।<ref>{{cite web|url=https://www2.deloitte.com/uk/en/pages/sports-business-group/articles/deloitte-football-money-league.html|title=Deloitte Football Money League 2019|date=January 2019 | access-date = 23 January 2019 | publisher=Deloitte |url-status=live |archive-url=https://web.archive.org/web/20170120033918/https://www2.deloitte.com/uk/en/pages/sports-business-group/articles/deloitte-football-money-league.html|archive-date=20 January 2017}}</ref> ୨୦୧୮-୧୯ କ୍ରୀଡ଼ାବର୍ଷରେ ବାଏର୍ଣ୍ଣର ଆୟ ୭୫.୦୪ କୋଟି ୟୁରୋ ଏବଂ ଏହାର ଲାଭ ୧୪.୬୧ କୋଟି ୟୁରୋ ରହିଥିଲା । ଏହାକୁ ମିଶାଇ ବାଏର୍ଣ୍ଣ କ୍ଲବ୍ ନିଜ ଖାତାରେ ୨୭ ବର୍ଷ ଲଗାତାର ଲାଭ ଦେଖାଇଆସିଛି ।<ref name="very_solid_foundations">{{cite web|url=https://fcbayern.com/en/news/2019/11/record-figures |title=FC Bayern rests on 'very solid foundations' |website= FC Bayern Munich |date= 15 November 2019 | access-date = 16 November 2019}}</ref> ୨୦୧୯ ମସିହା ନଭେମ୍ଵର ମାସ ବେଳକୁ ବାଏର୍ଣ୍ଣ କ୍ଲବ୍‍ର ୨୯୩୦୦୦ ସ୍ଵୀକୃତ ସଦସ୍ୟ ଓ ୩୫୮୧୫୧ରୁ ଅଧିକ ସଦସ୍ୟ ଥିବା ୪୪୯୯ ଅନୁମୋଦିତ ଫ୍ୟାନ୍ କ୍ଲବ୍ (ସମର୍ଥକ ଗୋଷ୍ଠୀ) ରହିଥିଲେ ।<ref name="very_solid_foundations" /> ଏହି କ୍ଲବ୍‍ର ଆଉ କିଛି ଖେଳରେ ମଧ୍ୟ ଶାଖାମାନ ରହିଛି; ଯଥା – [[ଚେସ]], ହ୍ୟାଣ୍ଡବଲ, ବାସ୍କେଟ୍‍ବଲ, ଜିମ୍ନାଷ୍ଟିକ୍ସ, ବୋଲିଂ, ଟେବୁଲ୍ ଟେନିସ୍; ଯେଉଁଥିରେ ୧୧୦୦ରୁ ଅଧିକ ସକ୍ରିୟ ସଦସ୍ୟ ରହିଛନ୍ତି ।<ref name="otherdepartments">{{cite web|title=Other Sports |access-date=3 July 2008 |year=2007 |publisher=FC Bayern Munich Official Website |url=http://www.fcbayern.t-home.de/en/company/club/other_sports/index.php |url-status=dead |archive-url=https://web.archive.org/web/20080815023121/http://www.fcbayern.t-home.de/en/company/club/other_sports/index.php |archive-date=15 August 2008 }}</ref> ୨୦୧୯-୨୦ କ୍ରୀଡ଼ାବର୍ଷର ଶେଷ ବେଳକୁ ବାଏର୍ଣ୍ଣ ୟୁଇଫାର କୋଏଫିସିଏଣ୍ଟ ରାଂକିଂରେ ପ୍ରଥମ ସ୍ଥାନ ଅର୍ଜନ କରିଥିଲା ।<ref name="uefarankings">{{cite web|url = https://www.uefa.com/memberassociations/uefarankings/club/index.html#/yr/2020 | title = Club coefficients | publisher = UEFA | access-date = 22 August 2019}}</ref>
 
==ପ୍ରାରମ୍ଭିକ ଇତିହାସ (୧୯୦୦-୧୯୬୫)==
[[File:Fcn-fcb1901.jpg|thumb|right|୧୯୦୧ ମସିହାରେ ଏଫ୍‍ସି ନୁର୍ଣ୍ଣବର୍ଗ ସହିତ ବାଏର୍ଣ୍ଣର ପ୍ରଥମ ମ୍ୟାଚ୍]]
ମ୍ୟୁନିକ୍ ଜିମ୍ନାଷ୍ଟିକ୍ସ କ୍ଲବର (ଏମ୍‍ଟିଭି ୧୮୭୯) ସଦସ୍ୟାମାନଙ୍କ ଦ୍ଵାରା ଏଫ୍‍ସି ବାଏର୍ଣ୍ଣ ମ୍ୟୁନିକ୍ ସ୍ଥାପିତ ହୋଇଥିଲା । ଏମ୍‍ଟିଭି ୧୮୭୯ର କିଛି ସଭ୍ୟ ଏକତ୍ରିତ ହୋଇ ୧୯୦୦ ମସିହା ଫେବୃଆରୀ ୨୭ ତାରିଖ ଦିନ ନିଷ୍ପତ୍ତି ନେଲେ ଯେ କ୍ଲବର ଫୁଟବଲ ଖେଳାଳୀମାନେ ଜର୍ମାନ ଫୁଟବଲ ସଙ୍ଗଠନରେ (DFB) ଯୋଗଦାନ କରିପାରିବେ ନାହିଁ । ଏହି ଏକତ୍ରିତ ସଭ୍ୟମାନଙ୍କ ମଧ୍ୟରେ ଥିବା ୧୧ ଜଣ ଫୁଟବଲ ସଦସ୍ୟ ଖେଳାଳୀ ବାହାରି ଯାଇ ସେହିଦିନ ସନ୍ଧ୍ୟାରେ ଫୁସ୍‍ବଲ୍-କ୍ଲୁବ୍ ବାଏର୍ଣ୍ଣ ମୁନ୍ସେନ୍ ଗଠନ କରିଥିଲେ । ସ୍ଥାପିତ ହେବାର ଅଳ୍ପ କିଛି ମାସ ମଧ୍ୟରେ ବାଏର୍ଣ୍ଣ ସ୍ଥାନୀୟ ଦଳମାନଙ୍କୁ ବିରାଟ ଗୋଲ ବ୍ୟବଧାନରେ ହରାଇ ଖ୍ୟାତି ଅର୍ଜନ କଲା । ଏଫ୍‍ସି ନୋର୍ଡଷ୍ଟେର୍ଣ୍ଣ ବିପକ୍ଷରେ ୧୫-୦ ଗୋଲରେ ବାଏର୍ଣ୍ଣ ବିଜୟୀ ହୋଇଥିଲା ।<ref>{{cite web|title=Bayern fans bring club's earliest years to light|url=http://www.thelocal.de/20150522/fc-bayern-fans-early-history-rediscovered|access-date=30 May 2015|website=The Local|date=22 May 2015|url-status=live|archive-url=https://web.archive.org/web/20150525162232/http://www.thelocal.de/20150522/fc-bayern-fans-early-history-rediscovered|archive-date=25 May 2015}}</ref> ୧୯୦୦-୦୧ ମସିହାର ଦକ୍ଷିଣ-ଜର୍ମାନୀ ଫୁଟବଲ ଚାମ୍ପିୟନ୍‍ସିପ୍ ପ୍ରତିଯୋଗିତାରେ ବାଏର୍ଣ୍ଣ ସେମିଫାଇନାଲ ପହଞ୍ଚିବାରେ ସଫଳ ହୋଇଥିଲା ।<ref name="fcbbook1stch"/> ତାହା ପର ବର୍ଷମାନଙ୍କରେ ବାଏର୍ଣ୍ଣ ଦଳ କିଛି ସ୍ଥାନୀୟ ଟ୍ରଫି ଜିତିବା ସହ ୧୯୧୦-୧୧ ମସିହାରେ ବଭାରିଆରେ ଆରମ୍ଭ ହୋଇଥିବା ପ୍ରଥମ ପ୍ରାଦେଶିକ ଲିଗ୍ ‘‘କ୍ରାଇସଲିଗା’’ରେ ଯୋଗ ଦେଇଥିଲା । ଏହି ଲିଗର ଉଦଘାଟନୀ ବର୍ଷରେ ବାଏର୍ଣ୍ଣ ଚାମ୍ପିୟନ୍ ହୋଇଥିଲା । କିନ୍ତୁ ସେବେଠାରୁ ଏହି ଲିଗ ଜିତି ପାରିନଥିବା ବାଏର୍ଣ୍ଣ ଦଳ ପୁଣି [[ପ୍ରଥମ ବିଶ୍ଵଯୁଦ୍ଧ]]ର ଆରମ୍ଭ (୧୯୧୪ ମସିହା) ବେଳକୁ କ୍ରାଇସଲିଗ ଜିତିଲା । ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଜର୍ମାନୀରେ ସମସ୍ତ ଫୁଟବଲ ଖେଳ ବନ୍ଦ ହୋଇଯାଇଥିଲା ।<ref name = "bayernhistory0045"/><ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 30–40 | isbn = 3-89533-426-X}}</ref> ପ୍ରତିଷ୍ଠାର ଏକ ଦଶନ୍ଧି ବିତିବା ବେଳକୁ ଜର୍ମାନ ଜାତୀୟ ଦଳର ମାକ୍ସ ଗାବେର୍ଲ ଗାବଲୋନ୍‍ସ୍କି ବାଏର୍ଣ୍ଣ ଦଳ ପ୍ରତି ଆକୃଷ୍ଟ ହୋଇଥିଲେ ।<ref name="auto1">{{Cite web|url=https://fcbayern.com/de/club/historie/meilensteine-seit-1900/1900-bis-1932-von-beginn-an-erfolgreich|title=Von Beginn an erfolgreich|last=Kwolek|first=Sarah-Luisa|date=13 July 2016|website=FC Bayern München|language=de|access-date=3 February 2019}}</ref> ୧୯୨୦ ମସିହା ବେଳକୁ ବାଏର୍ଣ୍ଣ କ୍ଲବର ୭୦୦ ସଦସ୍ୟ ହୋଇଯାଇଥିଲେ ଓ ଏହା ମ୍ୟୁନିକରେ ତତ୍କାଳୀନ ସର୍ବବୃହତ ଫୁଟବଲ କ୍ଲବ୍ ରୂପେ ଉଭା ହେଲା ।<ref name="auto1"/>
 
ପ୍ରଥମ ବିଶ୍ଵଯୁଦ୍ଧ ପରେ ବାଏର୍ଣ୍ଣ ଅନେକ ଆଞ୍ଚଳିକ ପ୍ରତିଯୋଗିତାରେ ବିଜୟ ଲାଭ କଲା । ୧୯୨୬ ଓ ୧୯୨୮ ମସିହାରେ ଦକ୍ଷିଣ ଜର୍ମାନ ଚାମ୍ପିୟନ୍‍ସିପ୍ ମଧ୍ୟ ଜିତିଲା ।<ref name = "bayernhistory0045" /><ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 51–63 | isbn = 3-89533-426-X}}</ref> ୧୯୩୨ ମସିହାରେ ବାଏର୍ଣ୍ଣ ଦଳ ପ୍ରଶିକ୍ଷକ ରିକାର୍ଡ କୋନ୍‍ଙ୍କ ନେତୃତ୍ଵରେ ଆଇନ୍‍ଟ୍ରାଖ୍‍ଟ୍ ଫ୍ରାଙ୍କଫର୍ଟ ଦଳକୁ ଫାଇନାଲରେ ୨-୦ ଗୋଲରେ ପରାସ୍ତ କରି ପ୍ରଥମ ଥର ପାଇଁ ଜାତୀୟ ଜର୍ମାନ ଫୁଟବଲ ଚାମ୍ପିୟନ୍‍ସିପ୍ ଜିତିଥିଲା ।<ref name = "bayernhistory0045" />
 
ଆଡୋଲ୍‍ଫ୍ ହିଟ୍‍ଲର୍ କ୍ଷମତାକୁ ଆସିବା ସହିତ ବାଏର୍ଣ୍ଣର ବିକାଶ ବାଧାପ୍ରାପ୍ତ ହୋଇଥିଲା । ତତ୍କାଳୀନ ବାଏର୍ଣ୍ଣର ଅଧ୍ୟକ୍ଷ କୁର୍ଟ୍ ଲାଣ୍ଡାଉଅର୍ ଓ ପ୍ରଶିକ୍ଷକ ଉଭୟ ଇହୁଦୀ ଥିଲେ ଓ ସେମାନେ ଜର୍ମାନୀ ଛାଡ଼ି ଚାଲି ଯାଇଥିଲେ । ବାଏର୍ଣ୍ଣକୁ ଏକ “ଇହୁଦୀ କ୍ଲବ” ବୋଲି ତାଚ୍ଛଲ୍ୟର ଶିକାର ହେବାକୁ ପଡ଼ିଲା । କିନ୍ତୁ ସ୍ଥାନୀୟ ପ୍ରତିଦ୍ଵନ୍ଦୀ କ୍ଲବ “ଟିଏସ୍‍ଭି ୧୮୬୦ ମ୍ୟୁନିକ୍‍”କୁ ଅନେକ ସମର୍ଥନ ମିଳିଲା । [[ସୁଇଜରଲ୍ୟାଣ୍ଡ]]ରେ ଲାଣ୍ଡଆଉଅର୍ ବାଏର୍ଣ୍ଣର ଏକ ମ୍ୟାଚ୍ ଦେଖୁଥିଲେ ଓ ମ୍ୟାଚ ପରେ ବାଏର୍ଣ୍ଣର କିଛି ଖେଳାଳୀ ତାଙ୍କୁ ଦେଖା କରିବାରୁ ବାଏର୍ଣ୍ଣ କ୍ଲବ ପ୍ରତି ଏହି ତିକ୍ତତା ଓ ବୈଷମ୍ୟତା ଆହୁରି ବୃଦ୍ଧି ପାଇଥିଲା ।<ref name="landauer">{{cite web | url = http://www.zeit.de/2003/23/Sport_2flandauer/komplettansicht | title = Onkel Kurt und die Bayern | language = de | work = Die Zeit | date = 28 May 2003 | access-date = 16 October 2014 | url-status=live | archive-url = https://web.archive.org/web/20141017200655/http://www.zeit.de/2003/23/Sport_2flandauer/komplettansicht | archive-date = 17 October 2014 | df = dmy-all }}</ref> ସେ ସମୟରେ ଫୁଟବଲ ଦଳର ଖେଳାଳୀଙ୍କୁ ନେଇ ରହିଥିବା ନିୟମ ଯୋଗୁଁ ବାଏର୍ଣ୍ଣର ଯୁବ ସେଣ୍ଟର-ଫରୱାର୍ଡ ଓସ୍କାର ରୋର୍ ସୁଇଜରଲାଣ୍ଡ ଫେରିଗଲେ । ପରବର୍ତ୍ତୀ କିଛି ବର୍ଷ ବାଏର୍ଣ୍ଣ ଦଳ ଜାତୀୟ ଓ ଆଞ୍ଚଳିକ ସ୍ତରରେ ନିମ୍ନ ମାନର ପ୍ରଦର୍ଶନ କରିଥିଲା ।<ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 101–2 | isbn = 3-89533-426-X}}</ref>
 
[[ଦ୍ଵିତୀୟ ବିଶ୍ଵଯୁଦ୍ଧ]] ପରେ ବାଏର୍ଣ୍ଣ ଜର୍ମାନ ପ୍ରଥମ ଡିଭିଜନର ଦକ୍ଷିଣ ଶାଖାର “ଓବେରଲିଗା ସୂଡ୍”ର ସଦସ୍ୟ ହୋଇଥିଲା । ୧୯୪୫ରୁ ୧୯୬୩ ମଧ୍ୟରେ ବାଏର୍ଣ୍ଣ ୧୩ ଜଣ ପ୍ରଶିକ୍ଷକଙ୍କୁ ବିଭିନ୍ନ ସମୟରେ ନିଯୁକ୍ତି-ଛଟେଇ କରିଥିଲା, କିନ୍ତୁ ନିରାଶାଜନକ ପ୍ରଦର୍ଶନ କରିଥିଲା । ଲାଣ୍ଡାଉଅର୍ ୧୯୪୭ରେ ଜର୍ମାନୀକୁ ପ୍ରତ୍ୟାବର୍ତ୍ତନ କରି ୧୯୫୧ ପର୍ଯ୍ୟନ୍ତ କ୍ଲବର ଅଧ୍ୟକ୍ଷ ଦାୟିତ୍ତ୍ଵ ଗ୍ରହଣ କରିଥିଲେ । ଲାଣ୍ଡାଉଅରଙ୍କୁ ବୃତ୍ତିଗତ ବାଏର୍ଣ୍ଣ ଫୁଟବଲ ଦଳର ଉଦ୍ଭାବକ ବୋଲି କୁହାଯାଏ ।<ref>{{cite web | url = http://www.br.de/fernsehen/bayerisches-fernsehen/sendungen/kurt-landauer-der-film/index.html | title = Kurt Landauer: Der Mann, der den FC Bayern erfand | language = de | publisher = [[Bayerischer Rundfunk]] | access-date = 16 October 2014 | url-status=live | archive-url = https://web.archive.org/web/20141015172638/http://www.br.de/fernsehen/bayerisches-fernsehen/sendungen/kurt-landauer-der-film/index.html | archive-date = 15 October 2014 | df = dmy-all }}</ref><ref>{{cite web | url = http://www.spiegel.de/sport/fussball/fc-bayern-muenchen-schickeria-ultras-erhalten-julius-hirsch-preis-a-997151.html | title = DFB-Auszeichnung: Bayern-Ultras erhalten Julius-Hirsch-Preis | language = de | work = Der Spiegel | date = 14 October 2014 | access-date = 16 October 2014 | url-status=live | archive-url = https://web.archive.org/web/20141018005832/http://www.spiegel.de/sport/fussball/fc-bayern-muenchen-schickeria-ultras-erhalten-julius-hirsch-preis-a-997151.html | archive-date = 18 October 2014 | df = dmy-all }}</ref> ୧୯୫୫ ମସିହାରେ ବାଏର୍ଣ୍ଣ ଓବେରଲିଗା ପାଇଁ ଯୋଗ୍ୟତା ହାସଲ କରିବାରେ ଅସମର୍ଥ ହେଲା । କିନ୍ତୁ ପରବର୍ତ୍ତୀ କ୍ରୀଡ଼ା ବର୍ଷରେ ଯୋଗ୍ୟତା ଲାଭ କଲା ଓ ୧୯୫୬-୫୭ରେ ଫୋର୍ଟୁନା ଡୂସେଲଡୋର୍ଫକୁ ୧-୦ ଗୋଲରେ ହରାଇ ଡିଏଫ୍‍ବି ପୋକାଲ ମଧ୍ୟ ଜିତିଥିଲା ।<ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 105–120 | isbn = 3-89533-426-X}}</ref><ref name="bayernhistory4667">{{cite web | title = 1933 bis 1965: Harte Zeiten und Wiederaufbau | trans-title = 1933 to 1965: Hard Times and Reconstruction | publisher = FC Bayern Erlebniswelt | access-date = 28 September 2014 | url = http://fcb-erlebniswelt.de/de/historie/meilensteine-ab-1900/1933-1965/index.php | language = de | url-status=live | archive-url = https://web.archive.org/web/20140312074509/http://fcb-erlebniswelt.de/de/historie/meilensteine-ab-1900/1933-1965/index.php | archive-date = 12 March 2014 | df = dmy-all }}</ref>
 
୧୯୫୦ ଦଶନ୍ଧିର ଶେଷ ବେଳକୁ ଆର୍ଥିକ ଦୁରବସ୍ଥା ଭୋଗୁଥିବା ବାଏର୍ଣ୍ଣ କ୍ଲବ ଦେବାଳିଆ ଅବସ୍ଥା ଆଡ଼କୁ ମୁହାଁଉଥିଲା । ୧୯୫୮ ମସିହାରେ ରାଇଟଲିଙ୍ଗର ଅଧ୍ୟକ୍ଷ ପଦରୁନବିତାଡ଼ିତ ହେଲେ ଓ ଶିଳ୍ପପତି ରୋଲାଣ୍ଡ ଏଣ୍ଡଲର୍ ଅଧ୍ୟକ୍ଷ ହେଲେ । ସେ କ୍ଲବକୁ ଆର୍ଥିକ ସହାୟତା ଓ ସ୍ଥିରତା ପ୍ରଦାନ କଲେ । ତାଙ୍କ ଅଧ୍ୟକ୍ଷତା କାଳ ବାଏର୍ଣ୍ଣ କ୍ଲବ ପାଇଁ ଓବେରଲିଗାର ଶ୍ରେଷ୍ଠ ସମୟ ଥିଲା । <ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 120–126 | isbn = 3-89533-426-X}}</ref> ୧୯୬୨ ମସିହାରେ ୱିଲହେଲ୍ମ ନଏଡେକର କ୍ଲବର ଅଧ୍ୟକ୍ଷ ହେଲେ ।
 
୧୯୬୩ ମସିହାରେ ଓବେରଲିଗା ସବୁ ମିଶାଇ ବୁଣ୍ଡେସଲିଗା ଆରମ୍ଭ ହେଲା । ଦକ୍ଷିଣ ଓବେରଲିଗାରୁ ୫ଟି ଦଳ ଯୋଗ୍ୟତା ପାଇବା ନିଶ୍ଚୟ କରାଗଲା । ଗତ ୧୨ ବର୍ଷର ରେକର୍ଡ ଅନୁସାରେ ବାଏର୍ଣ୍ଣ ଷଷ୍ଠ ଦଳ ହୋଇଯିବାରୁ ଏହା ମନୋନୀତ ହେଲାନାହିଁ । କଟା ଘାରେ ଚୂନ ଦେଲା ପରି ଟିଏସ୍‍ଭି ୧୮୬୦ ମ୍ୟୁନିକ ପ୍ରତିଯୋଗିତା ଜିତିଥିଲା ।<ref>Hardy Grüne, Christian Karn: Das große Buch der deutschen Fußballvereine. AGON Sportverlag, Kassel 2009, p. 364, 414.</ref><ref name="nobl"/>
 
==ଖେଳ ସାହିତ୍ୟରେ ବାଏର୍ଣ୍ଣ==