"ବାଏର୍ଣ୍ଣ ମ୍ୟୁନିକ୍ ଫୁଟବଲ କ୍ଲବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ଛୋଟ|FC Bayern Munich}} {{Infobox football club | clubname = ବାଏର୍ଣ୍ଣ ମ୍ୟୁନି..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୨୩:୪୯, ୩୦ ଡିସେମ୍ବର ୨୦୨୦ ଅନୁସାରେ କରାଯାଇଥିବା ବଦଳ

ବାଏର୍ଣ୍ଣ ମ୍ୟୁନିକ୍ ଫୁଟବଲ କ୍ଲବ୍ (ମୂଳ ଜର୍ମାନ ନାମ Fußball-Club Bayern München e.V., କଥିତ ଜର୍ମାନ ଭାଷାରେ FC Bayern München) ଜର୍ମାନୀର ବଭାରିଆ ଅଞ୍ଚଳସ୍ଥିତ ମ୍ୟୁନିକ୍ ସହରର ଏକ ପ୍ରଖ୍ୟାତ ବୃତ୍ତିଗତ ଫୁଟବଲ କ୍ଲବ । ଏଫ୍‍ସିବି, ବାଏର୍ଣ୍ଣ ମ୍ୟୁନିକ୍ ବା ଏଫ୍‍ସି ବାଏର୍ଣ୍ଣ ନାମରେ ଜଣାଶୁଣା ଏହି କ୍ଲବ୍ ଜର୍ମାନୀର ଜାତୀୟ ବୁଣ୍ଡେସ୍ ଲିଗା ପ୍ରତିଯୋଗିତାରେ ଖେଳିଥାଏ । ଜର୍ମାନ ଫୁଟବଲ ଇତିହାସରେ ବାଏର୍ଣ୍ଣ ମ୍ୟୁନିକ୍ ସଫଳତମ ଫୁଟବଲ କ୍ଲବ୍ । ଏହି କ୍ଲବ୍ ସର୍ବାଧିକ ୩୦ ଥର ଜର୍ମାନ ଜାତୀୟ ଫୁଟବଲ ଚାମ୍ପିୟନ୍ ହେବାର ଗୌରବ ଲାଭ କରିଛି । ତା’ ସହ ୨୦୧୩ରୁ ୨୦୨୦ ପର୍ଯ୍ୟନ୍ତ ୮ ବର୍ଷ କ୍ରମାଗତ ଭାବେ ଏହା ବୁଣ୍ଡେସଲିଗା ଜାତୀୟ ପ୍ରତିଯୋଗିତା ଜିତି ଆସୁଛି ।[୪] ଏହି କ୍ଲବ୍ ୨୦ ଥର ଡଏସର୍ ଫୁସ୍‍ବଲ୍ ବୁଣ୍ଡ୍ ଜାତୀୟ କପରେ ମଧ୍ୟ ବିଜୟ ଲାଭ କରିଛି ।[୫]

ବାଏର୍ଣ୍ଣ ମ୍ୟୁନିକ୍ ଫୁଟବଲ କ୍ଲବ
crest
ପୂର୍ଣ୍ଣ ନାମଫୁସ୍‍ବଲ୍-କ୍ଲୁବ୍ ବାଏର୍ଣ୍ଣ ମୁନ୍ସେନ୍ ଇ ଭି
ଡାକ ନାମଡେର୍ ଏଫ୍‍ସି‍ବି (ଏଫ୍‍ସି‍ବି)
ଡି ବାଏର୍ଣ୍ଣ୍ (ବଭାରୀୟ)
ଷ୍ଟେର୍ଣ୍ଣ ଡେସ୍ ସୂଡେନ୍ସ (ଦକ୍ଷିଣର ତାରକାସମୂହ)
ଡି ରୋଟେନ୍ (ଲୋହିତଗଣ)[୧]
ଏଫ୍‍ସି ହଲିଉଡ୍[୨]
କ୍ଷୁଦ୍ର ନାମବାଏର୍ଣ୍ଣ, ଏଫ୍‍ସିବି
ପ୍ରତିଷ୍ଠା27 ଫେବୃଆରୀ 1900 (1900-02-27) (୧୨୪ ବର୍ଷ ପୂର୍ବରୁ)
ଷ୍ଟାଡ଼ିୟମ୍ଆଲିଆଞ୍ଜ୍ ଏରିନା
ଦର୍ଶକ କ୍ଷମତା୭୫୦୦୦[୩]
ଅଧ୍ୟକ୍ଷହର୍ବର୍ଟ୍ ହାଇନର୍
Chairmanକାର୍ଲ୍-ହାଇଞ୍ଜ୍ ରୁମେନିଗେ
Managerହାନ୍ସ-ଡିଟର୍ ଫ୍ଲିକ୍
ଲିଗ୍ବୁଣ୍ଡେସଲିଗା
ୱେବସାଇଟ୍Club website
ବାହାର ରଙ୍ଗ
ତୃତୀୟ ରଙ୍ଗ
Current season

ଫ୍ରାଂଜ୍ ଜନ୍‍ଙ୍କ ନେତୃତ୍ଵରେ ୧୧ ଜଣ ଫୁଟବଲ ଖେଳାଳୀ ୧୯୦୦ ମସିହାରେ ବାଏର୍ଣ୍ଣ ମ୍ୟୁନିକ୍ ଦଳର ପ୍ରତିଷ୍ଠା କରିଥିଲେ ।[୬] ଯଦିଓ ବାଏର୍ଣ୍ଣ ନିଜର ପ୍ରଥମ ଜାତୀୟ ଚାମ୍ପିୟନ୍‍ସିପ୍ ୧୯୩୨ ମସିହାରୁ ଜିତି ସାରିଥିଲା[୭] ତଥାପି ଉଦଘାଟନୀ ବର୍ଷ ୧୯୬୩ ମସିହାରେ ଏହାକୁ ବୁଣ୍ଡେସଲିଗାରେ ସ୍ଥାନ ମିଳିନଥିଲା ।[୮] ୧୯୭୦ ଦଶନ୍ଧିର ମଧ୍ୟ ଭାଗରେ ଫ୍ରାଂଜ୍ ବେକେନ୍‍ବାଉଅର୍‍ଙ୍କ ନେତୃତ୍ଵରେ ବାଏର୍ଣ୍ଣ ଦଳ ୩ ଥର କ୍ରମାଗତ ୟୁଇଫା ଚାମ୍ପିୟନ୍ସ ଲିଗ୍ ପ୍ରତିଯୋଗିତା ଜିତି ଅଭୂତପୂର୍ବ ସଫଳତା ଲାଭ କରିଥିଲା । ଏଯାବତ (୨୦୨୦ ମସିହା ପର୍ଯ୍ୟନ୍ତ) ବାଏର୍ଣ୍ଣ ଦଳ ୧୧ ଥର ୟୁଇଫା ଚାମ୍ପିୟନ୍ସ ଲିଗର ଫାଇନାଲ ଖେଳିବାର ଯୋଗ୍ୟତା ଲାଭ କରିପାରିଛି ଓ ୨୦୨୦ରେ ୬ଷ୍ଠ ଥର ପାଇଁ ୟୁଇଫା ଚାମ୍ପିୟନ୍ସ ଲିଗ୍ ବିଜେତା ମଧ୍ୟ ହୋଇଅଛି । ଦୁଇ ଥର ମହାଦେଶୀୟ ତ୍ରି-ବିଜୟୀ (continental treble) ହେବାରେ ବାଏର୍ଣ୍ଣ ମ୍ୟୁନିକ୍ ଦ୍ଵିତୀୟ ୟୁରୋପୀୟ କ୍ଲବ୍ ଦଳ ।[୯] ଏହା ଛଡ଼ା ବାଏର୍ଣ୍ଣ ଦଳ ଥରେ ୟୁଇଫା ୟୁରୋପା ଲିଗ୍, ଥରେ ୟୁଇଫା କପ ୱିନର୍ସ କପ, ଦୁଇ ଥର ୟୁଇଫା ସୁପର କପ, ଥରେ ଫିଫା କ୍ଲବ୍ ବିଶ୍ଵକପ ଓ ଦୁଇଟି ଆନ୍ତଃ-ମହାଦେଶୀୟ କପ ମଧ୍ୟ ଜିତିଛି । ବୁଣ୍ଡେସଲିଗା ଆରମ୍ଭ ହେବା ପରଠାରୁ ୩୦ ଥର ବିଜେତା ହୋଇଥିବାରୁ ବାଏର୍ଣ୍ଣ ମ୍ୟୁନିକ୍‍କୁ ଏହାର ସଫଳତମ ଦଳ ବୋଲି କୁହାଯାଇପାରିବ । ବଭାରିଆ ଅଞ୍ଚଳର ଅନ୍ୟ ଫୁଟବଲ ଦଳ ଯଥା – ୧୮୬୦ ମ୍ୟୁନିକ୍ ଓ ଏଫ୍‍ସି ନୁର୍ଣ୍ଣବର୍ଗ୍ ଏହି ଦଳର ପାରମ୍ପରିକ ପ୍ରତିଦ୍ଵନ୍ଦୀ । ୧୯୯୦ ଦଶନ୍ଧିର ମଧ୍ୟ ଭାଗରୁ ଜର୍ମାନୀର ଅନ୍ୟ ଏକ ଫୁଟବଲ କ୍ଲବ୍ ବୋରୁସିଆ ଡୋର୍ଟମୁଣ୍ଡ ସହିତ ବାଏର୍ଣ୍ଣର ପ୍ରତିଦ୍ଵନ୍ଦିତା ଆରମ୍ଭ ହୋଇଥିଲା ।

୨୦୦୫-୦୬ କ୍ରୀଡ଼ାବର୍ଷର ଆରମ୍ଭରୁ ବାଏର୍ଣ୍ଣ ନିଜର ଘର ମ୍ୟାଚ ସବୁ ଆଲିଆଞ୍ଜ୍ ଏରିନା ପଡ଼ିଆରେ ଖେଳି ଆସିଛି । ତାହା ପୂର୍ବରୁ ୩୩ ବର୍ଷ ପାଇଁ ବାଏର୍ଣ୍ଣ ନିଜର ଘର ମ୍ୟାଚ୍ ପାଇଁ ମ୍ୟୁନିକ୍ ଅଲିମ୍ପିକ୍ ଷ୍ଟାଡିୟମ୍‍କୁ (ଓଲିମ୍ପାଷ୍ଟାଡିୟୋନ୍) ବ୍ୟବହାର କରୁଥିଲା । ଏହି କ୍ଲବ୍ ଦଳର ରଙ୍ଗ ହେଲା ଲାଲ୍ ଓ ଧଳା । ଏହି ଦଳର ଚିହ୍ନରେ ବଭାରିଆର ପତାକାର ଧଳା ଓ ନୀଳ ରଙ୍ଗ ବ୍ୟବହୃତ ହୁଏ ।[୧୦] ବାର୍ଷିକ ଆୟ ଦୃଷ୍ଟିକୋଣରୁ ବାଏର୍ଣ୍ଣ ଜର୍ମାନୀର ବୃହତ୍ତମ ଓ ବିଶ୍ଵର ଚତୁର୍ଥ ବୃହତ୍ତମ ଫୁଟବଲ କ୍ଲବ୍ । ୨୦୨୦ ମସିହାରେ ଏହା ୬୬.୦୧ କୋଟି ୟୁରୋ ଆୟ କରିଥିଲା ।[୧୧] ୨୦୧୮-୧୯ କ୍ରୀଡ଼ାବର୍ଷରେ ବାଏର୍ଣ୍ଣର ଆୟ ୭୫.୦୪ କୋଟି ୟୁରୋ ଏବଂ ଏହାର ଲାଭ ୧୪.୬୧ କୋଟି ୟୁରୋ ରହିଥିଲା । ଏହାକୁ ମିଶାଇ ବାଏର୍ଣ୍ଣ କ୍ଲବ୍ ନିଜ ଖାତାରେ ୨୭ ବର୍ଷ ଲଗାତାର ଲାଭ ଦେଖାଇଆସିଛି ।[୧୨] ୨୦୧୯ ମସିହା ନଭେମ୍ଵର ମାସ ବେଳକୁ ବାଏର୍ଣ୍ଣ କ୍ଲବ୍‍ର ୨୯୩୦୦୦ ସ୍ଵୀକୃତ ସଦସ୍ୟ ଓ ୩୫୮୧୫୧ରୁ ଅଧିକ ସଦସ୍ୟ ଥିବା ୪୪୯୯ ଅନୁମୋଦିତ ଫ୍ୟାନ୍ କ୍ଲବ୍ (ସମର୍ଥକ ଗୋଷ୍ଠୀ) ରହିଥିଲେ ।[୧୨] ଏହି କ୍ଲବ୍‍ର ଆଉ କିଛି ଖେଳରେ ମଧ୍ୟ ଶାଖାମାନ ରହିଛି; ଯଥା – ଚେସ, ହ୍ୟାଣ୍ଡବଲ, ବାସ୍କେଟ୍‍ବଲ, ଜିମ୍ନାଷ୍ଟିକ୍ସ, ବୋଲିଂ, ଟେବୁଲ୍ ଟେନିସ୍; ଯେଉଁଥିରେ ୧୧୦୦ରୁ ଅଧିକ ସକ୍ରିୟ ସଦସ୍ୟ ରହିଛନ୍ତି ।[୧୩] ୨୦୧୯-୨୦ କ୍ରୀଡ଼ାବର୍ଷର ଶେଷ ବେଳକୁ ବାଏର୍ଣ୍ଣ ୟୁଇଫାର କୋଏଫିସିଏଣ୍ଟ ରାଂକିଂରେ ପ୍ରଥମ ସ୍ଥାନ ଅର୍ଜନ କରିଥିଲା ।[୧୪]

ଖେଳ ସାହିତ୍ୟରେ ବାଏର୍ଣ୍ଣ

  • Hüetlin, Thomas: Gute Freunde. Die wahre Geschichte des FC Bayern München. Blessing, München 2006, ISBN 3-89667-254-1.
  • Schulze-Marmeling, Dietrich: Der FC Bayern und seine Juden. Aufstieg und Zerschlagung einer liberalen Fußballkultur. Verlag Die Werkstatt, Göttingen 2011, ISBN 978-3-89533-781-9.[୧୫]
  • Bausenwein, Christoph, Schulze-Marmeling, Dietrich: FC Bayern München. Unser Verein, unsere Geschichte. Verlag Die Werkstatt, Göttingen 2012, ISBN 978-3-89533-894-6.

ଟୀକା

ଆଧାର

  1. "Never-say-die Reds overcome Ingolstadt at the death". FC Bayern Munich. Archived from the original on 12 February 2017. Retrieved 12 February 2017.
  2. Whitney, Clark (8 April 2010). "CL Comment: Van Gaal's Bayern Give New Meaning to "FC Hollywood"". Goal.com. Archived from the original on 29 June 2014. Retrieved 28 September 2014.
  3. "Ab sofort 75.000 Fans bei Bundesliga-Heimspielen" [As of now 75,000 for Bundesliga home matches]. FC Bayern Munich. 13 January 2015. Archived from the original on 13 January 2015. Retrieved 13 January 2015.
  4. "Bayern Munich's 8 Consecutive Bundesliga Titles - Ranked". 90min.com.
  5. "Bayern München". FIFA. Archived from the original on 21 February 2009. Retrieved 10 May 2012.
  6. Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 17–33. ISBN 3-89533-426-X.
  7. "1900 bis 1932: Von Beginn an erfolgreich" [1900 to 1932: Successful from the start] (in ଜର୍ମାନ). FC Bayern Munich Official Website. Archived from the original on 28 ଅକ୍ଟୋବର 2014. Retrieved 28 ସେପ୍ଟେମ୍ବର 2014.
  8. Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. p. 134. ISBN 3-89533-426-X.
  9. ଆଧାର ଭୁଲ: ଅଚଳ <ref> ଚିହ୍ନ; :0 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  10. Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. p. 581. ISBN 3-89533-426-X.
  11. "Deloitte Football Money League 2019". Deloitte. January 2019. Archived from the original on 20 January 2017. Retrieved 23 January 2019.
  12. ୧୨.୦ ୧୨.୧ "FC Bayern rests on 'very solid foundations'". FC Bayern Munich. 15 November 2019. Retrieved 16 November 2019.
  13. "Other Sports". FC Bayern Munich Official Website. 2007. Archived from the original on 15 August 2008. Retrieved 3 July 2008.
  14. "Club coefficients". UEFA. Retrieved 22 August 2019.
  15. Vgl. Markwart Herzog: Fußball unterm Hakenkreuz Archived 28 October 2014 at the Wayback Machine.. In: H-Soz-u-Kult, 15. Juni 2011 (Sammelrezension zu: Backes, Gregor: "Mit Deutschem Sportgruss, Heil Hitler". Der FC St. Pauli im Nationalsozialismus. Hamburg 2010/Dietrich Schulze-Marmeling: Der FC Bayern und seine Juden. Aufstieg und Zerschlagung einer liberalen Fußballkultur. Göttingen 2011/Jakob Rosenberg u. a. (Hrsg.): Grün-Weiß unterm Hakenkreuz. Der Sportklub Rapid im Nationalsozialismus (1938–1945). Wien 2011)

ଅନ୍ୟାନ୍ୟ ଲିଂକ୍