"ପରୀ ଅପହରଣ ଓ ହତ୍ୟାକାଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଵ +ବ)
ଟିକେ ବନାନ ସୁଧାର
୨ କ ଧାଡ଼ି:
 
== ଘଟଣା ==
୨୦୨୦ ଜୁଲାଇ ୧୪ ତାରିଖ ଦିନ ଘର ଆଗରେ ଖେଳୁଥିବା ସମୟରେ ‘ପରୀ’ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରି ଝିଅକୁ ନପାଇ ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଥିଲେ । ପରୀର ମୃତ୍ୟୁକୁ ନେଇ ଜୁଲାଇ ୧୭ରେ ଥାନାରେ ପୋଲିସ ମାମଲା ରୁଜୁ କରିଥିଲା । ପରିବାର ଲୋକେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିବା ପରେ ପୁଲିସ ଘଟଣାର ତଦନ୍ତ କରିବା ସହ ଡଗ୍‌କୁକୁର ସ୍କ୍ୱାର୍ଡଦଳ ଆଣି ଖୋଳତାଡ଼ କରିଥିଲେ । ଘଟଣାର ୯ଦିନ ପରେ ଅର୍ଥାତ ୨୩ ତାରିଖ ଅପରାହ୍ଣରେ ବାଡ଼ି ପଟ ପୋଖରୀ କୁଳରେ ବସ୍ତାରେ ବନ୍ଧା ଅବସ୍ଥାରେ ଝିଅର ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ମିଳିଥିଲା । ଜୁଲାଇ ୨୩ରେ ଗଳିତ ଶବ ମିଳିଥିବା ପରେ ପୋଷ୍ଟମର୍ଟମଶବ ବ୍ୟବଛେଦ କରାଯାଇଥିଲା । ଶବ ନଷ୍ଟ ହୋଇଯାଇଥିବାରୁ ରିପୋର୍ଟରେ ମୃତ୍ୟୁର କାରଣ ଜଣାପଡ଼ିନଥିଲା । ପାରିପାଶ୍ୱିର୍କସ୍ଥିତିକୁ ଆଧାର କରି ତାଙ୍କୁ କେହି ହତ୍ୟା କରି କିଡନୀ ଓ ଆଖି ତାଡ଼ି ନେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ହେଲେ ଘଟଣାକୁ ୫ ମାସ ବିତିବା ପରେ ମଧ୍ୟ ଘଟଣାର ରହସ୍ୟ ଖୋଲିନଥିଲା । ଏହି ଘଟଣାକୁ ନେଇ ଗତ ୨୬ ତାରିଖରେ ଅଶୋକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ମେଡିକାଲ ଭିତରେ ମଧ୍ୟ ତାଙ୍କୁ ଆକ୍ରମଣ ହୋଇଥିଲା । ଏମିତିକି ପୁଲିସ୍‌ ଅଶୋକଙ୍କୁ ରାତିଅଧିଆ ଉଠାଇ ନେଇ ହଇରାଣ ହରକତ କରୁଥିବା ସେ ଅଭିଯୋଗ କରିଥିଲେ । ନୟାଗଡ଼ରୁ ନିରାଶ ହେବା ପରେ ‘ପରୀ’ ପରିବାର ନ୍ୟାୟ ଆଶାରେ ରାଜଧାନୀକୁ ଆସି ଚର୍ଚ୍ଚାର ବିଷୟ ପାଲଟିଥିଲେ ।<ref>https://reporterspen.com/crime/suside-attemt-in-bbsr/</ref>
 
୨୦୨୦ ନଭେମ୍ବର ୨୪ ତାରିଖ ଦିନ ସକାଳୁ ବିଧାନ ସଭା ସାମ୍ନାରେ ନୟାଗଡ଼ ଯଦୁପୁରର ଅଶୋକ ସାହୁ ଏବଂ ସୌଦାମିନୀ ସାହୁ ଦେହରେ [[ଡିଜେଲ]] ଢାଳି ଆତ୍ମହୁତି ଉଦ୍ୟମ କରିଥିଲେ । ବିଧାନ ସଭା ବାହାରେ ଏହି ଦମ୍ପତି କ୍ୟାମେରା ସାମ୍ନାରେ କାନ୍ଦି କାନ୍ଦି ଆମ ଝିଅକୁ ନ୍ୟାୟ ଦରକାର ବୋଲି ଚିତ୍କାର କରିଥିଲେ । ତାଙ୍କ ଝିଅକୁ ମନ୍ତ୍ରୀ ଅରୁଣ ସାହୁ ଲୋକ ଲଗାଇ ମାରି ତାର ଆଖି ଏବଂ କିଡ୍‌ନୀ କାଢ଼ି ନେଇଥିବା ଅଭିଯୋଗ କଲେ । ପରୀ ମା’ ବାପାଙ୍କର ଏଭଳି ବିସ୍ଫୋରକ ପ୍ରତିକ୍ରିୟା ପରେ ରାଜଧାନୀ ରାଜରାସ୍ତାରେ ଘଟିଥିବା ଏହି ଘଟଣାର ପ୍ରଭାବ ସମଗ୍ର ରାଜ୍ୟରେ ପଡ଼ିଲା । ସୋସିଆଲ ମିଡିଆରେ ପରୀକୁ ନ୍ୟାୟ '''#JusticeForPari''' ଲେଖି ପୋଷ୍ଟ କରି, ଠାକୁରଙ୍କ ପାଖେ ଦୀପ ଜାଳି ପରୀକୁ ନ୍ୟାୟ ପାଇଁ ଜନ ସ୍ୱର ତେଜି ଉଠିଲା । ଶୀଘ୍ର ପରୀକୁ ନ୍ୟାୟ ନଦେଲେ ଆଗକୁ ପରିସ୍ଥିତି ଆହୁରି ଗମ୍ଭୀର ହେବ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଲା ।
 
ଘଟଣାର ପର ଦିନ ବିଧାନ ସଭାରେ ହୋହଲ୍ଲା ହୋଇଥିଲା । ବିଧାନ ସଭାରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପେଟନ୍ [[ଦିବ୍ୟ ଶଙ୍କର ମିଶ୍ର]] ଉତ୍ତର ରଖି ପରୀ ମୃତ୍ୟୁ ପଛରେ କିଏ ଏବଂ ଏହାର ସତ୍ୟା ସତ୍ୟ କ’ଣ ତାହାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ ବୋଲି ନିର୍ଦ୍ଦେଶ ଦେଲେ । ନଭେମ୍ବର ୨୮ରେ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଧାନ ସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଡିଓଭିଡିଓ କନଫରେନ୍ସିଂ ମାଧ୍ୟମରେ ନବୀନ ପଟ୍ଟନାୟକ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।<ref>https://odishareporter.in/uncategorized/odisha-cm-naveen-patnaik-orders-sit-investigation-into-nayagarh-minor-murder-case-595607</ref> ଡିସେମ୍ବର ୧୦ରେ ଏହି ଘଟଣାରେ ନୟାଗଡ଼ ଥାନା ଅଧିକାରୀ ରୀତାରାଣୀ ସାହୁଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବେଳେ ଏସଡିପିଓ ନିରଞ୍ଜନ ପାଢୀଙ୍କୁ ବଦଳି କରାଯାଇଥିଲା ।<ref>https://odia.oneindia.com/odisha/pari-case-nayagarh-iic-suspended-000548.html</ref> ଏହାର ୧୩ ଦିନ ପରେ ଡିସେମ୍ବର ୨୩ରେ ଏସପି [[ପ୍ରତ୍ୟୁଷ ଦିବାକର]]<nowiki/>ଙ୍କୁ ବଦଳି କରାଯାଇଥିଲା ।
 
== ତଦନ୍ତ ==
ମାମଲାର ତଦନ୍ତ କରିବାକୁ ବରିଷ୍ଠ ଆଇପିଏସ୍ ଅଫିସର [[ଅରୁଣ ବୋଥ୍ରା]]<nowiki/>ଙ୍କ ନେତୃତ୍ବରେ ୫ ଜଣିଆ ଦଳ ଗଠନ କରାଯାଇଥିଲା । ଦଳରେ କ୍ରାଇବ୍ରାଞ୍ଜକ୍ରାଇମବ୍ରାଞ୍ଜ ଏସପି ଆର. କେ ଦୋରା, ଅତିରିକ୍ତ ଏସପି ଆର.ସି ଥମ୍ବଙ୍କ ସହ କ୍ରାଇବ୍ରାଞ୍ଜକ୍ରାଇମବ୍ରାଞ୍ଜ ଇନ୍ସପେକ୍ଟର ନରେନ୍ଦ୍ର ବେହେରା, ମମତା ପଣ୍ଡା ସଦସ୍ୟ ଅଛନ୍ତି । ଦଳ ଗଠନ ନେଇ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ହାଇକୋର୍ଟଙ୍କ ରେଜିଷ୍ଟାର ଜେନରାଲଙ୍କୁ ଚିଠି ଲେଖି ଅବଗତ କରିଥିଲେ । ଏସଆଇଟି ତଦନ୍ତରେ ତତ୍ତ୍ୱାବଧାନ କରିବାକୁ [[ଓଡ଼ିଶା ଉଚ୍ଚ ନ୍ୟାୟାଳୟ]]<nowiki/>ଙ୍କ ଜଣେ ସିଟିଙ୍ଗ୍ ଜଜଙ୍କୁ ଦାୟିତ୍ବ ଦେବାକୁ ନିବେଦନ କରାଯାଇଥିଲା । ଏସଆଇଟି ତଦନ୍ତ ନିର୍ଦେଶକୁ [[କଂଗ୍ରେସ]] ସ୍ବାଗତ କରିଥିବା ବେଳେ ମନ୍ତ୍ରୀଙ୍କ ଇସ୍ତଫା ସହ ସିବିଆଇ ତଦନ୍ତ ଦାବିରେ [[ଭାରତୀୟ ଜନତା ପାର୍ଟି]] ଅଡ଼ି ବସିଥିଲା ।<ref>http://www.prameyanews7.com/sit-to-probe-nayagarh-pari-murder-formation-of-five-member-team-led-by-arun-bothra/</ref>
 
ମନ୍ତ୍ରୀ [[ଅରୁଣ କୁମାର ସାହୁ]] ସ୍ଥାନୀୟ ସରପଂଚଙ୍କ ସହ କଥା ହେବାର ଦୁଇଟି ଅଡିଓ ବିଭିନ୍ନ ଗଣମାଧ୍ୟମରେ ଘୁରି ବୁଲିଥିଲା । ଯେଉଁଥିରେ ଖୋଦ୍ ମନ୍ତ୍ରୀ [[ଅରୁଣ କୁମାର ସାହୁ]] ଧମକ ଦେବା ସହ ଆନ୍ଦୋଳନକୁ ଚାପିବାକୁ ଉଦ୍ୟମ କରିଥିଲେ । ଅନ୍ୟ ଏକ ଭିଡିଓରେ ବାବୁଲି ନାୟକ ତାଙ୍କୁ ଦେଖା କରୁଥିବା କଥା ସ୍ୱୀକାର କରିଥିଲେ । ସ୍ଥାନୀୟ ସରପଂଚଙ୍କ ସହ ମନ୍ତ୍ରୀ ଅରୁଣ ସାହୁ ହୋଇଥିବା କଥାବାର୍ତ୍ତାରେ ସିଧାସଳଖ ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁଲି ନାୟକଙ୍କ ସମ୍ପୃକ୍ତି ଥିବାର ଚର୍ଚ୍ଚା ହୋଇଥିଲା । ଅନ୍ୟ ପକ୍ଷରେ ପୋଲିସ ପକ୍ଷରୁ ପରୀଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲାଞ୍ଚ ଯାଚି ପ୍ରସଙ୍ଗକୁ ଏଡାଇବାକୁ ଚେଷ୍ଟା ହୋଇଥିବାର ଅଭିଯୋଗ ହୋଇଥିଲା । ପରୀଙ୍କ ବାପା, ମା [[ଅଙ୍ଗ ତସ୍କରୀ]]<nowiki/>ର ଅଭିଯୋଗ ଆଣିଥିଲେ । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ପରୀଙ୍କ ଘରେ ପଶି ଆକ୍ରମଣ କରାଯାଇଛି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅଭିଯୋଗ କରିଥିଲେ ।<ref>https://odishanewslens.com/?p=37827</ref> ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଏହି ଅଡିଓ ବାଇରାଲ ହୋଇଥିଲେ ମଧ୍ୟ ରାଜ୍ୟ ଗୃହ ବିଭାଗ ପକ୍ଷରୁ ତାଙ୍କୁ ଏଯାଏଁ ତଦନ୍ତ ପରିସରଭୁକ୍ତ କରାନଯିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ବୋଲି [[ପ୍ରଦୀପ୍ତ ନାୟକ]] କହିଥିଲେ ।
 
ତଦନ୍ତ ନେଇ ପ୍ପୂର୍ବତନ ପେ।ଲିସ ମହାନିର୍ଦ୍ଦେଶକ ତଥା ବିଜେପି ନେତା ପ୍ରକାଶ ମିଶ୍ର ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଯେ, <nowiki>''</nowiki>ଏସଆଇଟି ତଦନ୍ତର କୌଣସି ଅସ୍ତିତ୍ୱ ହିଁ ନାହିଁ । CRPC ଅନୁସାରେ ଅନୁସନ୍ଧାନ କେବଳ ଥାନା ଓ ପୋଲିସ କରିବ । ବର୍ତମାନ ସମୟରେ ବେଥ୍ରା '''OSRTC'''ର ଏମଡି ଅଛନ୍ତି । ତାଙ୍କର କୌଣସି ପେ।ଲିସ ପାୱାର ନାହିଁ । ତଦନ୍ତ ସେ କରିବେ କେମିତି ? ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ଦେଇଥିବା ତଦନ୍ତକୁ ଆମେ ପ୍ରଶ୍ନ କରୁଛୁ ଓ ସିବିଆଇକୁ ଏହି ମାମଲା ହସ୍ତାନ୍ତର କରାଯାଉ ବେ।ଲି ସେ ଦାବି କରିଥିଲେ । ପରୀ ଘଟଣାରେ ଏସଆଇଟି ତଦନ୍ତ କରିବାର ଅଧିକାର ନାହିଁ । ଏହାସହ ଏସଆଇଟି ଯାହା ତଦନ୍ତ କରିବ ତାହାକୁ କେ।ର୍ଟ ମଧ୍ୟ ଗ୍ରହଣ କରିବେ ନାହିଁ ।<nowiki>''</nowiki><ref>https://khabar.odishatv.in/odisha/arun-bothra-has-no-police-power-prakash-mishra/230562/</ref>
 
ନଭେମ୍ବର ୩୦ ତାରିଖରେ ପରୀ ହତ୍ୟାକାଣ୍ଡ ମାମଲାକୁ ନେଇ [[ଜାତୀୟ ଶିଶୁ ସୁରକ୍ଷା କମିଶନ]]<nowiki/>ଙ୍କୁ ସାକ୍ଷାତ କରି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା [[ସମ୍ବିତ ପାତ୍ର]] ଏକ ଦାବି ପତ୍ର ପ୍ରଦାନ କରିଥିଲେ । ସେ ଦାବି ପତ୍ରରେ ମୁଖ୍ୟତଃ ୨ ପ୍ରସଙ୍ଗ ଉଠାଇଥିଲେ । ଜାତୀୟ ଶିଶୁ ସୁରକ୍ଷା କମିଶନର ଏକ ସ୍ୱତନ୍ତ୍ର ଦଳ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁ, ଓ ‘ପରୀ’ ଶରୀରର ବିଭିନ୍ନ ଅଙ୍ଗ ଚୋରୀ ହୋଇଛି ନା ନାହିଁ ତାହାର ମଧ୍ୟ ତଦନ୍ତ କରିବା ଏବଂ ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କର ଏଥିରେ କ’ଣ ସମ୍ପୃକ୍ତି ରହିତ ତାହା ମଧ୍ୟ ତଦନ୍ତ କରାଯିବା ପାଇଁ ଦାବି କରିଥିଲେ । ନଭେମ୍ବର ୩୦ ତାରିଖରେ ହତ୍ୟାକାଣ୍ଡ ମାମଲାରେ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ରିପୋର୍ଟ ତଲବ କରିଥିଲେ । ପରୀ ହତ୍ୟାକାଣ୍ଡ ମାମଲାରେ ତଦନ୍ତର ଅଗ୍ରଗତି, ପୀଡିତାର ବୟସ ପ୍ରମାଣ ପତ୍ର, ଏତଲା କପି ଏବଂ ଅଭିଯୁକ୍ତଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ୧୦ ଦିନ ମଧ୍ୟରେ ଏହାର ରିପୋର୍ଟ ଦେବାକୁ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ନୋଟିସ୍ କରିଥିଲେ ।<ref>https://www.samajalive.in/the-national-commission-for-the-protection-of-the-rights-of-the-child-has-called-for-a-report-to-the-state-chief-secretary-on-pari-murder-case/245208.html</ref> ନୟାଗଡ଼ ଜିଲାପାଳ [[ପୋମା ଟୁଡୁ]] ଏବଂ ଏସ୍‌ପି [[ପ୍ରତ୍ୟୁଷ ଦିବାକର]]<nowiki/>ଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ଡିସେମ୍ବର ୪ରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଚେୟାରମ୍ୟାନ ପ୍ରିୟାଙ୍କା କାନୁନଗୋ ସମନ ଜାରି କରିଥିଲେ ।<ref name=":0">https://www.samajalive.in/pari-murder-case-national-commission-for-the-protection-of-the-rights-of-the-child-summons-to-nayagarh-district-magistrate-and-sp/246809.html</ref> ଡିସେମ୍ବର ୪ତାରିଖରେ ନୟାଗଡ଼ ପୁଲିସ ଏସପି ଓ ଜିଲ୍ଲାପାଳଙ୍କଦ୍ୱାରା ତଥ୍ୟପ୍ରମାଣ ଦାଖଲ କରାଯିବା ପରେ ଡିସେମ୍ବର ୯ତାରିଖରେ ଶୁଣାଣି ପାଇଁ ସମନ କରାଯାଇଥିଲା । ପୁଲିସଦ୍ୱାରା ତଦନ୍ତରେ ଗୁରୁତର ତ୍ରୁଟି ରହିଥିବା ଓ ନାବାଳିକାର ହତ୍ୟାକୁ ନେଇ ତଦନ୍ତରେ ଅହେତୁକ ବିଳମ୍ବ ହୋଇଥିବା ଆୟୋଗ ଅନୁଭବ କରିଥିଲେ । ପରୀ ଘଟଣାରେ ଦାଖଲ ନଭେମ୍ବର ୨୫ତାରିଖରେ ଆୟୋଗଙ୍କଦ୍ୱାରା ଓଡ଼ିଶା ମୁଖ୍ୟ ସଚିବ ଓ କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖି ତଦନ୍ତକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଥିଲା । ଆୟୋଗ ଏହି ମାମଲାର ଶୁଣାଣି ପରେ ଅନୁଭବ କରିଥିଲେ ଯେ ପରୀ ହତ୍ୟାର ତଦନ୍ତରେ ପୁଲିସର ଅବହେଳା ରହିଥିବାରୁ ତଦନ୍ତକାରୀ ଅଫିସରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ କେନ୍ଦ୍ରୀୟ ଏଜେନ୍ସୀଦ୍ୱାରା ତଦନ୍ତ କରିବାକୁ ଆୟୋଗ ସୁପାରିସ୍ କରିଥିଲେ । ଆୟୋଗ କରିଥିବା ବିସ୍ତୃତ ତଦନ୍ତ ରିପୋର୍ଟ ଓ ସୁପାରିସକୁ ରାଜ୍ୟ ମୁଖ୍ୟ ସଚିବ ଓ କେନ୍ଦ୍ର ଗୃହ ସଚିବଙ୍କୁ ପଠାଇ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଏଣୁ ‘ପରୀ’ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏନସିପିସିଆର୍ କହିଥିଲେ ।<ref>https://odishanewslens.com/?p=38531</ref> SIT ତଦନ୍ତ ଆଦୌ ପରୀକୁ ନ୍ୟାୟ ଦେଇପାରିବ ନାହିଁ । ଘଟଣାର କେନ୍ଦ୍ରୀୟ ସଂସ୍ଥା ଦ୍ବାରା ତଦନ୍ତ ପାଇଁ NCPCR କହି ଥିବାବେଳେ ରାଜ୍ୟ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ବିଜେପି ପ୍ରଶ୍ନ କରିଥିଲା । ତେଣୁ ଏହାର ପ୍ରତିବାଦରେ ଦଳ ପକ୍ଷରୁ ପାଞ୍ଚ ଦିନିଆ ପଦଯାତ୍ରା ଆରମ୍ଭ କରାଯାଇଥିଲା । <ref>https://zeenews.india.com/hindi/zeeodisha/politics/odisha-bjp-5days-pada-yatra-for-pari-justice/810945</ref> ପରୀ ହତ୍ୟା ଘଟଣାରେ CBI ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର କରା ନ ଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ତରଫରୁ କୁହାଯାଇଥିଲା ।