"ବିଦୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Advanced mobile edit
ଟିକେ Bot: Automated text replacement (-୍ଵ +୍ୱ)
୫ କ ଧାଡ଼ି:
ବ୍ୟାସଦେବ ଏବଂ ପରିଶ୍ରମୀଙ୍କ ପୁତ୍ରାର୍ଥେ ନିୟୋଗ ସମ୍ଭୋଗରୁ ବିଦୁରଙ୍କ ଜନ୍ମ । [[ଅମ୍ବିକା (ମହାଭାରତ)|ଅମ୍ବିକା]] ଏବଂ [[ଅମ୍ବାଳିକା]], ରାଜା ବିଚିତ୍ରବୀର୍ଯ୍ୟଙ୍କ ପତ୍ନୀ ଥିଲେ । ଉଭୟ ଅମ୍ବିକା ଏବଂ ଅମ୍ବାଳିକା ହସ୍ତିନାପୁରାର ରାଜା ବିଚିତ୍ରବୀର୍ଯ୍ୟଙ୍କ ପତ୍ନୀ ଥିଲେ, ଯିଏ ନିଃସନ୍ତାନ ହୋଇ ମୃତ୍ୟୁ ବରଣ କରିଥିଲେ । ରାଜକୀୟ ବଂଶର ଉତ୍ତରାଧିକାରୀ ନିଶ୍ଚିତ କରିବାକୁ ବ୍ୟଗ୍ର ହୋଇ ମାତା ସତ୍ୟବତୀ ତାଙ୍କର ଅନ୍ୟ ଜଣେ ପୁତ୍ର [[ବ୍ୟାସଦେବ]]<nowiki></nowiki>ଙ୍କୁ ଦୁଇ ବିଧବା ରାଣୀଙ୍କୁ ମାତୃତ୍ୱ ପ୍ରଦାନ କରିବାକୁ ଆକାଂକ୍ଷା କରି ଡକାଇଲେ । ବ୍ୟାସଦେବଙ୍କ ଭଳି ଜଣେ ତପନିଷ୍ଠ ଋଷିଙ୍କ ତେଜରେ ଭୟଭୀତ ହୋଇ [[ଅମ୍ବିକା (ମହାଭାରତ)|ଅମ୍ବିକା]] ତାଙ୍କୁ ଦେଖିବା ପରେ ଆଖି ବନ୍ଦ କରିଦେଲେ ଏବଂ ତାଙ୍କ ଭଉଣୀ ଅମ୍ବାଳିକା ଭୟଭୀତ ହୋଇ ଶେଠୁଆ ହୋଇଗଲେ । ଏଭଳି ସ୍ଥଳେ ବ୍ୟାସଦେବ ତାଙ୍କ ମାତାଙ୍କୁ ସୂଚନା ଦେଇଛନ୍ତି ଯେ ଫଳସ୍ୱରୂପ, ସେମାନେ ଜନ୍ମ କରିଥିବା ପୁଅମାନେ ଯଥାକ୍ରମେ ଅନ୍ଧ (ଧୃତରାଷ୍ଟ୍ର) ଏବଂ ପାଣ୍ଡୁର ବର୍ଣ୍ଣର (ପାଣ୍ଡୁ) ହୋଇଯିବେ ।
 
ଉଭୟ ସନ୍ତାନ ଯୋଗ୍ୟ ଉତ୍ତରାଧିକାରୀ ହେବେ ନାହିଁ ବୋଲି ଭୟରେ ତଥା ଏକ ଯୋଗ୍ୟ ଉତ୍ତରାଧିକାରୀ ପାଇବା ଲୋଭରେ ମାତା ସତ୍ୟବତୀ ବ୍ୟାସଦେବଙ୍କୁ ଅମ୍ବିକାଙ୍କ ମାଧ୍ୟମରେ ଆଉ ଏକ ପୁତ୍ର ଦେବାକୁ କହିଥିଲେ । ପୂର୍ବ ଭୁଲକୁ ନ ଦୋହରାଇବା ପାଇଁ ସତ୍ୟବତୀଙ୍କ ବାରଣ ସତ୍ତ୍ଵେସତ୍ତ୍ୱେ ବ୍ୟାସଦେବଙ୍କୁ ଭୟ କରି [[ଅମ୍ବିକା (ମହାଭାରତ)|ଅମ୍ବିକା]] ନିଜ ସ୍ଥାନରେ ତାଙ୍କ ଚାକରଣୀକୁ ବ୍ୟାସଦେବଙ୍କ ନିକଟକୁ ପଠାଇଲେ । ଏହି କର୍ତ୍ତବ୍ୟନିଷ୍ଠ ମହିଳା ବ୍ୟାସଦେବଙ୍କ ରୂପରେ ଭୟଭୀତ ହୋଇନଥିଲେ ଏବଂ ଜଣେ ସାଧାରଣ, ସୁସ୍ଥ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଏହିପରି ଭାବେ ବିଦୁରଙ୍କ ଜନ୍ମ ।
 
== ପଶାଖେଳ ==
୧୧ କ ଧାଡ଼ି:
 
== ଅତିଥି ରୂପେ କୃଷ୍ଣ ==
କୃଷ୍ଣଙ୍କ ଅନୁଯାୟୀ ବିଦୁରଙ୍କୁ ଧର୍ମରାଜ ଭାବରେ ବିବେଚନା କରାଯାଉଥିଲା, ଯାହାର ଅର୍ଥ ହେଉଛି ସତ୍ୟ ଏବଂ ଧର୍ମର ପ୍ରଭୁ । ଲୋକଙ୍କ କଲ୍ୟାଣ ପ୍ରତି ତାଙ୍କର ଭକ୍ତି ଏବଂ ଜ୍ଞାନର ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ପାଇଁ କୃଷ୍ଣ ବିଦୁରଙ୍କୁ ବହୁତ ସମ୍ମାନ କରୁଥିଲେ । ଯେତେବେଳେ କୃଷ୍ଣ ପାଣ୍ଡବଙ୍କର ଶାନ୍ତି ଦୂତ ଭାବରେ ହସ୍ତିନାପୁର ଗମନ କରିଥିଲେ, ସେତେବେଳେ ସେ ଦୁର୍ଯ୍ୟୋଧନଙ୍କ ରାଜପ୍ରାସାଦରେ ରହିବାକୁ ଦେଇଥିବା ପ୍ରସ୍ତାବକୁ ଏଡ଼ାଇ ଯାଇ କୌରବ ରାଜଦରବାରର ଏକମାତ୍ର ନିରପେକ୍ଷ ବ୍ୟକ୍ତି ବିଦୁରଙ୍କ ଘରକୁ ଯିବାକୁ ପସନ୍ଦ କରିଥିଲେ । କୃଷ୍ଣ ଦୁର୍ଯ୍ୟୋଧନଙ୍କ ବଦଳରେ ବିଦୁରଙ୍କ ଗୃହରେ ଆତିଥେୟ ସ୍ଵୀକାରସ୍ୱୀକାର କରିବାର କାରଣ ହେଉଛି ସେମାନଙ୍କ ଚିନ୍ତାଧାରା ଏବଂ ସେମାନଙ୍କ ମାନସିକାତାର ପାର୍ଥକ୍ୟ । ଦୁର୍ଯ୍ୟୋଧନଙ୍କର ଉଦ୍ଦେଶ୍ୟ ଥିଲା କୃଷ୍ଣଙ୍କୁ ଯେ କୌଣସି ଉପାୟରେ କୌରବ ପକ୍ଷରେ ଯୁଦ୍ଧ ସମୟରେ ଯୋଗଦେବାକୁ ମନାଇବା । ଦୁର୍ଯ୍ୟୋଧନଙ୍କ ଏହି ମନ୍ଦ ଉଦ୍ଦେଶ୍ୟକୁ ଜାଣିପାରି କୃଷ୍ଣ ମନା କରିଦେଲେ । କୃଷ୍ଣ ଜାଣିଥିଲେ ଯେ ବିଦୁର ଏବଂ ତାଙ୍କ ପତ୍ନୀ ତାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିବା ଖାଦ୍ୟ କୌଣସି ଉଦ୍ଦେଶ୍ୟ ରହିତ ସାଙ୍ଗକୁ ପ୍ରେମ ଏବଂ ସ୍ନେହରେ ପରିପୂର୍ଣ୍ଣ ହୋଇଥିଲା ।<ref name="Thehindu">{{cite web |title=Vidura’s humility |url=https://www.thehindu.com/society/faith/viduras-humility/article19840623.ece |website=The Hindu |accessdate=17 December 2020 |language=en-IN |date=11 October 2017}}</ref>
 
== ମୃତ୍ୟୁ ==
କୁରୁକ୍ଷେତ୍ର ଯୁଦ୍ଧ ପରେ ଯୁଧିଷ୍ଠିର ହସ୍ତିନାପୁରର ସମ୍ରାଟ ଭାବେ ଅଭିଷିକ୍ତ ହେଲେ । ବହୁ ବର୍ଷ ରାଜତ୍ଵରାଜତ୍ୱ କରିବା ପରେ ଧୃତରାଷ୍ଟ୍ର, [[ଗାନ୍ଧାରୀ (ମହାଭାରତ)|ଗାନ୍ଧାରୀ]], [[କୁନ୍ତୀ]] ଏବଂ ବିଦୁର ରାଜକାର୍ଯ୍ୟରୁ ଅବସର ନେଇ ବାନପ୍ରସ୍ଥୀ ଭାବେ ସରଳ ଜୀବନଯାପନ କରିବାକୁ ଜଙ୍ଗଲକୁ ଚାଲିଗଲେ । ସଞ୍ଜୟ ମଧ୍ୟ ସେମାନଙ୍କ ସହ ଯାଇଥିଲେ । ପ୍ରାୟ ଦୁଇ ବର୍ଷ ପରେ ଯେତେବେଳେ ଯୁଧିଷ୍ଠିର ସେମାନଙ୍କୁ ଦେଖା କରିବାକୁ ଜଙ୍ଗଲକୁ ଯାଇଥିଲେ, ସେତେବେଳେ ସେ ବିଦୁରର ଶରୀର ଜୀବଶୂନ୍ୟ ଥିବାର ଦେଖିଲେ । ଯେତେବେଳେ ସେ ଏହା ନିକଟକୁ ଗଲେ, ବିଦୁରର ଆତ୍ମା ଯୁଧିଷ୍ଠିରଙ୍କ ଶରୀରରେ ପ୍ରବେଶ କଲା ଏବଂ ଯୁଧିଷ୍ଠିର ହୃଦୟଙ୍ଗମ କଲେ ଯେ ସେ ଏବଂ ବିଦୁର ସମାନ ଅଟନ୍ତି । କାରଣ ଯୁଧିଷ୍ଠିର ହେଉଛନ୍ତି ଧର୍ମସୂତ ଏବଂ ବିଦୁର ହେଉଛନ୍ତି ଧର୍ମଙ୍କ ଅଂଶବିଶେଷ । ଯୁଧିଷ୍ଠିର ବିଦୁରଙ୍କ ଶରୀରକୁ ଦାହ ନ କରିବାକୁ ଏକ ଶୂନ୍ୟ ବାଣୀ ହେବାରୁ, ସେ ବିଦୁରଙ୍କ ଶରୀରକୁ ଜଙ୍ଗଲରେ ଛାଡିଦେଇ ଚାଲିଆସିଲେ ।<ref name="googlebooks">{{cite web |last1=Menon |first1=Ramesh |title=The Mahabharata: A Modern Rendering |url=https://books.google.co.in/books?id=uA-2_WMhpzoC&q=Vidura+death&redir_esc=y#v=snippet&q=Vidura%20death&f=false |website=www.books.google.co.in |publisher=iUniverse |accessdate=17 December 2020 |language=en |date=July 2006}}</ref>
 
== ଆଧାର ==
"https://or.wikipedia.org/wiki/ବିଦୁର"ରୁ ଅଣାଯାଇଅଛି