"ଗାନ୍ଧାରୀ (ମହାଭାରତ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୫ କ ଧାଡ଼ି:
ଗାନ୍ଧାରୀ, ଗାନ୍ଧାର ଦେଶର ରାଜା ସୁବଳଙ୍କ କନ୍ୟା । ଜଣେ ଝିଅ ଭାବେ ଗାନ୍ଧାରୀ ତାଙ୍କର ଧର୍ମ ଏବଂ ଗୁଣବତ୍ତା ପାଇଁ ଜଣାଶୁଣା ଥିଲେ । ସେ [[ଶକୁନି (ମହାଭାରତ)|ଶକୁନି]]<nowiki></nowiki>ଙ୍କ ଭଉଣୀ ଥିଲେ ।
 
ବିବାହ ପୂର୍ବରୁ ସେ ଭଗବାନ ଶିବଙ୍କୁ କଠୋର ତପଦ୍ଵାରାତପଦ୍ୱାରା ସନ୍ତୁଷ୍ଟ କରି ଏକଶତ ପୁତ୍ରର ଜନନୀ ହେବା ବର ପ୍ରାପ୍ତ ହୋଇଥିଲେ । ତେବେ, ଗାନ୍ଧାରୀଙ୍କର ଏଭଳି ବର ଲାଭ କରିବାର ପ୍ରକୃତ କାରଣ ଜଣା ପଡିନାହିଁ । । ତେବେ ଭୀଷ୍ମ ଗାନ୍ଧାରୀଙ୍କୁ କୁରୁ ରାଜ୍ୟର ବଡ ବୋହୂ ଭାବରେ ବାଛିବାର ଏକ ମୁଖ୍ୟ କାରଣ ହୋଇପାରେ ଯେ ଗାନ୍ଧାରୀଙ୍କ ଏହି ବରପ୍ରାପ୍ତି ଯୋଗୁଁ କୁରୁକୁଳର ସିଂହାସନ ଉତ୍ତରାଧିକାରୀ ବିହୀନ ହୋଇ ଖାଲି ରହିବାର ଚିନ୍ତାରୁ ସେ ମୁକ୍ତ ହୋଇଥିଲେ ।
 
ଗାନ୍ଧାରୀଙ୍କ ବିବାହ କୁରୁ ରାଜ୍ୟର ଜ୍ୟେଷ୍ଠ ରାଜକୁମାର ଧୃତରାଷ୍ଟ୍ରଙ୍କ ସହ ହୋଇଥିଲା । ମହାଭାରତରେ ତାଙ୍କୁ ଏକ ସୁନ୍ଦର ଏବଂ ଗୁଣବତ୍ତା ନାରୀ ଏବଂ ଅତି ଉତ୍ସର୍ଗୀକୃତ ପତ୍ନୀ ଭାବରେ ଚିତ୍ରଣ କରାଯାଇଛି । ଏହି ବିବାହ ଭୀଷ୍ମଙ୍କଦ୍ୱାରା ଆୟୋଜନ କରାଯାଇଥିଲା । ଯେତେବେଳେ ଗାନ୍ଧାରୀ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ଅନ୍ଧ ହୋଇ ଜନ୍ମ ହୋଇଛନ୍ତି, ସେତେବେଳେ ସେ ନିଜ ସ୍ୱାମୀଙ୍କ ଦ୍ଃଖରେ ସମଦୁଃଖୀ ହୋଇ ନିଜ ଆଖିରେ ଅନ୍ଧ ପୁଟୁଳୀ ବାନ୍ଧିଦେବାକୁ ସ୍ଥିର କଲେ । ଗାନ୍ଧାରୀଙ୍କର ଏଭଳି କାର୍ଯ୍ୟକୁ ଏକ ଉତ୍ସର୍ଗୀକୃତ ସ୍ତ୍ରୀର ପ୍ରେମର ସଙ୍କେତ ଭାବେ ଚିତ୍ରଣ କରାଯାଇଛି । ଅପରପକ୍ଷେ, [[ଇରାବତୀ କର୍ବେ]] ତଥା ବହୁ ଆଧୁନିକ ବିଜ୍ଞ ଲେଖକମାନେ ଯୁକ୍ତିଛଳରେ ଦର୍ଶାଇଛନ୍ତି ଯେ ଏହା ହେଉଛି ଭୀଷ୍ମଙ୍କ ପର୍ତି ଗାନ୍ଧାରୀଙ୍କ ବିରୋଧର ଏକ ସଂକେତ, କାରଣ ସେ ତାଙ୍କ ପିତାଙ୍କୁ ହସ୍ତିନାପୁରର ଅନ୍ଧ ରାଜକୁମାରଙ୍କୁ ବିବାହ ବନ୍ଧନରେ ବାନ୍ଧିଦେବାକୁ ବାଧ୍ୟ କରିଥିଲେ ।<ref>[[Irawati Karve]], [[:en:Yuganta: The End of an Epoch]], Chapter:3</ref>