"ପରୀ ଅପହରଣ ଓ ହତ୍ୟାକାଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Advanced mobile edit
ଟିକେ Regular Character Changes
୪ କ ଧାଡ଼ି:
୨୦୨୦ ଜୁଲାଇ ୧୪ ତାରିଖ ଦିନ ଘର ଆଗରେ ଖେଳୁଥିବା ସମୟରେ ‘ପରୀ’ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରି ଝିଅକୁ ନପାଇ ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଥିଲେ । ପରୀର ମୃତ୍ୟୁକୁ ନେଇ ଜୁଲାଇ ୧୭ରେ ଥାନାରେ ପୋଲିସ ମାମଲା ରୁଜୁ କରିଥିଲା । ପରିବାର ଲୋକେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିବା ପରେ ପୁଲିସ ଘଟଣାର ତଦନ୍ତ କରିବା ସହ ଡଗ୍‌ ସ୍କ୍ୱାର୍ଡ ଆଣି ଖୋଳତାଡ଼ କରିଥିଲେ । ଘଟଣାର ୯ଦିନ ପରେ ଅର୍ଥାତ ୨୩ ତାରିଖ ଅପରାହ୍ଣରେ ବାଡ଼ି ପଟ ପୋଖରୀ କୁଳରେ ବସ୍ତାରେ ବନ୍ଧା ଅବସ୍ଥାରେ ଝିଅର ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ମିଳିଥିଲା । ଜୁଲାଇ ୨୩ରେ ଗଳିତ ଶବ ମିଳିଥିବା ପରେ ପୋଷ୍ଟମର୍ଟମ କରାଯାଇଥିଲା । ଶବ ନଷ୍ଟ ହୋଇଯାଇଥିବାରୁ ରିପୋର୍ଟରେ ମୃତ୍ୟୁର କାରଣ ଜଣାପଡ଼ିନଥିଲା । ପାରିପାଶ୍ୱିର୍କସ୍ଥିତିକୁ ଆଧାର କରି ତାଙ୍କୁ କେହି ହତ୍ୟା କରି କିଡନୀ ଓ ଆଖି ତାଡ଼ି ନେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ହେଲେ ଘଟଣାକୁ ୫ ମାସ ବିତିବା ପରେ ମଧ୍ୟ ଘଟଣାର ରହସ୍ୟ ଖୋଲିନଥିଲା । ଏହି ଘଟଣାକୁ ନେଇ ଗତ ୨୬ ତାରିଖରେ ଅଶୋକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ମେଡିକାଲ ଭିତରେ ମଧ୍ୟ ତାଙ୍କୁ ଆକ୍ରମଣ ହୋଇଥିଲା । ଏମିତିକି ପୁଲିସ୍‌ ଅଶୋକଙ୍କୁ ରାତିଅଧିଆ ଉଠାଇ ନେଇ ହଇରାଣ ହରକତ କରୁଥିବା ସେ ଅଭିଯୋଗ କରିଥିଲେ । ନୟାଗଡ଼ରୁ ନିରାଶ ହେବା ପରେ ‘ପରୀ’ ପରିବାର ନ୍ୟାୟ ଆଶାରେ ରାଜଧାନୀକୁ ଆସି ଚର୍ଚ୍ଚାର ବିଷୟ ପାଲଟିଥିଲେ ।<ref>https://reporterspen.com/crime/suside-attemt-in-bbsr/</ref>
 
୨୦୨୦ ନଭେମ୍ବର ୨୪ ତାରିଖ ଦିନ ସକାଳୁ ବିଧାନସଭାବିଧାନ ସଭା ସାମ୍ନାରେ ନୟାଗଡ଼ ଯଦୁପୁରର ଅଶୋକ ସାହୁ ଏବଂ ସୌଦାମିନୀ ସାହୁ ଦେହରେ [[ଡିଜେଲ]] ଢାଳି ଆତ୍ମହୁତି ଉଦ୍ୟମ କରିଥିଲେ । ବିଧାନସଭାବିଧାନ ସଭା ବାହାରେ ଏହି ଦମ୍ପତି କ୍ୟାମେରା ସାମ୍ନାରେ କାନ୍ଦି କାନ୍ଦି ଆମ ଝିଅକୁ ନ୍ୟାୟ ଦରକାର ବୋଲି ଚିତ୍କାର କରିଥିଲେ । ତାଙ୍କ ଝିଅକୁ ମନ୍ତ୍ରୀ ଅରୁଣ ସାହୁ ଲୋକ ଲଗାଇ ମାରି ତାର ଆଖି ଏବଂ କିଡ୍‌ନୀ କାଢ଼ି ନେଇଥିବା ଅଭିଯୋଗ କଲେ । ପରୀ ମା’ ବାପାଙ୍କର ଏଭଳି ବିସ୍ଫୋରକ ପ୍ରତିକ୍ରିୟା ପରେ ରାଜଧାନୀ ରାଜରାସ୍ତାରେ ଘଟିଥିବା ଏହି ଘଟଣାର ପ୍ରଭାବ ସମଗ୍ର ରାଜ୍ୟରେ ପଡ଼ିଲା । ସୋସିଆଲ ମିଡିଆରେ ପରୀକୁ ନ୍ୟାୟ '''#JusticeForPari''' ଲେଖି ପୋଷ୍ଟ କରି, ଠାକୁରଙ୍କ ପାଖେ ଦୀପ ଜାଳି ପରୀକୁ ନ୍ୟାୟ ପାଇଁ ଜନ ସ୍ଵର ତେଜି ଉଠିଲା । ଶୀଘ୍ର ପରୀକୁ ନ୍ୟାୟ ନଦେଲେ ଆଗକୁ ପରିସ୍ଥିତି ଆହୁରି ଗମ୍ଭୀର ହେବ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଲା ।
 
ଘଟଣାର ପର ଦିନ ବିଧାନସଭାରେବିଧାନ ସଭାରେ ହୋହଲ୍ଲା ହୋଇଥିଲା । ବିଧାନସଭାରେବିଧାନ ସଭାରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପେଟନ୍ [[ଦିବ୍ୟ ଶଙ୍କର ମିଶ୍ର]] ଉତ୍ତର ରଖି ପରୀ ମୃତ୍ୟୁ ପଛରେ କିଏ ଏବଂ ଏହାର ସତ୍ୟା ସତ୍ୟ କ’ଣ ତାହାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ ବୋଲି ନିର୍ଦ୍ଦେଶ ଦେଲେ । ନଭେମ୍ବର ୨୮ରେ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଧାନସଭାରେବିଧାନ ସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଵିଡିଓ କନଫରେନ୍ସିଂ ମାଧ୍ୟମରେ ନବୀନ ପଟ୍ଟନାୟକ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।<ref>https://odishareporter.in/uncategorized/odisha-cm-naveen-patnaik-orders-sit-investigation-into-nayagarh-minor-murder-case-595607</ref> ଡିସେମ୍ବର ୧୦ରେ ଏହି ଘଟଣାରେ ନୟାଗଡ଼ ଥାନା ଅଧିକାରୀ ରୀତାରାଣୀ ସାହୁଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବେଳେ ଏସଡିପିଓ ନିରଞ୍ଜନ ପାଢୀଙ୍କୁ ବଦଳି କରାଯାଇଥିଲା ।<ref>https://odia.oneindia.com/odisha/pari-case-nayagarh-iic-suspended-000548.html</ref> ଏହାର ୧୩ ଦିନ ପରେ ଡିସେମ୍ବର ୨୩ରେ ଏସପି [[ପ୍ରତ୍ୟୁଷ ଦିବାକର]]<nowiki/>ଙ୍କୁ ବଦଳି କରାଯାଇଥିଲା ।
 
== ତଦନ୍ତ ==
୧୫ କ ଧାଡ଼ି:
ତଦନ୍ତ ନେଇ ପ୍ପୂର୍ବତନ ପେ।ଲିସ ମହାନିର୍ଦ୍ଦେଶକ ତଥା ବିଜେପି ନେତା ପ୍ରକାଶ ମିଶ୍ର ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଯେ, <nowiki>''</nowiki>ଏସଆଇଟି ତଦନ୍ତର କୌଣସି ଅସ୍ତିତ୍ୱ ହିଁ ନାହିଁ । CRPC ଅନୁସାରେ ଅନୁସନ୍ଧାନ କେବଳ ଥାନା ଓ ପୋଲିସ କରିବ । ବର୍ତମାନ ସମୟରେ ବେଥ୍ରା '''OSRTC'''ର ଏମଡି ଅଛନ୍ତି । ତାଙ୍କର କୌଣସି ପେ।ଲିସ ପାୱାର ନାହିଁ । ତଦନ୍ତ ସେ କରିବେ କେମିତି ? ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ଦେଇଥିବା ତଦନ୍ତକୁ ଆମେ ପ୍ରଶ୍ନ କରୁଛୁ ଓ ସିବିଆଇକୁ ଏହି ମାମଲା ହସ୍ତାନ୍ତର କରାଯାଉ ବେ।ଲି ସେ ଦାବି କରିଥିଲେ । ପରୀ ଘଟଣାରେ ଏସଆଇଟି ତଦନ୍ତ କରିବାର ଅଧିକାର ନାହିଁ । ଏହାସହ ଏସଆଇଟି ଯାହା ତଦନ୍ତ କରିବ ତାହାକୁ କେ।ର୍ଟ ମଧ୍ୟ ଗ୍ରହଣ କରିବେ ନାହିଁ ।<nowiki>''</nowiki><ref>https://khabar.odishatv.in/odisha/arun-bothra-has-no-police-power-prakash-mishra/230562/</ref>
 
ନଭେମ୍ବର ୩୦ ତାରିଖରେ ପରୀ ହତ୍ୟାକାଣ୍ଡ ମାମଲାକୁ ନେଇ [[ଜାତୀୟ ଶିଶୁ ସୁରକ୍ଷା କମିଶନ]]<nowiki/>ଙ୍କୁ ସାକ୍ଷାତ କରି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା [[ସମ୍ବିତ ପାତ୍ର]] ଏକ ଦାବି ପତ୍ର ପ୍ରଦାନ କରିଥିଲେ । ସେ ଦାବି ପତ୍ରରେ ମୁଖ୍ୟତଃ ୨ ପ୍ରସଙ୍ଗ ଉଠାଇଥିଲେ । ଜାତୀୟ ଶିଶୁ ସୁରକ୍ଷା କମିଶନର ଏକ ସ୍ଵତନ୍ତ୍ର ଦଳ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁ, ଓ ‘ପରୀ’ ଶରୀରର ବିଭିନ୍ନ ଅଙ୍ଗ ଚୋରୀ ହୋଇଛି ନା ନାହିଁ ତାହାର ମଧ୍ୟ ତଦନ୍ତ କରିବା ଏବଂ ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କର ଏଥିରେ କ’ଣ ସମ୍ପୃକ୍ତି ରହିତ ତାହା ମଧ୍ୟ ତଦନ୍ତ କରାଯିବା ପାଇଁ ଦାବି କରିଥିଲେ । ନଭେମ୍ବର ୩୦ ତାରିଖରେ ହତ୍ୟାକାଣ୍ଡ ମାମଲାରେ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ରିପୋର୍ଟ ତଲବ କରିଥିଲେ । ପରୀ ହତ୍ୟାକାଣ୍ଡ ମାମଲାରେ ତଦନ୍ତର ଅଗ୍ରଗତି, ପୀଡିତାର ବୟସ ପ୍ରମାଣ ପତ୍ର, ଏତଲା କପି ଏବଂ ଅଭିଯୁକ୍ତଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ୧୦ ଦିନ ମଧ୍ୟରେ ଏହାର ରିପୋର୍ଟ ଦେବାକୁ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ନୋଟିସ୍ କରିଥିଲେ ।<ref>https://www.samajalive.in/the-national-commission-for-the-protection-of-the-rights-of-the-child-has-called-for-a-report-to-the-state-chief-secretary-on-pari-murder-case/245208.html</ref> ନୟାଗଡ଼ ଜିଲାପାଳ [[ପୋମା ଟୁଡୁ]] ଏବଂ ଏସ୍‌ପି [[ପ୍ରତ୍ୟୁଷ ଦିବାକର]]<nowiki/>ଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ଡିସେମ୍ବର ୪ରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଚେୟାରମ୍ୟାନ ପ୍ରିୟାଙ୍କା କାନୁନଗୋ ସମନ ଜାରି କରିଥିଲେ ।<ref name=":0">https://www.samajalive.in/pari-murder-case-national-commission-for-the-protection-of-the-rights-of-the-child-summons-to-nayagarh-district-magistrate-and-sp/246809.html</ref> ଡିସେମ୍ବର ୪ତାରିଖରେ ନୟାଗଡ଼ ପୁଲିସ ଏସପି ଓ ଜିଲ୍ଲାପାଳଙ୍କ ଦ୍ୱାରାଜିଲ୍ଲାପାଳଙ୍କଦ୍ୱାରା ତଥ୍ୟପ୍ରମାଣ ଦାଖଲ କରାଯିବା ପରେ ଡିସେମ୍ବର ୯ତାରିଖରେ ଶୁଣାଣି ପାଇଁ ସମନ କରାଯାଇଥିଲା । ପୁଲିସ ଦ୍ୱାରାପୁଲିସଦ୍ୱାରା ତଦନ୍ତରେ ଗୁରୁତର ତ୍ରୁଟି ରହିଥିବା ଓ ନାବାଳିକାର ହତ୍ୟାକୁ ନେଇ ତଦନ୍ତରେ ଅହେତୁକ ବିଳମ୍ବ ହୋଇଥିବା ଆୟୋଗ ଅନୁଭବ କରିଥିଲେ । ପରୀ ଘଟଣାରେ ଦାଖଲ ନଭେମ୍ବର ୨୫ତାରିଖରେ ଆୟୋଗଙ୍କ ଦ୍ୱାରାଆୟୋଗଙ୍କଦ୍ୱାରା ଓଡ଼ିଶା ମୁଖ୍ୟ ସଚିବ ଓ କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖି ତଦନ୍ତକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଥିଲା । ଆୟୋଗ ଏହି ମାମଲାର ଶୁଣାଣି ପରେ ଅନୁଭବ କରିଥିଲେ ଯେ ପରୀ ହତ୍ୟାର ତଦନ୍ତରେ ପୁଲିସର ଅବହେଳା ରହିଥିବାରୁ ତଦନ୍ତକାରୀ ଅଫିସରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ କେନ୍ଦ୍ରୀୟ ଏଜେନ୍ସୀ ଦ୍ୱାରାଏଜେନ୍ସୀଦ୍ୱାରା ତଦନ୍ତ କରିବାକୁ ଆୟୋଗ ସୁପାରିସ୍ କରିଥିଲେ । ଆୟୋଗ କରିଥିବା ବିସ୍ତୃତ ତଦନ୍ତ ରିପୋର୍ଟ ଓ ସୁପାରିସକୁ ରାଜ୍ୟ ମୁଖ୍ୟ ସଚିବ ଓ କେନ୍ଦ୍ର ଗୃହ ସଚିବଙ୍କୁ ପଠାଇ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଏଣୁ ‘ପରୀ’ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏନସିପିସିଆର୍ କହିଥିଲେ ।<ref>https://odishanewslens.com/?p=38531</ref> SIT ତଦନ୍ତ ଆଦୌ ପରୀକୁ ନ୍ୟାୟ ଦେଇପାରିବ ନାହିଁ । ଘଟଣାର କେନ୍ଦ୍ରୀୟ ସଂସ୍ଥା ଦ୍ବାରା ତଦନ୍ତ ପାଇଁ NCPCR କହି ଥିବାବେଳେ ରାଜ୍ୟ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ବିଜେପି ପ୍ରଶ୍ନ କରିଥିଲା । ତେଣୁ ଏହାର ପ୍ରତିବାଦରେ ଦଳ ପକ୍ଷରୁ ପାଞ୍ଚ ଦିନିଆ ପଦଯାତ୍ରା ଆରମ୍ଭ କରାଯାଇଥିଲା । <ref>https://zeenews.india.com/hindi/zeeodisha/politics/odisha-bjp-5days-pada-yatra-for-pari-justice/810945</ref> ପରୀ ହତ୍ୟା ଘଟଣାରେ CBI ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର କରା ନ ଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ତରଫରୁ କୁହାଯାଇଥିଲା ।
 
== ଅଭିଯୁକ୍ତ ==
ତଦନ୍ତର ଖୁବ ଅଳ୍ପଦିନରେ ଅଭିଯୁକ୍ତକୁ ଧରାଯାଇଥିଲା । ଡିସେମ୍ବର ୨୦ରେ ସେହି ଗ୍ରାମର ଜଣେ କଲେଜ ଛାତ୍ରଙ୍କୁ କ୍ରାଇମ୍‌ବ୍ରାଞ୍ଚ ଏଆଇଟି ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ । ଗିରଫ ପରେ ତାଙ୍କ ନାମ ପ୍ରକାଶ ହୋଇ ନ ଥିଲା । କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଘଟଣାରେ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୭୬(ଏ), ୩୭୬(ଏବି), ୩୬୪, ୩୦୨, ୨୦୧ ଏବଂ ପୋସୋକୋ ଆକ୍ଟ ସେକ୍ସନ ୬ ଅନୁଯାୟୀ ୧୪/୨୦୨୦ ନମ୍ବରରେ ମାମଲା ରୁଜ କରାଯାଇଥିଲା ।<ref>https://www.dharitri.com/the-main-accused-is-in-court/</ref> ୨୧ତାରିଖରେ ତାଙ୍କୁ ନୟାଗଡ଼ ପୋକସୋ (POCSO) କୋର୍ଟରେ ହାଜର କରି ୪ ଦିନ ରିମାଣ୍ଡରେ ନେବାକୁ ଏଆଇଟି ଅନୁମତି ମାଗିଥିଲେ । ପୋକସୋ କୋର୍ଟ ବିଚାରପତି ଉଦୟଭାନୁ ଜେନା ଅଭିଯୁକ୍ତଙ୍କୁ ୩ ଦିନ ଅର୍ଥାତ୍ ଡିସେମ୍ବର ୨୨ ରୁ୨୨ରୁ ୨୪ ଯାଏ ରିମାଣ୍ଡରେ ନେବାକୁ ଏଆଇଟିକୁ ଅନୁମତି ଦେଇଥିଲେ । ଡିସେମ୍ବର ୨୧ରେ ଅଭିଯୁକ୍ତଙ୍କୁ ବିନା ଡେମୋରେ ନୟାଗଡ଼ ସବଜେଲକୁ ପଠାଇ ଦିଆଯାଇଥିଲା ।
 
ଅନ୍ୟପକ୍ଷରେ ଛାତ୍ର ଜଣକ ନାବାଳକ ଓ ନିର୍ଦ୍ଦୋଷ ବୋଲି ତାଙ୍କ ମା’ ଗଣମାଧ୍ୟମକୁ କହିଥିଲେ । ଡିସେମ୍ବର ୨୧ରେ ପ୍ରଥମେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉକ୍ତ ଛାତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ବୟସ ଜାଣିବା ପାଇଁ ଛାତ୍ରଙ୍କ ଓସିଫିକେଶନ ଟେଷ୍ଟ ହୋଇଥିଲା । ସେଥିରୁ ସେ ସାବାଳକ ଥିବା ପ୍ରମାଣ ମିଳିଥିଲା । କିନ୍ତୁ ତାଙ୍କର ଜନ୍ମ ତାରିଖ ୬.୧.୨୦୦୩ ବୋଲି କେତେକ ସାର୍ଟିଫିକେଟରେ ଉଲ୍ଲେଖ ଥିଲା । ଜନ୍ମତାରିଖକୁ ହିସାବ କଲେ ତାଙ୍କୁ ୧୮ ବର୍ଷ ହୋଇନଥିଲା ।
୩୫ କ ଧାଡ଼ି:
* ଜୁଲାଇ ୧୭: ଥାନାରେ ମାମଲା ରୁଜୁ
* ଜୁଲାଇ ୨୩: ଗଳିତ ଶବ ମିଳିଥିବା ପରେ ପୋଷ୍ଟମର୍ଟମ, ଶବ ନଷ୍ଟ ହୋଇଯାଇଥିବାରୁ ରିପୋର୍ଟରେ ମୃତ୍ୟୁର କାରଣ ଅସ୍ପଷ୍ଟ
* ନଭେମ୍ବର ୨୪: ବିଧାନସଭାବିଧାନ ସଭା ସାମ୍ନାରେ ପରୀର ପିତାମାତା ଅଶୋକ ସାହୁ ଏବଂ ସୌଦାମିନୀ ସାହୁଙ୍କ ଆତ୍ମହୁତି ଉଦ୍ୟମ
* ନଭେମ୍ବର ୨୫: କ୍ରାଇମବ୍ରାଞ୍ଚ ତଦନ୍ତ ଲାଗି ବିଧାନସଭାରେବିଧାନ ସଭାରେ ଗୃହମନ୍ତ୍ରୀଙ୍କର ଉତ୍ତର
* ନଭେମ୍ବର ୨୮: ନବୀନ ପଟ୍ଟନାୟକଙ୍କ ଏସଆଇଟି ତଦନ୍ତ ନିର୍ଦ୍ଦେଶ
* ନଭେମ୍ବର ୨୬: ପରୀର ବାପା ଅଶୋକ ସାହୁଙ୍କ ଉପରେ ସଂଘବଦ୍ଧ ଆକ୍ରମଣ
୪୪ କ ଧାଡ଼ି:
* ଡିସେମ୍ବର ୧୦: ନୟାଗଡ଼ ଥାନା ଅଧିକାରୀ ରୀତାରାଣୀ ସାହୁଙ୍କୁ ସସ୍‌ପେଣ୍ଡ, ଏସଡିପିଓ ନିରଞ୍ଜନ ପାଢୀଙ୍କୁ ବଦଳି
* ଡିସେମ୍ବର ୧୬: ତଦନ୍ତ ଅଗ୍ରଗତି ନେଇ ଏସଆଇଟି ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ପରୀ ମୃତ୍ୟୁ ମାମଲା ଷ୍ଟାଟସ୍ ରିପୋର୍ଟ ମୁଦ୍ଦା ଲଫାପାରେ ଦାଖଲ
* ଡିସେମ୍ବର ୨୦: ଯଦୁପୁର ଗ୍ରାମର ଜଣେ କଲେଜ ଛାତ୍ରଙ୍କୁ କ୍ରାଇମ୍‌ବ୍ରାଞ୍ଚ ଏଆଇଟି ଦ୍ଵାରାଏଆଇଟିଦ୍ଵାରା ଅଭିଯୁକ୍ତ ଦର୍ଶାଇ ଗିରଫ
* ଡିସେମ୍ବର ୨୧: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉକ୍ତ ଛାତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
* ଡିସେମ୍ବର ୨୨: ଅରୁଣ ବୋଥ୍ରାଙ୍କ ପ୍ରେସ ବିବୃତ୍ତି ଜରିଆରେ ଅପରାଧର କାରଣ ପ୍ରଘଟ ଓ ବିଭିନ୍ନ ତଥ୍ୟ ପ୍ରମାଣ ଉପସ୍ଥାପନ