"ବିଦୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଲିଙ୍କ୍ ତିଆରି
୫ କ ଧାଡ଼ି:
ବ୍ୟାସଦେବ ଏବଂ ପରିଶ୍ରମୀଙ୍କ ପୁତ୍ରାର୍ଥେ ନିୟୋଗ ସମ୍ଭୋଗରୁ ବିଦୁରଙ୍କ ଜନ୍ମ । [[ଅମ୍ବିକା (ମହାଭାରତ)|ଅମ୍ବିକା]] ଏବଂ [[ଅମ୍ବାଳିକା]], ରାଜା ବିଚିତ୍ରବୀର୍ଯ୍ୟଙ୍କ ପତ୍ନୀ ଥିଲେ । ଉଭୟ ଅମ୍ବିକା ଏବଂ ଅମ୍ବାଳିକା ହସ୍ତିନାପୁରାର ରାଜା ବିଚିତ୍ରବୀର୍ଯ୍ୟଙ୍କ ପତ୍ନୀ ଥିଲେ, ଯିଏ ନିଃସନ୍ତାନ ହୋଇ ମୃତ୍ୟୁ ବରଣ କରିଥିଲେ । ରାଜକୀୟ ବଂଶର ଉତ୍ତରାଧିକାରୀ ନିଶ୍ଚିତ କରିବାକୁ ବ୍ୟଗ୍ର ହୋଇ ମାତା ସତ୍ୟବତୀ ତାଙ୍କର ଅନ୍ୟ ଜଣେ ପୁତ୍ର [[ବ୍ୟାସଦେବ]]<nowiki></nowiki>ଙ୍କୁ ଦୁଇ ବିଧବା ରାଣୀଙ୍କୁ ମାତୃତ୍ୱ ପ୍ରଦାନ କରିବାକୁ ଆକାଂକ୍ଷା କରି ଡକାଇଲେ । ବ୍ୟାସଦେବଙ୍କ ଭଳି ଜଣେ ତପନିଷ୍ଠ ଋଷିଙ୍କ ତେଜରେ ଭୟଭୀତ ହୋଇ [[ଅମ୍ବିକା (ମହାଭାରତ)|ଅମ୍ବିକା]] ତାଙ୍କୁ ଦେଖିବା ପରେ ଆଖି ବନ୍ଦ କରିଦେଲେ ଏବଂ ତାଙ୍କ ଭଉଣୀ ଅମ୍ବାଳିକା ଭୟଭୀତ ହୋଇ ଶେଠୁଆ ହୋଇଗଲେ । ଏଭଳି ସ୍ଥଳେ ବ୍ୟାସଦେବ ତାଙ୍କ ମାତାଙ୍କୁ ସୂଚନା ଦେଇଛନ୍ତି ଯେ ଫଳସ୍ୱରୂପ, ସେମାନେ ଜନ୍ମ କରିଥିବା ପୁଅମାନେ ଯଥାକ୍ରମେ ଅନ୍ଧ (ଧୃତରାଷ୍ଟ୍ର) ଏବଂ ପାଣ୍ଡୁର ବର୍ଣ୍ଣର (ପାଣ୍ଡୁ) ହୋଇଯିବେ ।
 
ଉଭୟ ସନ୍ତାନ ଯୋଗ୍ୟ ଉତ୍ତରାଧିକାରୀ ହେବେ ନାହିଁ ବୋଲି ଭୟରେ ତଥା ଏକ ଯୋଗ୍ୟ ଉତ୍ତରାଧିକାରୀ ପାଇବା ଲୋଭରେ ମାତା ସତ୍ୟବତୀ ବ୍ୟାସଦେବଙ୍କୁ ଅମ୍ବିକାଙ୍କ ମାଧ୍ୟମରେ ଆଉ ଏକ ପୁତ୍ର ଦେବାକୁ କହିଥିଲେ । ପୂର୍ବ ଭୁଲକୁ ନ ଦୋହରାଇବା ପାଇଁ ସତ୍ୟବତୀଙ୍କ ବାରଣ ସତ୍ତ୍ଵେ ବ୍ୟାସଦେବଙ୍କୁ ଭୟ କରି ([[ଅମ୍ବିକା (ମହାଭାରତ)|ଅମ୍ବିକା)]] ନିଜ ସ୍ଥାନରେ ତାଙ୍କ ଚାକରଣୀକୁ ବ୍ୟାସଦେବଙ୍କ ନିକଟକୁ ପଠାଇଲେ । ଏହି କର୍ତ୍ତବ୍ୟନିଷ୍ଠ ମହିଳା ବ୍ୟାସଦେବଙ୍କ ରୂପରେ ଭୟଭୀତ ହୋଇନଥିଲେ ଏବଂ ଜଣେ ସାଧାରଣ, ସୁସ୍ଥ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଏହିପରି ଭାବେ ବିଦୁରଙ୍କ ଜନ୍ମ ।
 
== ପଶାଖେଳ ==
"https://or.wikipedia.org/wiki/ବିଦୁର"ରୁ ଅଣାଯାଇଅଛି