"ଅମ୍ବା (ମହାଭାରତ)" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) ଟିକେ →ପୃଷ୍ଠଭୂମି |
Hpsatapathy (ଆଲୋଚନା | ଅବଦାନ) ଟିକେ →ପୃଷ୍ଠଭୂମି |
||
୭ କ ଧାଡ଼ି:
ମହାଭାରତର 'ଆଦି ପର୍ବ'ରେ କାଶୀ ରାଜ୍ୟରେ ଅମ୍ବାଙ୍କ ସ୍ଵୟଂବର ବିଷୟରେ ବର୍ଣ୍ଣନା କରାଯାଇଛି । ଶାଲ୍ଵ ରାଜକୁମାର ଏବଂ ଅମ୍ବା ଗୁପ୍ତରେ ପ୍ରେମ କରୁଥିଲେ ଏବଂ ଅମ୍ବା ତାଙ୍କ ବେକରେ ବରମାଳା ପିନ୍ଧାଇବାକୁ ପ୍ରତିଶୃତି ଦେଇଥିଲେ । ତିନି ରାଜକୁମାରୀଙ୍କ ସ୍ଵୟଂବର ସଭାକୁ ଭୀଷ୍ମଙ୍କୁ ଡକାଯାଇ ନ ଥିଲା । ତେବେ ଭୀଷ୍ମ ଏହି ତିନି ରାଜକୁମାରୀଙ୍କ ସ୍ଵୟଂବର ବିଷୟରେ ଜାଣିଲେ ଏବଂ ତାଙ୍କ ସାବତ ଭାଇ ବିଚିତ୍ରବୀର୍ଯ୍ୟଙ୍କ ପାଇଁ ରାଜକୁମାରୀଙ୍କୁ ଜିତିବା ପାଇଁ ସ୍ଵୟଂବରକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଭୀଷ୍ମ ରାଜକନ୍ୟାଙ୍କୁ ସାଥିରେ ନେଇଯିବାର ଇଚ୍ଛା ଘୋଷଣା କରନ୍ତେ ଏକତ୍ରିତ ହୋଇଥିବା ଅନ୍ୟା ରାଜାମାନେ ତାଙ୍କୁ ଅଟକାଇବାକୁ ଚେଷ୍ଠା କରିଥିଲେ । ଭୀଷ୍ମ ରାଜକୁମାରୀମାନଙ୍କୁ ତାଙ୍କ ରଥରେ ବାଧ୍ୟ କରି ବସାଇ ସେଠାରୁ ଚାଲିଆସିଲେ । ଭୀଷ୍ମଙ୍କ ସହ ଯେଉଁ ଯୁଦ୍ଧ ହେଲା ସେଥିରେ ଅନ୍ୟମାନେ ପରାସ୍ତ ହେଲେ । ଅମ୍ବାଙ୍କ ଭାବୀ ପତି ଶାଲ୍ଵ ରାଜକୁମାର ମଧ୍ୟ ଭୀଷ୍ମଙ୍କ ସହ ଯୁଦ୍ଧ କରି ପରାସ୍ତ ତଥା ଆହତ ହୋଇଥିଲେ । ତେବେ ଅମ୍ବାଙ୍କ ଅନୁରୋଧକ୍ରମେ ଭୀଷ୍ମ ତାଙ୍କ ଜୀବନ ରକ୍ଷା କରିଥିଲେ । ଅମ୍ବାଙ୍କ ନିଜ ଅଭିଳାଷ ବିଷୟରେ ଜାଣି ନ ଥିବାରୁ ଭୀଷ୍ମ ହସ୍ତିନାପୁରକୁ ଯାଇ ମାତା ସତ୍ୟବତୀଙ୍କ ସମ୍ମୁଖରେ ତିନି ରାଜକୁମାରୀଙ୍କୁ ଉପସ୍ଥାପନ କଲେ । ଅମ୍ବା ଭୀଷ୍ମ ଏବଂ ବ୍ରାହ୍ମଣ ପରିଷଦ ନିକଟକୁ ଯାଇ ପ୍ରକାଶ କରିଥିଲେ ଯେ ସେ ଏବଂ ଶାଲ୍ଵ ପରସ୍ପରକୁ ଭଲ ପାଉଛନ୍ତି ଏବଂ ସେ ତାଙ୍କୁ ସ୍ଵୟଂବରରେ ତାଙ୍କ ସ୍ୱାମୀ ଭାବରେ ବାଛିବାକୁ ଯାଉଛନ୍ତି । ଭୀଷ୍ମ ଏକଥା ଜାଣିବା ପରେ ସ୍ଵୀକାର କରିଛନ୍ତି ଯେ ତାଙ୍କର ଯୁକ୍ତି ଠିକ୍ ଏବଂ ତାଙ୍କୁ ସମ୍ମାନର ସହ ଶାଲ୍ଵଙ୍କ ନିକଟକୁ ପଠାଇଦେଇ ଅମ୍ବିକା ଏବଂ [[ଅମ୍ବାଳିକା]]<nowiki></nowiki>ଙ୍କୁ ବିଚିତ୍ରବୀର୍ଯ୍ୟଙ୍କ ସହ ବିବାହ କରାଇଥିଲେ ।<ref name="googlebooks">{{cite web |last1=Garrett |first1=John |title=A Classical Dictionary of India |url=https://books.google.co.in/books?id=6paBoEtkUt0C&pg=PA27&redir_esc=y#v=onepage&q&f=false |website=www.books.google.co.in |publisher=Atlantic Publishers & Distri |accessdate=9 December 2020 |language=en}}</ref>
ଯେତେବେଳେ ଅମ୍ବା ସୂଚନା ଦେଲେ ଯେ ସେ ରାଜା ଶାଲ୍ଵଙ୍କୁ ତାଙ୍କ ସ୍ୱାମୀ ଭାବରେ ଗ୍ରହଣ କରିଛନ୍ତି, ସେତେବେଳେ ବିଚିତ୍ରବୀର୍ଯ୍ୟ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଭୀଷ୍ମ ତାଙ୍କୁ ରାଜା ଶାଲ୍ଵଙ୍କ ନିକଟକୁ ପଠାଇଲେ । ଅପମାନରେ ଜର୍ଜରିତ ରଜା ଶାଲ୍ଵ କିନ୍ତୁ ଅମ୍ବାଙ୍କୁ ଗ୍ରହଣ କଲେ ନାହିଁ, ତେଣୁ ସେ ହସ୍ତିନାପୁରକୁ ଫେରି ଭୀଷ୍ମଙ୍କୁ କହିଲେ, "ହେ ଆର୍ଯ୍ୟ! ତୁମେ ମୋତେ ବଳପୂର୍ବକ ଆଣିଛ, ତେଣୁ ତୁମେ ମୋତେ ବିବାହ କର ।" ବିବାହ ନ କରିବା ନିମନ୍ତେ ପ୍ରତିଜ୍ଞାବଦ୍ଧ ହେତୁ ଭୀଷ୍ମ ତାଙ୍କ ଅନୁରୋଧ ଗ୍ରହଣ କରିନଥିଲେ । ଅମ୍ବା ଏଥିରେ ମର୍ମାହତ ତଥା କ୍ରୋଧିତ ହୋଇ ଭୀଷ୍ମଙ୍କୁ କହିଲେ ଯେ ତାଙ୍କ ଅପମାନର
== ଆଧାର ==
|