"ଅମ୍ବା (ମହାଭାରତ)" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) ଛାଞ୍ଚ ଯୋଡିବା |
ଟିକେ ବନାନ ଶୁଦ୍ଧି |
||
୫ କ ଧାଡ଼ି:
== ପୃଷ୍ଠଭୂମି ==
ମହାଭାରତର 'ଆଦି ପର୍ବ'ରେ କାଶୀ ରାଜ୍ୟରେ ଅମ୍ବାଙ୍କ ସ୍ଵୟଂବର ବିଷୟରେ ବର୍ଣ୍ଣନା କରାଯାଇଛି । ଶାଲ୍ଵ ରାଜକୁମାର ଏବଂ ଅମ୍ବା ଗୁପ୍ତରେ ପ୍ରେମ କରୁଥିଲେ ଏବଂ ଅମ୍ବା ତାଙ୍କ ବେକରେ ବରମାଲା
ଯେତେବେଳେ ଅମ୍ବା ସୂଚନା ଦେଲେ ଯେ ସେ ରାଜା ଶାଲ୍ଵଙ୍କୁ ତାଙ୍କ ସ୍ୱାମୀ ଭାବରେ ଗ୍ରହଣ କରିଛନ୍ତି, ସେତେବେଳେ ବିଚିତ୍ରବୀର୍ଯ୍ୟ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଭୀଷ୍ମ ତାଙ୍କୁ ରାଜା ଶାଲ୍ଵଙ୍କ ନିକଟକୁ ପଠାଇଲେ । ଅପମାନରେ ଜର୍ଜରିତ ରଜା ଶାଲ୍ଵ କିନ୍ତୁ ଅମ୍ବାଙ୍କୁ ଗ୍ରହଣ କଲେ ନାହିଁ, ତେଣୁ ସେ ହସ୍ତିନାପୁରକୁ ଫେରି ଭୀଷ୍ମଙ୍କୁ କହିଲେ, "ହେ ଆର୍ଯ୍ୟ! ତୁମେ ମୋତେ ବଳପୂର୍ବକ ଆଣିଛ, ତେଣୁ ତୁମେ ମୋତେ ବିବାହ କର ।" ବିବାହ ନ କରିବା ନିମନ୍ତେ ପ୍ରତିଜ୍ଞାବଦ୍ଧ ହେତୁ ଭୀଷ୍ମ ତାଙ୍କ ଅନୁରୋଧ ଗ୍ରହଣ କରିନଥିଲେ । ଅମ୍ବା ଏଥିରେ ମର୍ମାହତ ତଥା କ୍ରୋଧିତ ହୋଇ ଭୀଷ୍ମଙ୍କୁ କହିଲେ ଯେ ତାଙ୍କ ଅପମାନର କାରନ ହେତୁ ସେ ହିଁ ଭୀଷ୍ମଙ୍କ ମୃତ୍ୟୁର କାରଣ ହେବେ । ଏହାପରେ ସେ ପର୍ଶୁରାମଙ୍କ ନିକଟକୁ ଯାଇ ତାଙ୍କ ଯନ୍ତ୍ରଣା ବିଷୟରେ କହିବା ସହ ତାଙ୍କୁ ଏଥି ନିମିତ୍ତ ସାହାଯ୍ୟ ମାଗିଥିଲେ । ପର୍ଶୁରାମ ଅମ୍ବାଙ୍କୁ କହିଲେ, "ବ୍ୟସ୍ତ ହୁଅ ନାହିଁ, ମୁଁ ତୁମକୁ ଭୀଷ୍ମଙ୍କ ସହିତ ବିବାହ କରାଇବି ।" ତାଙ୍କୁ ଡାକିବା ପାଇଁ ପର୍ଶୁରାମ ଭୀଷ୍ମଙ୍କୁ ପଠାଇଥିଲେ କିନ୍ତୁ ଭୀଷ୍ମ ତାଙ୍କ ନିକଟକୁ ଯାଇ ନଥିଲେ । ଏଥିରେ କ୍ରୋଧିତ ହୋଇ ପରଶୁରାମ ଭୀଷ୍ମଙ୍କ ନିକଟରେ ପହଞ୍ଚିଥିଲେ ଏବଂ ଦୁଇ ବୀରଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଥିଲା । ଉଭୟ ଅଦ୍ଭୁତପୂର୍ବ ଯୋଦ୍ଧା ଥିଲେ, ତେଣୁ ବିଜୟ ଏବଂ ପରାଜୟ ସ୍ଥିର ହୋଇପାରିଲା ନାହିଁ । ସର୍ବଶେଷରେ, ଦେବତାମାନେ ହସ୍ତକ୍ଷେପ କରି ଏହି ଯୁଦ୍ଧକୁ ସମାପ୍ତ କଲେ । ନିରାଶ ହୋଇ ଅମ୍ବା ଜଙ୍ଗଲରେ ଅନୁତାପ କରିବାକୁ ଯାଇଥିଲେ ଯେଉଁଠାରେ ସେ ମହାଦେବଙ୍କୁ ସନ୍ତୁଷ୍ତ କରିବାକୁ ଘୋର ତପସ୍ୟା କରିଥିଲେ । ମହାଦେବ ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ ଏବଂ ସେ ହିଁ ପରବର୍ତ୍ତୀ ଜୀବନରେ ଭୀଷ୍ମଙ୍କ ମୃତ୍ୟୁ ଘଟାଇବେ ବୋଲି କହିଥିଲେ । ଏହି ବରକୁ ପ୍ରାପ୍ତ କରି ଅମ୍ବା ଆତ୍ମ ଦାହ କରି ପରବର୍ତ୍ତୀ ଜୀବନରେ ରାଜା ଦ୍ରୁପଦଙ୍କ ଘରେ ଶିଖଣ୍ଡି ଭାବରେ ଜନ୍ମଗ୍ରହଣ କରିଥିଲେ । କୁରୁକ୍ଷେତ୍ର ଯୁଦ୍ଧରେ ଶିଖାଣ୍ଡି ହିଁ ଭୀଷ୍ମଙ୍କ ମୃତ୍ୟୁ ଘଟାଇଥିଲେ, କାରଣ କୃଷ୍ଣ ସେଦିନ ଶିଖାଣ୍ଡିଙ୍କୁ ଅର୍ଜୁନ ରଥର ସମ୍ମୁଖ ଭାଗରେ ଉଭା କରାଇଥିଲେ ଏବଂ ଭୀଷ୍ମ ଶିଖଣ୍ଡିଙ୍କ ପୂର୍ବ ଜନ୍ମ ବୃତ୍ତାନ୍ତ ଜାଣି ଥିବାରୁ ସେ ଜଣେ ସ୍ତ୍ରୀ ବିରୋଧରେ ଅସ୍ତ୍ର ଉଠାଇବାକୁ ମନା କରିଦେଇଥିଲେ । ସୁଯୋଗ ପାଇବା ମାତ୍ରେ ଅର୍ଜ୍ଜୁନ ଭୀଷ୍ମଙ୍କ ଉପରେ ଶରବୃଷ୍ଟି କରିବାକୁ ଲାଗିଲେ, ଯେଉଁଥିପାଇଁ ଭୀଷ୍ମ ଆଘାତ ପାଇ ପୃଥିବୀ ଉପରେ ଟଳିପଡିଲେ ।<ref name="Thehindu">{{cite web |title=Gender as the ultimate weapon |url=https://www.thehindu.com/society/history-and-culture/the-story-of-sikhandi/article19270035.ece |website=The Hindu |accessdate=9 December 2020 |language=en-IN |date=13 July 2017}}</ref>
|