"ବଡ଼ଓଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ url-status ଯୋଡ଼ାଗଲା
୨୮ କ ଧାଡ଼ି:
 
== କିମ୍ବଦନ୍ତି ==
[[ପଦ୍ମପୁରାଣ]]ରେ ଲେଖାଅଛି ଯେ, [[ବ୍ରହ୍ମା]]ଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ [[ଇନ୍ଦ୍ର]], ଧବଳେଶ୍ୱର ମହାଦେବଙ୍କ ନିକଟରେ ବଡ଼ ଓଷା ବ୍ରତ ପାଳନ କରି [[କାର୍ତ୍ତିକ ପୂର୍ଣ୍ଣିମା]]ରେ ବୁଡ଼ ପକେଇ ଶାପମୁକ୍ତ ହୋଇଥିଲେ ।<ref>{{cite web |title=ଏସବୁ ପାଇଁ ପାଳନ କରାଯାଏ ବଡ଼ ଓଷା |url=https://www.dharitri.com/%E0%AC%8F%E0%AC%B8%E0%AC%AC%E0%AD%81-%E0%AC%AA%E0%AC%BE%E0%AC%87%E0%AC%81-%E0%AC%AA%E0%AC%BE%E0%AC%B3%E0%AC%A8-%E0%AC%95%E0%AC%B0%E0%AC%BE%E0%AC%AF%E0%AC%BE%E0%AC%8F-%E0%AC%AC%E0%AC%A1%E0%AC%BC/ |website=www.dharitri.com |publisher=ଧରିତ୍ରୀ |accessdate=28 November 2020 |archiveurl=https://archive.fo/MkvLu|archivedate=28 November 2020 |url-status=live}}</ref>
 
ଉତ୍କଳରେ କ୍ରତୁ ନାମକ ପରମ ଧାର୍ମିକ ରାଜା ଥିଲେ୤ ସେ ଥରେ ଶିକାର ଉଦ୍ଦେଶ୍ୟରେ ବନକୁ ଯାଇଥିଲେ୤ ବନରେ ଲକ୍ଷ୍ୟହୀନଭାବେ ଯାଉଥିବା ବେଳେ ଏକ ଭଗ୍ନ ଶିବମନ୍ଦିର ପାଖରେ ପହଞ୍ଚିଲେ୤ ସେଠାରେ ନାଗପୁରର ରାଜକୁମାରୀ ହରପ୍ରିୟା କ୍ରତୁଙ୍କୁ ବିବାହ କାମନା କରି ପୂଜାକରୁଥିଲେ୤ ସେମାନଙ୍କର ଉଭୟଙ୍କର ଭେଟ ହେଲା ଓ ସେମାନେ ବିବାହ କଲେ୤ ବିବାହ ପରେ ରାଜା ଭୋଗ ବିଳାସରେ ରହି ରାଜ୍ୟକଥା ବୁଝିଲେନାହିଁ୤ ଫଳରେ ବାହ୍ୟଶତ୍ରୁଙ୍କ ପରାଜିତ ହୋଇ ରାଜ୍ୟ ହରାଇବାକୁ ପଡିଲା୤ ସେ ବଣରେ ରାଣୀଙ୍କ ସହିତ ଦୁଃଖରେ କାଳାତିପାତ କଲେ୤ ସେହି ବନରେ ଜଣେ ସନ୍ୟାସୀ ବାସକରୁଥିଲେ୤ ସେ ଶିବପୂଜକ ଥିଲେ୤ ସେ ଥରେ ଶିବଙ୍କ ପୂଜା ଉଦ୍ଦେଶ୍ୟରେ କେତକୀ ଫୁଲ ନେଇ ଯାଉଥିଲେ୤ ରାଜା ସେହିଫୁଲଗୁଡ଼ିକୁ ସନ୍ୟାସୀଙ୍କଠାରୁ ବଳପୂର୍ବକ ଛଡ଼ାଇନେଇ ରାଣୀଙ୍କୁ ଅର୍ପଣକଲେ୤ ମହାଦେବ ରୁଷ୍ଟହେଲେ ଓ ରାଜାଙ୍କୁ କୁଷ୍ଠରୋଗ ହେଲା୤ ତାଙ୍କର ଦୁଃଖ ବଢ଼ି ଚାଲିଲା୤ ରାଣୀ ହରପ୍ରିୟା ପରମ ସତୀ୤ ସେ ସ୍ବାମୀସେବା ଓ ଈଶ୍ବର ଭକ୍ତିରେ ସମୟ ଅତିବାହିତ କରୁଥିଲେ୤ ସେ ଜଣେ ସନ୍ୟାସୀଙ୍କୁ ଭେଟି ସ୍ବାମୀଙ୍କର ଆରୋଗ୍ୟ ଉପାୟ ପଚାରିଲେ୤ ଶିବଭକ୍ତଙ୍କ ଅଭିଶାପରୁ ରାଜାଙ୍କୁ କୁଷ୍ଠରୋଗ ହୋଇଛି ବୋଲି ସନ୍ୟାସୀ କହିଲେ୤ ରାଣୀ ସନ୍ୟାସୀଙ୍କ ପରାମର୍ଶରେ ମହାନଦୀ ଗର୍ଭରେ ଥିବା ଧବଳେଶ୍ବରଙ୍କ ନିକଟରେ ନିଷ୍ଠାର ସହିତ ବଡ଼ଓଷା ବ୍ରତ ପାଳନ କଲେ ୤ ଶିବ ସନ୍ତୁଷ୍ଟ ହୋଇ ବର ପ୍ରଦାନ କଲେ ୤ କ୍ରତୁ ରୋଗମୁକ୍ତ ହେଲେ ସପତ୍ନିକ ପୁତ୍ର ସନ୍ତାନ ଓ ରାଜ୍ୟ ସହିତ ସୁଖରେ ରାଜତ୍ବ କଲେ୤ ଅରବିନ୍ଦ ପଟ୍ଟନାୟକ, ବ୍ରତ ସାହିତ୍ୟ, ପୃଷ୍ଠା-୮୨-୮୩ <ref>{{cite book |last1=ପଟ୍ଟନାୟକ |first1=ଅରବିନ୍ଦ |title=ବ୍ରତ ସାହିତ୍ୟ |publisher=ଓଡ଼ିଶା ସାହିତ୍ୟ ଏକାଡେମୀ |location=ଭୁବନେଶ୍ୱର |isbn=୮୧-୭୫୮୬-୧୮୩-୫ |pages=୮୨-୮୩}}</ref>
 
== ଆଧାର ==
"https://or.wikipedia.org/wiki/ବଡ଼ଓଷା"ରୁ ଅଣାଯାଇଅଛି