"ୟାମ ଯାତ୍‍ଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୧ କ ଧାଡ଼ି:
{{About|ରାମାୟଣ କଥାର ବ୍ରହ୍ମଦେଶୀୟ ରୂପ ''ୟାମାୟଣ'' ବା ''ୟାମ ଯାତ୍‍ଦ''||ରାମାୟଣ (ବହୁବିକଳ୍ପ)}}
 
{{multiple image|align=right|direction=vertical|image1=19th-century Ramayana manuscript, Rama Thagyin, Myanmar version, Ravana (Dathagiri) sends Gambi as golden deer (Shwethamin) to deceive Sita (Thida).jpg|width1=216|image2=19th-century Ramayana manuscript, Rama Thagyin, Myanmar version, Ravana (Dathagiri) dressed as a begging monk to deceive Sita (Thida).jpg|width2=216|image3=19th-century Ramayana manuscript, Rama Thagyin, Myanmar version, the monkey army building a stone bridge to cross sea on way to Lanka, Burmese script.jpg|width3=216|caption3=ବ୍ରହ୍ମଦେଶୀୟ ଚିତ୍ରରେ ରାମାୟଣ କଥା: ସୁବର୍ଣ୍ଣ ମୃଗ ସୀତାଙ୍କ ନିକଟକୁ ପଠାଇବା (ଉପର), ଭିକ୍ଷୁ ବେଶରେ ରାବଣ ସୀତାଙ୍କ ନିକଟକୁ ଆସିବା (ମଝି), ବାନର ସେନାଦ୍ଵାରାସେନାଦ୍ୱାରା ସେତୁ ନିର୍ମାଣ (ତଳ)}}
'''ୟାମ ଯାତ୍‍ଦ''' (ଇଂରାଜୀରେ '''Yama Zatdaw''', ବ୍ରହ୍ମଦେଶୀୟ ଭାଷାରେ '''ရာမဇာတ်တော်''') [[ବ୍ରହ୍ମଦେଶ|ବ୍ରହ୍ମଦେଶର]] ଜାତୀୟ ମହାକାବ୍ୟ ପରି ଓ ଏହା [[ରାମାୟଣ|ରାମାୟଣର]] ବ୍ରହ୍ମଦେଶୀୟ ରୂପାନ୍ତରଣ । ବ୍ରହ୍ମଦେଶୀୟ ଭାଷାରେ ଏହି କାବ୍ୟକୁ ''ୟାମାୟଣ'' କୁହନ୍ତି । ୟାମ ଯାତ୍‍ଦ ନାମରେ ୟାମ ଶବ୍ଦ ରାମକୁ ବୁଝାଉଥିବା ବେଳେ ଯାତ୍‍ଦ ଶବ୍ଦ ତେରବାଦ ବୌଦ୍ଧ ପରମ୍ପରାର ଜାତକ କଥାରୁ ଗୃହୀତ । ୟାମ ଯାତ୍‍ଦ ଓ ମୂଳ ରାମାୟଣର କଥା, ବିଷୟ ବସ୍ତୁ ଏକା ହୋଇଥିବା ବେଳେ କେବଳ ଚରିତ୍ରମାନଙ୍କ ନାମରେ ଭିନ୍ନତା ପରିଲକ୍ଷିତ ହୋଇଥାଏ ।
 
ରାଜା ଅନୋରଥଙ୍କ ରାଜୁତି କାଳରେ ବ୍ରହ୍ମଦେଶର ମୌଖିକ ଶିକ୍ଷା ପରମ୍ପରାରେ ୟାମ ଯାତ୍‍ଦ ପ୍ରଥମେ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ । କିନ୍ତୁ ସେହି କାବ୍ୟ ବାଲ୍ମିକୀଙ୍କ ସଂସ୍କୃତ ରାମାୟଣରୁ ଉଦ୍ଧୃତ ବା ତାହା ସହ କେତେ ସମାନ ଥିଲା ତାହା ଅଜଣା । ବାଗାନ ନଗରୀର ନାଥଲୌଂଗ ବିଷ୍ଣୁ ମନ୍ଦିରରେ ନିର୍ମିତ କିଛି ପ୍ରସ୍ତର ମୂର୍ତ୍ତି ମଧ୍ୟରୁ ଗୋଟିଏ ମୂର୍ତ୍ତି ରାମଚନ୍ଦ୍ରଙ୍କର । ବ୍ରହ୍ମଦେଶୀୟ ସାହିତ୍ୟକୁ ଅନୁଧ୍ୟାନ କଲେ ୧୫୨୭ ଖ୍ରୀଷ୍ଟାବ୍ଦ ପୂର୍ବରୁ [[ହନୁମାନ|ହନୁମାନଙ୍କ]] ଉଲ୍ଲେଖ ବିଭିନ୍ନ ରଚନାରେ ରହିଥିବା ଜଣାପଡ଼େ ।
 
ଅୟୁଥୟା ସାମ୍ରାଜ୍ୟ ବ୍ରହ୍ମଦେଶୀଙ୍କୁ ବହୁ ମାତ୍ରାରେ ପ୍ରଭାବିତ କରିଥିଲା । କୋନାବୌଂଗ ବଂଶର ରାଜାମାନଙ୍କ ବାରମ୍ଵାରବାରମ୍ୱାର ଆକ୍ରମଣ ଯୋଗୁଁ [[ରାମାକିଅନ|ରାମାକିଅନର]] କଥା ଓ ତରିତ୍ରମାନ ବ୍ରହ୍ମଦେଶର ରାମାୟଣ କାବ୍ୟରେ ପ୍ରବେଶ କରିଥିଲା । ୧୭୭୫ ମସିହାରେ ୟୁ ଔଂଗ ଫ୍ୟୋ ରାମ ସାକ୍ଷନ ନାମକ ଏକ ଗ୍ରନ୍ଥ ରଚନା କରିଥିଲେ । ଏହା ବାଲ୍ମିକୀ ରାମାୟଣ ପରି ବାଳ କାଣ୍ଡରେ ଆରମ୍ଭ ହୋଇଯୁଦ୍ଧ କାଣ୍ଡରେ ଶେଷ ହୁଏ । ଏହା ଛଡ଼ା ବ୍ରହ୍ମଦେଶର ଅନ୍ୟାନ୍ୟ ସାହିତ୍ୟିକ ରଚନା ଓ ଶାସ୍ତ୍ରୀୟ ସଙ୍ଗୀତରେ ମଧ୍ୟ ରାମାୟଣର ଛାପ ଦେଖିବାକୁ ମିଳେ । ୟୁ ତୋଙ୍କଦ୍ଵାରାତୋଙ୍କଦ୍ୱାରା ରଚିତ ''ୟାମ ୟାକାନ - ရာမရကန်'' (ରାମଙ୍କ ଗୀତ) ଓ ''ଥୀଦା ୟାକାନ – သီတာရကန်'' (ସୀତାଙ୍କ ଗୀତ) ୧୭୮୪ ମସିହାର ରଚନା । ''ୟାମ ପ୍ୟାଜାତ୍ – Yama pyazat – ရာမပြဇာတ်'' (ରାମାୟଣ ନାଟକ) ଏବଂ ''କାଲୟ ୟାମ ୱୁଥୁ – ကလေးရာမဝတ္ထု'' (ରାମଙ୍କ ବାଲ୍ୟ/ତରୁଣ ଜୀବନ) ଯଥାକ୍ରମେ ୧୭୮୯ ଓ ୧୮୦୦ ମସିହାରେ ରଚିତ ହୋଇଥିଲା ।<ref>[https://web.archive.org/web/20090120072853/http://borobudurpark.co.id/en-ramayana.html "Ramayana, the old ancient wonder of the world was one center of a romantic powerful empire"]</ref>
 
ସ୍ଥାନୀୟ ମୋନ ଲୋକଙ୍କ ରାମାୟଣକୁ ''ଲୋଇକ୍ ସାମୋଇଂଗ୍ ରାମ'' କୁହାଯାଏ । ଉତ୍ତମ ନାମକ ଜଣେ ବୌଦ୍ଧ ସନ୍ୟାସୀ ୧୮୩୪ ମସିହାରେ ଏହାର ରଚନା କରିଃଥିଲେ । ବ୍ରହ୍ମଦେଶର ରାଜଧାନୀରେ ୟାମ ଯାତ୍‍ଦ ଅତି ଲୋକପ୍ରିୟ ହୋଇଥିବାରୁ ଲୋଇକ୍ ସାମୋଇଂଗ୍ ରାମର ରଚୟିତା ସେଥିରୁ ଅନୁପ୍ରାଣିତ ହୋଇ ନିଜର ରଚନା କରିଥିବା ନିଜେ ଉପକ୍ରମରେ କହିଛନ୍ତି । କିନ୍ତୁ ରାମାୟଣର ମୋନ ରୂପାନ୍ତରରେ ଥାଇ, ଜାଭା ଓ ମାଳୟ ଭାଷାର ରାମାୟଣ ସହିତ କିଛି ସାମଞ୍ଜସ୍ୟ ରହିଥିବାର ଦେଖାଯାଏ । ପୁଣି ଅନ୍ୟ ସବୁ ରାମାୟଣରେ ନଥିବା କିଛି ସ୍ଵତନ୍ତ୍ରସ୍ୱତନ୍ତ୍ର ଅଧ୍ୟାୟ ମଧ୍ୟ ମୋନ ରାମାୟଣରେ ରହିଛି ।<ref>[http://www.cseas.kyoto-u.ac.jp/seas/34/2/340202.pdf "Salient features of Mon Rama story" by Toru Ohno]</ref>
 
== ଚରିତ୍ରାବଳୀ ==