"କାମି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
[[File:Amaterasu cave crop.jpg|thumb|left|[[ଆମାତେରାଶୁ]], ଶିଣ୍ଟୋବାଦରେ ଏକ ମୁଖ୍ଯ କାମି]]
 
'''''କାମି''''' (ଜାପାନୀ: [[:wikt:神|神]], kaꜜmiକାମି) ହେଉଛନ୍ତି ଜାପାନୀ ଶିଣ୍ଟୋବାଦରେ ଆରାଧିତ ପ୍ରାକୃତିକ ତଥା ଆଲୌକିକ ସତ୍ତା, ଈଶ୍ବର, ଦେବତା, ଯକ୍ଷ, ବିଦ୍ଯାଧର ଇତ୍ଯାଦି । ଜାପାନୀ ଲୋକବିଶ୍ୱାସରେ ଯେ କୌଣସି ପ୍ରାକୃତିକ ଶକ୍ତି, ଭୂମିରୂପ ଯଥା - ପାହାଡ଼, ପର୍ବତ, ନଦୀ, ଝରଣା ତଥା ପୋଖରୀ ଆଦି, ପୂର୍ବଜଙ୍କ ଆତ୍ମା, ସ୍ଥାନୀୟ ଶାସକ, ରାଷ୍ଟ୍ରୀୟ ଶାସକ (ସମ୍ରାଟ ତଥା ଶୋଗୁଁ ଆଦି), ଅନ୍ୟ ଧର୍ମର ଦେବୀଦେବତା (ବୌଦ୍ଧ ଧର୍ମର ଦେବୀଦେବତା) ତଥା ଆଲୌକିକ ଶକ୍ତିଙ୍କୁ କାମି ଭାବରେ ପୂଜାର୍ଚ୍ଚନା କରାଯାଇଥାଏ । କେତେକ କାମିଙ୍କୁ ସମ୍ପୂର୍ଣ୍ଣ [[ଜାପାନୀ କୁଳ|ଜାତି]]ର ପୂର୍ବଜ ଭାବେ ଚିତ୍ରିତ କରାଯାଇଥାଏ । ଏହା ମଧ୍ଯ ବିଶ୍ବାସ କରାଯାଏ ଯେ ଯଦି ମୃତ୍ଯୁ ପୂର୍ବରୁ ଜଣେ ମହତ୍ବପୂର୍ଣ୍ଣ ବ୍ଯକ୍ତି ନିଜ ଜୀବନରେ କାମିଙ୍କ ସମାନ ଦିବ୍ଯ ଗୁଣ ଓ ସଂସ୍କାର ଧାରଣ କରିଥାଏ ତେବେ ମୃତ୍ଯୁ ପରେ ସେ ନିଜେ କାମିରୂପକୁ ପ୍ରାପ୍ତ ହୁଏ । କେତେକ ମହାନ ଶାସକ ଯଥା [[ଜାପନର ସମ୍ରାଟ]]ଗଣଙ୍କୁ ମରଣୋତ୍ତର କାମି ବୋଲି ଗ୍ରହଣ କରାଯାଏ ।<ref name="Tamura">{{cite book|last1=Tamura|first1=Yoshiro|title=Japanese Buddhism: A Cultural History|date=2000|publisher=Kosei Publishing|location=Tokyo|isbn=4333016843|edition=1st}}</ref>
 
ଶିଣ୍ଟୋବାଦରେ କାମି ପ୍ରକୃତିଠାରୁ ଭିନ୍ନ ନୁହଁନ୍ତି, ଅପିତୁ ପ୍ରକୃତିର ଅଟନ୍ତି ଯାହାଙ୍କ ପାଖରେ ସକାରାତ୍ମକ ତଥା ନକାରାତ୍ମକ ଉଭୟ ଗୁଣ ବିଦ୍ଯମାନ । ସେମାନେ [[ମୁସୁବି]] ([[wiktionary:結び|結び]]), ଅର୍ଥାତ୍ ଏହି ବିଶ୍ବକୁ ବାନ୍ଧି ରଖିଥିବା ଶକ୍ତିର ସ୍ୱରୂପ, ।<ref name="Boyd">{{cite journal|last1=Boyd|first1=James W.|last2=Williams|first2=Ron G.|title=Japanese Shintō: An Interpretation of a Priestly Perspective|journal=Philosophy East and West|date=1 January 2005|volume=55|issue=1|pages=33–63|jstor=4487935|doi=10.1353/pew.2004.0039}}</ref> କାମିମାନେ ଏକ ଭିନ୍ନ ବିଶ୍ୱରେ ନିବାସ କରନ୍ତି, ଯାହାକୁ ''ଶିଙ୍କାଇ'' (ଜାପାନୀ; 神界 - କାମିଙ୍କ ବିଶ୍ୱ) କୁହାଯାଏ । ପ୍ରକୃତି ସହ ତାଳ ମିଳାଇ ସମ୍ପୂର୍ଣ୍ଣ ସହଯୋଗରେ ଚାଲିବାକୁ ''କାମିଙ୍କ ପଥ'' (随神の道 କିମ୍ବା 惟神の道; କାନ୍ନାଗାରାନୋ ମିଚି) କୁହାଯାଏ ।
"https://or.wikipedia.org/wiki/କାମି"ରୁ ଅଣାଯାଇଅଛି