"ଶେଖ ମୁଜିବୁର ରହମାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ MKar ପୃଷ୍ଠାଟିକୁ ଶେଖ୍‌ ମୁଜିବୁର୍ ରହମାନ୍ରୁ ଶେଖ ମୁଜିବୁର ରହମାନକୁ ଘୁଞ୍ଚାଇଲେ: ହଳନ୍ତ ରହିତ ନାମ
ଟାଇପୋ
୧ କ ଧାଡ଼ି:
'''ଶେଖ ମୁଜିବୁର ରହମାନ''' (ବଙ୍ଗାଳୀ: শেখ মুজিবুর রহমান; ୧୭ ମାର୍ଚ୍ଚ ୧୯୨୦ - ୧୫ ଅଗଷ୍ଟ ୧୯୭୫) ଜଣେ ବାଂଲାଦେଶୀୟ ରାଜନୈତିଜ୍ଞ ତଥା ଜାତୀୟ ନେତା ଥିଲେ। ତାଙ୍କୁ ବାଂଲାଦେଶରେ "ଜାତିର ପିତା" ଓ "ବଙ୍ଗବନ୍ଧୁ" ଉପାଧିରେ ଭୁଷିତ କରାଯାଇଛି । ସେ ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ଭାବରେ ଏବଂ ପରେ ୧୭ ଏପ୍ରିଲ ୧୯୭୧ ରୁ ୧୫ ଅଗଷ୍ଟ ୧୯୭୫ ରେ ତାଙ୍କର ହତ୍ୟାକାଣ୍ଡ ପର୍ଯ୍ୟନ୍ତ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ୧୯୪୯ ମସିହାରେ ପାକିସ୍ତାନର ପୂର୍ବ ପାକିସ୍ତାନ ଭିତ୍ତିକ ରାଜନୈତିକ ଦଳ ଆୱାମୀ ଲିଗର ଅଗ୍ରଣୀ ନେତା ଭାବେ ଉଭା ହୋଇଥିଲେ। ତାଙ୍କୁ ବାଂଲାଦେଶର ସ୍ୱାଧୀନତା ପାଇଁ ମୁଖ୍ୟ ପ୍ରେରଣା ବୋଲି ବିବେଚନା କରାଯାଏ । ସେ ୧୯୭୧ ମସିହାରେ ବାଂଲାଦେଶ ମୁକ୍ତି ଆନ୍ଦୋଳନ ଏବଂ ବାଂଲାଦେଶ ମୁକ୍ତି ଯୁଦ୍ଧର କେନ୍ଦ୍ରୀୟ ବ୍ୟକ୍ତିତ୍ୱ ଥିଲେ ।। ତାଙ୍କ ଝିଅ ଶେଖ ହସିନା ଆୱାମୀ ଲିଗର ବର୍ତ୍ତମାନର ନେତା ତଥା ବାଂଲାଦେଶର ପ୍ରଧାନମନ୍ତ୍ରୀ ଅଟନ୍ତି।
==ବ୍ୟକ୍ତିଗତ ଜୀବନ==
[[File:Sheikh_Mujibur_Rahman_in_1950.jpgthumbjpg|thumb|ମୁଜିବଙ୍କ ୧୯୫୦ ଦଶକରେ]]
ମୁଜିବ ବ୍ରିଟିଶ ଭାରତର ବଙ୍ଗ ପ୍ରଦେଶର ଗୋପାଳଗଞ୍ଜ ଜିଲ୍ଲାର ଟୁଙ୍ଗିପାରାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତାଙ୍କ ନାମ ଶେଖ ଲୁଥଫୁର ରହମାନ ଏବଂ ତାଙ୍କ ପତ୍ନୀ ଶେଖ ସାୟେରା ଖାତୁନର । ତାଙ୍କ ପିତା ଗୋପାଳଗଞ୍ଜ ସିଭିଲ କୋର୍ଟର ସେରେସ୍ତାଦର (କୋର୍ଟ କିରାଣୀ) ପଦବୀରେ ଚାକିରି କରୁଥିଲେ । ଚାରି ଭଉଣି ଓ ଦୁଇ ଭାଇଙ୍କ ମଧ୍ୟରେ ମୁଜିବ୍ ତୃତୀୟ ସନ୍ତାନ ଥିଲେ ।