"ଲକ୍ଷ୍ମଣ ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: Reverted ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଆଜି ମାଥିଲି ଗୁଳିକାଣ୍ଡ ଦିବସ ଅଗଷ୍ଟ ୨୧ ମୋତେ ଯାହା ମନେ ପଡେ, ପଢା ବହିରୁ, ମୋ ପରିବାର ଏବଂ ପାରିପାର୍ଶ୍ବିକ ଜ୍ଞାନ ଆହରଣରୁ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଇଂରେଜ ଅାନ୍ଦୋଳନ ଅଗଷ୍ଟ ୯ ତାରିଖ ଦିନ କୋରାପୁଟ ଅଞ୍ଚଳର ପ୍ରମୁଖ କଂଗ୍ରେସ ନେତା ରାଧାକୃଷ୍ଣ ବିଶ୍ୱାସରାୟ, ରାଧାମୋହନ ସାହୁ ଏବଂ ସଦାଶିବ ତ୍ରିପାଠୀଙ୍କୁ ଗିରଫ କରାଯାଇଥିଲା ଏବଂ ଜିଲ୍ଲା କଂଗ୍ରେସ ଅଫିସ୍‍କୁ ବାଜ୍ୟାପ୍ତ କରି ଦିଅାଯାଇଥିଲା । ଏହାପରେ ସୁଦୂର ଏବଂ ବଣ ଜଙ୍ଗଲ ଘେରା କୋରାପୁଟରେ ଯେ ଅଗଷ୍ଟ ବିପ୍ଳବ ଅାରମ୍ଭ ହୋଇ ପାରିବ- ଏହି ଅାଶଙ୍କା ସରକାର କରି ପାରୁ ନଥିଲେ । ମାତ୍ର କୋରାପୁଟରେ ଅାନ୍ଦୋଳନ ଖୁବ୍‍ ତୀବ୍ର ରୂପ ନେଲା ଏବଂ ତା...
ଟ୍ୟାଗସବୁ: Reverted ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୫ କ ଧାଡ଼ି:
୧୯୨୧ ମସିହାରେ [[ମହାତ୍ମାଗାନ୍ଧି]]ଙ୍କ ଡାକରାରେ [[ଅସହଯୋଗ ଆନ୍ଦୋଳନ]] ଆରମ୍ଭ ହୋଇଥିଲା ଓ ଏହାର ଦମନ ସ୍ୱରୂପ ବ୍ରିଟିଶ ସରକାର ନାନାଦି ଅତ୍ୟାଚାର ସହ ନୂତନ ଟିକସ ମାନ ଲାଗୁ କରିଥିଲେ । ଏହି ସମୟରେ ବିଭିନ୍ନ ସଶସ୍ତ୍ର ଆଦିବାସୀ ବିଦ୍ରୋହ ଦେଖାଯାଇଥିଲା । କୋରାପୁଟ ଜିଲ୍ଲାର ଗୁଣୁପୁର ,ରାୟଗଡାରେ “ଗୁମ୍ମା ଗରବା ମେଳି” ବା “ଗାଇବା ପିଲା ମେଳି” ସଂଘଟିତ ହେଇଥଲା । [[ପାରଳାଖେମୁଣ୍ଡି]] ଅଞ୍ଚଳର ମୁଠାଦାର ମାନେ ସରକାରଙ୍କ ବିରୁଦ୍ଧରେ ମେଳି କରିଥିଲେ । କୋରପୁଟକୁ ଲାଗି [[ମଧ୍ୟପ୍ରଦେଶ]] ( ବର୍ତମାନର [[ଛତିଶଗଡ଼]] )ରେ “ବସ୍ତର ମେଳି” ନାମରେ ବିପ୍ଲବ ହେଇଥିଲା । ଏହି ସମୟରେ [[ଆନ୍ଧ୍ରପ୍ରଦେଶ]]ରେ ଆଲୁରୀ ସୀତାରାମ ରାଜୁଙ୍କ ନେତୃତ୍ୱରେ ''ରମ୍ଫା ଫିତୁରୀ '' ବା ମେଳି ଅନ୍ୟତମ ମୁଖ୍ୟ ଘଟଣା । ଏହି ମେଳି ଆଦିବାସୀମାନଙ୍କ ମଧ୍ୟରେ ବହୁଳ ଭାବରେ ବନ୍ଧୁକର ବ୍ୟବହାର ପ୍ରସାର କରିଥିଲା । ଏହା ଲକ୍ଷ୍ମଣ ନାୟକଙ୍କ ସ୍ଥାନ ମାଲକାନିଗିରି ଓ ଆନ୍ଧ୍ରର ପର୍ବତ୍ୟାଞ୍ଚଳରେ ସଂଘଟିତ ହେଇଥିଲା । ଏହି ମେଳିରେ ଯୋଗଦାନ କରିଥିବା କକୁର୍କୋଣ୍ଡଆ ଗ୍ରାମର କୋୟା ୟୁବକ ଚନ୍ଦ୍ର କୁଟିୟାଙ୍କ ସଂସ୍ପର୍ଶରେ ଲକ୍ଷ୍ମଣ ଆସି ତାଙ୍କଠୁ ବନ୍ଧୁକ ଚାଳନା ଶିକ୍ଷା କରିବା ସହ ନିଜ ଅଞ୍ଚଳରେ ସଶସ୍ତ୍ର ବିପ୍ଲବ ନିମନ୍ତେ ପରିକଳ୍ପନା କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ପରାସ୍ତ ସୀତାରାମ ରାଜୁଙ୍କ ଆତ୍ମସମର୍ପଣ ସହ ଏହି ବିପ୍ଲବ ଓ ଯୋଜନାର ଅବସାନ ଘଟିଥିଲା ।
 
== ସ୍ୱାଧିନତା ସଂଗ୍ରାମ ==
୧୯୩୬ ମସିହା [[ଅପ୍ରେଲ]] ୧ ତାରିଖରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ରୂପରେ ଆତ୍ମପ୍ରକାଶ କରିଥିଲା । [[ସାର ଜନ ଅଷ୍ଟିନ ହବାକ]] ହେଲେ ଓଡ଼ିଶାର ପ୍ରଥମ ଗଭର୍ଣ୍ଣର। ଏକଦା ତାଙ୍କ କୋରାପୁଟ ଗସ୍ତ ସମୟରେ ତାଙ୍କ ପ୍ରତିନିଧି ଭାବରେ ତତ୍କାଳିନ ଜୟପୁର ରାଜା ସମସ୍ତ ସୁଖସୁବିଧାର ଆୟୋଜନ କରିଥିଲେ । ମାତ୍ର ଏଥି ନିମନ୍ତେ ଆଦିବାସୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲା । ସମସ୍ତ ପ୍ରକାରର ଉପଲବ୍ଧ ଉତ୍ତମ ଖାଦ୍ୟଦ୍ରବ୍ୟ ବିନାମୂଲ୍ୟରେ ସରକାରଙ୍କୁ ଦେବାସହ ସାହେବଙ୍କ ସେବାନିମନ୍ତେ ବେଠି ଖଟିବାକୁ ପଡ଼ିଥିଲା । ପ୍ରତିବାଦର ପରିଣାମ ଥିଲା ରାଜଦଣ୍ଡ । ସାହେବ ଓ ତାଙ୍କ ଅମଲାମାନଙ୍କର ଏ ଅତ୍ୟାଚରରେ ବିଚଳିତ ଲକ୍ଷ୍ମଣ ନାୟକ ନିଜ ଲୋକଙ୍କ ଦୂରବସ୍ଥା ବିଷୟରେ ତତ୍କାଲିନ ଘୁମର ଗ୍ରାମ ପଞ୍ଚାୟତର କଂଗ୍ରେସ ସଭାପତି ନିଳକଣ୍ଠ ପାତ୍ରଙ୍କୁ ଜଣାଇଥିଲେ । ନିଳକଣ୍ଠ ପାତ୍ର ଆଦିବାସୀମାନେ ହରାଇଥିବା ସମସ୍ତ ସମ୍ପତିର ତାଲିକା ପ୍ରସ୍ତୁତ କରି ଜୟପୁରର ରାଧାକୃଷ୍ଣ ବିଶ୍ୱାସରାୟଙ୍କ ନିକଟକୁ ଯାଇଥିଲେ ଓ ସେ ଏ ସମ୍ବାଦକୁ ଖବର କାଗଜରେ ପ୍ରକାଶ କରିବା ପରେ ତୀବ୍ର ପ୍ରତିକିୟା ପ୍ରକାଶ ପାଇଥିଲା । ପରିଣାମ ସ୍ୱରୂପ ଇଂରେଜ ସରକାର ଲୋକମାନଙ୍କ ଠାରୁ ନିଆଯାଇଥିବା ଜିନିଷର ମୂଲ୍ୟ ଫେରାଇଥିଲେ । ଏହି ଘଟଣା ଫଳରେ ଲକ୍ଷ୍ମଣ ନାୟକଙ୍କ ମନରେ ଅହିଂସା ଓ ତତ୍କାଲିନ କଂଗ୍ରେସ ଉପରେ ବିଶ୍ୱାସ ଜନ୍ମିଥିଲା । ୧୯୩୭-୩୮ରେ ରାଧାକୃଷ୍ଣ ବିଶ୍ୱାସରାୟ ଜୟପୁର ନିକଟସ୍ଥ ନୂଆପୁଟରେ ଖୋଲିଥିବା ତାଲିମ ଶିବିରରେ ଯୋଗଦାନ କରି ମହାତ୍ମାଗାନ୍ଧିଙ୍କ ଦର୍ଶିତ ଆଦର୍ଶ ନୀତି ଓ ଶୃଙ୍ଖଳିତ ଜୀବନଯାପନ ବିଷୟରେ ଶିକ୍ଷା ଲାଭ କରିଥିଲେ ।
 
==ସଂଗ୍ରାମୀ ଜୀବନ==
ତାଲିମ ଶିବିରରୁ ଫେରି ଲକ୍ଷ୍ମଣ କୋରାପୁଟରେ ଖଦୀ ଓ ଅହିଂସାର ପ୍ରଚାର ଓ ପ୍ରସାରରେ ଯୋଗ ଦେଇଥିଲେ । ପଶୁବଳିକୁ ବିରୋଧ କରିବା ସହ ନିଜର ତିଶାରି ବୃତ୍ତିରେ ଆଉ ପଶୁବଳି ଦେଇନଥିଲେ । ଲକ୍ଷ୍ମଣ ଗାଁକୁ ଗାଁ ବୁଲି ଲୋକଙ୍କୁ ନିର୍ଭିକ ହେବା ସହ ସରକାରଙ୍କୁ ଟିକସ ନ ଦେବା ଅହିଂସା ମାର୍ଗରେ ପରିଚାଳିତ ହେବା ମଦ୍ୟ ତ୍ୟାଗ କରିବା ସହ ଏକ ଶୃଙ୍ଖଳିତ ଜୀବନ ଧାରଣ ନିମନ୍ତେ ବାର୍ତ୍ତା ପ୍ରଚାର କରୁଥିଲେ । ତାଙ୍କର ପ୍ରଧାନ ସହାୟକ ମଧ୍ୟରେ ବଲରାମ ସିଂ ପୁଜାରୀ,ମୋତିରାମ ସିଂ ପୁଜାରୀ ,ବନସିଂ ପୁଜାରୀ,କୃଷ୍ଣଚନ୍ଦ୍ର ବିଶୋଇ ପ୍ରମୁଖ ଥିଲେ । କୃଷ୍ଣଚନ୍ଦ୍ର ସାକ୍ଷରତା ଅଭିଯାନରେ ସାହାଯ୍ୟ କରି କୋରାପୁଟର ଉଦୟଗିରିଠାରେ ଏକ ସ୍କୁଲ ଖୋଲିଥିଲେ । ଏକ ମୁସ୍ତାଦାର ହୋଇ ମଧ୍ୟ ଲୋକଙ୍କୁ କର ନ ଦେବା ପାଇ କହିବାର ପରିଣାମ ସ୍ୱରୂପ ଲକ୍ଷ୍ମଣଙ୍କୁ ରାଜଦ୍ରୋହୀ ବା ଫିତୁରିଦାର୍ (ଅର୍ଥାତ ରାଜାଙ୍କୁ ବିରୁଦ୍ଧ କରୁଥିବା ମେଳିର ସର୍ଦ୍ଦାର ) ଘୋଷଣା କରି ତାଙ୍କ ଠାରୁ ସରକାରଙ୍କ ତରଫରୁ ଦିଆଯାଇଥିବା ପଦବୀ ଓ ଚାଷ ଜମି ଛଡାଇ ନିଆଯାଇଥିଲା ।