"ଲକ୍ଷ୍ମଣ ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଅଗଷ୍ଟ କ୍ରାନ୍ତି ଦିବସ ବା ଅଗଷ୍ଟ ୨୧ ମାଥିଲି ଗୁଳିକାଣ୍ଡ ଦିବସ ପାଳନ ଅବସରରେ ମୁଁ ମୋ ଜିଜେ ବାପା ସହୀଦ ଲକ୍ଷ୍ମଣ ନାୟକଙ୍କୁ ଗଭୀର ଶୋକ ପ୍ରକାଶ ସହ ଶ୍ରଦ୍ଧାଞ୍ଜଳୀ ଏବଂ ଅଗଷ୍ଟ ୨୧ ମାଥିଲି ଗୁଳିକାଣ୍ଡରେ ଦେଶ ପାଇଁ ପ୍ରାଣ ବଳି ଧାନ ଦେଇଥିବା ସମସ୍ତ କର୍ମ ବୀର ମାନଙ୍କୁ ମୋ ଗଭୀର ପ୍ରଣାମ । ୨୧ ଅଗଷ୍ଟ ଦିନ ଜିଲ୍ଲାର ମାଥିଲିଠାରେ ଭାରତ ଛାଡ ଅାନ୍ଦୋଳନ ଉଗ୍ର ରୂପ ନେଲା । ଅବିଭକ୍ତ କୋରାପୁଟ ଜିଲ୍ଲାସ୍ତରର ଜଣେ କଂଗ୍ରେସ କର୍ମୀ ଲକ୍ଷ୍ମଣ ନାୟକ ସେଠାରେ ଅାନ୍ଦୋଳନର ନେତୃତ୍ୱ ନେଇଥିଲେ । ୧୯୩୬ ମସିହାରୁ ସେ କଂଗ୍ରେସର ପ୍ରାଥମିକ ସଭ୍ୟ ଥିଲେ ଏବଂ 'ଖଜଣା ଛାଡ଼' ଅାନ୍ଦୋଳନ କରି ଗିରଫ ମଧ୍ୟ ହୋଇଥିଲେ । ୧୯୪...
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
(ଅଗଷ୍ଟ କ୍ରାନ୍ତି ଦିବସ ବା ଅଗଷ୍ଟ ୨୧ ମାଥିଲି ଗୁଳିକାଣ୍ଡ ଦିବସ ପାଳନ ଅବସରରେ ମୁଁ ମୋ ଜିଜେ ବାପା ସହୀଦ ଲକ୍ଷ୍ମଣ ନାୟକଙ୍କୁ ଗଭୀର ଶୋକ ପ୍ରକାଶ ସହ ଶ୍ରଦ୍ଧାଞ୍ଜଳୀ ଏବଂ ଅଗଷ୍ଟ ୨୧ ମାଥିଲି ଗୁଳିକାଣ୍ଡରେ ଦେଶ ପାଇଁ ପ୍ରାଣ ବଳି ଧାନ ଦେଇଥିବା ସମସ୍ତ କର୍ମ ବୀର ମାନଙ୍କୁ ମୋ ଗଭୀର ପ୍ରଣାମ । ୨୧ ଅଗଷ୍ଟ ଦିନ ଜିଲ୍ଲାର ମାଥିଲିଠାରେ ଭାରତ ଛାଡ ଅାନ୍ଦୋଳନ ଉଗ୍ର ରୂପ ନେଲା । ଅବିଭକ୍ତ କୋରାପୁଟ ଜିଲ୍ଲାସ୍ତରର ଜଣେ କଂଗ୍ରେସ କର୍ମୀ ଲକ୍ଷ୍ମଣ ନାୟକ ସେଠାରେ ଅାନ୍ଦୋଳନର ନେତୃତ୍ୱ ନେଇଥିଲେ । ୧୯୩୬ ମସିହାରୁ ସେ କଂଗ୍ରେସର ପ୍ରାଥମିକ ସଭ୍ୟ ଥିଲେ ଏବଂ 'ଖଜଣା ଛାଡ଼' ଅାନ୍ଦୋଳନ କରି ଗିରଫ ମଧ୍ୟ ହୋଇଥିଲେ । ୧୯୪...)
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
[[ଦ୍ୱିତୀୟ ବିଶ୍ୱଯୁଦ୍ଧ]] ସମୟରେ ମହାତ୍ମାଗାନ୍ଧିଙ୍କ ଆହ୍ୱାନରେ ବ୍ୟକ୍ତିଗତ ସତ୍ୟାଗ୍ରହରେ ଅଂଶଗ୍ରହଣ କରି ଜେଲଦଣ୍ଡ ପାଇଥିଲେ । ୧୯୪୨ ମସିହା ଅଗଷ୍ଟ ୯ ବମ୍ବେ ଅଧିବେଶନରେ କଂଗ୍ରେସ ବ୍ରିଟିଶ ସରକାର ଭାରତ ଛାଡ ପ୍ରସ୍ତାବ ପାଶ କରିଥିଲା । ଏହା ପରେ ବ୍ରିଟିଶ ସରକାର କଂଗ୍ରେସକୁ ବେଆଇନ ଘୋଷଣା କରିଥିଲା । ଗୁପ୍ତରେ ଏହି ସମ୍ବାଦ ପାଇବା ପରେ ଲକ୍ଷ୍ମଣ ନାୟକ ବଲରାମ ପୁଜାରୀଙ୍କଦ୍ୱାରା ଜୟପୁରରୁ ଆସିଥିବା ନିର୍ଦ୍ଦେଶଗୁଡିକୁ ଆଦିବାସୀ ଭାଷାରେ ଅନୁବାଦ କରାଇ ( “କର ବା ମର”କୁ “ତୋର୍ ବୁତା ତୁଇ କର୍ , ନ ପାରିଲେ ମର୍”) ଗାଁ ଗାଁ ବୁଲି ଲୋକମାନଙ୍କୁ ସତ୍ୟାଗ୍ରହ ଓ ସ୍ୱାଧିନତା ନିମନ୍ତେ ଅହିଂସା ଲଢେଇର ବାର୍ତ୍ତା ପ୍ରଚାର କରିଥିଲେ ।
 
==ମାଥିଲି ଥାନା ଗୁଳିକାଣ୍ଡ==
 
୧୯୪୨ ମସିହା [[ଅଗଷ୍ଟ]] ୨୧ ତାରିଖ ଶୁକ୍ରବାର ଦିନ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ସଂଗ୍ରାମୀମାନେ ମାତିଲି ଥାନା ଘେରାଉ କରିଥିଲେ । ଲକ୍ଷ୍ୟ ଅହିଂସାପୂର୍ଣ୍ଣ ଭାବରେଥାନା ଉପରେ [[ତ୍ରିରଙ୍ଗା ପତାକା]] ଉଡାଇବା ପାଇଁ ଏହି ଆନ୍ଦୋଳନର ଦମନ ନିମନ୍ତେ ପୁଲିସପୋଲିସ କର୍ମୀମାନଙ୍କ ଉପରେ ଲାଠିମାଡ ସହ ଲକ୍ଷ୍ମଣ ନାୟକଙ୍କୁ ଅଲଗା ସମସ୍ତଙ୍କର ଦେଖିଲା ପରି ସ୍ଥାନକୁ ନେଇ ନିସ୍ତୁକ ମାଡ ମାରିବା ସହ ତାଙ୍କର ବୀରକେଶ (ନିଶ)କୁ ଓପାଡି ସେଥିରେ ନିଆଁ ଲଗାଇ ଦେଇଥିଲେ । ବନ୍ଧୁକର ବୟୋନେଟ ମାଡରେ ବେହୋସ ହୋଇପଡ଼ିଥିଲେ ଲକ୍ଷ୍ମଣ ନାୟକ । ଲକ୍ଷ୍ମଣଙ୍କ ଉପରେ ଏତାଦୃଶ୍ୟ ଅତ୍ୟାଚାର ପରେ ମଧ୍ୟ କର୍ମୀ ମାନେ ଆଗକୁ ବଢିଚାଲିବାରୁ ସେମାନଙ୍କ ଉପରେ ପୁଲିସ ଗୁଳିଚାଳନା ଆରମ୍ଭ କରିଦେଇଥିଲା । ମୃତାହତମାନଙ୍କ ମଧ୍ୟରେ ଥିଲେ ଥାନା ଉପରେ ପତାକା ଧରି ଉଡେଇବାକୁ ଚଢ଼ିଥିବା ଟିମସଗୁଡାର ଲିଂଗ ଭୁମିଆ ଓ ସରଗିଗୁଡାର ନକୁଳ ମାଡକାମୀ । ଏ ଗୁଳିକାଣ୍ଡରେ ମାତାଲ ଅବସ୍ଥାରେ ଥିବା ଫରେଷ୍ଟଗାର୍ଡ ଜି.ରାମୟାର ମୃତ୍ୟୁ ହେଇଥିଲା । ଆନ୍ଦୋଳନକୁ ଦମନ କରିବା ପରେ ପୁଲିସ ଲକ୍ଷ୍ମଣ ନାୟକଙ୍କ ଅଚେତ ଶରୀରକୁ ମୃତ ମନେକରି ନିକଟସ୍ଥ ନାଳରେ ଫୋପାଡି ଦେଇଥିଲା । ଚେତା ଫେରିପାଇବା ପରେ ଲକ୍ଷ୍ମଣ ପରିସ୍ଥିତି ବୁଝିପରିଥିଲେ ଓ ଦୁର୍ଗମ ବଣରାସ୍ତା ମଧ୍ୟଦେଇ ଜୟପୁରରେ ପରବର୍ତ୍ତୀ ନିର୍ଦ୍ଦେଶ ପାଇଁ ପହଞ୍ଚିଥିଲେ । ତତପରଦିନ ଲକ୍ଷ୍ମଣ ନାୟକଙ୍କ ଶବ ଦେଖିବାକୁ ନପାଇ ପୁଲିସ ତାଙ୍କୁ ଫେରାର ଘୋଷିତ କରି ଫରେଷ୍ଟଗାର୍ଡ ଜି.ରମାୟାର ହତ୍ୟା ଅଭିଯୋଗରେ ବନ୍ଦୀ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲା ।<ref name="Saheed Laxman Nayak">{{cite web|title=Saheed Laxman Nayak|url=http://www.nuaodisha.com/eminet_personalities/Laxman-Nayak.aspx|work=www.nuaodisha.com|accessdate=12 April 2016}}</ref> ପୁଲିସର ଗିରଫ ପରୱାନ ପରେ ଲକ୍ଷ୍ମଣ ଆତ୍ମଗୋପନ କରିଥିଲେ ମଧ୍ୟ ଲୋକଙ୍କ ଉପରେ ଅତ୍ୟାଚାରର କାହାଣୀ ଶୁଣି ପୁଣି ନିଜ ଗ୍ରାମ ତେନ୍ତୁଲିଗୁମାକୁ ଫେରି ଆସିଥିଲେ ।
 
==ଗିରଫ ଓ ବିଚାର==
ବେନାମି ସଭ୍ୟ