"ଚିଲିକା ହ୍ରଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ସଜାଣି
ଟିକେ (ଶ୍ରେଣୀ:Pages_with_citations_using_unsupported_parameters Fixing)
(ସଜାଣି)
# ପର୍ଯ୍ୟଟକଙ୍କ ଅବିରତ ଯାତ୍ରା ଓ ଭ୍ରମଣ ଚିଲିକା କୂଳ ଓ ଜଳଭାଗ ପ୍ରଦୂଷଣର କାରଣ । ବିଶେଷ କରି ପଲିଥିନ, ପ୍ଲାଷ୍ଟିକ ଓ ସେହିପରି ପ୍ରଦୂଷଣକାରୀ ପଦାର୍ଥର ବ୍ୟବହାର ଉପରେ ପ୍ରାୟତଃ କଟକଣା ନାହିଁ।
# ମୋଟର ଲଞ୍ଚରେ ବ୍ୟବହୃତ ଡିଜେଲ ପରି ତୈଳର ବ୍ୟବହାର ଜଳ ପ୍ରଦୂଷଣର ଅନ୍ୟ କାରଣ। ଫଳତଃ ଜଳୀୟ ପ୍ରାଣୀଙ୍କ ପରିବେଶ ଓ ଖାଦ୍ୟ ବେଶ ପ୍ରଦୂଷିତ ଓ କଳୁଷିତ ହେଉଛି।
==ନୌବାଣିଜ୍ୟ ଯୋଗୁଁ ସ୍ଥାନର ନାମକରଣ==
ଚିଲିକା କୂଳରେ ବନ୍ଦର ଜାଗାମାନଙ୍କରେ ରାଜପଥ ଓ ନଦୀ ଯୋଗେ ମାଲ୍‌ ଆସି ମହଜୁଦ୍‌ ରହୁଥିଲା ବା ସେଠୁ ବିଭିନ୍ନ ସ୍ଥାନକୁ ପଠାଯାଉଥିଲା ରାଜ୍ୟ ଭିତରକୁ। ମାଲ୍‌ ରହିବା ସ୍ଥାନକୁ ମାଲୁଦ ଏହି ନାମରେ ଏବେ ପାରିକୁଦରେ [[ମାଲୁଦ]] ବୋଲି ଜଣାଶୁଣା ଜାଗାଟିଏ ଅଛି। ଚିଲିକା ବକ୍ଷ ଦେଇ ମୁହାଣକୁ ଗଲାବେଳେ ଚିଲିକା ମଧ୍ୟରେ ଅନେକ କୁଦ ବା ଦୀପ ପାରିହେବାକୁ ପଡ଼େ। ଏହା ଦୀପ ସମୂହକୁ ପାରି ହେଉଥିବାରୁ ସେମାନଙ୍କର ନାମ ରଖାଯାଇଛି [[ପାରିକୁଦ]]।
ରାତିରେ ବୋଇତମାନଙ୍କୁ ଦିଗ୍‌ଦର୍ଶନ ପାଇଁ ସେମାନେ ମୁଣ୍ଡିଆ ଉପରେ ପଥରରେ ଖାଲ କରି ସେଥିରେ ଘିଅ ଢ଼ାଳି ବତୀରେ ଅଗ୍ନି ସଂଯୋଗ କରି ଜାଳି ରଖୁଥିଲେ। ଏହିପରି ଏକ ମୁଣ୍ଡିଆର ନାମ [[ଦୀପ ମୁଣ୍ଡିଆ]] ଏବଂ ‘ଖଳା’ ର ନାମ [[ଘିଅଖଳା]]। ସେହିପରି ବୋଇତ ପାଖକୁ ଯିବା ରାସ୍ତାକୁ [[ବୋଇତହୁଡ଼ା]], ପାହାଡ଼ ତଳ ବନ୍ଦରକୁ [[ବୋଇତ ପାହାଡ଼]]। ଏମିତିକି ମାଣିକପାଟଣୀ ଅତୀତ ନୌବାଣିଜ୍ୟର ମୁକସାକ୍ଷୀ ସ୍ୱରୂପ ଏବେ ନାମ ବହନ କରି ବିଦ୍ୟମାନ।<ref>ବିପିନ ବିହାରୀ ମହାନ୍ତି, ସମୟ, ପୃଷ୍ଠା-୪, ୧୭.୧୧.୨୦୧୩</ref
 
== ଗ୍ୟାଲେରି ==
୫୪୮

ଗୋଟି ସମ୍ପାଦନା