"ମାଲେସିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
ମାଲେସିଆ ଦକ୍ଷିଣ ପୂର୍ବ ଏସିଆର ଏକ ଦେଶ | ଏହା ଏକ ସଂଘୀୟ ରାଷ୍ଟ୍ର ଯେଉଁଥିରେ ୧୩ଟି ରାଜ୍ୟ ଅଛି | ଦକ୍ଷିଣ ଚୀନ୍ ସାଗର ଦ୍ୱାରା ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି | ଏହାର ମୁଖ୍ୟ ଭାଗ ମାଳୟ ଉପଦ୍ୱୀପରେ ଅଛି | ଏହାର ପଶ୍ଚିମ ଉପକୂଳରେ ମାଲାକା ଜଳପଥ ଏବଂ ପୂର୍ବ ଉପକୂଳରେ ଦକ୍ଷିଣ ଚୀନ୍ ସାଗର ଅବସ୍ଥିତ| ଏହି ଦେଶର ଅନ୍ୟ ଅଂଶ, ବେଳେବେଳେ ପୂର୍ବ ମାଲେସିଆ ଭାବରେ ଜଣାଶୁଣା, ଦକ୍ଷିଣ ଚୀନ୍ ସାଗରର ବୋର୍ନିଓ ଦ୍ୱୀପର ଉତ୍ତର ଭାଗରେ | ମାଳୟ ଉପଦ୍ୱୀପରେ ଥିବା କୁଆଲାଲମ୍ପୁର ଏହାର ରାଜଧାନୀ | ସଂଘୀୟ ରାଜଧାନୀ ନିକଟରେ ପୁତ୍ରଜୟାକୁ ସ୍ଥାନାନ୍ତରିତ ହୋଇଛି, ଯାହାକି ଏକ ନୂତନ ଭାବରେ ନିର୍ମିତ ସହର ଯାହାକି ପ୍ରଶାସନ ପାଇଁ ସ୍ୱତନ୍ତ୍ର ଭାବରେ ପରିକଳ୍ପିତ |
 
ମାଲେସିଆ ଏକ ବହୁ-ଜାତି ଏବଂ ବହୁ-ସାଂସ୍କୃତିକ ଦେଶ। ସଂଖ୍ୟାଧିକ ଲୋକ ମାଳୟ ବଂଶୋଓଦ୍ଭବ, କିନ୍ତୁ ସେଠାରେ ଚୀନ୍ ଏବଂ ଭାରତୀୟ ମୂଳର ଲୋକ ମଧ୍ୟ ଅଛନ୍ତି। ଏହାର ସରକାରୀ ଭାଷା ହେଉଛି ଲାଟିନ୍ ବର୍ଣ୍ଣମାଳାରେ ଲେଖାଯାଇଥିବା ମାଳୟ | ସରୱକ୍ ରାଜ୍ୟରେ ମାଳୟ ସହିତ ଇଂରାଜୀ ଏକ ସ୍ୱୀକୃତିପ୍ରାପ୍ତ ଏବଂ ସରକାରୀ ଭାଷା | ତାମିଲ ଏବଂ ଚାଇନିଜ୍ ମଧ୍ୟ ପ୍ରାୟତଃ ବ୍ୟବହୃତ ହୁଏ | ମାଲେସିଆରେ ୧୩୦ ରୁ ଅଧିକ ଭାଷା ବ୍ୟବହୃତ ହୁଏ, ମାଲେସିଆର ବୋର୍ନିଓବୋର୍ନିଓରେ ୯୪ ଏବଂ ଉପଦ୍ୱୀପରେ ୪୦ ଟି ଭାଷା ଅଛି।ବ୍ୟବହୃତ ହୁଏ। ଇସଲାମ ହେଉଛି ସରକାରୀ ଧର୍ମ, କିନ୍ତୁ ଅଣ-ମାଳୟ ନାଗରିକମାନେ ଅନ୍ୟ ଧର୍ମ ପାଳନ କରିବାର ସ୍ୱାଧୀନତା ରହିଛି।
 
==ଇତିହାସ==
ଚୀନ୍ ଏବଂ ଭାରତ ମଧ୍ୟରେ ମାଲେସିଆ ଏକ ପ୍ରାଚୀନ ବାଣିଜ୍ୟ କେନ୍ଦ୍ର ଥିଲା | ଯେତେବେଳେ ୟୁରୋପୀୟମାନେ ଏହି ଅଞ୍ଚଳକୁ ଆସିଲେ, ମାଲାକା ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ବନ୍ଦର ହେଲା ।
 
୧୭୮୬ ମସିହାରେ ପେନାଙ୍ଗ ଠାରୁ ଆରମ୍ଭ କରି ମାଲେସିଆର ରାଜ୍ୟଗୁଡିକ ବ୍ରିଟିଶ ସାମ୍ରାଜ୍ୟର ଏକ ଉପନିବେଶ ପାଲଟିଥିଲେ। ସେପ୍ଟେମ୍ବର ୧୯୬୩ ରେ, ମାଲୟ, ସିଙ୍ଗାପୁର ଏବଂ ବୋର୍ନୋଓବୋର୍ନିଓ ଅଂଶ ମିଳିତ ହୋଇ ମାଲେସିଆ ସଂଘ ର ଗଠନ ହୋଇଥିଲ । ୧୯୬୫ ରେ, ଏହି ସଂଘରୁ ସିଙ୍ଗାପୁରକୁ ବହିଷ୍କାର କରାଯାଇଥିଲା ଏବଂ ମାଲେସିଆ ଓ ସିଙ୍ଗାପୁର ଦୁଇଟି ସାର୍ବଭୌମ ରାଷ୍ଟ୍ର ଭବେ ଗନ୍ମ ନେଇଥିଲେ।<ref name="van Harssel Jackson Hudman 2014 p. 529">{{cite book | last=van Harssel | first=J. | last2=Jackson | first2=R.H. | last3=Hudman | first3=L.E. | title=National Geographic Learning's Visual Geography of Travel and Tourism | publisher=Cengage Learning | year=2014 | isbn=978-1-133-95126-1 | url=https://books.google.co.uk/books?id=jscTCgAAQBAJ&pg=PT529 | access-date=2020-11-16 | page=529}}</ref>
 
==ଶାସନ==
"https://or.wikipedia.org/wiki/ମାଲେସିଆ"ରୁ ଅଣାଯାଇଅଛି