"ମାଲେସିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୨ କ ଧାଡ଼ି:
ମାଲେସିଆରେ ରାଷ୍ଟ୍ର ମୁଖ୍ୟ ହେଉଛନ୍ତି ରାଜା, ଯାହାଙ୍କର ଆନୁଷ୍ଠାନିକ ପଦବୀ ହେଉଛି ୟାଙ୍ଗ ଡି-ପର୍ଟୁଆନ୍ ଆଗୋଙ୍ଗ | ରାଜା ମାଲାୟା ରାଜ୍ୟର ୯ଟି ବଂଶାନୁକ୍ରମିକ ଶାସକମାନଙ୍କ ମଧ୍ୟରୁ ଏବଂ ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି ।ରାଜାଙ୍କ ଭୂମିକା ମୁଖ୍ୟତଃ ଆନୁଷ୍ଠାନିକ , ୧୯୯୪ର ସମ୍ବିଧାନରେ ପରିବର୍ତ୍ତନ ହେବା ପରେ ମନ୍ତ୍ରୀ ତଥା ଉପର ଗୃହର ସଦସ୍ୟଙ୍କୁ ବାଛିବା କ୍ଷମତା ରାଜଙ୍କ ପାଖରେ ରହିଛି ।
ମାଲେସିଆର ସରକାରର ମୁଖ୍ୟ ହେଉଛନ୍ତି ପ୍ରଧାନମନ୍ତ୍ରୀ। ଏହାର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ହେଉଛନ୍ତି ମହାରଥୀ ମହମ୍ମଦ, ମେ ୨୦୧୮ରେ ୯୨ ବର୍ଷ ବୟସରେ ନିର୍ବାଚିତ ହୋଇଛନ୍ତି।
ଆଇନ ପ୍ରଣୟନ କ୍ଷମତା କେନ୍ଦ୍ର ଏବଂ ରାଜ୍ୟ ବିଧାନସଭା ମଧ୍ୟରେ ବିଭକ୍ତ । କେନ୍ଦ୍ରୀୟ ସଂସଦ ନିମ୍ନ ଗୃହ ଦେୱାନ ରାକ୍ୟାଟ୍ ଏବଂ ଉପର ଗୃହ, ଦେୱାନ ନେଗାରାକୁ ନେଇ ଗଠିତ | ୨୨୨ ସଦସ୍ୟ ବିଶିଷ୍ଟ ଦେୱାନ ରାକ୍ୟାଟ୍ ର ସଭ୍ୟ ସର୍ବାଧିକ ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି। ଦେୱାନ ନେଗାରା ୭୦ ସଦସ୍ୟ ବିଶିଷ୍ଠ ଓ ପ୍ରତ୍ୟେକ ସଦସ୍ୟଙ୍କ କାର୍ଯ୍ୟକାଳ ତିନି ବର୍ଷ । 13 ଟି ରାଜ୍ୟ ବିଧାନସଭା ଦ୍ୱାରା ୨୬ ଜଣ ନିର୍ବାଚିତ ହୋଇଛନ୍ତି ଏବଂ ଅବଶିଷ୍ଟ ୪୪ ଜଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ସୁପାରିଶ କ୍ରମେ ରାଜା ନିଯୁକ୍ତି ଦିଅନ୍ତି ।<ref name="Encyclopedia Britannica 2020">{{cite web | title=Malaysia - Facts, Geography, History, & Points of Interest | website=Encyclopedia Britannica | date=2020-11-12 | url=https://www.britannica.com/place/Malaysia | access-date=2020-11-16}}</ref>
 
==ପ୍ରଶାସନିକ ବିଭାଜନ==
"https://or.wikipedia.org/wiki/ମାଲେସିଆ"ରୁ ଅଣାଯାଇଅଛି