"ମାଲେସିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୮ କ ଧାଡ଼ି:
 
==ଭୂଗୋଳ==
ମାଲେସିଆ ହେଉଛି ବିସ୍ୱର ୬୬ତମ ବୃହତ୍ ଦେଶ, ଏହାର ଭୂମି କ୍ଷେତ୍ରଫଳ ୩୨୯,୬୧୩ ବର୍ଗ କିଲୋମିଟର (୧୨୭,୨୬୪ ବର୍ଗ ମାଇଲ) । ମାଲେସିଆର ପଶ୍ଚିମରେ ଥାଇଲ୍ୟାଣ୍ଡ ଏବଂ ପୂର୍ବରେ ଇଣ୍ଡୋନେସିଆ ଏବଂ ବୃନେଇ ଦେଶ ଅବସ୍ଥିତ | ଏହା ସିଙ୍ଗାପୁର ସହିତ ଏକ ସଂକୀର୍ଣ୍ଣ ରାସ୍ତା ଏବଂ ଏକ ସେତୁ ଦ୍ୱାରା ସଂଯୁକ୍ତ । ଭିଏତନାମ ଏବଂ ଫିଲିପାଇନ୍ସ ସହିତ ଏହାର ସାମୁଦ୍ରିକ ସୀମା ମଧ୍ୟ ରହିଛି। ଉଭୟ ଏସୀୟ ମୁଖ୍ୟ ସ୍ଥଳଭାଗ ଏବଂ ମାଳୟ ଦ୍ୱୀପପୁଞ୍ଜରେ ମାଲେସିଆର ଅଂଶ ରହିଛି। ଦକ୍ଷିଣ ଜୋହୋର ରାଜ୍ୟରେ ଅବସ୍ଥିତ ତାନଜୁଙ୍ଗ ପିଆଇ ହେଉଛି ମାଳଦ୍ୱୀପ ଏସିଆର ଦକ୍ଷିଣ ଦିଗ । ସୁମାତ୍ରା ଏବଂ ମାଲେସିଆ ଉପଦ୍ୱୀପ ମଧ୍ୟରେ ଅବସ୍ଥିତ ମାଲାକା ଜଳପଥ ବିଶ୍ୱ ବାଣିଜ୍ୟର ୪୦% ପରିବହନ କରୁଥିବା ବିଶ୍ୱ ବାଣିଜ୍ୟର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଜଳପଥ ଅଟେ ।<ref name="Encyclopedia Britannica 2020">{{cite web | title=Malaysia - Facts, Geography, History, & Points of Interest | website=Encyclopedia Britannica | date=2020-11-12 | url=https://www.britannica.com/place/Malaysia | access-date=2020-11-16}}</ref>
 
ମାଲେସିଆ ଉପଦ୍ୱୀପ ଦେଶର ୪୦% କ୍ଷେତ୍ରଫଳ ଅଧିକାର କରିଛି । ଏହା ଉତ୍ତରରୁ ଦକ୍ଷିଣକୁ ଲମ୍ବ ୭୪୦ କିଲୋମିଟର (୪୬୦ ମାଇଲ) ଏବଂ ଏହାର ସର୍ବାଧିକ ପ୍ରସ୍ତ ୩୨୨ କିଲୋମିଟର (୨୦୦ ମାଇଲ) ଅଟେ। ଏହା ଏହାର ପୂର୍ବ ଏବଂ ପଶ୍ଚିମ ଉପକୂଳ ମଧ୍ୟରେ ଟିଟିୱାଙ୍ଗସା ପର୍ବତମାଳା ଦ୍ୱାରା ବିଭକ୍ତ ହୋଇଛି । କରବୁ ପର୍ବତ ଏହାର ସର୍ବାଧିକ ଉଚ୍ଚ ପର୍ବତ (2,183 ମିଟର ବ 7,162 ଫୁଟ ଉଚ୍ଚ)। ଏହି ପର୍ବତଗୁଡିକ ଘଞ୍ଚ ଜଙ୍ଗଲରେ ଘେରା ଏବଂ ମୁଖ୍ୟତଃ ଗ୍ରାନାଇଟ୍ ଏବଂ ଅନ୍ୟାନ୍ୟ ଆଗ୍ନେୟ ଶିଳାରେ ଗଠିତ । ଏହି ପର୍ବତମାଳା ହେଉଛି ମାଲେସିଆ ଉପଦ୍ୱୀପର କେତେକ ନଦୀର ଉତ୍ପତ୍ତି ସ୍ଥଳ ।<ref name="Central Intelligence Agency 2020">{{cite web | title=East Asia/Southeast Asia :: Malaysia - The World Factbook | website=Central Intelligence Agency | date=2020-11-09 | url=https://www.cia.gov/library/publications/the-world-factbook/geos/my.html | access-date=2020-11-16}}</ref>
 
==ଆଧାର==
"https://or.wikipedia.org/wiki/ମାଲେସିଆ"ରୁ ଅଣାଯାଇଅଛି