"କରୱା ଚୌଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{ଛୋଟ|Karva Chauth}}
[[File:KarvaChauthMoon2.jpg|thumb|305x305px|Hindu married women while concluding her fast)]]
ପ୍ରତିବର୍ଷ [[କାର୍ତ୍ତିକ ମାସ|କାର୍ତ୍ତିକ]] କୃଷ୍ଣପକ୍ଷ ଚତୁର୍ଥୀରେ '''କର୍ବାଚୌଥ୍''' ବ୍ରତକୁ ଉତ୍ତର ଭାରତ ଓ ଉତ୍ତର- ପୂର୍ବ ଭାରତୀୟମାନେ ଧୁମ ଧାମରେ ପାଳନ କରନ୍ତି I ଏହାକୁ କେହି କରକ, କରବା , କରୁଆ ବା କରୱା ନାମରେ ସମ୍ବୋଧନ କରିଥାନ୍ତି I ଆଉ କେତେକ ସ୍ଥାନରେ ଏହାକୁ କର୍‌ବାଗୌର୍ ନାମରେ ଜାଣିଥାନ୍ତି I ମାଟି ବା ଧାତୁରେ ତିଆରି ରଙ୍ଗବେରଙ୍ଗ ଏହି ଢାଳକୁ କର୍‌ବା କୁହାଯାଏ I ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଏହି ଉତ୍ସବ ପାଳନ କରାଯାଇଥାଏ I ଖାଲି ବିବାହିତା ମହିଳାମାନେ ଏହି ବ୍ରତ ରଖିଥାନ୍ତି ତାହା ନୁହେଁ ଅବିବାହିତମାନେ ମଧ୍ୟ ଏହିବ୍ରତ କରିଥାନ୍ତି I ବିବାହିତାମାନେ ଚନ୍ଦ୍ରଙ୍କୁ ଦେଖି ନିଜର ବ୍ରତ ଭାଙ୍ଗୁଥିବା ବେଳେ ଅବିବାହିତମାନେ ତାରାକୁ ଦର୍ଶନ କରି ବ୍ରତ ଉଜେଇଥାନ୍ତି I ଏହିଦିନ ଶିବ ପାର୍ବତୀ , କାର୍ତ୍ତିକ ଓ ଚନ୍ଦ୍ରଙ୍କୁ ପୂଜା କରାଯାଇଥାଏ I ଏହି ଉତ୍ସବ ସ୍ୱାମୀ- ପତ୍ନୀଙ୍କ ଅମର ପ୍ରେମର ପ୍ରତୀକ ସ୍ୱରୁପ ହୋଇଥାଏ I ବାସ୍ତବରେ କର୍‌ବାଚୌଥ୍ ଭାରତୀୟ ସଂସ୍କୃତିରେ ପତ୍ନୀ ସ୍ୱାମୀଙ୍କୁ ପରମେଶ୍ୱର ବୋଲି ସଜ୍ଞା ଦେଇଥାଏ I ଏହିବ୍ରତ ରଖି ପତ୍ନୀ ପତି ପ୍ରତି ଥିବା ଭାବକୁ ପ୍ରଦର୍ଶିତ କରିଥାଏ I ଏହିଦିନ ପତ୍ନୀ ଈଶ୍ୱରଙ୍କ ସମକକ୍ଷ ହେବାପାଇଁ ଦିନତମାମ ନିର୍ଜଳା ବ୍ରତ ରଖିବା ସହ ମନ, ବଚନ ଓ କର୍ମରେ ସ୍ୱାମୀକୁ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିବ ଓ ସଂପୂର୍ଣ୍ଣ ସମର୍ପଣ କରିବା ପାଇଁ ନାରୀ ଶପଥ ନେଇଥାଏ I ଦିନତମାମ ନିର୍ଜଳା ରହିବା ପରେ ସନ୍ଧ୍ୟା ସମୟରେ ସେମାନେ ତାଙ୍କ ସ୍ୱାମୀଙ୍କ ମୁହଁ ଓ ଚନ୍ଦ୍ରକୁ ଦର୍ଶନ କରିବା ପରେ ସ୍ୱାମୀଙ୍କ ହାତରୁ ଜଳ ସ୍ପର୍ଶ କରି କର୍‌ବାଚୌଥ ବ୍ରତ ଭାଙ୍ଗିଥାଏ I ଏହା ହେଉଛି କର୍‌ବାଚୌଥର ବିଶେଷତ୍ୱ I <ref>ସମୟ,ପୃଷ୍ଠା-୨, ୨.୧୧.୧୨</ref>
== ଆଧାର ==
"https://or.wikipedia.org/wiki/କରୱା_ଚୌଥ"ରୁ ଅଣାଯାଇଅଛି