"ପେଚା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Regular Character Changes
୩୪ କ ଧାଡ଼ି:
[[File:Short-eared owl chick.jpg|thumb|right|200px|୧୮ ଦିନର ଏକ ପେଚା ଛୁଆ]]
 
ପେଚାମାନଙ୍କର ଆଖି ବଡ ଏବଂ ଆଗକୁ ଥାଏ । ତାଙ୍କର ମୁଖ ଚେପଟା, ଥଣ୍ଟ ଚିଲ ପରି, ଏବଂ କାନ ଜାଗାରେ କର୍ଣ୍ଣଗହ୍ୱର ରହିଥାଏ । ପ୍ରେତ୍ୟେକ ଆଖି ଚାରିପାଖେ ଏକ ସୁସ୍ପଷ୍ଟ ପରର ଚକ୍ର, ଏକ [[ମୁଖୀୟ ଚକ୍ର]] ରହିଥାଏ । ଏହି ପରଗୁଡ଼ିକୁ ଆବଶ୍ଯକଆବଶ୍ୟକ ମୁତାବକ ପୁନଃ ସଂଗଠିତ କରି ଦୂରରୁ ଆସୁଥିବା ଧ୍ୱନିକୁ ତାର କର୍ଣ୍ଣ ଗହ୍ୱର ଆଡକୁ ଫୋକସ କରାଯାଇପାରେ । ଅଧିକାଂଶ ପକ୍ଷୀଙ୍କର ଆଖି ତାଙ୍କର ମୁଣ୍ଡର ଦୁଇ ଆଡେ ଥାଏ, କିନ୍ତୁ ପେଚାର ସାମନା ଆଡକୁ ଥିବା ଆଖିର ଷ୍ଟେରିଓସ୍କୋପୀୟ ଗୁଣ
କମ୍ ଆଲୁଅରେ ଅଧିକ ସଠିକତାର ସହ ଗଭୀରତା ମାପିବାରେ ସାହାଯ୍ୟ କରେ । ପେଚାମାନଙ୍କର ଦ୍ୱିନେତ୍ରୀ ଦୃଷ୍ଟି ଥିଲେ ମଧ୍ଯ, ଅନ୍ୟ ପକ୍ଷୀଙ୍କ ପରି, ତାଙ୍କର ବଡ଼ବଡ଼ ଆଖି ଦ୍ୱୟ ଚକ୍ଷୁଗହ୍ୱରରେ ସ୍ଥିର ହୋଇରହିଥାନ୍ତି, ତେଣୁ ଦୃଷ୍ଟି ବଦଳିବା ପାଇଁ ମୁଣ୍ଡ ବୁଲାଇବାକୁ ପଡିଥାଏ । ପେଚମାନେ ଦୂରଦର୍ଶୀ ହୋଇଥିବାରୁ ସେମାନେ ତାଙ୍କ ଆଖିର କେଇ ସେ.ମି. ଦୂରରେ ଥିବା ଜିନିଷ ଦେଖିପାରନ୍ତି ନାହିଁ । ଧରାଯାଇଥିବା ଶିକାରଗୁଡ଼ିକୁ ପେଚାମାନେ ତାଙ୍କ ଥଣ୍ଟ ଏବଂ ପାଦରେ ଥିବା ଚୁଟି ପରି ପର "ଫିଲୋପ୍ଲୁମ"ଦ୍ୱାରା ଅନୁଭବ କରିପାରନ୍ତି ।
 
"https://or.wikipedia.org/wiki/ପେଚା"ରୁ ଅଣାଯାଇଅଛି