"ସିଓଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added reference
added reference
୩ କ ଧାଡ଼ି:
ଦେଶର ପ୍ରମୁଖ ବୈଷୟିକ ପେଣ୍ଠସ୍ଥଳୀଭାବେ ପରିଗଣିତ ଏହି ମହାନଗରର ସିଓଲ୍ କ୍ୟାପିଟାଲ୍ ଏରିଆରେ ସାମସଙ୍ଗ, ଏଲ.ଜି (LG), ଏବଂ ହୁଣ୍ଡାଇ ସମେତ ୧୪ ଗୋଟି ଫର୍ଚ୍ୟୁନ୍ ଗ୍ଲୋବାଲ୍-୫୦୦ କମ୍ପାନୀର ମୁଖ୍ୟାଳୟ ରହିଛି । ବିଶ୍ଵସ୍ତରୀୟ ସମ୍ମିଳନୀର ଆୟୋଜକ ଭାବେ ପାଞ୍ଚଟି ଅଗ୍ରଣୀ ମହାନଗର ମଧ୍ୟରୁ ଗୋଟିଏ ହୋଇଥିବାରୁ ବିଶ୍ଵ ବ୍ୟାପାରରେ ଏହାର ପ୍ରମୁଖ ପ୍ରଭାବ ପକାଇପାରିଛି <ref name="uia.be">{{cite web |title=Press Release |url=http://www.uia.be/sites/uia.be/files/documents/statistics/press/press12.pdf |website=www.uia.be |accessdate=6 November 2020}}</ref>। ସିଓଲ୍, ୧୯୮୬ ଏସିଆନ୍ ଗେମ୍ସ, ୧୯୮୮ ଗ୍ରୀଷ୍ମ ଅଲିମ୍ପିକ୍ସ, ୨୦୦୨ ଫିଫା ବିଶ୍ୱକପ୍ (ଜାପାନ ସହିତ) ଏବଂ ୨୦୧୦ ଜି -୨୦ ସିଓଲ୍ ଶିଖର ସମ୍ମିଳନୀ ଆୟୋଜନ କରିଛି ।
 
ଏକ ସଂକ୍ଷିପ୍ତ କାଳ(୧୩୯୯–୧୪୦୫), ବ୍ୟତିରେକ ସିଓଲ୍ ୧୩୯୪ରୁ ୧୯୪୮ ମସିହାରେ ଦେଶର ଆନୁଷ୍ଠାନିକ ବିଭାଜନ ପର୍ଯ୍ୟନ୍ତ କୋରିଆର ରାଜଧାନୀ ଥିଲା । ହାନ ନଦୀ କୂଳରେ ଅବସ୍ଥିତ, ସିଓଲର ଇତିହାସ ଦୁଇ ହଜାର ବର୍ଷରୁ ଅଧିକ ସମୟ ବ୍ୟାପ୍ତ, ଯେତେବେଳେ ଏହା ଖ୍ରୀଷ୍ଟପୂର୍ବ ଅଷ୍ଟାଦଶ ଶତାବ୍ଦୀରେ କୋରିଆର ତିନୋଟି ରାଜ୍ୟ ମଧ୍ୟରୁ ବାକେଜେର ଲୋକଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା । ପରେ ଏହି ସହରଟି ଜୋସନ୍ ରାଜବଂଶ ଅଧୀନରେ କୋରିଆର ରାଜଧାନୀ ଭାବରେ ମାନ୍ୟତା ପ୍ରାପ୍ତ ହେଲା । ସହରର ଉତ୍ତର ସୀମା ବୁଖାନ୍ ପର୍ବତ ଦ୍ୱାରା ଘେରି ରହିଛି । ଏହାର ଦୀର୍ଘ ଇତିହାସ ପରି, ସିଓଲ୍ କ୍ୟାପିଟାଲ୍ ଏରିଆରେ ପାଞ୍ଚଟି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ରହିଛି: ଚାଙ୍ଗଡେକ୍ ପ୍ୟାଲେସ୍, ହ୍ୱାସଙ୍ଗ ଦୁର୍ଗ, ଜୋଙ୍ଗମିଓ ପୁଣ୍ୟକ୍ଷେତ୍ର, ନାମହାନସେଙ୍ଗ ଏବଂ ଜୋସନ୍ ରାଜବଂଶର ରାଜକୀୟ ସମାଧୀ ।<ref name="unesco">{{cite web |last1=Centre |first1=UNESCO World Heritage |title=Republic of Korea |url=https://whc.unesco.org/en/statesparties/kr |website=UNESCO World Heritage Centre |accessdate=6 November 2020 |language=en}}</ref> ୨୦୧୪ ମସିହାରେ ସିଓଲକୁ ୧୦ ମିଲିୟନରୁ ଅଧିକ ଆନ୍ତର୍ଜାତୀୟ ପରିଦର୍ଶକ ଆସିଥିଲେ । ଏହା ବିଶ୍ଵର ନବମ ସର୍ବାଧିକ ପରିଦର୍ଶିତ ସହର ତଥା ପର୍ଯ୍ୟଟନଶିଳ୍ପରେ ଚତୁର୍ଥ ବୃହତ୍ତମ ରୋଜଗାରକାରୀ ଭାବରେ ପରିଗଣିତ ହୁଏ ।<ref name="newsroom.mastercard">{{cite web |title=2014 Global Destination Cities Index |url=https://newsroom.mastercard.com/wp-content/uploads/2014/07/Mastercard_GDCI_2014_Letter_Final_70814.pdf |website=www.newsroom.mastercard.com |accessdate=6 November 2020}}</ref>
 
== ଆଧାର ==
"https://or.wikipedia.org/wiki/ସିଓଲ"ରୁ ଅଣାଯାଇଅଛି