"ପରଶୁରାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ଅଧିକ ତଥ୍ୟ
୨୭ କ ଧାଡ଼ି:
 
କନ୍ନଡ଼ ଲୋକନୃତ୍ୟରେ, ବିଶେଷକରି ଦେବଦାସଙ୍କ ଦ୍ୱାରା ଗାନ କରାଯାଇଥିବା ଭକ୍ତି ଗୀତରେ ତାଙ୍କୁ ପ୍ରାୟତ ୟେଲାମାର ପୁତ୍ର ବୋଲି କୁହାଯାଏ ।
==ପର୍ଶୁରାମ ଏବଂ ପଶ୍ଚିମ ଉପକୂଳର ଉତ୍ପତ୍ତି (କୋଙ୍କଣ)==
ଭୌଗୋଳିକ ଏବଂ ସାଂସ୍କୃତିକ ଦୃଷ୍ଟିରୁ ପଶ୍ଚିମ ଉପକୂଳର ଉତ୍ପତ୍ତି ସମ୍ୱନ୍ଧରେ ଏକ ଜନଶୃତି ରହିଅଛି | କିମ୍ବଦନ୍ତୀରେ ବର୍ଣ୍ଣିତ ରହିଛି ଯେ, ସମୁଦ୍ରରୁ ପଶ୍ଚିମ ଉପକୂଳର ଉତ୍ପତ୍ତି ପର୍ଶୁରାମଙ୍କ ଦ୍ୱାରା ହୋଇଛି । ମହାବିଷ୍ଣୁଙ୍କ ଅବତାର ପର୍ଶୁରାମ ତାଙ୍କ ଅସ୍ତ୍ର କୁରାଢ଼ୀକୁ ସମୁଦ୍ରରେ ଫିଙ୍ଗିଥିଲେ। ଫଳସ୍ୱରୂପ, ପଶ୍ଚିମ ଉପକୂଳର ଭୂମି ସମୁଦ୍ରରୁ ଉତ୍ପନ୍ନ ହେଲା । ଯେଉଁ ସ୍ଥାନରୁ ସେ କୁରାଢ଼ୀ ନିକ୍ଷେପ କରିଥିଲେ(କିମ୍ବା ତୀର ନିକ୍ଷେପ କରିଥିଲେ), ତାହା ମହାରାଷ୍ଟ୍ରର ନାଶିକ୍ ଜିଲ୍ଲାର ବାଗଲାନ୍ ତାଲୁକାରେ ଥିବା ସାଲହର୍ ଦୁର୍ଗ (ମହାରାଷ୍ଟ୍ରର ଦ୍ୱିତୀୟ ସର୍ବୋଚ୍ଚ ଶିଖର ଏବଂ ସର୍ବୋଚ୍ଚ ଦୁର୍ଗ) ଉପରେ ଅଛି। ପର୍ଶୁରାମଙ୍କୁ ଉତ୍ସର୍ଗୀକୃତ ଏହି ଦୁର୍ଗର ଶିଖରରେ ଏକ ମନ୍ଦିର ଅଛି ଏବଂ ପଥରରେ ପାଦ ଛାପ ସାଧାରଣ ମଣିଷଠାରୁ ୪ ଗୁଣ ଅଧିକ । ଏହି ଦୁର୍ଗର ନିମ୍ନରେ ଥିବା ମାଳଭୂମି ଉପରେ ପର୍ଶୁରାମଙ୍କ ମାତା [[ରେଣୁକା]]ଙ୍କର ଏକ ମନ୍ଦିର ଅଛି ଏବଂ ଏକ ବଡ଼ ପୋଖରୀ କୂଳରେ ଯଜ୍ଞକୁଣ୍ଡ ସହିତ ଶାମିଆନା(ଛାଉଣୀ)କୁ ଖମ୍ବ ସହିତ ବାନ୍ଧିବା ପାଇଁ ଗର୍ତ୍ତସବୁ ରହିଛି | ବର୍ତ୍ତମାନର ଗୋଆ (କିମ୍ବା ଗୋମନ୍ତକ), ଯାହାକି କୋଙ୍କଣର ଏକ ଅଂଶ, ଦକ୍ଷିଣ ଗୋଆ ଜିଲ୍ଲାର କାନାକୋନାରେ ପ୍ରଭୁ ପର୍ଶୁରାମଙ୍କୁ ଉତ୍ସର୍ଗୀକୃତ ଏକ ମନ୍ଦିର ଅଛି | [14] [15] [16]
==ଗ୍ରନ୍ଥ==
*ଦେବୀ ଭଗବତ ପୁରାଣର ଷଷ୍ଠ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି ଯେ, ତୀବ୍ର ଆଲୋକ ବିଚ୍ଛୁରଣ ସହିତ ସେ ଜଙ୍ଘରୁ ଜନ୍ମ ହୋଇଥିଲେ ଯାହା ସମସ୍ତ ଯୋଦ୍ଧାଙ୍କୁ ଅନ୍ଧ କରିଦେଇଥିଲା, ଯେଉଁମାନେ ତା’ପରେ ସେମାନଙ୍କର ମନ୍ଦକାର୍ଯ୍ୟ ପାଇଁ ଅନୁତାପ କଲେ ଏବଂ ନୈତିକ ଜୀବନଯାପନ କରିବାକୁ ପ୍ରତିଜ୍ଞା କଲେ, ସେମାନେ ତାଙ୍କର ପୁନର୍ବାର ଦୃଷ୍ଟିଶକ୍ତି ଫେରିପାଇଲେ । ସେ ସେମାନଙ୍କୁ ବର ପ୍ରଦାନ କଲେ ।
 
*ବିଷ୍ଣୁ ପୁରାଣର ଚତୁର୍ଥ ଅଧ୍ୟାୟରେବର୍ଣ୍ଣିତ ହୋଇଛି ଯେ, , ରିକିକା ଦୁଇଜଣ ମହିଳାଙ୍କ ପାଇଁ ଏକ ଖାଦ୍ୟ ପ୍ରସ୍ତୁତ କଲେ, ଗୋଟିଏ ସାଧା, ଏବଂ ଅନ୍ୟଟି ଔଷଧିଯୁକ୍ତ ଯାହା ଖାଇଲେ ମହିଳା ଜଣକ ଏକ ଯୋଦ୍ଧାପୁତ୍ର ଗର୍ଭଧାରଣ କରିବେ | ପରିଶେଷରେ ଦୈବାତ୍ [[ରେଣୁକା]] ଖାଇଦେଲେ ଏବଂ ତା’ପରେ ସେ ପର୍ଶୁରାମଙ୍କୁ ଜନ୍ମ ଦେଲେ ।
*ବାୟୁ ପୁରାଣର ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା ହୋଇଛି ଯେ, ମାତା ରେଣୁକା ଉଭୟ ରୁଦ୍ର (ଶିବ) ଏବଂ ବିଷ୍ଣୁଙ୍କୁ ଦିଆଯାଇଥିବା ଯଜ୍ଞଭୋଗ(ଚରୁଅନ୍ନ) ଖାଇବା ପରେ ପର୍ଶୁରାମଙ୍କୁ ଜନ୍ମ ଦେଇଥିଲେ, ଯାହା ତାଙ୍କୁ କ୍ଷତ୍ରିୟ ଏବଂ ବ୍ରାହ୍ମଣର ଦ୍ୱୈତ୍ୟ ସ୍ୱଭାବ ଦେଇଥିଲା ।
 
 
ପୌରାଣିକ ମତେ ପରଶୁରାମ [[ବିଷ୍ଣୁ]]ଙ୍କ ଷଷ୍ଠ ଅବତାର । ଭୃଗୁବଂଶର ଋଷି ଜମଦଗ୍ନି ଓ ରେଣୁକାଙ୍କ ଔରସରୁ ପରଶୁରାମ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ପୂଜାପାଠ ଛାଡ଼ି ଧନୁଶର ଓ ପରଶୁ କୁଠାର ସାହାଯ୍ୟରେ ସେ ଯୁଦ୍ଧବିଦ୍ୟା ଶିକ୍ଷା କଲେ । ଏହି ସମୟରେ ମା’ ରେଣୁକାଙ୍କୁ ଚରିତ୍ର ସ୍ଖଳନ ଦୋଷରେ ଦୋଷୀ ସାବ୍ୟସ୍ତ କରି ଋଷି ଜମଦଗ୍ମି ତାଙ୍କୁ ମୃତ୍ୟୁଦଣ୍ଡ ଆଦେଶ ଦେଲେ । ଭୃଗୁପତି ପରଶୁରାମ ପର୍ଶୁ ଆଘାତରେ ମାଆଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଲେ । ପିତା ଜମଦଗ୍ନି ସନ୍ତୁଷ୍ଟ ହୋଇ ବର ଯାଚନା କଲେ । ମାଆଙ୍କୁ ପୁନର୍ଜୀବନ ଦେବା ପାଇଁ ପରଶୁରାମ ବର ମାଗିଲେ । ଋଷି ଜମଦଗ୍ନି ସନ୍ତୁଷ୍ଟ ହୋଇ ରେଣୁକାଙ୍କୁ ଜୀବନ୍ୟାସ ମନ୍ତ୍ରପଢ଼ି ଜଳସିଞ୍ଚି ବଞ୍ଚାଇ ଦେଲେ । ତେବେ ମାତୃହତ୍ୟା କରିଥିବାରୁ ପାପଭାରରେ ପରଶୁରାମଙ୍କ ପରଶୁ ତାଙ୍କ କାନ୍ଧରୁ ଉଠିଲା ନାହିଁ । ଏହା ଦେଖି ପିତା ଜମଦଗ୍ନି କହିଲେ ‘ଭାରତବର୍ଷର ସମସ୍ତ ତୀର୍ଥ ଦର୍ଶନ କରି ଜଳରେ ସ୍ନାନ କର । ତା’ପରେ କୈଳାସ ପର୍ବତକୁ ଯାଇ [[ଶିବ]] ପାର୍ବତୀଙ୍କ ନିକଟରେ ତପସ୍ୟା କର । ଶିବ ପାର୍ବତୀ ସନ୍ତୁଷ୍ଟ ହୋଇ ତୁମକୁ ପାପମୁକ୍ତ କରିବେ । ପିତାଙ୍କ ଆଦେଶ ପାଳନ କରି ପରଶୁରାମ ଦୀର୍ଘଦିନ ତୀର୍ଥସ୍ଥାନ ପର୍ଯ୍ୟଟନ କରି କୈଳାସ ପର୍ବତରେ ତପସ୍ୟାରତ ହେଲେ । ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଶିବ ପାର୍ବତୀ ତାଙ୍କୁ ବର ପ୍ରଦାନ କରି ପାପମୁକ୍ତ କଲେ । ଫଳରେ ତାଙ୍କ କାନ୍ଧରୁ ପରଶୁ କୁଠାର ଖସିଗଲା ।
"https://or.wikipedia.org/wiki/ପରଶୁରାମ"ରୁ ଅଣାଯାଇଅଛି