"ପୂର୍ବ ପାକିସ୍ତାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added reference
୧ କ ଧାଡ଼ି:
'''ପୂର୍ବ ପାକିସ୍ତାନ''' (ବଙ୍ଗଳା: পূর্বাপান, ପୁରବୋ ପାକିସ୍ଥାନ; ଉର୍ଦ୍ଦୁ: مشرقی پایستان) ତତ୍କାଳୀନ ପାକିସ୍ତାନର ପୂର୍ବ ଭାଗ ଥିଲା । ଏହା ବର୍ତ୍ତମାନର ବାଂଲାଦେଶରେ ୧୯୫୫ରୁ ୧୯୬୧ ପର୍ଯ୍ୟନ୍ତ ବିଦ୍ୟମାନ ଥିଲା । ଏହାର ରାଜଧାନୀ [[ଢାକା]] ଏବଂ ସରକାରୀ ଭାଷା ବଙ୍ଗଳା ଥିଲା । ପୂର୍ବ ପାକିସ୍ତାନର ସମୁଦାୟ ଜମି କ୍ଷେତ୍ରଫଳ୧,୫,୫୬୦ ବର୍ଗ ମିଟର ଥିଲା । ଏହା ପୂର୍ବ, ଉତ୍ତର ଏବଂ ପଶ୍ଚିମ ଦିଗରେ ଭାରତ ଘେରି ରହିଥିବା ବେଳେ ଦକ୍ଷିଣ ପାର୍ଶ୍ୱରେ ବଙ୍ଗୋପସାଗର ଅବସ୍ଥିତ । ପୂର୍ବରେ ଏହା ବର୍ମା ସହିତ ଏକ ଛୋଟ ସୀମା ରେଖା ଯୋଡି ହୋଇଥିଲା । ଅର୍ଥନୀତି, ରାଜନୈତିକ ପ୍ରତିନିଧିତ୍ୱ ଏବଂ ଜନସଂଖ୍ୟା ଆଧାରରେ ଏହା ପାକିସ୍ତାନର ସର୍ବ ବୃହତ ରାଜ୍ୟ ଥିଲା । ଶେଷରେ, ନଅ ମାସର ଯୁଦ୍ଧ ପରେ ଡିସେମ୍ବର ୧୪, ୧୯୭୧ରେ ପୂର୍ବ ପାକିସ୍ଥାନ, ବାଂଲାଦେଶ ଭାବରେ ସ୍ଵାଧୀନତା ଘୋଷଣା କରିଥିଲା ।<ref name="dawn">{{cite web |last1=Partner |first1=The Media Group | Publishing |title=Special report: The Breakup of Pakistan 1969-1971 |url=https://www.dawn.com/news/1359141/special-report-the-breakup-of-pakistan-1969-1971 |website=DAWN.COM |accessdate=5 November 2020 |language=en |date=23 September 2017}}</ref>
== ପୃଷ୍ଠଭୂମି ==
ମହମ୍ମଦ ଅଲି ଜିନ୍ନାଙ୍କ ନେତୃତ୍ୱରେ ଆନ୍ଦୋଳନର ପ୍ରତ୍ୟକ୍ଷ ଫଳ ସ୍ଵରୂପ ପାକିସ୍ତାନ ନୂତନ ଦେଶର ମାନ୍ୟତା ଲାଭ କଲା । ୧୯୪୭ ମସିହାରେ ଭାରତୀୟ ସ୍ଵାଧୀନତା ଅଧିନିୟମ ଗୃହୀତ ହେବା ପରେ ଭାରତ ବିଭାଜନ ପରେ ପାକିସ୍ତାନ ପ୍ରତିଷ୍ଠା ହୋଇଥିଲା । ଏହି ବିଭାଜନର ସର୍ତ୍ତ ଆଧାରର ବ୍ରିଟିଶ ଭାରତର ପୂର୍ବ ଏବଂ ପଶ୍ଚିମ ପ୍ରାନ୍ତରେ ମୁସଲମାନ ପ୍ରାଧାନ୍ୟ କ୍ଷେତ୍ର ଦ୍ଵୟ ପାକିସ୍ତାନରେ ଅନ୍ତର୍ଭୁକ୍ତ ହୋଇଥିଲା । ଏହି ବିଭାଗ ଅଧୀନରେ ବ୍ରିଟିଶ ଭାରତର ପଞ୍ଜାବ ଏବଂ ବଙ୍ଗ ପ୍ରଦେଶ ମଧ୍ୟ ବିଭାଜିତ ହୋଇଥିଲା ଏବଂ ପୂର୍ବ ବଙ୍ଗଳା ଏବଂ ପଶ୍ଚିମ ପଞ୍ଜାବକୁ ପାକିସ୍ତାନରେ ମିଶ୍ରଣ କରାଯାଇଥିଲା । ପାକିସ୍ତାନର ଅଞ୍ଚଳ ବ୍ରିଟିଶ ଶାସିତ ଭାରତର ପାଞ୍ଚଟି ପ୍ରଦେଶକୁ ନେଇ ଗଠିତ ହୋଇଥିଲା: ପୂର୍ବ ବଙ୍ଗଳା, ପଶ୍ଚିମ ପଞ୍ଜାବ, ବାଲୁଚିସ୍ତାନ, ସିନ୍ଧ ଏବଂ ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶ । ଏଥି ସହିତ କିଛି ଗଡଜାତ ରାଜ୍ୟ ମଧ୍ୟ ପାକିସ୍ତାନୀ ଚୁକ୍ତିରେ ଯୋଗଦେବା ପ୍ରସ୍ତାବକୁ ଗ୍ରହଣ କରିଥିଲେ ।<ref name="archieve">{{cite web |title=Forum |url=http://archive.thedailystar.net/forum/2006/december/bhuttonmujib.htm |website=archive.thedailystar.net |accessdate=5 November 2020}}</ref>
 
ବିଭାଜନ ପରେ ଲକ୍ଷ ଲକ୍ଷ ଲୋକ ଧର୍ମ ଆଧାରରେ ପାକିସ୍ତାନ ତଥା ପୂର୍ବ ପାକିସ୍ତାନ ଚାଲିଯାଇଥିଲେ । ପରବର୍ତ୍ତୀ ସମୟରେ, ସେହି ଦେଶରେ କୌଣସି ସମ୍ବିଧାନ ନ ଥିବାରୁ ପାକିସ୍ତାନ ଭାରତ ସରକାରଙ୍କ ଅଧିନିୟମ,୧୯୩୫ ଅଧୀନରେ ପରିଚାଳିତ ହୋଇଥିଲା । ସମ୍ବିଧାନ ପ୍ରସ୍ତୁତ କରିବାରେ ଅସମର୍ଥ ହେବାର ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଯେ ଉଭୟ ଦଳର ରାଜନୈତିକ ନେତୃତ୍ୱ ସମ୍ବିଧାନ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମନ୍ୱୟ ସ୍ଥିତିକୁ ଆସିପାରି ନାହାଁନ୍ତି । ପାକିସ୍ତାନର ବିଭାଜନ ଏବଂ ପ୍ରତିଷ୍ଠା ପରେ, ଏଭଳି ପରିସ୍ଥିତିରେ ପ୍ରଶାସକ ପାକିସ୍ତାନର ଦୁଇଟି ପୃଥକ ଅଂଶକୁ ପ୍ରାୟ ଏକ ହଜାର ମାଇଲ ଦୂରରେ ଅବସ୍ଥିତ ଏକ ସ୍ଥାନରୁ ପରିଚାଳନା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲା । ଏଥିସହ ପଶ୍ଚିମ ଭାଗ ନିଜେ ଚାରୋଟି ପ୍ରଦେଶ, ଆଦିବାସୀ ଅଞ୍ଚଳ ଏବଂ ବିଭିନ୍ନ ଗଡଜାତ ରାଜ୍ୟରେ ବିଭକ୍ତ ହୋଇଥିବାବେଳେ ପୂର୍ବ ଭାଗ ଏକ ପ୍ରଦେଶ ଥିଲା । ଆହୁରି ମଧ୍ୟ, ପୂର୍ବ ଭାଗରେ, ପଶ୍ଚିମ ଭାଗ ତୁଳନାରେ, ବ୍ୟବସ୍ଥା, ଅମଲାତନ୍ତ୍ର ଏବଂ ସାମରିକ ସୁରକ୍ଷା ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ଥିଲା ଏବଂ ପଶ୍ଚିମ ଭାଗ ତୁଳନାତ୍ମକ ଭାବରେ ପୂର୍ବ ଭାଗ ଅଧିକ ବିକଶିତ ହୋଇଥିଲା । ତେଣୁ ଏହାର ଜନସଂଖ୍ୟା ପସ୍ଚିମ ଭଗ ଭଳି ଯଥେଷ୍ଟ ଥିଲେ ହେଁ ବିକାଶ ଏବଂ ସମୃଦ୍ଧିର ପଥ ପୂର୍ବ ଭାଗ ପାଇଁ କଷ୍ଟସାଧ୍ୟ ଥିଲା । ଏଭଳି ପରିସ୍ଥିତିରେ ପୂର୍ବ ପାର୍ଶ୍ଵର ଜନତା ମଧ୍ୟରେ ଭାଷା ଏବଂ ସାଂସ୍କୃତିକ ପ୍ରସଙ୍ଗ ବ୍ୟତୀତ ଶକ୍ତି ତଥା ସୁବିଧା ବାଣ୍ଟିବା ଏବଂ ସାମରିକ ଓ ଅର୍ଥନୈତିକ ସମାନତା ରକ୍ଷା କରିବା ଏକ ଦୁରୂହ ବ୍ୟାପାର ଭାବେ ଦେଖାଦେଲା ।