"ବ୍ରଜନାଥ ରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ robot Removing: en:Brajanath Rath; cosmetic changes
୪୦ କ ଧାଡ଼ି:
'''ବ୍ରଜନାଥ ରଥ''' ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଓ ଅନେକ ସମ୍ମାନଜନକ ପୁରସ୍କାର ପ୍ରାପ୍ତ [[ଓଡ଼ିଆ ଭାଷା|ଓଡ଼ିଆ]]କବି ।<ref>[http://www.telegraphindia.com/1110614/jsp/orissa/story_14110390.jsp] Poet</ref>
 
== ଜନ୍ମ ଓ ଜୀବନ ==
କବି ବ୍ରଜନାଥ ରଥଙ୍କ ଜନ୍ମ ୧୯୩୬ ମସିହା, ଜାନୁଆରୀ ୧୨ [[ବାଲେଶ୍ଵର]] ସହରର ସୁନହଟଠାରେ । ତାଙ୍କ ପିତାଙ୍କ ନାମ ବିଶ୍ଵନାଥ ରଥ ଏବଂ ମାତାଙ୍କ ନାମ ତାରାମଣି ଦେବୀ । ବ୍ରଜନାଥ ହିଁ ତାଙ୍କର ଏକମାତ୍ର ଜୀବିତ ସନ୍ତାନ । ଚତୁର୍ଥ ଶ୍ରେଣୀ ଯାଏ ବ୍ରଜନାଥ ଘରେ ପଢିଥିଲେ । ପଞ୍ଚମ ଶ୍ରେଣୀରେ ତାଙ୍କର ନାମ ଲେଖାହେଲା ତତ୍କାଳୀନ ଭିକ୍ଟୋରିୟା ଜୁବିଲି ମଧ୍ୟ ଇଂରାଜୀ ସ୍କୁଲରେ । ସେହି ସ୍କୁଲରେ ବାପା ଶିକ୍ଷକ ଥିବାରୁ ତାଙ୍କ ଇଛା ଅନୁସାରେ ସେ ବହି, ପତ୍ରପତ୍ରିକା ଆଦି ପଢୁଥିଲେ । ସ୍ଵାଧୀନଭାବେ ଚଳିବାର, ଲେଖିବାର ଓ ନିଜର ମତପ୍ରକାଶ କରିବାର ମାନସିକତା ତାଙ୍କର ତିଆରି ହୋଇଥିଲା ଏଇ ସ୍କୁଲ ଜୀବନରୁ ।
୧୯୪୫ ରେ ସୁନହଟ ନିକଟରେ ଜାପାନୀ ବୋମା ପଡିଥିଲା । ଦ୍ଵିତୀୟ ମହାସମରର ଅସ୍ପଷ୍ଟ ଚିତ୍ର ଓ ନେତାଜୀଙ୍କ ଭାରତରୁ ପଳାୟନ ସହିତ ତାଙ୍କ ସମ୍ପର୍କରେ ବିଭିନ୍ନ ପ୍ରଚାର ବ୍ରଜନାଥଙ୍କ କିଶୋର ମନକୁ ଆନ୍ଦୋଳିତ କରିଥିଲା । ୧୯୪୭- ଅଗଷ୍ଟ ୧୫, ଯେଉଁଦିନ ତ୍ରିରଙ୍ଗ ପତାକା ଉଡ଼ି ଏ ଦେଶ ସ୍ଵାଧୀନ ବୋଲି ଘୋଷିତ ହେଲା, ବାଳକ ବ୍ରଜନାଥ ବି ସମସ୍ତଙ୍କ ସହିତ ତାଳଦେଇ ନିଜ ଘର ଆଗରେ ଉଡ଼େଇଥିଲେ ଜାତୀୟ ପତାକା । ତା ସହିତ କାଗଜରେ ବଡ଼ ବଡ଼ ଅକ୍ଷରରେ ଲେଖା, ସ୍ଵାଧୀନତା ସମ୍ପର୍କିତ ଏକ ସ୍ଵରଚିତ କବିତାକୁ ସେ ଉଡ଼େଇଥିଲେ ସେଇ ପତାକା ସାଙ୍ଗରେ । ତାହାହିଁ କବି ବ୍ରଜନାଥ ରଥଙ୍କ ଲିଖିତ ପ୍ରଥମ କବିତା ।
୧୯୪୮ରେ ବାଲେଶ୍ଵର ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ ସେ । ସେହି ସମୟରେ, ବର୍ତ୍ତମାନର ପ୍ରସିଦ୍ଧ କବି ଓ କଥାକାର [[ମନୋଜ ଦାସ]] ମଧ୍ୟ ନାମ ଲେଖାଇଥିଲେ । ତାଙ୍କର ପ୍ରକାଶିତ କବିତା 'ଶତାଦ୍ଧୀର ଆର୍ତ୍ତନାଦ ଓ ବିପ୍ଳବୀ ଫକୀରମୋହନ' ପ୍ରଚୋଦିତ କରିଥିଲା ବ୍ରଜନାଥଙ୍କୁ କବିତା ଲେଖିବା ପାଇଁ । ନବମ ଶ୍ରେଣୀ ରେ ଥିଲାବେଳେ (୧୯୫୧), ଡ଼ଗର ପତ୍ରିକାରେ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ କବିତା 'ବ୍ୟର୍ଥତା' । ୧୯୫୨ ରେ ସେ ମାଟ୍ରିକ ପାଶ କଲେ । ତାପରେ ନାମ ଲେଖାଇଲେ ଫକୀରମୋହନ କଲେଜରେ । ସେତେବେଳେ ବାଲେଶ୍ଵର ଜିଲ୍ଲା ସ୍କୁଲରେ ଚାଲୁଥାଏ ଫକୀରମୋହନ କଲେଜ । ଫକୀରମୋହନ ସାହିତ୍ୟ ପରିଷଦ ବି ଗଠିତ ହୋଇସାରିଥାଏ । ଅନୁଷ୍ଠାନର ଉତ୍ସବକୁ ଆସୁଥିବା ଓଡିଶା ଓ ଓଡିଶା ବାହାରର ବହୁ କବି ଏବଂ ବିଦ୍ଵାନ ପଣ୍ଡିତଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସଂସ୍ପର୍ଶରେ ଆସି ବ୍ରଜନାଥଙ୍କ କାବ୍ୟ-ପ୍ରତିଭା ବିକଶିତ ହୋଇଥିଲା ।
 
== ସାହିତ୍ୟ ସର୍ଜନା ==
=== କବିତା ===
* ମରୁଗୋଲାପ(୧୯୬୦)
* ନିଜସ୍ଵ ସଂଳାପ(୧୯୬୯)
* ମରୁଗୋଲାପ ଓ ଅନ୍ୟାନ୍ୟ କବିତା(୧୯୭୨)
* ନିଃଶଦ୍ଦ ପ୍ରତିବାଦ(୧୯୭୭)
* ସଭ୍ୟତାର ମୁହଁ(୧୯୭୯)
* ମନର ମାନଚିତ୍ର(୧୯୮୪)
* ହେ ମହାଜୀବନ!(୧୯୯୧)
* ଲଘୁ ଶତକ(ବ୍ୟଙ୍ଗ କବିତା, ୧୯୯୩)
* ହେ ମୋର ସ୍ଵଦେଶ!(୧୯୯୭)
* ଗଡ଼ିଗଡ଼ି ଗଲି ବଲ(ଶିଶୁ କବିତା, ୨୦୦୧)
* ସ୍ଵନିର୍ବାଚିତ କବିତା(୨୦୦୧)
* ସମୟର ଶଦ୍ଦଲିପି(୨୦୦୭)
* ସାମାନ୍ୟ ଅସାମାନ୍ୟ(୨୦୦୭)
* ଏକ ଏକ ଏକପଦୀ(୨୦୦୯)
== ପୁରସ୍କାର ==
* ଟାଗୋର ସାହିତ୍ୟ ପୁରସ୍କାର ( କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ପ୍ରଦତ୍ତ)
* ଓଡିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର
* କବି ଶେଖର ଚିନ୍ତାମଣି ପୁରସ୍କାର
* ବିଷୁବ ପୁରସ୍କାର
* ଗୋକର୍ଣିକା ପୁରସ୍କାର
* ସାହିତ୍ୟ ଭାରତୀ ସମ୍ମାନ (ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ)
* ସିସୋର ସାହିତ୍ୟ ଏକାଡେମୀ ପୁରସ୍କାର
== ଦ୍ରଷ୍ଟବ୍ୟ ==
{{Reflist}}
 
୭୬ କ ଧାଡ଼ି:
[[ବିଭାଗ:ଲେଖକ]]
[[ବିଭାଗ:ବାଲେଶ୍ଵରର ଲୋକ]]
[[en:Brajanath Rath]]