"ଚିଲିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Fixing double redirect to ଚିଲିକା ହ୍ରଦ
ତଥ୍ୟ
ଟ୍ୟାଗସବୁ: Removed redirect Reverted
୧ କ ଧାଡ଼ି:
ଚିଲିକାର ଜନ୍ମ ୧୦୦୦ରୁ ୧୬୦୦ ବର୍ଷର କୁହାଯାଏ। ଓଡ଼ିଶା ଜିଲ୍ଲା, ଗେଜେଟର-ପୁରୀ ଅନୁଯାୟୀ ଏକଦା ଏହା ସମୁଦ୍ରର ଅଂଶ ଥିଲା ଏବଂ ଉତ୍ତରାଭିମୁଖୀ ସାମୁଦ୍ରିକ ଜୁଆର ଦ୍ୱାରା ଅବକ୍ଷିପ୍ତ ଏକ ବାଲୁକା ବନ୍ଧ ମହାନଦୀ ଦ୍ୱାରା ଆନୀତ ପଟୁସ୍ତୂପ ପର୍ଯ୍ୟନ୍ତ ଗଠିତ ହେବା ଫଳରେ ଏହା ସମୁଦ୍ରରୁ ବିଚ୍ଛିନ୍ନ ହେଲା। କେବଳ ଗୋଟିଏ ମୁହାଣ ଦ୍ୱାରା ଏହା ସମୁଦ୍ର ସହିତ ସଂଯୋଗ ଥିଲା। ଯାହାର ନାମ ମଗର ମୁହାଣ। ଏହି ମୁହାଣ ଦେଇ ପରବର୍ତ୍ତୀ ସମୟରେ ବୋଇତମାନେ ସମୁଦ୍ରକୁ ଯାତାୟତ କରୁଥିଲେ। ଭୌଗୋଳିକ ମତବାଦ ଅନୁଯାୟୀ ଭୂକମ୍ପନ ଓ ସାମୁଦ୍ରିକ ଆଲୋଡ଼ନ ଯୋଗୁଁ ଚିଲିକା ଏବଂ ତା’ ମଧ୍ୟସ୍ଥ ତଥା ଜୀରାଞ୍ଚଳରେ ପାହାଡ଼ ଓ ଦ୍ୱୀପମାନ ସୃଷ୍ଟିହେଲେ।
#REDIRECT [[ଚିଲିକା ହ୍ରଦ]]
ଚୀନ ପରିବ୍ରାଜକ ହୁଏନ୍‌ସାଂ(ଖ୍ରୀ୬୨୯-୬୪୫) ବିବରଣୀ ଅନୁଯାୟୀ ଖ୍ରୀ୬୩୯ କୋଙ୍ଗଦ ବିବରଣୀ ଅନୁଯାୟୀ ଏକଦା ଚିଲିକା ସାଗରର ଏକ ଅଂଶ ଥିଲା ଏବଂ ଏହା କୂଳରେ ଶୈଳୋଦ୍‌ଭବ ବଂଶର ରାଜାମାନେ ଶାସନ କରୁଥିଲେ। ତାଙ୍କ ରାଜ୍ୟକୁ କଙ୍ଗୋଦ ରାଜ୍ୟ କୁହାଯାଉଥିଲା। ଏହାର ରାଜଧାନୀ ବଙ୍କାଡ଼ଗଡ଼ ଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ବରକୂଳ ହେଲା।ଏହାର କୂଳରେ ପୁଣି [[ଚେଇତଲୋ]] ନାମରେ ଏକ ନଗର ଓ ବନ୍ଦର ଥିଲା। ପରେ ଏଇ [[ଚେଇତାଲୋ]]ରୁ ଚିଲିକା ହେଲା। ପ୍ରଫେସର ସିଲ୍‌ଭାନଙ୍କ ମତ(ଇନ୍‌ସିକ୍ରିପ୍‌ସନ ଅଫ ଓଡ଼ିଶା, ଭଲ୍ୟୁମ-୧, ଭାଗ-୨, ପୃଷ୍ଠା-୧୬୩-୧୬୫) ଏବଂ ପଣ୍ଡିତ ଟଲେମୀଙ୍କ ଖ୍ରୀଷ୍ଟ୍ରୀୟ ୨ୟ ଶତାବ୍ଦୀର ଭୂଚିତ୍ର ବ୍ୟାଖ୍ୟା ଏସତ୍ୟକୁ ମଧ୍ୟ ସ୍ୱୀକାର କରେ।
==ନୌବାଣିଜ୍ୟ==
ସୁଦୀର୍ଘ ଉତ୍ତରପୂର୍ବ କରମଣ୍ଡଳ ଉପକୂଳ ଗଙ୍ଗାଠାରୁ ଗୋଦାବରୀ ଯାଏଁ ପୋତାଶ୍ରୟରେ ଭରପୂର ଥିଲା। ଏମାନଙ୍କ ମଧ୍ୟରେ ପ୍ରାଚୀନ କଳିଙ୍ଗ ଦେଶ ବନ୍ଦରଗୁଡ଼ିକ ଥିଲେ ମୁସଲପଟନମ୍‌ କୋନାବାର, କଳିଙ୍ଗ ପତ୍ତନମ୍‌, ପାଲୁର ବା ଦନ୍ତପୁର, ଚେଇତାଳି ବା ଚିଲିକା କରକୂଳ, ପୁରୀ, ପିପିଲି, ହିଜିଲି, ଧାମଣା ଏବଂ ବାଲେଶ୍ୱର ଇତ୍ୟାଦି। ଏମାନଙ୍କ ମଧ୍ୟରେ ଅଧିକାଂଶ ବର୍ତ୍ତମାନର ଚିଲିକା ଅନ୍ତର୍ଗତ ଏବଂ କଳିଙ୍ଗର ପ୍ରଧାନ ବାଣିଜ୍ୟିକ କେନ୍ଦ୍ର।
 
ବଙ୍କାଡ଼ଗଡ଼ ଏବଂ ପାଲୁର ଇତ୍ୟାଦି ବନ୍ଦର ଏହି ରାଜ୍ୟର ଉପକୂଳରେ ଅବସ୍ଥିତ ଥିବା ହେତୁ, ଏଠାରୁ ଜାଭା, ବୋର୍ଣ୍ଣିଓ, ସୁମାତ୍ରା, କାମ୍ବୋଡ଼ିଆ, ବାଲିଦୀପ, ସିଂହଳ, ମାଡ଼କସ୍କର(ଆଫ୍ରିକା), ରୋମ, ଫିଲିପାଇନ୍ସ, ଚୀନ ଓ ମାଳୟ ଇତ୍ୟାଦି ସହିତ ବୋଇତ ବାଣିଜ୍ୟ କାରବାର ଥିଲା। ବାଣିଜ୍ୟ ବ୍ୟତୀତ ବିଦେଶରେ ଉପନିବେଶ ସ୍ଥାପନ ମଧ୍ୟ ଏ ଓଡ଼ିଆ ଜାତିର ଭିନ୍ନ ଉଦ୍ଦେଶ୍ୟ ଥିଲା। ଶୁଣାଯାଏ ଖ୍ରୀଷ୍ଟୀୟ ୭୫ରେ ୨୦ ହଜାର ପରିବାର ଏହି କଙ୍ଗୋଦରୁ ଜାଭା ଦୀପ ଯାଇ ବସତି ସ୍ଥାପନ କରିଛନ୍ତି। ଅଶୋକଙ୍କ ସମୟରେ, ଏହି ପଥଦେଇ ତାଙ୍କ ପୁତ୍ର ମହେନ୍ଦ୍ର ଏବଂ କନ୍ୟା ସଂଘମିତ୍ରା ସିଂହଳକୁ ବୌଦ୍ଧଧର୍ମ ପ୍ରଚାର ପାଇଁ ଯାଇଥିଲେ।
==ନୌବାଣିଜ୍ୟ ଯୋଗୁଁ ସ୍ଥାନର ନାମକରଣ==
ଚିଲିକା କୂଳରେ ବନ୍ଦର ଜାଗାମାନଙ୍କରେ ରାଜପଥ ଓ ନଦୀ ଯୋଗେ ମାଲ୍‌ ଆସି ମହଜୁଦ୍‌ ରହୁଥିଲା ବା ସେଠୁ ବିଭିନ୍ନ ସ୍ଥାନକୁ ପଠାଯାଉଥିଲା ରାଜ୍ୟ ଭିତରକୁ। ମାଲ୍‌ ରହିବା ସ୍ଥାନକୁ ମାଲୁଦ ଏହି ନାମରେ ଏବେ ପାରିକୁଦରେ [[ମାଲୁଦ]] ବୋଲି ଜଣାଶୁଣା ଜାଗାଟିଏ ଅଛି। ଚିଲିକା ବକ୍ଷ ଦେଇ ମୁହାଣକୁ ଗଲାବେଳେ ଚିଲିକା ମଧ୍ୟରେ ଅନେକ କୁଦ ବା ଦୀପ ପାରିହେବାକୁ ପଡ଼େ। ଏହା ଦୀପ ସମୂହକୁ ପାରି ହେଉଥିବାରୁ ସେମାନଙ୍କର ନାମ ରଖାଯାଇଛି [[ପାରିକୁଦ]]।
ରାତିରେ ବୋଇତମାନଙ୍କୁ ଦିଗ୍‌ଦର୍ଶନ ପାଇଁ ସେମାନେ ମୁଣ୍ଡିଆ ଉପରେ ପଥରରେ ଖାଲ କରି ସେଥିରେ ଘିଅ ଢ଼ାଳି ବତୀରେ ଅଗ୍ନି ସଂଯୋଗ କରି ଜାଳି ରଖୁଥିଲେ। ଏହିପରି ଏକ ମୁଣ୍ଡିଆର ନାମ [[ଦୀପ ମୁଣ୍ଡିଆ]] ଏବଂ ‘ଖଳା’ ର ନାମ [[ଘିଅଖଳା]]। ସେହିପରି ବୋଇତ ପାଖକୁ ଯିବା ରାସ୍ତାକୁ [[ବୋଇତହୁଡ଼ା]], ପାହାଡ଼ ତଳ ବନ୍ଦରକୁ [[ବୋଇତ ପାହାଡ଼]]। ଏମିତିକି ମାଣିକପାଟଣୀ ଅତୀତ ନୌବାଣିଜ୍ୟର ମୁକସାକ୍ଷୀ ସ୍ୱରୂପ ଏବେ ନାମ ବହନ କରି ବିଦ୍ୟମାନ।<ref>ବିପିନ ବିହାରୀ ମହାନ୍ତି, ସମୟ, ପୃଷ୍ଠା-୪, ୧୭.୧୧.୨୦୧୩</ref>
==ଆଧାର==
{{ଆଧାର}}
"https://or.wikipedia.org/wiki/ଚିଲିକା"ରୁ ଅଣାଯାଇଅଛି