"ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Replacing Maurya_Dynasty_in_265_BCE.jpg with File:Maurya_empire_in_265_BCE.jpg (by CommonsDelinker because: File renamed:).
୯୮ କ ଧାଡ଼ି:
 
ଖୀଷ୍ଟାବ୍ଦ ଷଷ୍ଠ ଶତାବ୍ଦୀର ବିଭିନ୍ନ ଅଭିଲେଖରୁ ଜଣାଯାଏ ଯେ ଏକଦା କଳିଙ୍ଗର ହାତୀ, ବହୁମୂଲ୍ୟ ପ୍ରସ୍ତର, ହାତୀଦାନ୍ତ, ଗୋଲମରିଚ, ଗୁଆ, ବସ୍ତ୍ରାଦି ପାଇଁ ସିଂହଳ ବଜାରରେ ଖୁବ୍ ଚାହିଦା ଥିଲା । ବଦଳରେ କଳିଙ୍ଗ ମୁକ୍ତା ଓ ରୁପା ଆମଦାନୀ କରୁଥିଲା । କଳିଙ୍ଗ ବିଭିନ୍ନ ସ୍ଥାନକୁ ମକା ଓ ଧାନ ମଧ୍ୟ ରପ୍ତାନୀ କରୁଥିଲା । କଳିଙ୍ଗର ବ୍ୟବସାୟୀମାନେ ଭୂମଧ୍ୟସାଗର ଅଞ୍ଚଳରେ ଚାହିଦା ଥିବା ମସଲା ଜାତୀୟ ଜିନିଷ ଓ ଚନ୍ଦନ କାଠ ମଧ୍ୟ ଆମଦାନୀ କରି କିଛି ସ୍ଥାନୀୟ ବଜାରରେ ବିକ୍ରି କରୁଥିଲେ ଓ ଏକ ବଡ ଅଂଶ ଭୂମଧ୍ୟସାଗର ପାର୍ଶ୍ୱବର୍ତ୍ତୀ ଦେଶମାନଙ୍କୁ ରପ୍ତାନୀ କରୁଥିଲେ । ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ କୋଣାର୍କରେ ଏକ ପ୍ରସ୍ତର ଖୋଦିତ ଚିତ୍ରରେ ଡଙ୍ଗା ଉପରେ ଏକ ଜିରାଫର ଚିତ୍ର ଅଛି । ଅନୁମାନ କରାଯାଏ ଯେ କଳିଙ୍ଗ ଆରବ ବଣିକଙ୍କ ସହାୟତାରେ ଆଫ୍ରିକା ସହିତ ବାଣିଜ୍ୟ କାରବାର କରୁଥିଲା ।
==ନୌବାଣିଜ୍ୟରେ ମହାନଦୀର ଭୂମିକା==
ଖ୍ରୀଷ୍ଟପୂର୍ବ ସମୟରୁ ମହାନଦୀର ମୁହାଣ ଦେଶରେ '''ମନ୍ନଦ''' ନାମକ ବନ୍ଦର ବିଶ୍ୱ ପ୍ରସିଦ୍ଧ ଥିଲା। କଳିଙ୍ଗର ସମୁଦ୍ର ତଟରେ ମନ୍ନଦ, କୋଣାଗାର, କଟିକର୍ଦମ, ପାଲୁର, ଆଫେତାରିଆନ୍‌, ତାମ୍ରଲିପ୍ତି ପ୍ରଭୃତି ବନ୍ଦର ନୌବାଣିଜ୍ୟ କ୍ଷେତ୍ରରେ ପ୍ରସିଦ୍ଧିଲାଭ କରିଥିଲା ବୋଲି ବିଶ୍ୱପ୍ରସିଦ୍ଧ ଭୌଗୋଳିକ ଓ ନୌବିତ୍‌ ଜି.ଇ. ଜେରିନି ସ୍ୱରଚିତ ''ରିସର୍ଚେସ୍‌ ଅନ୍‌ ଟଲେମିକ୍‌ ଜିଓଗ୍ରାଫି''ରେ ବର୍ଣ୍ଣନା କରିଛନ୍ତି।
ମହାନଦୀ ମୁହାଣରେ ଖ୍ରୀଷ୍ଟପୂର୍ବ ସମୟରୁ ଏକ ପ୍ରତିଷ୍ଠିତ ବନ୍ଦର ଥିଲା ବୋଲି ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଭୂଗୋଳବିତ୍‌ ଟଲେମି ବର୍ଣ୍ଣନା କରିଯାଇଛନ୍ତି୤ ସେହି ବନ୍ଦରର ନାମ '''ମନ୍ନଦ''' ଥିଲା। ମହାନଦୀ ମୁହାଣରେ ରହିଥିବା ଯୋଗୁଁ ତାହାର ନାମ ମନ୍ନଦ ରଖାଯାଇଥିଲା। ଚୀନ ଦେଶର ରାଜକନ୍ୟା ବୌଦ୍ଧତନ୍ତ୍ର ବିଷୟରେ ଜ୍ଞାନ ଆହାରଣ କରିବା ନିମନ୍ତେ ନୌଯାନରେ କଳିଙ୍ଗ ସାଗରରେ ଆସି ଏକ ବୃହତ୍‌ ନଦୀରେ ପ୍ରବେଶ କରି [[ଚେଳିତୋଳ]] ବନ୍ଦର ପର୍ଯ୍ୟନ୍ତ ଆସିଥିଲେ। ସେଠାରୁ ସେ ପାଲିଙ୍କି ଦ୍ୱାରା ତତ୍କାଳୀନ ବୌଦ୍ଧ ବିଶ୍ୱବିଦ୍ୟାଳୟ ପୁଷ୍ପଗିରି ଯାତ୍ରା କରି ତନ୍ତ୍ରଶିକ୍ଷା ଲାଭ କରିଥିଲେ ଓ ସେହି ମାର୍ଗରେ ଚୀନକୁ ନୌଯାନରେ ପ୍ରତ୍ୟାବର୍ତ୍ତନ କରିଥିଲେ। ମନ୍ନଦ ବନ୍ଦର ଦେଇ ଚୀନର ରାଜକୁମାରୀ ମହାନଦୀରେ ପ୍ରବେଶ କରି ଚେଳିତୋଳ ବନ୍ଦରରେ ପହଞ୍ଚିଥିଲେ ବୋଲି ବର୍ଣ୍ଣନା ରହିଛି।<ref>ପ୍ରଭାତ କୁମାର ନନ୍ଦ, ସମ୍ବାଦ, ୨୮.୧୧.୨୦୧୨</ref>
 
== ଅନ୍ୟ ଦେଶଙ୍କ ସହ କଳିଙ୍ଗର ସମ୍ପର୍କ ==