"ସରୋଜ ରାଜ ଚୌଧୁରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩ କ ଧାଡ଼ି:
 
== ସଂକ୍ଷିପ୍ତ ଜୀବନି ==
ଓଡ଼ିଶାରେ ଜନ୍ମିତ ସରୋଜ ରାଜ ଚୌଧୁରୀ ଓଡିଶା ସରକାରଙ୍କ ବନ ଅଧିକାରୀ ଭାବରେ ନିଜର ବୃତ୍ତି ଆରମ୍ଭ କରିଥିଲେ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଅଧିକାରୀ ଭାବରେ ପଦବୀରେ ଅବସ୍ଥାପିତ ହୋଇଥିଲେ । ପରେ, ତାଙ୍କୁ ବନ ଅନୁସନ୍ଧାନ ପ୍ରତିଷ୍ଠାନର(Forest Research Institute), ଯାହାକି ୧୮୭୮ ମସିହାରେ ଜର୍ମାନ ଫରେଷ୍ଟର [[ଡିଟ୍ରିଚ ବ୍ରାଣ୍ଡିସ]]ଙ୍କ ଦ୍ଵାରା ପ୍ରତିଷ୍ଠିତ, ମୁଖ୍ୟ ଭାବରେ ନିଯୁକ୍ତି ଦିଆଯାଇଥିଲା । ୧୯୭୨ରେ ଯେତେବେଳେ [[ସିମଲିପାଳଶିମିଳିପାଳ ଜାତୀୟ ଉଦ୍ୟାନ]] ପ୍ରତିଷ୍ଠା ହେଲା, ଚୌଧୁରୀଙ୍କୁ ଏହାର ପ୍ରତିଷ୍ଠାତା କ୍ଷେତ୍ର ନିର୍ଦ୍ଦେଶକ ତଥା ବାରିପଦାସ୍ଥିତ ମୁଖ୍ୟାଳୟ ସହିତ ପ୍ରୋଜେକ୍ଟ ଟାଇଗରର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା ।<ref name="webacchive">{{cite web |title=Wayback Machine |url=https://web.archive.org/web/20150710054707/http://hyderabad.sancharnet.in/bid_simitig/net_similipal_status%20note%20May%202002.doc |website=web.archive.org |accessdate=22 October 2020 |date=10 July 2015}}</ref>
 
୧୯୭୪ ମସିହା ଚୌଧୁରୀଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ଥିଲା । ସେହି ସମୟରେ ଖରିଆ ଆଦିବାସୀମାନେ ଖଇରୀ ନଦୀ ନିକଟରେ ମିଳିଥିବା ଏକ ମାଇ ବାଘ ଛୁଆ ଧରି ତାଙ୍କ ନିକଟକୁ ଆଣିଥିଲେ | ସେ ବାଘ ଛୁଆଟିକୁ ଅତ୍ୟନ୍ତ ଯତ୍ନର ସହ ରଖିବା ସହ ଜଶିପୁରରେ ଥିବା ନିଜ ସରକାରୀ ଗୃହକୁ ଏପରି ରୂପାନ୍ତରିତ କଲେ ଯେପରିକି ତାହା ଖଇରୀର ରହିବା ପାଇଁ କୌଣସି ଅସୁବିଧା ହେବନାହିଁ | ସେ ପାଇଥିବା ନଦୀର ନାମ ଅନୁସାରେ ନାମ ଦିଆଯାଇଥିବା ଖଇରୀ ନାମକ ଏହି ବାଘ ଛୁଆ ପୂର୍ଣ୍ଣ ବୟସ୍କ ହୋଇଯିବା ପରେ ମଧ୍ୟ ମଧ୍ୟ ଅନେକ ବର୍ଷ ପର୍ଯ୍ୟନ୍ତ ଚୌଧୁରୀଙ୍କ ପାଖରେ ରହିଲା । ସେ ତାଙ୍କ ବାସଭବନରେ ଅନ୍ୟ ଅନେକ ବନ୍ୟଜନ୍ତୁଙ୍କୁ ମଧ୍ୟ ପାଳୁଥିଲେ ଯେପରିକି ଏକ କୁମ୍ଭୀର, ଜୁମ୍ବୁ ନାମକ ଏକ ଭାଲୁ ଛୁଆ, ବାଇନା ନାମକ ଏକ ଅନ୍ଧ ହାଇନା ଏବଂ ଏକ ଜଙ୍ଗଲୀ ନେଉଳ, ସମସ୍ତେ ତାଙ୍କ ପ୍ରାଙ୍ଗଣରେ ମୁକ୍ତ ଭାବରେ ବୁଲୁଥିଲେ ।<ref name="googlebooks">{{cite web |last1=Sharma |first1=R. C. |title=The Wildlife Memoirs: A Forester Recollects |url=https://books.google.co.in/books?id=Chxpu5jU3VYC&pg=PA21&lpg=PA21&dq=Saroj+Raj+Choudhury+biography&redir_esc=y&hl=en#v=onepage&q=Saroj%20Raj%20Choudhury%20biography&f=false |website=www.books.google.co.in |publisher=Concept Publishing Company |accessdate=22 October 2020 |language=en |date=2008}}</ref> ୧୯୮୧ ମସିହାରେ ରାବିସ୍‌ରେ ପୀଡିତ ଖଇରୀ ମରିଯିବା ପରେ ମର୍ମାହତ ଚୌଧୁରୀ ସେହି ବର୍ଷ ମୃତ୍ୟୁ ବରଣ କରିଥିଲେ ।<ref name="thepioneer">{{cite web |last1=Pioneer |first1=The |title=Forest officer who lived and died for a tigress |url=https://www.dailypioneer.com/2014/state-editions/forest-officer-who-lived-and-died-for-a-tigress.html |website=The Pioneer |accessdate=22 October 2020 |language=en}}</ref>