"ଥାକାଳି ଶିବଶଙ୍କର ପିଲାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
{{ଛୋଟ|Thakazhi Sivasankara Pillai}}
ଥାକଜୀ ଶିବଶଙ୍କର ପିଲ୍ଲାଇ (୧୭ ଏପ୍ରିଲ ୧୯୧୨-୧୦ ଏପ୍ରିଲ ୧୯୯୯), ଯିଏକି ତାଙ୍କ ଜନ୍ମସ୍ଥାନ ଥାକଜୀ ନାମରେ ବେଶ୍ ଜଣାଶୁଣା, ଜଣେ ଭାରତୀୟ ଔପନ୍ୟାସିକ ତଥା ମାଲାୟାଲମ୍ ସାହିତ୍ୟର କ୍ଷୁଦ୍ରଗଳ୍ପ ଲେଖକ ଥିଲେ <ref name="encyclopediabritannica">{{cite web |title=Thakazhi Sivasankara Pillai {{!}} Indian writer |url=https://www.britannica.com/biography/Thakazhi-Sivasankara-Pillai |website=Encyclopedia Britannica |accessdate=21 October 2020 |language=en}}</ref>| ଦଳିତ ଶ୍ରେଣୀର ଜୀବନ ଉପରେ ପର୍ଯ୍ୟବସିତ ୩୦ ରୁ ଅଧିକ ଉପନ୍ୟାସ ଏବଂ ୬୦୦ରୁ ଅଧିକ କ୍ଷୁଦ୍ରଗଳ୍ପର ସ୍ରଷ୍ଟା ଥିଲେ ସେ । କାୟର (Coir, ୧୯୭୮) ଏବଂ ଚେମ୍ମିନ (Prawns, ୧୯୫୬) ଭଳି ସାହିତ୍ୟିକ କୃତି ପାଇଁ ସେ ଜଣାଶୁଣା । ପିଲ୍ଲାଇ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ଭୂଷଣର ଦ୍ଵାରା ସମାନିତ ହୋଇଥିଲେ । ଏହାଛଡା ୧୯୮୪ର ମସିହାରେ କାୟର ଉପନ୍ୟାସ ପାଇଁ ଭାରତର ସର୍ବୋଚ୍ଚ ସାହିତ୍ୟିକ ପୁରସ୍କାର ଜ୍ଞାନପୀଠ ପୁରସ୍କାର ମଧ୍ୟ ସେ ପାଇଥିଲେ ।
== ସମ୍ମାନ ଓ ପୁରସ୍କାର ==
== ==
୧୯୫୭ ମସିହାରେ ପିଲ୍ଲାଇ ପ୍ରେମ ଉପନ୍ୟାସ "ଚେମ୍ମିନ୍" ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।<ref name="sahityaekademi">{{cite web |title=AKADEMI AWARDS (1955-2019) |url=http://sahitya-akademi.gov.in/awards/akademi%20samman_suchi.jsp#MALAYALAM |website=www.sahitya-akademi.gov.in |accessdate=21 October 2020}}</ref> କେରଳ ସାହିତ୍ୟ ଏକାଡେମୀ ୧୯୬୫ ମସିହାରେ ବାର୍ଷିକ ପୁରସ୍କାର (ଉପନ୍ୟାସ) ପାଇଁ ତାଙ୍କ କୃତି "ଏନିପାଦିକଲ" ଙ୍କୁ ଚୟନ କରିଥିଲେ । ତାଙ୍କର ଉପନ୍ୟାସ, କାୟାର ୧୯୮୪ ମସିହାରେ ଭାୟାଲ ପୁରସ୍କାର ପାଇଁ ମନୋନୀତ ହୋଇଥିଲା ଏବଂ ସେ ସର୍ବୋଚ୍ଚ ଭାରତୀୟ ସାହିତ୍ୟିକ ପୁରସ୍କାର; ଜ୍ଞାନପୀଠ ପୁରସ୍କାର ମଧ୍ୟ୍ ୧୯୮୪ ମସିହାରେ ଲାଭ କରିଥିଲେ । ଗୋଟିଏ ବର୍ଷ ପରେ ଭାରତ ସରକାର ତାଙ୍କୁ ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରିଥିଲେ । ସାହିତ୍ୟ ଏକାଡେମୀ ତାଙ୍କୁ ୧୯୮୯ରେ ଜଣେ ବିଶିଷ୍ଟ ସଦସ୍ୟ ଭାବରେ ମନୋନୀତ କରିଥିଲେ । ୧୯୯୪ରେ କେରଳ ସରକାର ତାଙ୍କୁ କେରଳର ସର୍ବୋଚ୍ଚ ସାହିତ୍ୟିକ ସମ୍ମାନ "ଏଜୁଥାଚାନ୍ ପୁରସ୍କାରମ" ପ୍ରଦାନ କରିଥିଲେ । ୧୯୯୬ ରେ ତାଙ୍କୁ ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟ ଦ୍ୱାରା ସମ୍ମାନଜନକ ଡକ୍ଟରେଟ୍ (ଡି.ଲିଟ୍) ପ୍ରଦାନ କରାଯାଇଥିଲା । ଇଣ୍ଡିଆ ପୋଷ୍ଟ ୨୦୦୩ରେ ଜ୍ଞାନପୀଠ ପୁରସ୍କାର ବିଜେତା କ୍ରମ ଧାରାବାହିକ ଅଧୀନରେ ତାଙ୍କ ପ୍ରତିଛବିକୁ ଦର୍ଶାଇ ଏକ ସ୍ମରଣୀୟ ଡାକ ଷ୍ଟାମ୍ପ ଜାରି କରିଥିଲା । ସାହିତ୍ୟ ଏକାଡେମୀ ପିଲ୍ଲାଇଙ୍କ ଜୀବନୀ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏମ.ଟି ଭାସୁଦେବନ ନାୟାର ଥାକଜୀଙ୍କର ସାହିତ୍ୟିକ ଜୀବନକୁ ଆଧାର କରି ୫୭ ମିନିଟର ଲମ୍ବ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ, ଯାହା ପିଲାଇଙ୍କ ମୃତ୍ୟୁର ଏକ ବର୍ଷ ପୂର୍ବରୁ ୧୯୯୮ରେ ମୁକ୍ତିଲାଭ କରିଥିଲା । କେରଳ ସରକାରଙ୍କ ଦ୍ଵାରା ୨୦୦୦ ମସିହାରେ ପିଲାଇର ପୈତୃକ ଘର ସାଙ୍କାରାମନାଗାଲା ଅଧିଗ୍ରହଣ ପୂର୍ବକ ଲେଖକଙ୍କ ସ୍ମୃତିକୁ ସମ୍ମାନ ଜଣାଇ ୨୦୦୧ରେ ଥାକଜୀ ମେମୋରିଆଲ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଥିଲା ।<ref name="alappuzhaonline">{{cite web |title=Thakazhi museum house of Thakazhi Sivasankara Pillai {{!}} Sankaramangalam{{!}} kayar {{!}}chemeen movie{{!}} gyanpith award Alappuzha {{!}} alleppey district kerala india |url=http://www.alappuzhaonline.com/Thakazhimuseum.htm |website=www.alappuzhaonline.com |accessdate=21 October 2020}}</ref>
 
== ଆଧାର ==
{{Reflist|30em}}