"ନବରାତ୍ରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Psubhashish ନବରାତ୍ର ପୃଷ୍ଠାଟି ନବରାତ୍ରୀକୁ ଲେଉଟାଇଲେ: ଓଡ଼ିଆରେ ନବରାତ୍ରୀ ବୋଲି ସାଧାରଣତଃ ଲେଖାଯାଏ
ଉଇକିପିଡ଼ିଆର ଲିଖନ ଶୈଳୀ ଅନୁସାରେ ବଦଳାଗଲା
୨୩ କ ଧାଡ଼ି:
}}
 
'''ନବରାତ୍ରୀ''' ଏକ [[ହିନ୍ଦୁ ଧର୍ମ|ହିନ୍ଦୁ]] ପର୍ବ ଓ ଏହା ନଅ ରାତି (ଏବଂ ଦଶ ଦିନ) ଧରି ପ୍ରତିବର୍ଷ [[ଶରତ ଋତୁ|ଶରତ ଋତୁରେ]] ପାଳନ କରାଯାଇଥାଏ । ଏହା ବିଭିନ୍ନ କାରଣରୁ ଏବଂ ଭାରତୀୟ ସାଂସ୍କୃତିକ କ୍ଷେତ୍ରର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ଭାବଏ ପାଳନ କରାଯାଇଥାଏ । ତାତ୍ତ୍ୱିକ ଭାବେ ଚାରୋଟି ଋତୁକାଳୀନ ନବରାତ୍ରୀ ରହିଛି । ତେବେ ସାଧାରଣତଃ ମୌସୁମୀ ପରବର୍ତ୍ତୀ ଶାରଦୀୟ ନବରାତ୍ରୀ ପ୍ରଧାନ । ଏଥିରେ ହିନ୍ଦୁ [[ଦେବୀ|ଦେବୀଙ୍କୁ]] ([[ଦୁର୍ଗା]]) ସମ୍ମାନ ଜଣାଇ ପାଳନ କରାଯାଏ । ଏହି ପର୍ବ ହିନ୍ଦୁ ପାଞ୍ଜିର [[ଆଶ୍ୱିନ|ଆଶ୍ୱିନ ମାସର]] ଶୁକ୍ଳପକ୍ଷରେ ପାଳନ କରାଯାଏ ଓ ଏହା ସାଧାରଣତଃ [[ଗ୍ରେଗୋରି ପାଞ୍ଜି|ଗ୍ରେଗୋରିଆନ]] ମାସ [[ସେପ୍ଟେମ୍ବର]] ଏବଂ [[ଅକ୍ଟୋବର|ଅକ୍ଟୋବରରେ]] ପଡ଼ିଥାଏ ।
ନଅଦିନ ବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ ଏହି ନବରାତ୍ରିର ପ୍ରଥମ ତିନିଦିନରେ ମା’ଙ୍କୁ ଦୁଷ୍ଟ ବିନାଶିନୀ ଦୁର୍ଗା ତଥା [[କାଳୀ]] ରୂପରେ ପୂଜା କରାଯାଏ । ମଝି ତିନିଦିନରେ ମା’ଙ୍କୁ ଧନଧାନ୍ୟ ତଥା ସମ୍ପଦର ଦେବୀ ଲକ୍ଷ୍ମୀଙ୍କ ରୂପରେ ପୂଜା କରାଯାଏ । ସେହିପରି ଶେଷ ତିନିଦିନରେ ମା’ ବିଦ୍ୟାଦାତ୍ରୀ ସରସ୍ୱତୀ ଭାବେ ପୂଜା ପାଇଥାନ୍ତି । ନବରାତ୍ରିର ଶେଷ ଦିନରେ ବିଜୟା ଦଶମୀ ପାଳିତ ହୋଇଥାଏ ।
 
ହିନ୍ଦୁ ପରମ୍ପରା ଅନୁଯାୟୀ ବର୍ଷରେ ପାଞ୍ଚଥର (ପୌଷ, ମାଘ, ଚୈତ୍ର, ଆଷାଢ଼ ଓ ଆଶ୍ୱିନ) ନବରାତ୍ର ପାଳନ କରାଯାଉଥିଲେ ମଧ୍ୟ ଶରତ ଋତୁରେ ପାଳିତ ହେଉଥିବା (ଆଶ୍ୱିନ [[ମାସ]] ଶୁକ୍ଳପକ୍ଷ [[ପ୍ରତିପଦ]] ତିଥିରୁ [[ନବମୀ]] ପର୍ଯ୍ୟନ୍ତ) ନବରାତ୍ର ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହାକୁ ମହାନବରାତ୍ର ବୋଲି କହାଯାଇଥାଏ ।
== ପାଳନ ==
* ପୌଷ ନବରାତ୍ର: ପୌଷ ଶୁକ୍ଳ ଅଷ୍ଟମୀ ତିଥିରୁ [[ପୌଷ ପୂର୍ଣ୍ଣିମା]] ପର୍ଯ୍ୟନ୍ତ । କେବଳ ଏହି ଗୋଟିଏ ନବରାତ୍ର ପ୍ରତିପଦରୁ ଆରମ୍ଭ ନ'ହୋଇ ଅଷ୍ଟମୀରୁ ହୋଇଥାଏ ଓ ସାଧାରଣତଃ ୯ ଦିନ ପରିବର୍ତ୍ତେ ୮ ଦିନ ପାଳନ କରାଯାଇଥାଏ । <ref>{{cite web|title=Banada Ashtami and Shakambari Navaratri|url=http://www.drikpanchang.com/navratri/shakambari/banada-ashtami-date-time.html?year=2016|publisher=DrikPanchang|accessdate=6 January 2015}}</ref>
* ମାଘ ନବରାତ୍ର: ମାଘ ଶୁକ୍ଳ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ
"https://or.wikipedia.org/wiki/ନବରାତ୍ରୀ"ରୁ ଅଣାଯାଇଅଛି