"ଗାନ୍ଧୀ ଟୋପି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଧଳା ରଙ୍ଗର ଖଦି କନାରେ ତିଆରି ଟୋପି
Content deleted Content added
Created by translating the page "Gandhi cap"
(କିଛି ବଦଳିନାହିଁ)

୧୫:୫୫, ୨ ଅକ୍ଟୋବର ୨୦୨୦ ଅନୁସାରେ କରାଯାଇଥିବା ବଦଳ

ଗାନ୍ଧୀ ଟୋପି ଖଦି କନାରେ ତିଆରି ଏକ ଧଳା ରଙ୍ଗ ଟୋପି । ଏହାର ଆଗ ଓ ପଛ ମୁନିଆ ହୋଇଥାଏ । ଏହା ମହାତ୍ମା ଗାନ୍ଧୀଙ୍କ ନାମରେ ନାମିତ । ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସମୟରେ ଗାନ୍ଧୀଜୀ ଏହି ଟୋପି ବ୍ୟବହାର କରୁଥିବାରୁ ଏହି ଟୋପିର ଲୋକପ୍ରିୟତା ବଢିଥିଲା ଓ ଅନ୍ୟ ସ୍ୱାଧିନତା ସଂଗ୍ରାମୀ ଓ ରାଜନେତାମାନେ ଏହି ଟୋପିର ବ୍ୟବହାର କରିବା ଆରମ୍ଭ କରିଥିଲେ ।

ନେହେରୁଙ୍କ ଜୀବନ, ୧୯୫୦ ଦଶକର ପୋଷ୍ଟର, ତାଙ୍କୁ ୧୯୨୯–୧୯୫୫ ମସିହା ମଧ୍ୟରେ ଗାନ୍ଧୀ ଟୋପି ପିନ୍ଧିଥିବାର ଦର୍ଶାଯାଇଛି

ଆରମ୍ଭ

 
୧୯୨୦ ମସିହାରେ ଗାନ୍ଧୀଟୋପି ପିନ୍ଧିଥିବା ମହାତ୍ମା ଗାନ୍ଧୀଙ୍କ ଛବି

୧୯୧୮–୧୯୨୧ ମଧ୍ୟରେ ପ୍ରଥମ ଅସହଯୋଗ ଆନ୍ଦୋଳନ ସମୟରେ କଂଗ୍ରେସ କର୍ମୀମାନଙ୍କଦ୍ୱାରା ଗାନ୍ଧୀ ଟୋପିର ବ୍ୟବହାର ଭାରତରେ ଆରମ୍ଭ ହୋଇଥିଲା ।[୧] ୧୯୨୧ ମସିହାରେ ବ୍ରିଟିଶ ସରକାର ଗାନ୍ଧୀ ଟୋପି ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରିଥିଲେ । ୧୯୨୦–୨୧ ମସିହାରେ ଗାନ୍ଧୀଜୀ ନିଜେ କେବଳ ଗୋଟିଏ କିମ୍ବା ଦୁଇ ବର୍ଷ ପାଇଁ ଏହି ଟୋପି ପିନ୍ଧିଥିଲେ। [୨]


୧୯୦୭ରୁ ୧୯୧୪ ମସିହା ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର କାରାଗାରରେ ଥିବା ଭାରତୀୟ କଏଦୀମାନଙ୍କୁ "ନିଗ୍ରୋ" ଶ୍ରେଣୀଭୁକ୍ତ କରାଯାଉଥିଲା ଓ ସେମାନଙ୍କ ପାଇଁ ଗୋଟିଏ ଧଳା ଟୋପି ପିନ୍ଧିବା ବାଧ୍ୟତାମୂଳକ ଥିଲା । ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ହେନେରୀ ପୋଲାକଙ୍କ ମତରେ ଦକ୍ଷିଣ ଆଫ୍ରିକାର ଜେଲରେ ଗାନ୍ଧୀଙ୍କୁ ମଧ୍ୟ "ନିଗ୍ରୋ" ଶ୍ରେଣୀଭୁକ୍ତ କରାଯାଇଥିଲା ଏବଂ ଏଠାରୁ ଗାନ୍ଧୀ ଟୋପିର ଜନ୍ମ ହୋଇଥିଲା । [୩]

 
ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟମାନଙ୍କ ଗାନ୍ଧୀ ଟୋପି ପିନ୍ଧି ୧୯୩୭ ମସିହାରେ ନୂଆଦିଲ୍ଲୀରେ ପଦଯାତ୍ରା

ତେବେ ଗାନ୍ଧୀଜୀ କାକା କାଲେଲକରଙ୍କୁ ଲେଖିଥିବା ଏକ ପତ୍ରରେ ସେ କାଶ୍ମୀରୀ ଟୋପି ଦେଖି ନିଜେ ଧଳା ଟୋପି ପିନ୍ଧିବା ଆରମ୍ଭ କରିଥିଲେ ବୋଲି ଲେଖିଛନ୍ତି । [୪]

ସ୍ୱାଧୀନତା ପରେ

ଭାରତ ସ୍ୱାଧିନତା ପ୍ରାପ୍ତି ପରେ ପରେ ଥିବା ରାଜନେତାମାନଙ୍କ ମଧ୍ୟରୁ ଅଧିକାଂଶ ସ୍ୱାଧିନତା ସଂଗ୍ରାମ ସହିତ ଜଡିତ ଥିଲେ । ୧୯୪୮ରେ ଗାନ୍ଧୀଜୀଙ୍କ ନିଧନ ପରେ ଗାନ୍ଧୀ ଟୋପି ଆହୁରି ଅଧିକ ବ୍ୟବହାର କରାଯାଇଥିଲା । ଜବାହରଲାଲ ନେହେରୁ, ଲାଲ ବାହାଦୁର ଶାସ୍ତ୍ରୀମୋରାରଜୀ ଦେଶାଇଙ୍କ ପରି ନେତାମାନେ ଏହି ଟୋପି ସବୁ ସମୟରେ ପିନ୍ଧୁଥିଲେ । ସଂସଦ ସଦସ୍ୟମାନେ ସେତେବେଳେ ମୁଖ୍ୟତଃ ଖଦି ବସ୍ତ୍ର ଓ ଗାନ୍ଧୀ ଟୋପି ପିନ୍ଧୁଥିଲେ ।

ଜବାହରଲାଲ ନେହେରୁଙ୍କୁ ସର୍ବଦା ଟୋପି ପିନ୍ଧିଥିବାର ଦେଖା ଯାଉଥିଲା । ୧୯୬୪ ମସିହାରେ ନେହେରୁଙ୍କ ଛବି ଥାଇ ଏକ ମୁଦ୍ରା ଉନ୍ମୋଚିତ ହୋଇଥିଲା । ଏଥିରେ ନେହେରୁ କିନ୍ତୁ ଗାନ୍ଧୀ ଟୋପି ପିନ୍ଧି ନଥିବାରୁ ତାଙ୍କୁ ବହୁତ ସମାଲୋଚନା କରାଯାଇଥିଲା । ୧୯୮୯ରେ ନେହେରୁଙ୍କ ଜନ୍ମ ଶତବାର୍ଷିକୀରେ ଉନ୍ମୋଚିତ ଅନ୍ୟ ଏକ ମୁଦ୍ରାରେ ସେ ଗାନ୍ଧୀ ଟୋପି ପିନ୍ଧିଥିବା ଛବି ରଖା ଯାଇଥିଲା ।

ପରବର୍ତ୍ତୀ ସମୟରେ, ରାଜନେତାମାନଙ୍କଦ୍ୱାରା ବିଦେଶୀ ବସ୍ତ୍ରର ବ୍ୟବହାର ବଢିବା ସହିତ, ଗାନ୍ଧୀ ଟୋପିର ବ୍ୟବହାର କମିବାକୁ ଲାଗିଥିଲା ।

ଫାଇଲ:Warkari 2015-06-03.jpg
ମହାରାଷ୍ଟ୍ରର ଦେହୁଗାଁର ୱାରି ଉତ୍ସବ ପାଳନ ସମୟରେ ଗାନ୍ଧୀ ଟୋପି ପିନ୍ଧିଥିବା ସମବେତ ଜନତା

ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ ପୁରୁଷମାନେ ଏବେ ମଧ୍ୟ ଗାନ୍ଧୀ ଟୋପି ପିନ୍ଧିବାକୁ ପସନ୍ଦ କରନ୍ତି ।[୫]

 
ଦୁର୍ନୀତି ବିରୋଧରେ ବିରୋଧ କରୁଥିବା ଆନ୍ନା ହାଜାରେ

୧୯୬୩ ମସିହାରେ ମାର୍ଟିନ ଲୁଥର କିଙ୍ଗଙ୍କର ପ୍ରସିଦ୍ଧ ଭାଷଣ ''ମୋର ଏକ ସ୍ୱପ୍ନ ଅଛି'' (ଆଇ ହାଭ ଏ ଡ୍ରିମ) ପ୍ରଦାନ ଅବସରରେ ତାଙ୍କ ପଛରେ ଅନେକ ଅନୁଗାମୀ ଗାନ୍ଧୀ ଟୋପି ପିନ୍ଧିଥିଲେ ।

ପୁନଃ ଆବିର୍ଭାବ

୨୦୧୧ ମସିହାରେ, ମହାରାଷ୍ଟ୍ରର ବିଶିଷ୍ଟ ଗାନ୍ଧୀବାଦୀ ଆନ୍ନା ହାଜାରେ ଭାରତରେ ଦୁର୍ନୀତି ବିରୋଧୀ ଆନ୍ଦୋଳନ ଆରମ୍ଭ କରିବା ପରେ ଗାନ୍ଧୀ ଟୋପିର ପ୍ରଚଳନ ପୁଣି ବଢିଥିଲା । ଏହି ଆନ୍ଦୋଳନର କେନ୍ଦ୍ରସ୍ଥଳ ଦିଲ୍ଲୀରେ ଥିଲା । ୨୦୧୧ ମସିହା ଅଗଷ୍ଟ ମାସରେ, ଗାନ୍ଧୀ ଟୋପି ପିନ୍ଧିଥିବା ହଜାର ହଜାର ଲୋକ ଦିଲ୍ଲୀର ରାମଲିଳା ମୈଦାନରେ ଜମା ହୋଇ ଆନ୍ନା ହାଜାରଙ୍କ ଆମରଣ ଅନଶନକୁ ସମର୍ଥନ କରିଥିଲେ । ଏହି ଆନ୍ଦୋଳନ ଦେଶର ଅନ୍ୟାନ୍ୟ ସ୍ଥାନକୁ ବ୍ୟାପି ଯାଇଥିଲା ଏବଂ ଷ୍ଟାଡିୟମ, କମ୍ୟୁନିଟି ସେଣ୍ଟର ଏବଂ ଖୋଲା ପଡିଆଗୁଡିକରେ ସମାନ ପ୍ରକୃତିର ପ୍ରଦର୍ଶନ କରାଯାଇଥିଲା । ଏହି ଜନ ଆନ୍ଦୋଳନରେ ସମସ୍ତ ବୟସ ବର୍ଗର ଅଂଶଗ୍ରହଣକାରୀ ଗାନ୍ଧୀ ଟୋପି ପିନ୍ଧିଥିଲେ ।

୨୦୧୪ ନିର୍ବାଚନରେ ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ଗାନ୍ଧୀ ଟୋପି ପିନ୍ଧି ପ୍ରଚାର କରିଥିଲେ । ବିଜେପି ସମର୍ଥକମାନେ ନାରଙ୍ଗୀ ରଙ୍ଗର ସମାନ ଟୋପି ପିନ୍ଧିଥିଲେ।

 
ଆମ୍ ଆଦମୀ ପାର୍ଟି କର୍ଣ୍ଣାଟକର ଉଦଘାଟନୀ ଉତ୍ସବରେ ବାଙ୍ଗାଲୋରରେ ଅରବିନ୍ଦ କେଜ୍ରିୱାଲ

ଆଧାର

  1. Consumption: The history and regional development of consumption edited by Daniel Miller, p. 424
  2. Gandhi was photographed wearing a turban or a round black topi in 1915 and 1918. He was photographed with the Gandhi cap in 1920. see 1915-1932 Mahatma Gandhi Photo Gallery http://www.mkgandhi.org/gphotgallery/1915-1932/index1.htm, Mahatma Gandhi, 1915 - 1920, Page 7 http://www.gandhimedia.org/cgi-bin/gm/gm.cgi?direct=Images/Photographs/Personalities/Mahatma_Gandhi/1915_-_1920&img=90. By 1924 he had given up wearing a kurta and the cap. Also see http://www.columbia.edu/itc/mealac/pritchett/00routesdata/1900_1999/gandhi/gandhigods/gandhigods.html
  3. H.S.L Polak Mahatma Gandhi (London: Odham's Press, 1949) pg. 61
  4. Clothing Matters: Dress and Identity in India, Emma Tarlo,University of Chicago Press, Sep 1, 1996.82-83
  5. Bhanu, B.V (2004). People of India: Maharashtra, Part 2. Mumbai: Popular Prakashan. pp. 1033, 1037, 1039. ISBN 81-7991-101-2.
  • କ୍ୟାଥରିନ୍ ଫ୍ରାଙ୍କ, ଇନ୍ଦିରା: ଇନ୍ଦିରା ନେହେରୁ ଗାନ୍ଧୀଙ୍କ ଜୀବନ (2002)[page needed]
  • ରାଜମୋହନ ଗାନ୍ଧୀ, ପଟେଲ: ଏକ ଜୀବନ (1992)[page needed]

ବାହାର ଆଧାର