"ଘୁମୁରା ବାଦ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଲିଖନଶୈଳୀରେ ପରିବର୍ତ୍ତନ
କିମ୍ବଦନ୍ତୀ ଓ ଆଧାର
୧ କ ଧାଡ଼ି:
'''ଘୁମୁରା''' ଏକ [[ଭାରତ|ଭାରତୀୟ]] ଗଣବାଦ୍ୟ ବିଶେଷ । ଏହା [[ଓଡ଼ିଶା]]ର [[କଳାହାଣ୍ଡି ଜିଲ୍ଲା]]ରୁ ଆରମ୍ଭ ହୋଇଥିଲା । ଏହାର ବାଦନ ଶୈଳୀ ପାଇଁ ଏହା ଏକ ବୀରବାଦ୍ୟ ଭାବରେ ଜଣାଥିଲା ଓ ପରେ ଲୋକ ସଂସ୍କୃତିକୁ ଭିତ୍ତି କରି ଏହାର ବାଜଣାରେ ପରିବର୍ତ୍ତନ ହେବା ପରେ ଏହା ଏକ ରଣବାଦ୍ୟ ଭାବରେ ଜଣା । ପାରମ୍ପରିକ ଘୁମୁରା ବାଦ୍ୟ ଯୁଦ୍ଧ ସମୟରେ ବ୍ୟବହୃତ ହେଉଥିଲା । ଏହା ସେନାଙ୍କୁ ଉତ୍ତେଜିତ କରିବା ସହ ଶତୃ ଆଗରେ ବୀରତ୍ୱ ପ୍ରଦର୍ଶନ ପାଇଁ ବଜା ଯାଉଥିଲା । ଯୁଦ୍ଧ ବିରତି ସମୟରେ ସେନାଛାଉଣୀରେ ମନୋରଞ୍ଜନ ଲାଗି ରସଧର୍ମୀ ଘୁମୁରା ପରିବେଷଣ ମଧ୍ୟ କରାଯାଉଥିଲା । ଘୁମୁରା ମାଟି ନିର୍ମିତ ଲମ୍ବା ବେକ ଥିବା [[ମାଠିଆ]] ଆକୃତିର । ଏହା ମୁହଁରେ ଗୋଧି ଚମଡ଼ା ଛାଉଣି ହୋଇଥାଏ । ଏହାକୁ ଦୁଇ ହାତର ଆଙ୍ଗୁଠିରେ ବଜାଇଲେ ଗମ୍ଭୀର ଶବ୍ଦ ଉତ୍ପନ୍ନ ହୋଇଥାଏ । ଏହାକୁ ଦଳଗତ ନୃତ୍ୟ ବା ଘୁମୁରା ନୃତ୍ୟରେ ପରିବେଷଣ କରାଯାଇଥାଏ । [[ନୂଆଖାଇ]] ଦିନ ଘୁମୁରା ବାଦ୍ୟଯନ୍ତ୍ରକୁ ପୂଜାର୍ଚ୍ଚନା କରାଯାଏ । ନୂଆଖାଇ ସରିବା ପରେ ନର୍ତ୍ତକ ଘୁମୁରା ବଜାଇ ଗ୍ରାମ ପରିକ୍ରମା କରିଥାନ୍ତି ।<ref>ସମାଜ, ପୃଷ୍ଠା ୪ ନଭେମ୍ବର ୧୧,୨୦୧୨</ref>
 
== କିମ୍ବଦନ୍ତୀ ==
[[ସାରଳା ମହାଭାରତ]]ରେ ଉଲ୍ଲେଖ ହୋଇଛି ଯେ ଦେବଦେବୀଙ୍କଦ୍ୱାରା ଯୁଦ୍ଧ ସମୟରେ ଘୁମୁରା ବାଦ୍ୟ ବ୍ୟବହାର ହେଉଥିଲା । ସାରଳା ମହାଭାରତ ଅନୁସାରେ [[ସତ୍ୟ ଯୁଗ]]ରେ ଜେନାବଳୀ-ପାଟଣା [[ମହିଷାସୁର]]ଙ୍କ ନାତି ଗୋଗିଙ୍ଗ ଦୈତ୍ୟଙ୍କ ରାଜଧାନୀ ଥିଲା । ଲୋକ ବିଶ୍ୱାସ ଅନୁସାରେ ସେତେବେଳର ଜେନାବଳୀ-ପାଟଣା ବର୍ତ୍ତମାନର [[ଜୁନାଗଡ଼]] । ସାରଳା ମହାଭାରତର ମଧ୍ୟ ପର୍ବରେ ଗୋଗିଙ୍ଗ ଦୈତ୍ୟର ହତ୍ୟା ସମୟରେ ଘୁମୁରା ବାଦ୍ୟ ବଜାଯିବା କଥା ଉଲ୍ଲେଖ ହୋଇଛି ।<ref>Ghosh, A.K., 1928, p.90, 343</ref> [[ସାରଳା ଦାସ]] ଏହି ବାଦ୍ୟକୁ ଏକ ମହିଷାସୁରଙ୍କ ରଣବାଦ୍ୟ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି ।<ref>ଦାସ, ସାରଳା. ଚଣ୍ଡୀ ପୁରାଣ, pp. ୪୫ ଓ ୯୬</ref><ref name="Prasad1996">{{cite book|author=R. R. Prasad|title=Encyclopaedic Profile of Indian Tribes|url=https://books.google.com/books?id=TmDRNTYw49EC&pg=PA82|year=1996|publisher=Discovery Publishing House|isbn=978-81-7141-298-3|pages=82–}}</ref>
 
== ଆଧାର ==