"ଘୁମୁରା ବାଦ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଲିଖନଶୈଳୀରେ ପରିବର୍ତ୍ତନ
୧ କ ଧାଡ଼ି:
'''ଘୁମୁରା''' ଏକ [[ଭାରତ|ଭାରତୀୟ]] ଗଣବାଦ୍ୟ ବିଶେଷ । ଏହା [[ଓଡ଼ିଶା]]ର [[କଳାହାଣ୍ଡି ଜିଲ୍ଲା]]ରୁ ଆରମ୍ଭ ହୋଇଥିଲା । ଏହାର ବାଦନ ଶୈଳୀ ପାଇଁ ଏହା ଏକ ବୀରବାଦ୍ୟ ଭାବରେ ଜଣାଥିଲା ଓ ପରେ ଲୋକ ସଂସ୍କୃତିକୁ ଭିତ୍ତି କରି ଏହାର ବାଜଣାରେ ପରିବର୍ତ୍ତନ ହେବା ପରେ ଏହା ଏକ ରଣବାଦ୍ୟ ଭାବରେ ଜଣା । ପାରମ୍ପରିକ ଘୁମୁରା ବାଦ୍ୟ ଯୁଦ୍ଧ ସମୟରେ ବ୍ୟବହୃତ ହେଉଥିଲା । ଏହା ସେନାଙ୍କୁ ଉତ୍ତେଜିତ କରିବା ସହ ଶତୃ ଆଗରେ ବୀରତ୍ୱ ପ୍ରଦର୍ଶନ ପାଇଁ ବଜା ଯାଉଥିଲା । ଯୁଦ୍ଧ ବିରତି ସମୟରେ ସେନାଛାଉଣୀରେ ମନୋରଞ୍ଜନ ଲାଗି ରସଧର୍ମୀ ଘୁମୁରା ପରିବେଷଣ ମଧ୍ୟ କରାଯାଉଥିଲା । ଘୁମୁରା ମାଟି ନିର୍ମିତ ଲମ୍ବା ବେକ ଥିବା [[ମାଠିଆ]] ଆକୃତିର । ଏହା ମୁହଁରେ ଗୋଧି ଚମଡ଼ା ଛାଉଣି ହୋଇଥାଏ । ଏହାକୁ ଦୁଇ ହାତର ଆଙ୍ଗୁଠିରେ ବଜାଇଲେ ଗମ୍ଭୀର ଶବ୍ଦ ଉତ୍ପନ୍ନ ହୋଇଥାଏ । ଏହାକୁ ଦଳଗତ ନୃତ୍ୟ ବା ଘୁମୁରା ନୃତ୍ୟରେ ପରିବେଷଣ କରାଯାଇଥାଏ । [[ନୂଆଖାଇ]] ଦିନ ଘୁମୁରା ବାଦ୍ୟଯନ୍ତ୍ରକୁ ପୂଜାର୍ଚ୍ଚନା କରାଯାଏ । ନୂଆଖାଇ ସରିବା ପରେ ନର୍ତ୍ତକ ଘୁମୁରା ବଜାଇ ଗ୍ରାମ ପରିକ୍ରମା କରିଥାନ୍ତି ।<ref>ସମାଜ, ପୃଷ୍ଠା ୪ ନଭେମ୍ବର ୧୧,୨୦୧୨</ref>
ଗଣବାଦ୍ୟ ଘୁମୁରା ବୀରବାଦ୍ୟ ବା ରଣବାଦ୍ୟ ଘୁମୁରା ନିଜର ସ୍ୱାତନ୍ତ୍ର୍ୟ ଓ ବିବିଧତା ଯୋଗୁ [[କଳାହାଣ୍ଡି ଜିଲ୍ଲା]]ର ସୀମାସରହଦ ପାରହୋଇ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛି । ପାରମ୍ପରିକ ଘୁମୁରା ବାଦ୍ୟ ଶହ ଶହ ବର୍ଷ ହେଲା [[କଳାହାଣ୍ଡି]]ର ଲୋକ ସଂସ୍କୃତି ସହ ଅଙ୍ଗାଙ୍ଗୀ ଭାବେ ଜଡିତ । ରଣବାଦ୍ୟରୁ ଏହା ଗଣବାଦ୍ୟ ରୂପେ ପରିଣତ ହୋଇଛି । ବହୁ ପ୍ରାଚୀନ କାଳରୁ ଏହି ପାରମ୍ପରିକ ବାଦ୍ୟ ଯୁଦ୍ଧ ସମୟରେ ବ୍ୟବହୃତ ହେଉଥିଲା। ପୂର୍ବେ ଯୁଦ୍ଧ ସମୟରେ ଘୁମୁରା ବାଦ୍ୟ ସେନାଙ୍କୁ ଉତ୍ତେଜିତ କରିବାସହ ବୀରରସ ସଂଚାର କରୁଥିଲା ଓ ଶତୃପକ୍ଷଙ୍କ ମନରେ ଛନକା ଭରିଦେଉଥିଲା। ଯୁଦ୍ଧ ବିରତି ସମୟରେ ସେନାଛାଉଣୀରେ ମନୋରଞ୍ଜନ ଲାଗି ଶୃଙ୍ଗାର ରସଧର୍ମୀ ଘୁମୁରାବାଦ୍ୟ ପରିବେଷଣ କରାଯାଉଥିଲା ।
 
== ବୈଶିଷ୍ଟ ==
ନଟରାଜ [[ଶିବ]]ଙ୍କ ଡମ୍ବରୁ ଓ ପ୍ରଜ୍ଞାଶାଳିନୀ [[ସରସ୍ୱତୀ]]ଙ୍କ [[ବୀଣା]] ବାଦ୍ୟଯନ୍ତ୍ରର ସମ୍ମିଶ୍ରଣରେ ଘୁମୁରା ବାଦ୍ୟଯନ୍ତ୍ରର ସୃଷ୍ଟି଼।
ଘୁମୁରା ଏକ ପ୍ରକାର ମାଟି ନିର୍ମିତ ଲମ୍ବ ବେକ ଥିବା ମାଟି [[ମାଠିଆ]] ଆକୃତିର ଏବଂ ମୁହଁରେ ଗୋଧି ଚମଡା ଛାଉଣୀ ହୋଇଥିବା ବାଦ୍ୟ ଯନ୍ତ୍ର । ଏହାକୁ ଦୁଇ ହାତର ଆଙ୍ଗୁଠିରେ ବଜାଇଲେ ଗୁରୁ ଗମ୍ଭୀର ଶବ୍ଦ ଉତ୍ପନ୍ନ ହୋଇଥାଏ । ଏହାକୁ ଦଳଗତ ନୃତ୍ୟ ବା ଘୁମୁରା ନୃତ୍ୟରେ ପରିବେଷଣ କରାଯାଇଥାଏ । ନୁଆଖାଇ([[ନୂଆଖାଇ]]) ସହ ଘୁମୁରାର ରହିଛି ନିବିଡ ସମ୍ପର୍କ । ନୁଆଖାଇ ଦିନ ଘୁମୁରା ବାଦ୍ୟଯନ୍ତ୍ରକୁ ପୂଜାର୍ଚ୍ଚନା କରାଯାଏ । ନୁଆଖାଇ ସାରିବାପରେ ନର୍ତ୍ତକ ଘୁମୁରା ବାଦ୍ୟ ପରିବେଷଣ କରି ଗ୍ରାମ ପରିକ୍ରମା କରିଥାନ୍ତି ।<ref>ସମାଜ, ପୃଷ୍ଠା ୪ ନଭେମ୍ବର ୧୧,୨୦୧୨</ref>
== ଆଧାର ==
{{ଆଧାର}}