"ଓଡ଼ିଶୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ମୋଟାମୋଟି ଲିଖନ ଶୈଳୀ ଓ ବନାନ
ଟିକେ ତଥ୍ୟ ଅନୁସାରେ ବଦଳାଗଲା
୧୫ କ ଧାଡ଼ି:
}}
 
'''ଓଡ଼ିଶୀ''' [[ଭାରତ|ଭାରତରେ]] ପ୍ରଚଳିତ ଓ [[ଓଡ଼ିଶା]]ରୁ ଆରମ୍ଭ ହୋଇଥିବା ଏକ [[ଭାରତର ଶାସ୍ତ୍ରୀୟ ନୃତ୍ୟମାନଙ୍କର ତାଲିକା|ଶାସ୍ତ୍ରୀୟ ନୃତ୍ୟ]] ଓ ସଙ୍ଗୀତ]] ପରମ୍ପରା । ଏଥିରେ ଅନ୍ତର୍ଭୁକ୍ତ ଉଭୟ ଓଡ଼ିଶୀ ନୃତ୍ୟକୁ [[ଭାରତ ସରକାର]] ଶାସ୍ତ୍ରୀୟ ନୃତ୍ୟ ଓ [[ଓଡ଼ିଶୀ ସଙ୍ଗୀତ]]କୁ [[ଭାରତଓଡ଼ିଶା ସରକାର]] ଯଥାକ୍ରମେ ଶାସ୍ତ୍ରୀୟ ନୃତ୍ୟ ଓ ଶାସ୍ତ୍ରୀୟ ସଙ୍ଗୀତ ତାଲିକାଭୁକ୍ତ କରିଛନ୍ତି । ଓଡ଼ିଶା ତତ୍କାଳୀନ [[କଳିଙ୍ଗ]]ର ଅଂଶ ଥିଲା ଓ [[ଖାରବେଳ|ଖାରବେଳଙ୍କ]] ସମୟରେ ଖୋଦିତ ରାଣୀଗୁମ୍ଫା, ସ୍ୱର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ ବର୍ତ୍ତମାନର ଓଡ଼ିଶୀ ନୃତ୍ୟର ସହ ସମ୍ବନ୍ଧ ଦର୍ଶାଇଥାଏ । ପ୍ରଥମ ଖ୍ରୀଷ୍ଟପୂର୍ବ କାଳରେ ଆଧୁନିକ [[ଭୁବନେଶ୍ୱର]]ସ୍ଥିତ [[ଖଣ୍ଡଗିରି]] ଓ [[ଉଦୟଗିରି]]ଠାରେ ଓଡ଼ିଶୀ ଏକ ଉନ୍ନତ ନୃତ୍ୟକଳାରେ ପରିଣତ ହୋଇସାରିଥିଲା । [[ଭରତ]] ତାଙ୍କ ରଚିତ ''[[ନାଟ୍ୟ ଶାସ୍ତ୍ର]]''ରେ [[କଳିଙ୍ଗ ନୃତ୍ୟ]] ଶୈଳୀରେ ଓଡ଼ିଶୀ ନୃତ୍ୟ ବାବଦରେ ବର୍ଣ୍ଣନା କରି ଏହାର ନାମ ''ଓଡ୍ର-ମାଗଧି'' ବୋଲି ଉଲ୍ଲେଖ କରିଥିଲେ । ଭୁବନେଶ୍ୱରର [[ପର୍ଶୁରାମେଶ୍ୱର ମନ୍ଦିର]], [[ବଇତାଳ ଦେଉଳ|ବୈତାଳ ମନ୍ଦିର]], [[ଶିଶିରେଶ୍ୱର ମନ୍ଦିର]], [[ମାର୍କଣ୍ଡେଶ୍ୱର ମନ୍ଦିର]], [[ମୁକ୍ତେଶ୍ୱର ମନ୍ଦିର]], [[ରାଜରାଣୀ ମନ୍ଦିର]], [[ଲିଙ୍ଗରାଜ ମନ୍ଦିର]], [[ମେଘେଶ୍ୱର ମନ୍ଦିର]], [[ପୁରୀ]]ର [[ଜଗନ୍ନାଥ ମନ୍ଦିର]] ଏବଂ [[କୋଣାର୍କ ସୂର୍ଯ୍ୟ ମନ୍ଦିର|କୋଣାର୍କର ସୂର୍ଯ୍ୟମନ୍ଦିରର]] ବର୍ହିଭାଗରେ ଖୋଦିତ ନର୍ତ୍ତକୀ ଓ ନାୟିକାମାନଙ୍କର ଅଙ୍ଗଭଙ୍ଗୀ ଓ ମୁଦ୍ରାରୁ ଓଡ଼ିଶୀ ନୃତ୍ୟର ପରମ୍ପରା ସମୃଦ୍ଧ ହୋଇଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହି ନୃତ୍ୟ [[ଦେବଦାସୀ ନୃତ୍ୟ]] (ମାହାରୀ) ଓ [[ଗୋଟିପୁଅ]] ଆଦି ନୃତ୍ୟ ପରମ୍ପରାଦ୍ୱାରା ପରିବେଷିତ ହୋଇଆସୁଛି । ଭାରତ ସ୍ୱାଧୀନ ହେବା ପରେ ଏହି ନୃତ୍ୟ ପରମ୍ପରାର ପୁନରୁଦ୍ଧାର କରାଯାଇ '''ଓଡ଼ିଶୀ''' ନାମରେ ନାମକରଣ କରାଗଲା ଓ ୧୯୬୪ ମସିହାରେ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ମାନ୍ୟତା ପାଇଲା ।<ref>{{cite news |title=ଓଡିଶୀ ସଙ୍ଗୀତ ପାଇଁ ବାଟ ଖୋଲିଲା |url=http://dharitriepaper.in/edition/6187/bhubaneswar/page/5 |accessdate=3 September 2020 |issue=ଧରିତ୍ରୀ ୦୩/୦୯/୨୦୨୦ ପୃଷ୍ଠା ୫ |publisher=ଧରିତ୍ରୀ |date=3 September 2020 |archiveurl=https://web.archive.org/web/20200903043042/http://dharitriepaper.in/edition/6187/bhubaneswar/page/5 |archivedate=3 September 2020 |page=୫}}</ref> ଏହି ପଦଃକ୍ଷେପ ପଛରେ ମୁଖ୍ୟତଃ ନୃତ୍ୟଗୁରୁ [[କାଳୀଚରଣ ପଟ୍ଟନାୟକ|କାଳୀଚରଣ ପଟ୍ଟନାୟକ]], [[ପଙ୍କଜ ଚରଣ ଦାସ]], [[ଦେବ ପ୍ରସାଦ ଦାସ]] ଓ [[କେଳୁଚରଣ ମହାପାତ୍ର]]ଙ୍କ ଭୂମିକା ଅନ୍ୟତମ । ଏହି ନୃତ୍ୟରେ [[ପଖଉଜ]], [[ବେହେଲା]], [[ଗିନି]], [[ଝାଞ୍ଜ]] ଓ [[ବଂଶୀ]] ଆଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ ।
 
ଓଡ଼ିଶୀ ଭାରତର ଆଠଟି ଶାସ୍ତ୍ରୀୟ ନୃତ୍ୟ ଭିତରୁ ଏକ । ପୁରାତନ ତତ୍ୱ ଅନୁସାରେ ଏହା ଭାରତର ଜୀବନ୍ତ ନୃତ୍ୟକଳା ଭିତରୁ ଗୋଟିଏ ।<ref>http://www.dancesofindia.co.in/classic-dances-india/odissi.html</ref><ref>http://odissi.itgo.com/</ref> ଏହାର ''[[ତ୍ରିଭଙ୍ଗୀ ଠାଣି]]'' ବା ଦେହର ତିନୋଟି ଅଙ୍ଗ ମୁଣ୍ଡ, ଛାତି ଓ ଅଣ୍ଟାର ସ୍ୱାଧୀନ ଗତି ହେତୁ ଏହାକୁ ବାକି ଭାରତୀୟ ନୃତ୍ୟ ପରମ୍ପରାରୁ ଭିନ୍ନ ।<ref>[http://chandrakantha.com/articles/indian_music/nritya/odissi.html ୨୦୦୮ର୍ଡେଏ ଭିଡି କଟିନିଙ୍କ ଏକ ଲେଖା]</ref><ref name="hi">{{cite book|last=ସେହେଗାଲ|first=ସୁନିଳ |title=ହିନ୍ଦୁଧର୍ମର ଭାଷାକୋଷ: (H - Q).|url=http://books.google.co.in/books?id=wNQ82_yYeK8C&pg=PA868&dq=Tribhanga&hl=en&ei=zDW_TOrnLY2ycaXx4PIN&sa=X&oi=book_result&ct=result&resnum=9&ved=0CEcQ6AEwCA#v=onepage&q=Tribhanga&f=false|year=1999|publisher=Sarup & Sons|isbn=8176250643|page=868}}</ref>
"https://or.wikipedia.org/wiki/ଓଡ଼ିଶୀ"ରୁ ଅଣାଯାଇଅଛି