"ଧ୍ରୁବୀୟ ଜ୍ୟୋତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Replacing Aurora_Borealis_from_Expedition_6.ogg with File:Aurora_Borealis_from_Expedition_6.ogv (by CommonsDelinker because: file renamed, redirect linked from other project).
ଟିକେ Removign extra space in parameter
୩୦ କ ଧାଡ଼ି:
ପ୍ରାୟ ୧୨୦୦୦ରୁ ଅଧିକ ଥର ଧ୍ରୁବୀୟ ଜ୍ୟୋତିଙ୍କୁ କ୍ୟାମେରାଦ୍ୱାରା ନିରୀକ୍ଷଣ କଲା ପରେ କାର୍ଲ୍ ଷ୍ଟୋର୍ମର୍ ଓ ତାଙ୍କ ସହଯୋଗୀମାନେ ଭୂପୃଷ୍ଠରୁ କେତେ ଉଚ୍ଚତାରେ ଧ୍ରୁବୀୟ ଜ୍ୟୋତି ଦେଖାଯାଏ ତାହା ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ।<ref>{{cite journal |last1=Størmer |first1=Carl |title=Frequency of 12,330 measured heights of aurora from southern Norway in the years 1911–1944 |journal=Terrestrial Magnetism and Atmospheric Electricity |year=1946 |volume=51 |issue=4 |pages=501–504 |doi=10.1029/te051i004p00501 |bibcode=1946TeMAE..51..501S }}</ref> ସେମାନଙ୍କ ସଂଗୃହୀତ ତଥ୍ୟାନୁସାରେ ପ୍ରାୟତଃ ଧ୍ରୁବୀୟ ଜ୍ୟୋତିର ସର୍ବାଧିକ ଭାଗ ୯୦-୧୫୦ କି.ମି. ଉଚ୍ଚତା ମଧ୍ୟରେ ଦେଖାଯାଇଥାଏ । ବେଳେ ବେଳେ ଏହା ୧୦୦୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ମଧ୍ୟ ଦେଖାଯାଇପାରେ ।
 
ବର୍ତ୍ତମାନ ଅନେକ ଉଚ୍ଚ ମାନର ଓ ଅତ୍ୟାଧୁନିକ ଡିଜିଟାଲ୍ କ୍ୟାମେରା ଉଦ୍ଭାବିତ ହୋଇପାରିଥିବାରୁ ପୂର୍ବାପେକ୍ଷା ଧ୍ରୁବୀୟ ଜ୍ୟୋତିର ଅନେକ ଚିତ୍ର ଉତ୍ତୋଳନ କରାଯାଇପାରିଛି ।<ref>{{cite web|url=http://www.spaceweather.com/ |title=News and information about meteor showers, solar flares, auroras, and near-Earth asteroids |publisher=SpaceWeather.com |accessdate=5 August 2010| archiveurl= https://web.archive.org/web/20100804164127/http://spaceweather.com//| archivedate= 4 August 2010 | deadurl= no}}</ref> ଧ୍ରୁବୀୟ ଜ୍ୟୋତିରେ ଆଲୋକର ରଙ୍ଗ ପରିବର୍ତ୍ତନ ହେଉଥିବାରୁ ଏହାର ସ୍ଥାୟୀଚିତ୍ର ବା ଗତିଚିତ୍ର ଉତ୍ତୋଳନ କରିବା ବେଳେ କିଛି ଅସୁବିଧା ଦେଖାଦେବା ସ୍ୱାଭାବିକ ।
 
[[ଡେଭିଡ୍ ମାଲିନ୍]] ନାମକ ଜଣେ ଚିତ୍ରତ୍ତୋଳକ ଧ୍ରୁବୀୟ ଜ୍ୟୋତିର ଫଟୋ ଉଠାଇବାରେ ପାରଙ୍ଗମତା ହାସଲ କରିଛନ୍ତି । ଫଟୋ ଉଠାଇବା ବେଳେ ଗୁଡ଼ିଏ ଫିଲ୍ଟର୍ ବ୍ୟବହାର କରନ୍ତି ଓ ବହୁ ଫଟୋକୁ ପରେ ପ୍ରୟୋଗଶାଳାରେ ସଂଯୋଜିତ କରି ଦୃଶ୍ୟର ସଠିକ୍ ରଙ୍ଗ ଓ ଚିତ୍ର ଉପସ୍ଥାପନ କରିଥାନ୍ତି ।<ref>{{cite web |url=http://www.davidmalin.com/index.html |title=Astronomical photographs from David Malin Images |publisher=davidmalin.com |accessdate=3 August 2010 }}</ref> ଅତିବାଇଗଣୀ ଓ ଅବଲୋହିତ ଆଲୋକ ସମ୍ବନ୍ଧୀୟ ଗବେଷଣା ବେଳେ କ୍ୟାମେରାରେ ଆଉ କେତେକ ଉପକରଣ ବ୍ୟବହାର କରାଯାଇପାରେ । ପ୍ରାକ୍-ବିଶ୍ଳେଷକ ଜ୍ଞାନ କୌଶଳ ମଧ୍ୟ ଆଜିକାଲି ଚିତ୍ରତ୍ତୋଳନ ପାଇଁ ବ୍ୟବହୃତ ହେବାକୁ ଲାଗିଲାଣି ।<ref>{{cite web |url=http://www.swpc.noaa.gov/pmap/index.html |title=NOAA POES Auroral Activity |publisher=swpc.noaa.gov |accessdate=3 August 2010 | archiveurl= https://web.archive.org/web/20100728192250/http://www.swpc.noaa.gov/pmap/index.html| archivedate= 28 July 2010 <!--DASHBot-->| deadurl= no}}</ref> ଏକ ପ୍ରାକୃତିକ ଓ ସୁନ୍ଦର ଜାଗତିକ ଦୃଶ୍ୟ ହୋଇଥିବାରୁ ଧ୍ରୁବୀୟ ଜ୍ୟୋତିର ଏକ ଭଲ ଚିତ୍ରର ଚାହିଦା ରହିଛି । ୱେବ୍‍ସାଇଟ୍, ବିଜ୍ଞାନ ପତ୍ରିକା, ଯାତ୍ରା ସମ୍ବନ୍ଧୀୟ ପତ୍ରିକା ଇତ୍ୟାଦିରେ ଏଗୁଡ଼ିକୁ ପ୍ରକାଶ କରିବା ପାଇଁ ସହଜରେ ପ୍ରକାଶକ ରାଜି ହୋଇଥାନ୍ତି ।<ref>{{cite web|url=http://www.spaceweather.com/ |title=What's up in space: Auroras Underfoot|publisher=SpaceWeather.com |accessdate=26 July 2011| archiveurl= https://web.archive.org/web/20110717093810/http://www.spaceweather.com/| archivedate= 17 July 2011 <!--DASHBot-->| deadurl= no}}</ref> ଧ୍ରୁବୀୟ ଜ୍ୟୋତିର ଉଜ୍ଜ୍ୱଳତାକୁ ଦେଖି ସାମାନ୍ୟ ଲେନ୍‍ସ୍ ଓ ଡି.ଏସ୍.ଏଲ୍.ଆର୍. କ୍ୟାମେରା ବ୍ୟବହାର କରି ମଧ୍ୟ ଏହାର ଚିତ୍ର ଉତ୍ତୋଳନ କରାଯାଇପାରିବ ।<ref>[http://www.spaceweather.com/aurora/images/24nov01/Moss1.jpg Aurora image] (JPG)</ref>
 
୧୯୪୯ ମସିହାରେ ସସ୍କାଚେୱାନ୍ ବିଶ୍ୱବିଦ୍ୟାଳୟରେ SCR-୨୭୦ ରାଡ଼ାର୍ ବ୍ୟବହାର କରି ଧ୍ରୁବୀୟ ଜ୍ୟୋତିର ଅନେକ ଫଟୋ ଉଠାଯାଇଥିଲା ।
୯୭ କ ଧାଡ଼ି:
[[File:Aurora australis.jpg|thumb|ଅଷ୍ଟ୍ରେଲିଆର ଆଦିମ ଜନଜାତିର ଲୋକେ ଧ୍ରୁବୀୟ ଜ୍ୟୋତିକୁ ନିଆଁ ବୋଲି ଭାବୁଥିଲେ । ଦକ୍ଷିଣ ଗୋଲାର୍ଦ୍ଧର ଧ୍ରୁବୀୟ ଜ୍ୟୋତି ପ୍ରାୟତଃ ଦିଗବଳୟ ପାଖରେ କମ୍ ଉଚ୍ଚତା ପର୍ଯ୍ୟନ୍ତ ଦୃଶ୍ୟମାନ ହୁଏ ।]]
ଆଦିମ ଅଷ୍ଟ୍ରେଲୀୟ ଜନଜାତିର ଲୋକ ପ୍ରଥାରେ ଧ୍ରୁବୀୟ ଜ୍ୟୋତି ଅଗ୍ନି ଓ ପ୍ରେତାତ୍ମାଙ୍କ ସହ ଜଡ଼ିତ ବୋଲି ଅନ୍ଧବିଶ୍ୱାସ ରହିଛି । ଉଦାହରଣ ସ୍ୱରୂପ [[ଭିକ୍ଟୋରିଆ]]ର [[ଗୁଣ୍ଡିଜ୍‍ମାରା]] ଜାତି ଧ୍ରୁବୀୟ ଜ୍ୟୋତିକୁ ''ପୁଏ ବୁଏ'' (ପାଉଁଶ) ବୋଲି କହିଥାନ୍ତି । ପୂର୍ବ ଭିକ୍ଟୋରିଆର ଗୁନାଇ ଜନଜାତିର ଲୋକଙ୍କ ମଧ୍ୟରେ ଧ୍ରୁବୀୟ ଜ୍ୟୋତି ପ୍ରେତାତ୍ମାଙ୍କ ବଣନିଆଁ (ଓଡ଼ିଆରେ କଥିତ ଡ଼ାହାଣୀ ନିଆଁ ପରି) ବୋଲି ଅନ୍ଧବିଶ୍ୱାସ ରହିଛି । ଦକ୍ଷିଣ ଅଷ୍ଟ୍ରେଲିଆର ଡିଏରି ଆଦିମଜାତିର ଲୋକଙ୍କ ଅନ୍ଧବିଶ୍ୱାସ ମଧ୍ୟ ଅନୁରୂପ ; ସେମାନେ ଧ୍ରୁବୀୟ ଜ୍ୟୋତିକୁ ''କୁଚି'' ବୋଲି କୁହନ୍ତି ଯାହାର ଅର୍ଥ ପ୍ରେତଙ୍କଦ୍ୱାରା ସଂଯୋଜିତ ମହାଅଗ୍ନି । ଦକ୍ଷିଣ ଅଷ୍ଟ୍ରେଲିଆର ଅନ୍ୟ ଏକ ଆଦିମଜାତି ଗାରିଂଜେରି ଲୋକେ [[କଙ୍ଗାରୁ ଦ୍ୱୀପ]]ର ଆକାଶରେ ଯେବେ ଧ୍ରୁବୀୟ ଜ୍ୟୋତି ଦେଖନ୍ତି ସେମାନେ କୁହନ୍ତି ଯେ ମୃତ୍ୟୁଲୋକରେ ବସବାସ କରୁଥିବା ପ୍ରେତାତ୍ମାମାନେ ନିଆଁ ଲଗାଇ ବଣଭୋଜି ବା ମଉଜ କରୁଛନ୍ତି । ଦକ୍ଷିଣ-ପଶ୍ଚିମ [[କ୍ୱିନ୍‍ସ୍ଲ୍ୟାଣ୍ଡ]]ର ଆଦିମ ଅଧିବାସୀମାନଙ୍କ ବିଶ୍ୱାସ ଯେ ''ଉଲା ପିକା''ମାନେ (ପ୍ରେତାତ୍ମାମାନେ) ନିଆଁ ଜଳାଇ ମର୍ତ୍ତ୍ୟମଣ୍ଡଳର ଲୋକଙ୍କ ସହିତ ସଂଯୋଗ ସ୍ଥାପନ କରିବାକୁ ଚେଷ୍ଟା କରନ୍ତି । ବୟସ୍କ ପୁରୁଷଙ୍କ ବ୍ୟତୀତ ଅନ୍ୟମାନଙ୍କୁ ପୂର୍ବପୁରୁଷଙ୍କ ଏହି ଜ୍ୟୋତିରୂପୀ ସନ୍ଦେଶ ଦେଖିବା ବା ଜାଣିବା ତାଙ୍କ ସାମାଜିକ ନିୟମ ଅନୁସାରେ ନିଷେଧ ।<ref>{{cite journal |last=Hamacher |first=D.W. |title=Aurorae in Australian Aboriginal Traditions |journal=Journal of Astronomical History and Heritage |year=2013 |volume=16 |issue=2 |pages=207–219 |url=http://www.narit.or.th/en/files/2013JAHHvol16/2013JAHH...16..207H.pdf |arxiv=1309.3367 |bibcode=2013JAHH...16..207H }}</ref>
ଥୋମାସ୍ ବୁଲ୍‍ଫିଂଚ୍‍ଙ୍କ ଲିଖିତ [[ନୋର୍ସ୍ ପୌରାଣିକ କଥା]]ର ଭାଲ୍‍କାଏରିର କବଚରୁ ଏକ ବିସ୍ମୟୀ ଆଲୁଅ ବାହାରି ଉତ୍ତର ଦିଗରେ ଆକାଶ ଆଲୋକିତ ହେଉଥିଲା ଯାହାକୁ ଲୋକେ ଉତ୍ତର ଧ୍ରୁବୀୟ ଜ୍ୟୋତି ବୋଲି କୁହନ୍ତି ।<ref>{{cite web|url=http://www.mythome.org/bxxxviii.html |title=Bullfinch's Mythology |publisher=Mythome.org |date=10 February 1996 |accessdate=5 August 2010}}</ref> କିନ୍ତୁ ପୁରାତନ ନୋର୍ସ୍ ସାହିତ୍ୟରେ ଏପରି କୌଣସି ବର୍ଣ୍ଣନା ନାହିଁ ।<ref>{{cite web|url=http://www.vikinganswerlady.com/njordrljos.htm |title=The Aurora Borealis and the Vikings |publisher=Vikinganswerlady.com |accessdate=5 August 2010}}</ref> ୧୨୩୦ଖ୍ରୀ.ର ନରୱେଜିଆନ୍ କ୍ରୋନିକଲ୍ସରେ ଗ୍ରୀନଲ୍ୟାଣ୍ଡରୁ ଫେରିଥିବା ନିଜ ଦେଶବାସୀଙ୍କଠାରୁ ଧ୍ରୁବୀୟ ଜ୍ୟୋତି ବିଷୟରେ ଶୁଣିଥିବା କଥା ଲେଖକ ଉଲ୍ଲେଖ କରିଛନ୍ତି । ମହାସାଗର ଚାରିପଟ ନିଆଁଦ୍ୱାରା ପରିବେଷ୍ଟିତ ହୋଇଥିବା, ସୂର୍ଯ୍ୟଙ୍କ ଆଲୋକ ଦିନ ପଟରୁ ରାତି ପଟକୁ ପ୍ରବାହିତ ହେବା ଓ ଥଣ୍ଡା ଅଞ୍ଚଳର ବରଫରେ ଅନ୍ତର୍ନିହିତ ଶକ୍ତି ଜ୍ୟୋତି ରୂପେ ପ୍ରକଟିତ ହେବା – ଇତ୍ୟାଦି କାଳ୍ପନିକ କାରଣମାନ ପ୍ରଦାନ କରାଯାଇଛି ।<ref>{{cite web|url=http://www.irf.se/norrsken/Norrsken_history.html |title=Norrsken history |publisher=Irf.se |date=12 November 2003 |accessdate=26 July 2011| archiveurl= https://web.archive.org/web/20110721215920/http://www.irf.se/norrsken/Norrsken_history.html| archivedate= 21 July 2011 <!--DASHBot-->| deadurl= no}}</ref>
* ୧୯୨୦ ମସିହାରେ ପ୍ରକାଶିତ ୱାଲ୍ଟର୍ ୱିଲିୟମ୍ ବ୍ରାଏଣ୍ଟଙ୍କ ''Kepler'' (କେପ୍ଲର୍) ପୁସ୍ତକରେ ସେ ଲେଖିଛନ୍ତି ଯେ - ଟାଇକୋ ବ୍ରାହେ ଜଣେ ହୋମିଓପାଥି ଚିକିତ୍ସକ ହୋଇଥିବେ । ଗନ୍ଧକଦ୍ୱାରା ଔରୋରା ବୋରିଆଲିସ୍‍ର ଗନ୍ଧକ ବାଷ୍ପରୁ ହେଉଥିବା ଡିଆଁରୋଗର ଚିକିତ୍ସା କରିହେବ ବୋଲି ସେ ଉପଦେଶ ଦେଇଛନ୍ତି ।<ref>Walter William Bryant, {{Ws | [[s: Kepler|''Kepler'']]}} Macmillan Co. (1920) {{Ws | [[s: Kepler/Chapter 3#23|p.23]]}}</ref>
୧୭୪୦ ଦଶନ୍ଧିରେ ବେଞ୍ଜାମିନ୍ ଫ୍ରାଂକଲିନ୍ ନିଜର ''Aurora Borealis, Suppositions and Conjectures towards forming an Hypothesis for its Explanation'' ଲେଖାରେ କହିଥଲେ ଯେ ମେରୁ ନିକଟରେ ଚାର୍ଜିତ କଣିକାଙ୍କ ଘନତା ବଢ଼ିଯାଏ, ତା’ ସହିତ ତୁଷାର ଓ ଆର୍ଦ୍ରତା ଯୋଗୁଁ ଅଧିକ ହୋଇ ଧ୍ରୁବୀୟ ଜ୍ୟୋତି ସୃଷ୍ଟି ହୁଏ ।<ref>Goodman, N. (ed.) (1931), [https://books.google.com/books?id=Wojw-wmYrNwC&pg=PA3&dq=benjamin+franklin+northern+lights&hl=en&sa=X&ved=0ahUKEwjetsKplaHRAhVMnBoKHbhpCNsQ6AEIQjAH#v=onepage&q=benjamin%20franklin%20northern%20lights&f=false ''The Ingenious Dr Franklin''], p.2, Philadelphia: University of Pennsylvania Press.</ref>