"ପି.ଭି. କୃଷ୍ଣମୂର୍ତ୍ତି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hellohappy (ଆଲୋଚନା | ଅବଦାନ) ଟିକେNo edit summary |
Hellohappy (ଆଲୋଚନା | ଅବଦାନ) ଟିକେNo edit summary |
||
୩୧ କ ଧାଡ଼ି:
କୃଷ୍ଣମୂର୍ତ୍ତି, ୧୯୫୮ରେ ଆକାଶବାଣୀ କଟକ କେନ୍ଦ୍ରର ନିର୍ଦ୍ଦେଶକ ଭାବରେ ଯୋଗ ଦେଇଥିଲେ । ନିର୍ଦ୍ଦେଶକଙ୍କର ଭୂମିକା କେବଳ ପ୍ରଶାସନିକ ଦାୟିତ୍ୱ ମଧ୍ୟରେ ସିମୀତ ରହିଥାଏ । କିନ୍ତୁ କୃଷ୍ଣମୂର୍ତ୍ତି ଏଥିରେ ବ୍ୟତିକ୍ରମ ଆଣି, ବେତାର କାର୍ଯ୍ୟକ୍ରମରେ ମଧ୍ୟ ନିଜର ଯୋଗଦାନ ଦେଇଥିଲେ । [[ଓଡ଼ିଶା]]ର ଯୁବ କଳାକାରମାନଙ୍କର ପ୍ରତିଭାର ବିକାଶ କରି ତାଙ୍କୁ ଲୋକଲୋଚନକୁ ଆଣିବାର ଗୁରୁତ୍ୱପୂର୍ଣ୍ଣ କାମ କୃଷ୍ଣମୂର୍ତ୍ତି କରି ପାରିଥିଲେ ।
କୃଷ୍ଣମୂର୍ତ୍ତି ନିଜେ ଜଣେ ସଙ୍ଗୀତ ବିଶାରଦ ଥିଲେ । ସେ ''
ପଲ୍ଲୀଶ୍ରୋତାମାନଙ୍କ ପାଇଁ ସେ କୃଷି, ଲୋକକଳା ଓ ଲୋକଗୀତ କାର୍ଯ୍ୟକ୍ରମମାନ ଆରମ୍ଭ କରାଇଥିଲେ । ସେହି କାର୍ଯ୍ୟକ୍ରମ ସବୁ ବହୁଳ ଲୋକପ୍ରିୟତା ହାସଲ କରିଥିଲା । ଏହି କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ କୃଷ୍ଣଚନ୍ଦ୍ର ପାଣ୍ଡେ 'ମଙ୍ଗୁଳୀ' ଚରିତ୍ରରେ ଓ ଦୀନବନ୍ଧୁ ଦାସ 'ମଉସା' ଚରିତ୍ରରେ ମଧ୍ୟ ଲୋକପ୍ରିୟ ହୋଇଥିଲେ । ତାଙ୍କରି ସମୟରେ ନାଟକ ବିଭାଗ [[ଗୋପାଳ ଛୋଟରାୟ]], [[ନରସିଂହ ମହାପାତ୍ର]], [[ମନୋରଞ୍ଜନ ଦାସ]], [[ସୁରେନ ମହାନ୍ତି]] ଓ [[ସାମୁଏଲ ନାୟକ]]ଙ୍କ ବଳିଷ୍ଟ ରଚନା ଓ ପ୍ରଯୋଜନା ମାଧ୍ୟମରେ ସୁଦୃଢ ହୋଇଥିଲା । [[ଝରଣା ଦାସ]] ଓ [[ଉର୍ବଶୀ ଯୋଶୀ]] ସେହି ସମୟରେ ନାଟକରେ ଅଭିନେତ୍ରୀ ଭାବରେ ଯୋଗ ଦେଇଥିଲେ । ନାରୀମହଲ କାର୍ଯ୍ୟକ୍ରମରେ [[ବୀଣାଦେବୀ]] ପ୍ରଯୋଜକ ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳତା ଆଣିଥିଲେ । ଶିଶୁମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଶିଶୁ ସଂସାର ସମବେତ ସଙ୍ଗୀତ, ବାଦ୍ୟ ବିଚିତ୍ରା ଆଦି କାର୍ଯ୍ୟକ୍ରମ ଅଧିକ ନିର୍ମାଣ କରାଯାଇ ଶିଶୁମାନଙ୍କ ମଧ୍ୟରେ ଆକାଶବାଣୀକୁ ଲୋକପ୍ରିୟ କରାଯାଇ ପାରିଥିଲା । [[ପ୍ରଶାନ୍ତ ନନ୍ଦ]] ଏହି ଶିଶୁ ସଂସାର କାର୍ଯ୍ୟକ୍ରମରୁ ନିଜର ଅଭିନୟ ଆରମ୍ଭ କରିଥିଲେ । କୃଷ୍ଣମୂର୍ତ୍ତିଙ୍କ ଆବିଷ୍କାର [[ନଦୀୟା ବିହାରୀ ମହାନ୍ତି]], ଶିଶୁ ସଂସାର କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ଓଡ଼ିଶାରେ 'ବଡ଼ ଭାଇ' ଭାବରେ ପରିଚିତ ହୋଇଥିଲେ । ଗୁରୁ [[କେଳୁଚରଣ ମହାପାତ୍ର]]ଙ୍କ ସହଯୋଗରେ [[ଓଡ଼ିଶୀ]] ନୃତ୍ୟକୁ ଜାତୀୟ ସ୍ତରରେ ଆଦୃତ କରିବା ପାଇଁ ମଧ୍ୟ କୃଷ୍ଣମୂର୍ତ୍ତି ପ୍ରୟାସ କରିଥିଲେ ।<ref>{{cite journal |author1=ନଦୀୟା ବିହାରୀ ମହାନ୍ତି |title=ଶ୍ରଦ୍ଧାଞ୍ଜଳି |issue=ନଭେମ୍ବର ୨୦୧୯ |pages=୫୮-୬୩ |accessdate=1 August 2020}}</ref>
|