"ବ୍ୟବହାରକାରୀ:Hpsatapathy/sandbox" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
No edit summary
୧ କ ଧାଡ଼ି:
'''ପ୍ରଭାତ ସ୍ମରଣ'''
 
ମୂଢମନ ରାଧେ କୃଷ୍ଣ ରାଧେ କୃଷ୍ଣ ଭଜରେ
 
ମାଧବ ମଧୁସୂଦନ ବ୍ରଜ ଦ୍ଵିଜରାଜରେ
 
ଏ ମାୟା ସଂସାରେ ବାବୁ ନୁହେଁ କିଛି କାର୍ଯ୍ୟରେ
 
ଅକାରଣ ଅଟଇ ଏ ଦାରାଧନ ହେଜରେ
 
:ମୂଢମନ ରାଧେ କୃଷ୍ଣ ରାଧେ କୃଷ୍ଣ ଭଜରେ
 
ଏହାଙ୍କ ସଂଗତେ ପଡି ନୁହଁ ରଞ୍ଜ ଖଞ୍ଜରେ
 
ସାହା କେ ତୋ ନ ହୋଇବେ ମନ ମଧ୍ୟେ ହେଜରେ
 
:ମୂଢମନ ରାଧେ କୃଷ୍ଣ ରାଧେ କୃଷ୍ଣ ଭଜରେ
 
ହୃଦୟରୁ କାମ କ୍ରୋଧ ଆଦି ରିପୁ ତ୍ୟଜରେ
 
ହୃଦୟାଧୀକାରୀ ଯେହୁ ତା ଚରଣେ ମଜ୍ଜରେ
 
:ମୂଢମନ ରାଧେ କୃଷ୍ଣ ରାଧେ କୃଷ୍ଣ ଭଜରେ
 
ସେ ଚରଣ ଆଶ୍ରା କଲେ ପୂର୍ଣ୍ନ ହେବ କାର୍ଯ୍ୟରେ
 
କି କରି ପାରିବ ତୋତେ ଆଉ ଜନ୍ତୁ ରାଜରେ
 
:ମୂଢମନ ରାଧେ କୃଷ୍ଣ ରାଧେ କୃଷ୍ଣ ଭଜରେ
 
କହଇ ମୀନକେତନ ନ ହୁଅ ଅଧୈର୍ଯ୍ୟ ରେ
 
ସତ୍ୟ ପଥ ଆଶ୍ରେ କରି କୃଷ୍ଣ ପାଦେ ଭଜରେ
 
:ମୂଢମନ ରାଧେ କୃଷ୍ଣ ରାଧେ କୃଷ୍ଣ ଭଜରେ
 
----୦----
 
ଜଣାଣ