"ପି.ଭି. କୃଷ୍ଣମୂର୍ତ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ପ୍ରସାରଣ ସେବା ଅଧିକାରୀ
Content deleted Content added
ପି.ଭି. କୃଷ୍ଣମୂର୍ତ୍ତି ଆରମ୍ଭ କରାଗଲା
(କିଛି ବଦଳିନାହିଁ)

୧୭:୧୮, ୩୦ ଜୁଲାଇ ୨୦୨୦ ଅନୁସାରେ କରାଯାଇଥିବା ବଦଳ

ପି.ଭି. କୃଷ୍ଣମୂର୍ତ୍ତି (୦୧ ଅପ୍ରେଲ ୧୯୨୧ - ୧୬ ଅକ୍ଟୋବର ୨୦୧୯) ଆକାଶବାଣୀ କଟକର ପୂର୍ବତନ ନିର୍ଦ୍ଦେଶକ (୨୪ ମଇ ୧୯୫୮ - ୧୮ ଅକ୍ଟୋବର ୧୯୬୦)[୧] ଓ ଦୂରଦର୍ଶନର ପ୍ରଥମ ମହାନିର୍ଦ୍ଦେଶକ ଥିଲେ । ତାଙ୍କ ସମୟରେ ଆକାଶବାଣୀ କଟକର କାର୍ଯ୍ୟକ୍ରମର ମାନ ଉନ୍ନତି ଓ ସର୍ବୋପରୀ ବେତାର ପ୍ରସାରଣରେ ଓଡ଼ିଶାର ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ହୋଇଥିଲା । ଆକାଶବାଣୀ ମାଧ୍ୟମରେ ସେ ଅନେକ ଓଡ଼ିଆ କଳାକାରଙ୍କୁ ଲୋକଲୋଚନକୁ ଆଣିବାରେ ସମର୍ଥ ହୋଇଥିଲେ ।

ପି.ଭି. କୃଷ୍ଣମୂର୍ତ୍ତି
Born(1921-04-01)୧ ଅପ୍ରେଲ ୧୯୨୧
ୟାଙ୍ଗୁନ
Died୧୬ ଅକ୍ଟୋବର ୨୦୧୯(2019-10-16) (ବୟସ ୯୮)
Occupationପ୍ରସାରଣ ସେବା ଅଧିକାରୀ
Relativesପି କେ ବାଳଚନ୍ଦ୍ରନ ( ପୁଅ) କନିସ୍କା ବାଳଚନ୍ଦ୍ରନ ( ନାତୁଣୀ )

ଜନ୍ମ ଓ ଶିକ୍ଷା

କୃଷ୍ଣମୂର୍ତ୍ତି, ୧୯୨୧ ମସିହାରେ ବର୍ମାର ୟାଙ୍ଗୁନଠାରେ ଜନ୍ମଗ୍ରହଣ କରିଥିଲେ । ସେ ଇଂରାଜୀ ଭାଷାରେ ସ୍ନାତକ କରିଥିଲେ ।

ବୃତିଗତ ଜୀବନ

୧୯୪୪ ମସିହାରେ କୃଷ୍ଣମୂର୍ତ୍ତି ଆକାଶବାଣୀରେ ଜଣେ ଉଦଘୋଷକ ଭାବରେ ଯୋଗଦାନ କରିଥିଲେ । ଆକାଶବାଣୀରେ ସେ ନୂଆ ଦିଲ୍ଲୀ[୨], କେରଳ ଆଦି ବିଭିନ୍ନ କାର୍ଯ୍ୟକରି ଚେନ୍ନାଇ, କଲିକତାକଟକ କେନ୍ଦ୍ର ନିର୍ଦ୍ଦେଶକ ପଦମଣ୍ଡନ କରିଥିଲେ । ୧୯୭୬ ମସିହା ଅପ୍ରେଲ ୧ ତାରିଖରେ ସେ ଦୂରଦର୍ଶନର ପ୍ରଥମ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ[୩] ଓ ଏହି ପଦବୀରେ ୩ବର୍ଷ କାର୍ଯ୍ୟ କରିଥିଲେ । ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ଉପାଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ମାନ ସମ୍ମାନ

  • ଟାଗୋର ଏକାଡେମୀ ରତ୍ନ ଫେଲୋସିପ - ୨୦୧୨ (କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ)
  • ମିଡିଆ ରତ୍ନ ସମ୍ମାନ - ୨୦୧୧[୪]
  • ସଙ୍ଗୀତ ସରସ୍ୱତୀ ସମ୍ମାନ - ବାଳକୃଷ୍ଣ ଦାଶ ଫାଉଣ୍ଡେସନ
  • ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନ - ଗୁରୁ ଦେବପ୍ରସାଦ ଦାସ ଅନୁଷ୍ଠାନ[୫]

ଆଧାର

  1. "Ex-Director Of Cuttack Akashvani Kendra PV Krishnamoorthy Passes Away". odishabytes.com. Odisha Bytes. Retrieved 30 July 2020.
  2. Indian Science Congress Association (1976). Proceedings of the Indian Science Congress. Asiatic Society of Bengal.
  3. Combroad. Commonwealth Broadcasting Association. 1978.
  4. "Veteran broadcast journalist P.V. Krishnamoorthy passes away". www.thehindu.com. ହିନ୍ଦୁ ଖବରକାଗଜ. Retrieved 30 July 2020.
  5. "P. V. Krishnamurthy". sangeetnatak.gov.in. କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ. Retrieved 30 July 2020.