"ଓଡ଼ିଶୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ପ୍ରସଙ୍ଗରେ ଆଧୁନିକ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଚିତ୍ର ରହିବା ଆବଶ୍ୟକ ନୁହେଁ, ପ୍ରସିଦ୍ଧ ଗୁରୁମାନଙ୍କ ଚିତ୍ର ରହିବା ବେଶୀ ପ୍ରାସଙ୍ଗିକ ।
୨୪ କ ଧାଡ଼ି:
 
== ଆରମ୍ଭ ଓ ଇତିହାସ ==
[[ଫାଇଲ:Temple-Jagannath.jpg|thumb|୫୦୦px292x292px|ଜଗନ୍ନାଥ ମନ୍ଦିର ନୀତିରେ ଓଡ଼ିଶୀ]]
[[ଖାରବେଳ]]ଙ୍କ ସମୟରେ ଅଙ୍କାଯାଇଥିବା ଉଦୟଗିରିର ମଞ୍ଚପୁରି ଗୁମ୍ଫାରେ ସବୁଠୁ ପୁରୁଣା ଓଡ଼ିଶୀ ନାଚର ଛବି ଦେଖିବାକୁ ମିଳିଥାଏ । ନାରୀମାନଙ୍କ ବାଦ୍ୟଯନ୍ତ୍ର ବାଜଣା ସହ ଓଡ଼ିଶୀ ନର୍ତ୍ତକୀମାନଙ୍କର ନାଚକୁ ଖାରବେଳ ଉପଭୋଗ କରୁଥିଲେ । ତେଣୁ ଆରମ୍ଭରେ ଏହା ଧର୍ମ ସହ ଯୋଡ଼ା ନଥିଲା, ପରେ ଏହା ମନ୍ଦିର ଚଳଣିରେ ଯୋଡ଼ିହେଲା । ଜଗନ୍ନାଥ ମନ୍ଦିରରୁ ପ୍ରଥମେ ଆରମ୍ଭ କରି ତା ପରେ ବାକି ଶିବ ଓ ବିଷ୍ନୁ ମନ୍ଦିରମାନଙ୍କରେ ଆରମ୍ଭ ହେଲା । ଗୋଟିଏ ପୁରୁଣା ପୋଥି ଦେବଦାସୀମାନେ ଜୈନ ଓ ବୌଦ୍ଧ ସଙ୍ଘମାନଙ୍କରେ ନାଚିବାର ପ୍ରମାଣ ଦିଏ । ଓଡ଼ିଶୀ, ପ୍ରଥମେ ମନ୍ଦିରମାନଙ୍କରେ 'ମାହାରି' ମାନେ ନିଜ ଜୀବନ ଭଗବାନଙ୍କ ପାଖରେ ଅର୍ପଣ କରିବାର ଚଳଣି ଆରମ୍ଭ କରିଥିଲେ ଯାହା ଓଡ଼ିଶାର ମନ୍ଦିର କାନ୍ଥରେ ଥିବା ମୂର୍ତ୍ତୀରୁ ଜଣାପଡ଼େ ।<ref name="nadanam.com">[http://www.nadanam.com/odissi/o_index.htm ଓଡ଼ିଶୀ]</ref> ଖ୍ରୀଷ୍ଟପୂର୍ବ ଦ୍ୱିତୀୟର ଓଡ଼ିଶୀର ଇତିହାସ ଉଦୟଗିରିର ରାଣୀଗୁମ୍ଫାରୁ ମିଳିଥିବା ପୋଥିରୁ ଜଣାଯାଏ । ତେଣୁ ଇତିହାସ, ରିତିନୀତି ଓ ଚଳଣିକୁ ଆଖିରେ ରଖି ଓଡ଼ିଶୀକୁ ସବୁଠୁ ପୁରୁଣା ଶାସ୍ତ୍ରୀୟ ନାଚର ମାନ୍ୟତା ଦିଆଯାଏ । ନାଟ୍ୟ ଶାସ୍ତ୍ରରେ ବି '''ଓଡ୍ର ମାଗଧି'''କୁ ଗୁରୁତ୍ତ୍ୱ ଦିଆଯାଇଛି ଆଉ ଓଡ୍ର ଓଡ଼ିଶାକୁ ହିଁ ସୂଚାଏ ।<ref>http://www.nadanam.com/odissi/o_history.htm</ref>
 
== ମନ୍ଦିର ଇତିହାସ ==
[[ଫାଇଲ:Pankaj Charan Das.jpg|thumb|ନୃତ୍ୟଭଙ୍ଗୀରେ ଆଦିଗୁରୁ ପଙ୍କଜ ଚରଣ ଦାସ]]
[[ଫାଇଲ:Rahul-acharya.jpg|thumb|୫୦୦px|right||ରାହୁଳ ଆଚାର୍ଯ୍ୟଙ୍କ ଓଡ଼ିଶୀ ମୁଦ୍ରା]]
[[ଫାଇଲ:GWR attempt for largest Odissi Dance.jpg|thumb|ଗିନିଜ ରେକର୍ଡ ଉଦ୍ଦେଶ୍ୟରେ ଆୟୋଜିତ ନୃତ୍ୟ ପ୍ରତିଯୋଗିତାର ପ୍ରମାଣପତ୍ର]][[File:Odishi Dancer in Pose.jpg|thumb|Odishi Dancer in Pose]]
ଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀରେ ତିଆରି ଭୁବନେଶ୍ୱରରେ ଥିବା [[ଖଣ୍ଡଗିରି]] ଓ ଉଦୟଗିରି ସେତେବେଳର ସମ୍ରାଟ ଖାରବେଳଙ୍କଦ୍ୱାରା ତିଆରି କରାଯାଇଥିଲା । ଗବେଷକମାନେ କହନ୍ତି ଗୁମ୍ଫାରେ ଅଙ୍କାଯାଇଥିବା ହେତୁ ଓ ଅନେକ ସେହିଭଳି ପୁରୁଣା ପ୍ରମାଣ ମିଳୁଥିବାରୁ ଓଡ଼ିଶୀ ସବୁଠୁ ବେଶି ପୁରୁଣା ନୃତ୍ୟକଳା । [[କୋଣାର୍କ]] ଓ [[ବ୍ରହ୍ମେଶ୍ୱର]] ମନ୍ଦିର କାନ୍ଥରେ ଅଙ୍କା ଚିତ୍ରରେ ବି ନାଚୁଥିବା ଓଡ଼ିଶୀ ନର୍ତ୍ତକ ଓ ନର୍ତ୍ତକୀ ଦେଖିବାକୁ ମିଳନ୍ତି ।<ref>http://www.jagannatha.net/dance.html</ref> ଷଷ୍ଠ-ନବମ ଶତାବ୍ଦୀରେ ତିଆରି ହୋଇଥିବା ବୌଦ୍ଧ କୀର୍ତ୍ତି, [[ଯାଜପୁର]]ର [[ରତ୍ନଗିରି (ଓଡ଼ିଶା)|ରତ୍ନଗିରି]]ରେ ଥିବା ପାହାଡ଼ରେ ଏବେକାର ଓଡ଼ିଶୀ ସହ ସମାନତା ଥିବା ନାଚ ଉପରେ ଅଙ୍କାଯାଇଥିବା ଚିତ୍ର ଦେଖିବାକୁ ମିଳେ । ହିରାପୁରର [[ଚଉଷଠି ଯୋଗିନି ମନ୍ଦିର]] ଭଳି [[ତନ୍ତ୍ର]] ମନ୍ଦିରମାନଙ୍କରେ ଥିବା ଯୋଗିନିମାନେ ଯେଉଁ ମୁଦ୍ରାରେ ଅଛନ୍ତି ସେସବୁ ଏବେକାର ଓଡ଼ିଶୀର ଇତିହାସ ଜାଣିବାରେ ସାହାଯ୍ୟ କରେ । ଓଡ଼ିଶୀ, ଓଡ଼ିଶାର ଶିବ, ବିଷ୍ଣୁ ଓ ବାକି ମନ୍ଦିର ([[କୋଣାର୍କ]]ର ସୁର୍ଯ୍ୟ ମନ୍ଦିର)ରେ ଥିବା ଅଗଣିତ ମୂର୍ତ୍ତିରେ ଦେଖିବାକୁ ମିଳେ ।
[[ଫାଇଲ:Closeup of the temple at Nrityagram Dance Community.jpg|thumb|ଗୁରୁ କେଳୁଚରଣ ମହାପାତ୍ର]]
 
== ଶିକ୍ଷାରେ ==
"https://or.wikipedia.org/wiki/ଓଡ଼ିଶୀ"ରୁ ଅଣାଯାଇଅଛି