"ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଓଡ଼ିଆ ଔପନ୍ୟାସିକ
Content deleted Content added
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ ଆରମ୍ଭ କରାଗଲା
(କିଛି ବଦଳିନାହିଁ)

୧୬:୪୨, ୨୫ ଜୁଲାଇ ୨୦୨୦ ଅନୁସାରେ କରାଯାଇଥିବା ବଦଳ

ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, ଜଣେ ଓଡ଼ିଆ ସାହିତ୍ୟିକା । ସେ ଗଳ୍ପ, ଉପନ୍ୟାସ, ଅନୁବାଦ ଓ ସମାଲୋଚନା ସାହିତ୍ୟରେ ନିଜ ଲେଖନୀ ଚାଳନା କରନ୍ତି । ସେ ୨୦ଟି ଉପନ୍ୟାସ ଓ ଅନେକ ଗଳ୍ପ, ଅନୁବାଦ ଓ ପ୍ରବନ୍ଧ ରଚନା କରିଛନ୍ତି । ଉପନ୍ୟାସ "ଅମ୍ବା" ପାଇଁ ସେ ୨୦୧୬ ମସିହାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]

ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ
ଜନ୍ମ
ନୂଆଶାସନ, କଟକ, ଓଡ଼ିଶା
ଉଲ୍ଲେଖନୀୟ କୃତିଅମ୍ବା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର -୨୦୧୬

ସାହିତ୍ୟ ସର୍ଜନା

ଲକ୍ଷ୍ମୀପ୍ରିୟାଙ୍କ ଲେଖାରେ ମୁଖ୍ୟତଃ ଏକ ପୌରାଣିକ ପୃଷ୍ଟଭୂମୀ ରହିଥାଏ । ସାମାଜିକ ବ୍ୟବସ୍ଥା ଓ ସେଥିରେ ନାରୀର ଅବସ୍ଥାକୁ ସେ ନିଜ ଲେଖା ମାଧ୍ୟମରେ ଦର୍ଶାଇବାକୁ ଚେଷ୍ଟା କରନ୍ତି । ଲେଖାଗୁଡିକ ସବୁବେଳେ ଆତ୍ମକଥନ ମୂଳକ ହୋଇଥାଏ । ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ଶିଶୁ ରାଇଜ ପତ୍ରିକାରେ ତାଙ୍କର ଏକ କବିତା ପ୍ରକାଶ ପାଇଥିଲା । ସେହି କବିତାକୁ ପ୍ରଂଶସା କରି ହରେକୃଷ୍ଣ ମହତାବ ତାଙ୍କୁ ନିଜ ହାତଲେଖା ଚିଠିଟିଏ ପଠେଇଥିଲେ । ସେହି ଚିଠି ତାଙ୍କୁ ଅଧିକ ସାହିତ୍ୟ ସର୍ଜନା ଦିଗରେ ପ୍ରେରଣା ଯୋଗେଇଥିଲା । ଦଶମ ଶ୍ରେଣୀରେ ପଢୁଥିବା ବେଳେ ନିଜର ପ୍ରଥମ ଉପନ୍ୟାସ ପ୍ରଥମ ରାଗିଣୀ ଶେଷ ଛନ୍ଦ ଲେଖିଥିଲେ । ତାହା କିନ୍ତୁ ଛପା ଯାଇପାରି ନଥିଲା । ୧୯୮୦ରେ ତାଙ୍କର ଗଳ୍ପ ସଂକଳନ ମାନସ ମନ୍ଥନ ପ୍ରକାଶ ପାଇଥିଲା ।

ରଚନାବଳୀ

ଉପନ୍ୟାସ

  • ପିତାମହ ଭୀଷ୍ମ : ମୈଥିଳା
  • ନିଃଶବ୍ଦ ବସନ୍ତ : ଉତ୍ତରା
  • କୁନ୍ତୀ ପୁତ୍ର
  • ମହାନାୟକ ଶ୍ରୀକୃଷ୍ଣ
  • ଅରଣ୍ୟର ଛାଇ
  • ଅସ୍ତ ଜହ୍ନ
  • ଦ୍ରୋଣ
  • ଅମ୍ବା
  • ଲଙ୍କାଧିପତି ଦଶାନନ
  • ଦମୟନ୍ତୀ
  • କୁନ୍ତି
  • ଭାନୁମତୀ
  • ଭୀଷ୍ମ କି ଆତ୍ମକଥା (ହିନ୍ଦୀକୁ ଅନୁବାଦିତ)
  • ମୈଥିଲୀ କୀ ଆତ୍ମଲିପି (ହିନ୍ଦୀକୁ ଅନୁବାଦିତ)

ଗଳ୍ପ

  • ଥକାମନ ଚାଲଯିବା
  • ମାନସ ମନ୍ଥନ
  • ତଥା ଶରରାଣୀ
  • ଅଲୋଡା
  • ଅବ୍ୟକ୍ତ
  • ବସୁଧା
  • ଲକ୍ଷ୍ମୀପ୍ରିୟା
  • ଆଚାର୍ଯ୍ୟଙ୍କ ଗଳ୍ପ ସମଗ୍ର
  • ଶ୍ରୀଜଗନ୍ନାଥ ଏକ ଅମୃତ ଅନୁଭବ
  • ସେତୁ
  • ବିନା ମେଘେ ସୃଜି ପାରଇ[୨]

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର -୨୦୧୫[୩]

ଆଧାର

  1. "Odisha Sahitya Akademi award for 18 authors". www.newindianexpress.com. The New Indian Express. Archived from the original on 25 July 2020. Retrieved 25 July 2020.
  2. "ପ୍ରଗତିବାଦୀ ସାକ୍ଷାତକାର". No. ପ୍ରଗତିବାଦୀ ୨୫ଜୁଲାଇ ୨୦୨୦ ପୃଷ୍ଠା ୨. ପ୍ରଗତିବାଦୀ. Archived from the original on 25 July 2020. Retrieved 25 July 2020.
  3. "Odisha Sahitya Akademi Award For 2015, 2016 Announced: Here's The List". kalingatv.com. kalinga tv. Archived from the original on 25 July 2020. Retrieved 25 July 2020.