"ବିଦ୍ୟୁତ ଉତ୍ପାଦନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"କୌଣସି ଏକ ପ୍ରାଥମିକ ଶକ୍ତି-ଉତ୍ସରୁ ବୈଦୁତିକ ଶକ୍ତ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୧୧:୦୪, ୧୮ ଜୁଲାଇ ୨୦୨୦ ଅନୁସାରେ କରାଯାଇଥିବା ବଦଳ

କୌଣସି ଏକ ପ୍ରାଥମିକ ଶକ୍ତି-ଉତ୍ସରୁ ବୈଦୁତିକ ଶକ୍ତିର ଉତ୍ପାଦନ କରିବା ପ୍ରକ୍ରିୟା ହେଉଛି ବିଦ୍ୟୁତ୍ ଉତ୍ପାଦନ । ଶକ୍ତି କମ୍ପାନୀଗୁଡ଼ିକ ପାଇଁ ଏହା ସରବାରହ, ବିତରଣ ଏବଂ ସଞ୍ଚୟର ପୂର୍ବବର୍ତ୍ତୀ ସୋପାନ ଅଟେ ।

ବିଦ୍ୟୁତ୍ ଶକ୍ତି ପ୍ରଚୁର ପରିମାଣରେ ପ୍ରକୃତିରେ ମୁକ୍ତ ଭାବରେ ଉପଲବ୍ଧ ନୁହେଁ, ତେଣୁ ଏହାକୁ “ଉତ୍ପାଦନ” କରିବାକୁ ପଡ଼େ (ଅର୍ଥାତ୍ ଅନ୍ୟ ଶକ୍ତିକୁ ବିଦ୍ୟୁତରେ ରୂପାନ୍ତରଣ କରିବା) । ଏହି ଉତ୍ପାଦନ ପ୍ରକ୍ରିୟା ପାୱାର ଷ୍ଟେସନରେ କରାଯାଇଥାଏ (ଏହାକୁ “ପାୱାର୍ ପ୍ଲାଣ୍ଟ” ମଧ୍ୟ କୁହାଯାଏ) ଏବଂ ଏଠାରେ ବିଦ୍ୟୁତ-ଯାନ୍ତ୍ରିକ ଜନିତ୍ର (ଇଲେକ୍ଟ୍ରୋ-ମେକାନିକାଲ୍ ଜେନେରେଟର) ବ୍ୟବହାର କରି ଶକ୍ତି ଉତ୍ପନ୍ନ ହୋଇଥାଏ । ଯଦିଓ ଏହି ଜନିତ୍ରକୁ ଚଳାଇବା ପାଇଁ ମୁଖ୍ୟତଃ ଜାଳେଣି (ଦହନ) କିମ୍ବା ଆଣବିକ ଫିସନ୍ ଦ୍ଵାରା ଚାଳିତ ଉତ୍ତାପ ଇଞ୍ଜିନ୍ ବ୍ୟବହାର କରାଯାଇଥାଏ, କେତେକ କ୍ଷେତ୍ରରେ ପ୍ରବାହିତ ଜଳ ଏବଂ ପବନର ଗତିଜ ଶକ୍ତିର ବ୍ୟବହାର ବି ଲୋକପ୍ରିୟ ଅଟେ । ଅନ୍ୟାନ୍ୟ ଶକ୍ତି ଉତ୍ସଗୁଡ଼ିକରେ ସୌର ଶକ୍ତି ଏବଂ ଭୂତାପ ଶକ୍ତି ଅନ୍ତର୍ଭୁକ୍ତ ।

ଇତିହାସ

ବିଦ୍ୟୁତ୍ ଉତ୍ପାଦନର ମୌଳିକ ନିୟମଗୁଡ଼ିକ ୧୮୨୦ ଦଶକ ଏବଂ ୧୮୩୦ ଦଶକର ପ୍ରଥମାର୍ଦ୍ଧରେ ବ୍ରିଟିଶ୍ ବୈଜ୍ଞାନିକ ମାଇକେଲ୍ ଫାରାଡେଙ୍କ ଦ୍ଵାରା ଆବିଷ୍କୃତ ହୋଇଥିଲା । ତାଙ୍କ ପଦ୍ଧତି ଆଜି ବି ବ୍ୟବହୃତ ହେଉଛି- ଏକ 'ଚୁମ୍ବକୀୟ କ୍ଷେତ୍ର' ମଧ୍ୟଦେଇ 'ତାରର ଏକ ଲୁପ୍' (ଫାରାଡେ ଡିସ୍କ)କୁ ଗତିଶୀଳ କରିବା ପୂର୍ବକ ବିଦ୍ୟୁତ୍ ଉତ୍ପନ୍ନ କରିବା । ପରବର୍ତ୍ତୀ ସମୟରେ, ପ୍ରତ୍ୟାବର୍ତ୍ତୀ କରେଣ୍ଟ (AC)ର ବହୁଳ ବ୍ୟବହାର କେନ୍ଦ୍ରୀୟ ପାୱାର ଷ୍ଟେସନଗୁଡ଼ିକ ପାଇଁ ବ୍ୟବସାୟିକ ସଫଳତା ଆଣିଦେଲା । ପ୍ରତ୍ୟାବର୍ତ୍ତୀ କରେଣ୍ଟ ଯୋଗୁଁ ଟ୍ରାନ୍ସଫର୍ମର ବ୍ୟବହାର କରି ଉଚ୍ଚ ବିଦ୍ୟୁତ୍ ବିଭବ ସଂପନ୍ନ ଶକ୍ତି ଏବଂ ସ୍ୱଳ୍ପ କ୍ଷତିରେ ବହୁତ ଦୂର ପ୍ରେରଣ କରିବା ସମ୍ଭବ ହୋଇପାରିଥିଲା ।