"କୋଣାର୍କ ସୂର୍ଯ୍ୟ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୬୬ କ ଧାଡ଼ି:
 
=== କଳା ପାହାଡ଼ ===
ଧ୍ୱଂସର ମୂଳକାରଣ ହେଉଛି ବଙ୍ଗୀୟ ସୁଲତାନ ସୁଲେମାନ କରାଣୀର ସେନାଧ୍ୟକ୍ଷ ରୁଦ୍ରନାରାୟଣ ଯିଏ କଳାପାହାଡ଼ ନାମରେ କୁଖ୍ୟାତ। କେହି କେହି କହନ୍ତି, କଳା ପାହାଡ଼ ଆଗରୁ ହିନ୍ଦୁ ଥିଲା। <ref>http://www.mukto-mona.com/Articles/kamrun_nahar/Racial_Origin.pdf Racial Origin of the Muslim Population and their Social Stratification under Bengal Sultanate By Kamrun Nahar</ref> ପରେ ପରେ ସେ ଇସଲାମ ଧର୍ମ ଗ୍ରହଣ କରିଥିଲା। <ref>The Cult of Jagannātha By Kanhu Charan Mishra, Published 1971</ref> ଶେଖ କବୀର ବତିନିଙ୍କ ଅଫସାନା-ଈ-ଶାହାନ ଅନୁସାରେ <ref>http://orissagov.nic.in/e-magazine/orissareview/jun2004/englishpdf/gloom.pdf K.S. Behera, "Gloom and Bloom: The Case of Jagannatha Temples in Midnapore District"</ref> ସେ ଜଣେ ବତିନି(ଆଫଗାନର ପଠାଣ) ଲୋକ । ଓଡ଼ିଶା ଇତିହାସ ଅନୁସାରେ ୧୫୦୮ ଖ୍ରୀଷ୍ଟାବ୍ଦରେ କଳା ପାହାଡ଼ ଓଡ଼ିଶା ଆକ୍ରମଣ କରିଥିଲା ଓ କୋଣାର୍କ ମନ୍ଦିର ସମେତ ଓଡ଼ିଶାର ଅନେକ ମନ୍ଦିରକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲା। ପୁରୀ ଜଗନ୍ନାତଜଗନ୍ନାଥ ମନ୍ଦିରରର ମାଦଳାପାଞ୍ଜିରେ ୧୫୬୮ ଖ୍ରୀଷ୍ଟାବ୍ଦରେ କଳାପାହାଡ଼ କେମିତି ଓଡ଼ିଶା ଆକ୍ରମଣ କରିଥିଲା ତାହା ବର୍ଣ୍ଣନା କରା ଯାଇଅଛି । ୨୦ ଫୁଟରୁ ୨୫ ଫୁଟର ପାଚେରୀ ଯୁକ୍ତ ଅନେକ ଓଡ଼ିଆ ମନ୍ଦିର ଓ ମନ୍ଦିରସ୍ଥ ଦେବଦେବୀଙ୍କୁ ସେ ଧ୍ୱଂସ କରିଥିଲା। କୌଣସି ଉପାୟରେ ସେ କୋଣାର୍କ ମନ୍ଦିରର ଦଧିନଉତିକୁ ସ୍ଥାନାନ୍ତରିତ କରିବାରେ ସଫଳ ହେବାରୁ ପୁରା ଦେଉଳଟି ଭାଙ୍ଗି ପଡ଼ିଲା। ମନ୍ଦିର ମୁଖଶାଳାର ଚୂଡ଼ାରେ ଅନେକ ପଥର ପଡ଼ିବାରୁ ତାହା ମଧ୍ୟ କେତେକାଂଶରେ ଭାଙ୍ଗି ଯାଇଥିଲା । ତା ସହିତ କଳାପାହାଡ଼ ମନ୍ଦିରର ଅନେକ ମୂର୍ତ୍ତି ଓ ପାର୍ଶ୍ୱ ଦେଉଳକୁ ମଧ୍ୟ ଧ୍ୱଂସ କରିଦେଇଥିଲା।
 
୧୫୬୮ ଖ୍ରୀଷ୍ଟାବ୍ଦରେ ଓଡ଼ିଶାରେ ମୁସଲମାନ ରାଜତ୍ୱ ଆରମ୍ଭ ହେଲା । ସେତେବେଳେ ହିନ୍ଦୁ ମନ୍ଦିରମାନଙ୍କୁ ଧ୍ୱଂସ କରିବାପାଇଁ ନିରନ୍ତର ଚେଷ୍ଟା କରାଯାଉଥିଲା । ଏପରିକି ପ୍ରଭୁ [[ଜଗନ୍ନାଥ]]ଙ୍କୁ ବଞ୍ଚାଇବାପାଇଁ ପଣ୍ଡାମାନେ ତାଙ୍କୁ ଲୁଚାଇ ଏକ ଗୋପନ ସ୍ଥାନକୁ ନେଇ ଯାଇଥିଲେ । ଏମିତିକି କୁହାଯାଏ ଯେ, କୋଣାର୍କର ପଣ୍ଡାମାନେ ଅଧିଷ୍ଠିତ ଦେବତା ସୂର୍ଯ୍ୟକୁ ନେଇଯାଇ ବାଲି ତଳେ ପୋତି ଅନେକ ବର୍ଷ ପର୍ଯ୍ୟନ୍ତ ରଖିଥିଲେ । ପରେ ପରେ ଏହା [[ପୁରୀ]]କୁ ନିଆଗଲା ଓ [[ଜଗନ୍ନାଥ ମନ୍ଦିର]] ବେଢ଼ାରେ ଥିବା ଇନ୍ଦ୍ରଙ୍କ ମନ୍ଦିରରେ ସ୍ଥାପିତ କରାଗଲା । ଆଉ କେହି କେହି ମତ ଦିଅନ୍ତି, କୋଣାର୍କ ମନ୍ଦିରରେ ଅନୁସୃତ ପୂଜାବିଧି ଆଜି ମଧ୍ୟ ଅଜ୍ଞାତ । ଆଉ କେହି କେହି କହନ୍ତି, କୋଣାର୍କରେ ଅଧ୍ୟୁଷିତ ସୂର୍ଯ୍ୟଦେବତାଙ୍କ ମୂର୍ତ୍ତି ଏବେ [[ଦିଲ୍ଲୀ]]ର ଜାତୀୟ ସଂଗ୍ରହାଳୟରେ ରହିଛି ।