"ହାଣ୍ଡି ଚଞ୍ଛା ପକ୍ଷୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ଛୋଟ|Rufous treepie}} {{speciesbox | name = ହାଣ୍ଡି ଚଞ୍ଛା ପକ୍ଷୀ</br>ଟଙ୍କା..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୧୯:୩୪, ୨୧ ଜୁନ ୨୦୨୦ ଅନୁସାରେ କରାଯାଇଥିବା ବଦଳ

ହାଣ୍ଡି ଚଞ୍ଛା ପକ୍ଷୀ ବା ଟଙ୍କା ଚୋରଣୀ (ଇଂରାଜୀ ଭାଷାରେ Rufous Treepie ବା Indian Treepie, ଜୀବବିଜ୍ଞାନ ନାମ Dendrocitta vagabunda) ଭାରତୀୟ ଉପମହାଦେଶ ଓ ତତ୍-ସଂଲଗ୍ନ ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କରେ ପରିଲକ୍ଷିତ ଏକ ପକ୍ଷୀ । ଏମାନେ କାଉ ପରି କୋର୍ଭିଡାଏ ପରିବାରର ସଦସ୍ୟ । ଲମ୍ଵା ଲାଞ୍ଜବିଶିଷ୍ଟ ଏହି ପକ୍ଷୀ ଉଚ୍ଚ ସ୍ଵରରେ ରାବି ନିଜ ଉପସ୍ଥିତି ଜଣାଇଥାଏ । ଘଞ୍ଚ ଜଙ୍ଗଲ, ବୁଦାଳିଆ ଜଙ୍ଗଲ, କୃଷିକ୍ଷେତ୍ର, ତୋଟା ଓ ନଗରର ଉଦ୍ୟାନମାନଙ୍କରେ ମଧ୍ୟ ଏହି ପକ୍ଷୀ ଦେଖିବାକୁ ମିଳନ୍ତି । ନିଜ ପରିବାରର ଅନ୍ୟ ସଦସ୍ୟ ପକ୍ଷୀଙ୍କ ପରି ଏମାନେ ସର୍ବଭକ୍ଷୀ, ସୁବିଧାବାଦୀ ଖାଦକ ଓ ପରିସ୍ଥିତି ସହ ଉତ୍ତମ ରୂପେ ଖାପ ଖୁଆଇ ଚଳିପାରନ୍ତି ।

ହାଣ୍ଡି ଚଞ୍ଛା ପକ୍ଷୀ
ଟଙ୍କା ଚୋରଣୀ ପକ୍ଷୀ
କୁଟୁରି ପକ୍ଷୀ
ହାଣ୍ଡି ଚଞ୍ଛାର ଡାକ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Passeriformes
Family: Corvidae
Genus: Dendrocitta
ଜାତି: D. vagabunda
ବାଇନୋମିଆଲ ନାମ
Dendrocitta vagabunda
(ଜନ୍ ଲାଥାମ୍, ୧୭୯୦)
ବିଭିନ୍ନ ହାଣ୍ଡି ଚଞ୍ଛା ଉପପ୍ରଜାତିମାନଙ୍କ ଭୌଗୋଳିକ ବିତରଣ
Synonyms

ଡେଣ୍ଡ୍ରୋସିଟା ରୁଫା (Dendrocitta rufa)

ବିବରଣୀ

Indian tree pie-Three type calls

ହାଣ୍ଡି ଚଞ୍ଛା ମାଈ ଓ ଅଣ୍ଡିରା ଦେଖିବାକୁ ଏକା ପରି । ଏମାନଙ୍କ ଦେହର ରଙ୍ଗ ଡାଲଚିନି ପରି ମାଟିଆ ଓ ମୁଣ୍ଡଟିର ରଙ୍ଗ କଳା । ଲମ୍ଵା ଲାଞ୍ଜଟି ନୀଳ ମିଶା ପାଉଁଶିଆ ରଙ୍ଗର ଓ ତାହାର ଅଗ ଭାଗଟି କଳା । ଏମାନଙ୍କ ଡେଣାରେ ଏକ ଧଳା ପଟି ରହିଥାଏ । ହିମାଳୟ ହାଣ୍ଡିଚଞ୍ଛା ଦେଖିବାକୁ ସାଧାରଣ ହାଣ୍ଡିଚଞ୍ଛା ପରି କିନ୍ତୁ ସେମାନଙ୍କ ରଙ୍ଗ ଟିକେ ପାଉଁଶିଆ ଓ ସାଧାରଣ ହାଣ୍ଡିଚଞ୍ଛା ପରି ନାଲିମିଶା ମାଟିଆ ନୁହେଁ । ହାଣ୍ଡି ଚଞ୍ଛାର ଥଣ୍ଟ ମୋଟା ଓ ଆଗ ପଟକୁ ସାମାନ୍ୟ ବଙ୍କା । ପେଟ ତଳ ଓ ପିଠିର ଶେଷ ଅଂଶ ଫିକା ମାଟିଆ କିମ୍ଵା କମଳାମିଶା ମାଟିଆ ରଙ୍ଗର । ଏମାନଙ୍କ ଡେଣାରେ କଳା ଓ ଧଳା ରଙ୍ଗର ପର ରହିଥାଏ । ଏହି ପକ୍ଷୀର ଥଣ୍ଟ, ଗୋଡ଼ ଓ ପଞ୍ଝା କଳା ରଙ୍ଗର ।[୨]

ସୁବିସ୍ତୃତ ଏହି ପକ୍ଷୀର ଅନେକ ଉପପ୍ରଜାତି ରହିଛନ୍ତି । ମୂଳ ପ୍ରଜାତି ହାଇଦ୍ରାବାଦର ଦକ୍ଷିଣକୁ ଭାରତୀୟ ଉପଦ୍ଵୀପର ଉତ୍ତର-ପୂର୍ବରେ ଦେଖିବାକୁ ମିଳନ୍ତି । ମରୁ ଅଞ୍ଚଳରେ ଦେଖାଯାଉଥିବା ହାଣ୍ଡି ଚଞ୍ଛାର ରଙ୍ଗ ଅଧିକ ଫିକା ଯାହାଙ୍କ ଉପପ୍ରଜାତିକୁ ପେଲିଡା (pallida) ବୋଲି ଚିହ୍ନଟ କରାଯାଇଥାଏ । ପୂର୍ବ ଘାଟ ପର୍ବତମାଳାରେ ଦେଖାଯାଉଥିବା ଉଜ୍ଜ୍ଵଳ ରଙ୍ଗର ଉପପ୍ରଜାତିକୁ ୱେର୍ଣ୍ଣାଇ (vernayi) ଓ ପଶ୍ଚିମ ଘାଟ ପର୍ବତମାଳାରେ ଦେଖାଯାଉଥିବା ସାମାନ୍ୟ ଛୋଟ ଆକାରର ଉପପ୍ରଜାତିକୁ ପାର୍ଭୁଲା (parvula) ବୋଲି ନାମିତ କରାଯାଇଛି ।[୨] ଆଫଗାନିସ୍ତାନପାକିସ୍ତାନରେ ବ୍ରିଷ୍ଟୋଲି (bristoli) ଉପପ୍ରଜାତି ଦେଖାଯାଉଥିବା ବେଳେ ଦକ୍ଷିଣ ଥାଇଲ୍ୟାଣ୍ଡରେ ପରିଲକ୍ଷିତ ହାଣ୍ଡିଚଞ୍ଛା ଉପପ୍ରଜାତିର ନାମ ସାଚୁରେଟିଅର୍ (saturatior) । ଏଡ୍ଵାର୍ଡ୍ ଚାର୍ଲସ୍ ଷ୍ଟୁଆର୍ଟ୍ ବେକର୍‍ ଉପର ଚିଣ୍ଡ୍ଵିନରୁ ଚିନ ଉଚ୍ଚଭୂମି ପର୍ଯ୍ୟନ୍ତ ରହିଥିବା ଉପପ୍ରଜାତିକୁ ସ୍କ୍ଲାଟେରି (sclateri) ଏବଂ ଦକ୍ଷିଣ-ବ୍ରହ୍ମଦେଶ ଓ ଉତ୍ତର-ପଶ୍ଚିମ ଥାଇଲ୍ୟାଣ୍ଡର ଉପପ୍ରଜାତିକୁ କିନ୍ନ୍ୟାରି (kinneari) ବୋଲି ନାମିତ କରିଥିଲେ ।[୩] ପୂର୍ବ ଥାଇଲ୍ୟାଣ୍ଡ ଓ ଇଣ୍ଡୋଚୀନର ଉପପ୍ରଜାତିକୁ ସାକେରାଟେନ୍ସିସ୍ (sakeratensis) ବୋଲି କୁହାଯାଏ ।[୪]

ଭୌଗୋଳିକ ବିତରଣ

ଏହି ପକ୍ଷୀର ଭୌଗୋଳିକ ବ୍ୟାପ୍ତି ଅତି ବିସ୍ତୃତ । ହିମାଳୟ ସମେତ ସମଗ୍ର ଭାରତ ଭୂଖଣ୍ଡ, ପାକିସ୍ତାନ, ବଙ୍ଗଳାଦେଶ, ବ୍ରହ୍ମଦେଶ, ଲାଓସ ଓ ଥାଇଲ୍ୟାଣ୍ଡ ପ୍ରଭୃତି ଦେଶରେ ବଣ, ବୁଦାଳିଆ ଜଙ୍ଗଲ, ତୋଟା ଓ ଉଦ୍ୟାନମାନଙ୍କରେ ଏହି ପକ୍ଷୀ ଦେଖିବାକୁ ମିଳନ୍ତି । ହିମାଳୟ ପର୍ବତମାଳାରେ ଋତୁ ଅନୁସାରେ ଏମାନେ ସମୁଦ୍ର ପତନରୁ ଅଳ୍ପ ବା ଅଧିକ ଉଚ୍ଚତାରେ ବିଚରଣ କରିବା ଦେଖାଯାଇଛି ।[୫]

ପରିସଂସ୍ଥା ଓ ବ୍ୟବହାର

ହାଣ୍ଡି ଚଞ୍ଛା ପକ୍ଷୀ ମୁଖ୍ୟତଃ ଗଛ ଉପରେ ରୁହନ୍ତି । ଗଛର ଫଳ, ଶିମିଳି ଗଛର ମହୁ[୬]), ମଞ୍ଜି[୭], ବିଭିନ୍ନ ଅମେରୁଦଣ୍ଡୀ ଜୀବ, ସାନ ସରୀସୃପ ଓ ଛୋଟ ପକ୍ଷୀ ଶାବକଙ୍କୁ ଆହରଣ କରିଥାନ୍ତି ।[୮] ଏମାନେ ପଡ଼ି ରହିଥିବା ସଦ୍ୟ ଶବରୁ ମଧ୍ୟ ମାଂସ ଖୁଣ୍ଟି ଖାଇବା ଦେଖାଯାଏ । ଏମାନେ ଅତି ଚଞ୍ଚଳିଆ ସ୍ଵଭାବର, ଗଛ ଡାଳରେ ତଳ-ଉପର ହେଉଥାନ୍ତି । ବେଳେବେଳେ ଏମାନେ କଜଳପାତିକୁଣ୍ଡାଖିଆ ଚଢ଼େଇଙ୍କ ପରି ଅନ୍ୟ ପକ୍ଷୀଙ୍କ ସହିତ ମିଶି ଖାଇବା ମଧ୍ୟ ଲକ୍ଷ୍ୟ କରାଯାଇଛି । ଏହି ପକ୍ଷୀ ହରିଣମାନଙ୍କ ଦେହରୁ ପୋକ ଖୁଣ୍ଟି ଖାଇବା ମଧ୍ୟ ଦେଖାଯାଏ । ସମ୍ଵର ହରିଣମାନେ ନିଜ ଦେହର ବିଭିନ୍ନ ଅଂଶ ପ୍ରଦର୍ଶନ କରି ପକ୍ଷୀଙ୍କୁ ତାହା ଉପରେ ବସି କୀଟପୋକ ଆଦି ଖାଇବାକୁ ଆମନ୍ତ୍ରିତ କରିଥାନ୍ତି ।[୯][୧୦] ଅନ୍ୟ କର୍ଭିଡ୍ ପକ୍ଷୀଙ୍କ ପରି ଏମାନେ ମଧ୍ୟ ଖାଦ୍ୟ ଗଚ୍ଛିତ କରି ରଖିପାରନ୍ତି ।[୧୧] ବିଭିନ୍ନ ପ୍ରକାରର ବୃକ୍ଷନାଶକ କୀଟଙ୍କୁ ଆହରଣ କରୁଥିବାରୁ ଦକ୍ଷିଣ ଭାରତରେ ତାଳ ତୋଟା ମାଲିକଙ୍କ ପାଇଁ ଏମାନେ ଅତି ଉପକାରୀ ।[୧୨] ହାଣ୍ଡି ଚଞ୍ଛା ପକ୍ଷୀ ଶଲରା ଗଛର ଫଳ ଖାଆନ୍ତି ଯାହା ଅନ୍ୟ ସ୍ତନ୍ୟପାୟୀ ଜୀବଙ୍କ ପାଇଁ ବିଷାକ୍ତ ହୋଇପାରେ ।[୧୩]


ଭାରତରେ ଅପ୍ରେଲ୍‍ରୁ ନେଇ ଜୁନ୍ ମାସ ପର୍ଯ୍ୟନ୍ତ ଏହି ପକ୍ଷୀଙ୍କ ମିଳନ ଋତୁ । ପଶ୍ଚିମ ବଙ୍ଗରେ ଅପ୍ରେଲ୍ ଓ ମଇ ମାସରେ ପିନିୟଲ୍ ଗ୍ରନ୍ଥି କାର୍ଯ୍ୟକଳାପ ଓ ସେରୋଟୋନିନ୍ କ୍ଷରଣରେ ବୃଦ୍ଧି ଘଟିଥାଏ ।[୧୪] ଗଛ ଓ ବୁଦାରେ ରହିଥିବା ଏମାନେ ଏକ ଅଗଭୀର ବସା ନିର୍ମାଣ କରନ୍ତି । ମାଈ ହାଣ୍ଡି ଚଞ୍ଛା ୩-୫ଟି ଅଣ୍ଡା ଦେଇଥାଏ ।[୧୫][୧୬]


ଏହି ପକ୍ଷୀ ବାରମ୍ଵାର ଉଚ୍ଚ ସ୍ଵରରେ ଡାକ ଦିଏ ଯାହା ବବ୍-ଓ-ଲିଂକ୍ ବା ଗୋ-ଟ୍ରି ପରି ଶୁଣାଯାଏ ।[୨] ଗୋଟ୍‍ରି ଗୋଟ୍‍ରି ଡାକ ଦେଉଥିବାରୁ ଏହି ପକ୍ଷୀକୁ ସ୍ଥାନୀୟ ଭାବେ କୁଟୁରା, କୁଟୁରି ବା କୋଟ୍‍ରି ବୋଲି ମଧ୍ୟ ଡକାଯାଏ ।[୧୭] ଏହି ପକ୍ଷୀର ଆଉ ଏକ ସ୍ଥାନୀୟ ନାମ ହେଲା ଟାକା ଚୋର୍ ବା ଟଙ୍କା ଚୋରଣୀ । ହାଣ୍ଡିରୁ ଚଞ୍ଛା ହେବା କଳା ପରି ଏହାର ରଙ୍ଗ ହୋଇଥିବାରୁ ଏହାକୁ ହାଣ୍ଡି ଚଞ୍ଛା ବୋଲି କୁହାଯାଏ ।[୧୩][୧୮][୧୭]


ଏହି ପକ୍ଷୀ ଦେହରେ ବିଭିନ୍ନ ପରଜୀବୀ ବାସ କରିବା ବୈଜ୍ଞାନିକ ଅନୁଶୀଳନରୁ ଜଣାପଡ଼ିଛି । ଟ୍ରାଇପାନୋସୋମା କୋର୍ଭି[୧୯] ଓ ବାବେସିଆ ପରି ପରଭକ୍ଷୀ ହାଣ୍ଡି ଚଞ୍ଛାମାନଙ୍କ ଦେହରେ ଦେଖିବାକୁ ମିଳିଛନ୍ତି ।[୨୦] ତାଙ୍କ ଅନ୍ତନାଳିରେ ଟ୍ରେମାଟୋଡ୍ ଓ ହାପ୍ଲୋର୍କିସ୍ ଭାଗାବଣ୍ଡି ପରି ପରଜୀବୀ ମଧ୍ୟ ଲକ୍ଷ୍ୟ କରାଯାଇଛି ।[୨୧] ସେଣ୍ଟ୍ରୋରିଂକସ୍ ଲାନ୍ସିଆ ନାମକ ଆଉ ଏକ ପାରାସାଇଟ୍ ମଧ୍ୟ ଏହି ପକ୍ଷୀର ଦେହରେ ରହିପାରେ ।[୨୨] ହାଣ୍ଡି ଚଞ୍ଛାର ପରରେ ସିରିଞ୍ଜୋଫାଇଲୋଇଡସ୍ ଡେଣ୍ଡ୍ରୋସିଟ୍ଟାଏ ନାମକ ଏକ ପରଜୀବୀ ମଧ୍ୟ ଦେଖିବାକୁ ମିଳିଥାଏ ।[୨୩]

ଆଧାର

  1. "Dendrocitta vagabunda". IUCN Red List of Threatened Species. Version 2013.2. International Union for Conservation of Nature. 2012. Retrieved 26 November 2013. {{cite web}}: Invalid |ref=harv (help)
  2. ୨.୦ ୨.୧ ୨.୨ Rasmussen, PC; JC Anderton (2005). Birds of South Asia: The Ripley guide. Volume 2. Smithsonian Institution & Lynx Edicions. p. 595. {{cite book}}: Unknown parameter |lastauthoramp= ignored (|name-list-style= suggested) (help)
  3. Baker, EC Stuart (1922). The Fauna of British India, Including Ceylon and Burma. Birds. Volume 1. Taylor and Francis, London. pp. 48–52.
  4. Dickinson, E.C.; R.W.R.J. Dekker; S. Eck; S. Somadikarta (2004). "Systematic notes on Asian birds. 45. Types of the Corvidae". Zool. Verh. Leiden. 350: 111–148. {{cite journal}}: Unknown parameter |last-author-amp= ignored (|name-list-style= suggested) (help)
  5. Naithani, Archana; Bhatt, Dinesh (2012-01-01). "Bird community structure in natural and urbanized habitats along an altitudinal gradient in Pauri district (Garhwal Himalaya) of Uttarakhand state, India". Biologia. 67 (4). doi:10.2478/s11756-012-0068-z. ISSN 1336-9563.
  6. Raju, Aluri J. S.; Rao, Srungavarapu P.; Rangaiah. K. (2005). "Pollination by bats and birds in the obligate outcrosser Bombax ceiba L. (Bombacaceae), a tropical dry season flowering tree species in the Eastern Ghats forests of India". Ornithol. Sci. 4: 81–87.
  7. Sharma, Satish Kumar (1992). "Tree Pie Dendrocitta vagabunda (Latham) feeding on aril of seeds of Pithecellobium dulce". J. Bombay Nat. Hist. Soc. 89 (3): 374.
  8. Begbie, A (1905). "Curious ferocity of the Indian Tree-pie Dendrocitta rufa". J. Bombay Nat. Hist. Soc. 16 (3): 502–503.
  9. Bharucha, EK (1987). "An observation on the relationship between a Sambar and a Tree-Pie". J. Bombay Nat. Hist. Soc. 84 (3): 675.
  10. Sazima, Ivan (2011). "Cleaner birds: a worldwide overview" (PDF). Revista Brasileira de Ornitologia. 19 (1): 32–47.
  11. de Kort, Selvino R; Nicola S. Clayton (2006). "An evolutionary perspective on caching by corvids". Proceedings of the Royal Society B. 273 (1585): 417–423. doi:10.1098/rspb.2005.3350. PMC 1560201. PMID 16615207. {{cite journal}}: Unknown parameter |lastauthoramp= ignored (|name-list-style= suggested) (help)
  12. Krishnakumar R.; Sudha G. (2002). "Indian tree pie Dendrocitta vagabunda parvula (Whistler and Kinnear) (Corvidae). A predatory bird of red palm weevil Rhynchophorus ferrugineus (Oliv.)". Insect Environment. 8: 133.
  13. ୧୩.୦ ୧୩.୧ Ali, S; SD Ripley (1986). Handbook of the birds of India and Pakistan. Volume 5 (2nd ed.). Oxford University Press. pp. 216–221. {{cite book}}: Unknown parameter |lastauthoramp= ignored (|name-list-style= suggested) (help)
  14. Chaudhuri, Santasri; Maiti, B.R. (1989). "Pineal activity during the seasonal gonadal cycle in a wild avian species, the tree pie (Dendrocitta vagabunda)". General and Comparative Endocrinology (in ଇଂରାଜୀ). 76 (3): 346–349. doi:10.1016/0016-6480(89)90128-7.
  15. Whistler, Hugh (1949). Popular Handbook of Indian Birds (4th ed.). Gurney and Jackson. pp. 12–14.
  16. Hume, AO (1889). The nests and eggs of Indian birds. Volume 1. R H Porter, London. pp. 19–22.
  17. ୧୭.୦ ୧୭.୧ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ.
  18. Finn, Frank (1904). The Birds of Calcutta. Thacker, Spink & co. pp. 10–13.
  19. Nandi N. C.; Bennett G. F. (1994). "Re-description of Trypanosoma corvi Stephens and Christophers, 1908 emend Baker, 1976 and remarks on the trypanosomes of the avian family Corvidae". Mem. Inst. Oswaldo Cruz. 89 (2): 145–151. doi:10.1590/S0074-02761994000200005.
  20. Peirce MA (2000). "A taxonomic review of avian piroplasms of the genus Babesia Starcovici, 1893 (Apicomplexa: Piroplasmorida: Babesiidae)". J. Nat. Hist. 34 (3): 317–32. doi:10.1080/002229300299507.
  21. Baugh, S.C. (1963). "Contributions to our knowledge of digenetic trematodes VI". Parasitology Research. 22 (4): 303–315. doi:10.1007/BF00260191. PMID 13966962.
  22. Duggal, C. L.; Solomon, S.; Ambardar, S. (1986). "On some acanthocephalans parasitizing birds of Punjab". Research Bulletin of the Panjab University (Science). 37 (3–4): 25–31.
  23. Fain A; Bochkov, A.; Mironov, S. (2000). "New genera and species of quill mites of the family Syringophilidae (Acari, Prostigmata)". Bulletin van Het Koninlijk Belgisch Instituut voor Natuurwetenschappen - Entomologie. 70: 33–70.

ଅନ୍ୟାନ୍ୟ ଲିଂକ୍