"ବ୍ୟବହାରକାରୀ:Hpsatapathy/sandbox1" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୫୮୩ କ ଧାଡ଼ି:
ସେ ଅମୃତ ପାନେ କଷ୍ଟ ନ ରହିବ
ହରି ଭାବେ ଲୟ ଦିଅ ...........୯୬
 
ହରେ ରାମ କୃଷ୍ଣ ନାମ ରସ ଏକା
ଅଟଇ ଜଗତେ ସାର
 
ପରମ ଆନନ୍ଦ ଅମୃତଟି ଏହି
ବହି ଆସେ ତିନିଧାର ..............୯୭
 
ବିଷ୍ଣୁ ପଦ ମୂଳୁ ବହି ଯାଉଅଛି
ତ୍ରିକୁଟ ତ୍ରିମୁଳା ଭେଦି
 
ଗଙ୍ଗା ଯେ ଯମୁନା, ସରସ୍ଵତୀ ଏହି
ନାମେ ହୋଇଛି ପ୍ରସିଦ୍ଧି .............୯୮
 
ବିଷ୍ଣୁ ପଦାମୃତ ଏହି ସେ ଅଟଇ
ପବିତ୍ର ଜାହ୍ନବୀ ଜଳ
 
ତହିଁ ସ୍ନାନ କଲେ ବିଷ୍ଣୁ ଜ୍ଞାନ ପାଇ
ମିଳେ କୋଟି ତୀର୍ଥ ଫଳ .............୯୯
 
ଭଜୁ କିନା ହରି ନାମରେ ମାନସ
ଭଜ ଏବେ ରାମ ନାମ
 
ହରେ ରାମ ନାମ ଭଜି ପାରିଲେଟି
କୃଷ୍ଣ ନାମେ ହେବ ପ୍ରେମ .............୧୦୦
 
ବିଷ୍ଣୁ ଜ୍ଞାନାମୃତ ସାର ଏହି ବାଣୀ
ହରେ ରାମ କୃଷ୍ନ ରସ
 
ସୁନିର୍ମଳ ଚିତ୍ତେ ପାଠ କଲେ ନିତ୍ୟେ
ନ ରହିବ ଭବକ୍ଲେଶ ..............୧୦୧
 
ପାତକ ନାଶନ ଗରୁଡ ଆସନ
ପରମ ମଙ୍ଗଳ ହରି
 
ମୀନକେତନକୁ ଦିବ୍ୟ ଜ୍ଞାନ ଦେଇ
ଏ ଭବୁ କରିବା ପାରି .............୧୦୨