"ବ୍ୟବହାରକାରୀ:Hpsatapathy/sandbox1" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୪୯୨ କ ଧାଡ଼ି:
 
ସ୍ଵୟଂ ବିଷ୍ଣୁରୂପୀ ବେଦବ୍ୟାସଙ୍କର
ମୁଖ ପଦ୍ମରୁ ନିଃସୃତ ............୮୧
 
କୋଟିଗୁଣେ ରାମ ନାମର ମହିମା
୪୯୮ କ ଧାଡ଼ି:
 
କୋଟି ମୁଖେ ବ୍ରହ୍ମା ବର୍ଣ୍ନି ନ ପାରିଲେ
ଶିବ ମୁଖେ ନାମ ରଟି ...........୮୨
 
ସୁର, ନାଗ ନର ତିନି ଲୋକ ଯାଏଁ
୫୦୪ କ ଧାଡ଼ି:
 
ଏକାକ୍ଷରେ ରାମ ନାମ ଲୟ ଯୋଗେ
ବସିଲେକ ତ୍ରିପୁରାରି ..............୮୩
 
ଏମନ୍ତେ ସେ ଶିବ ବ୍ରହ୍ମ ଯୋଗ ଧ୍ୟାୟୀ
୫୧୦ କ ଧାଡ଼ି:
 
ତେଣୁ ଶିବ ରାମନାମ ମୁଖେ ଭଣି
ଯୋଗ ଲୟେ ସେ ରଟନ୍ତି .........୮୪
 
ଭଜୁକିନା ରାମନାମରେ ମାନସ
ଭଜମୁଖେ ରାମନାମ
 
ରାମନାମାମୃତ ଶିବରାମ ତତ୍ତ୍ଵ
ସୁପବିତ୍ର ଗୁଣଧାମ ..............୮୫
 
ନାମ ଏକା ମୂଳ ନାମ ଏକା ସିଦ୍ଧି
ନାମହିଁ ଅଟଇ ସାର
 
ନାମ ନ ଥିବାର ରୂପ କି ସୁନ୍ଦର
ନାମ ଯୋଗେ ଚିହ୍ନିପାର ..............୮୬
 
ବିଷ୍ଣୁ ଗୁଣ ଗାଥା ଯହିଁ ନ ହୁଅଇ
ତହିଁ ରହି କି କାରଣ
 
ଭଣ୍ଡଙ୍କ ଆଗରେ କହିଲେ କି ହେବ
ମାରକଣ୍ଡଙ୍କ ପୁରାଣ ..............୮୭
 
ମାର୍କଣ୍ଡେୟ ଋଷି କୋଟି ପ୍ରଳୟରେ
ବିଷ୍ଣୁ ଗର୍ଭେ ଯୋଗ ସାଧି
 
ବିଷ୍ଣୁଜ୍ଞାନାମୃତ ପାନ କରି ସେହୁ
ରହିଛନ୍ତି ନିରବଧି .............୮୮
 
ପରମ ଅମୃତ ବିଷ୍ଣୁ ନାମାମୃତ
ପାନେ ଭବ ତୃଷା ତୃଟି
 
ପରମ ଆନନ୍ଦ ଭାବ ଯୋଗାନନ୍ଦ
କାଳ କାମ ପାର କାଟି ............୮୯
 
କଳ କବଳରୁ ଉଦ୍ଧରିବା ପାଇଁ
ବିଷ୍ଣୁ ନାମ ଏକା ମୂଳ
 
ଅନ୍ତିମ କାଳରେ ବିଷ୍ଣୁ ଜ୍ଞାନେ ଥିଲେ
କି କରି ପାରିବ କାଳ .............୯୦
 
କାମନାଟି ଅଟେ କାଳ ଆରେ ମନ
କାମନାଟି ଅଟେ କାଳ
 
ରାମନାମ ଜ୍ଞାନ ଖଣ୍ଡା ଧରି ବାବୁ
ଛେଦିପକା ତାର ମୂଳ ..............୯୧
 
ରାମ ନାମ ଜାଣ ଅଟେ ଜ୍ଞାନ ବାଣ
ଯୋଗେ ବସି ତ୍ରିଲୋଚନ
 
ଛାର କନ୍ଦର୍ପକୁ ଚାହିଁଦେବା ମାତ୍ରେ
ହୋଇ ଗଲା ସେ ଦହନ............. ୯୨