"ପାଟଦେଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେNo edit summary
୨୯ କ ଧାଡ଼ି:
'''ପାଟଦେଇ''' [[ବୀଣାପାଣି ମହାନ୍ତି (ଲେଖିକା)|ବୀଣାପାଣି ମହାନ୍ତି]]ଙ୍କ ରଚିତ ଏକ [[ଓଡ଼ିଆ ଭାଷା|ଓଡ଼ିଆ]] ଗପ ସଙ୍କଳନ ।<ref name="Mohanty2006">{{cite book|author=Binapani Mohanty|title=Patadei (Oriya, Award-Winning)|url=https://books.google.com/books?id=WzUkJCqmzaoC|date=1 January 2006|publisher=Sahitya Akademi Publications|isbn=978-81-260-2116-1}}</ref> ତାଙ୍କୁ ଏଥି ପାଇଁ ୧୯୯୩ ମସିହାରେ [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର]]ରେ ସମ୍ମାନିତ କରାଯାଇଥିଲା ।<ref>[http://orissa.gov.in/e-magazine/orissaannualreference/ORA-2005/pdf/recipients_of_kendra_sahitya.pdf କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ]</ref> ସଂକଳନଟି ୧୯୮୭ ମସିହାରେ [[କଟକ]]ର "ବିଦ୍ୟାପୁରୀ" ପ୍ରକାଶନ ସଂସ୍ଥା ପ୍ରକାଶ କରିଥିଲା ।
 
''ପାଟଦେଇ'' ଗପରୁ ଏହି ସଂକଳନଟିର ନାମକରଣ ହୋଇଥିଲା । ପାଟଦେଇ ଗପଟି ଏକ ଗ୍ରାମୀଣ ଝିଅ ପାଟର କାହାଣୀକୁ ନେଇ ରଚିତ । ଅସହାୟ ଝିଅଟିକୁ ଲେଖିକା ଏକ ବସଯାତ୍ରା ସମୟରେ ଭେଟିଥିଲେ । ଝିଅଟିର ଅସହାୟତା, ଦମ୍ଭ ଓ ବିଦ୍ରୋହର କାହାଣୀକୁ ନେଇ ଗପଟି ଗତିଶୀଳ ।<ref name="TharuLalita1991">{{cite book|author1=Susie J. Tharu|author2=Ke Lalita|title=Women Writing in India: The twentieth century|url=https://books.google.com/books?id=OjZYf9Xf9bcC&pg=PA417|year=1991|publisher=Feminist Press at CUNY|isbn=978-1-55861-029-3|pages=417–}}</ref> କାହାଣୀଟି ପ୍ରଥମେ [[ଝଙ୍କାର (ପତ୍ରିକା)|ଝଙ୍କାର]]ରେ ପ୍ରକାଶିତ ହୋଇଥିଲା । [[ଜୟନ୍ତ ମହାପାତ୍ର]] ଏହି ଗପଟିକୁ ଇଂରାଜୀରେ ଅନୁବାଦ କରିଥିଲେ ଓ ''ଲତା'' ନାମରେ ଗପଟି ୧୯୮୬ ମସିହାରେ ''ଫେମିନା'' ପତ୍ରିକାରେ ପ୍ରକାଶିତ ହୋଇଥିଲା । ଗପଟି ୧୯୮୭ ମସିହାରେ ଦୂରଦର୍ଶନର ''କସମକସ'' କାର୍ଯ୍ୟକ୍ରମରେ ମଧ୍ୟ ପ୍ରଦର୍ଶିତ ହୋଇଥିଲା । [[ଭାରତୀ ନନ୍ଦୀ]] ଏହି ଗପକୁ [[ବଙ୍ଗଳା ଭାଷା|ବଙ୍ଗଳା]]ରେ ଅନୁବାଦ କରି ନାମ ରଖିଥିଲେ ''ଚିତ୍ରିତ ଅନ୍ଧକାର'' । ଏହି ଅନୁବାଦ କାର୍ଯ୍ୟ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ ସୌଜନ୍ୟରେ ୨୦୦୩ ମସିହାରେ ପୁସ୍ତକଟିକୁ [[ଦୀପ୍ତି ପ୍ରକାଶ]] ହିନ୍ଦୀରେ[[ହିନ୍ଦୀ]]ରେ ଅନୁବାଦ କରିଥିଲେ ।<ref>http://sahitya-akademi.gov.in/sahitya-akademi/library/meettheauthor/binapani_mohanty.pdf</ref>
 
== ଆଧାର ==
"https://or.wikipedia.org/wiki/ପାଟଦେଇ"ରୁ ଅଣାଯାଇଅଛି