"ଯମୁନା ଟୁଡୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Jamuna Tudu"
(କିଛି ବଦଳିନାହିଁ)

୧୩:୧୦, ୬ ଜୁନ ୨୦୨୦ ଅନୁସାରେ କରାଯାଇଥିବା ବଦଳ

ଯମୁନା ଟୁଡୁ, ଜଣେ ପରିବେଶବିତ । ଓଡ଼ିଶାରେ ଜନ୍ମିତ ଯମୁନା ନିଜ ଶାଶୁଘର ଝାଡ଼ଖଣ୍ଡ ବନ ସଂରକ୍ଷଣ ଦିଗରେ କରିଥିବା କାର୍ଯ୍ୟ ପାଇଁ ୨୦୧୯ ମସିହାରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ହୋଇଥିଲେ ।

ଯମୁନା ଟୁଡୁ
୨୦୧୭ରେ
ଜନ୍ମ
ଜାତୀୟତାଭାରତୀୟ
ପ୍ରସିଦ୍ଧିବନ ସଂରକ୍ଷଣ କର୍ମୀ
ପୁରସ୍କାରପଦ୍ମଶ୍ରୀ

ଜୀବନୀ

ଯମୁନା ନିଜର ୫ଜଣ ସାଥୀ ମହିଳାଙ୍କୁ ନେଇ "ବନ ସୁରକ୍ଷା ସମିତୀ" ଗଠନକରି ନିଜ ଗ୍ରାମରେ ଥିବା ଜଙ୍ଗଲରୁ ଗଛ କଟା ବନ୍ଦ କରିଥିଲେ । କ୍ରମେ ଏହି କାର୍ଯ୍ୟକ୍ରମ ତାଙ୍କ ଗ୍ରାମରୁ, ପଞ୍ଚାୟତ, ଜିଲ୍ଲା ଓ ସମଗ୍ର ଝାଡ଼ଖଣ୍ଡ ରାଜ୍ୟକୁ ପ୍ରସାରିତ ହୋଇଥିଲା ।[୧]

ସମ୍ମାନ ଓ ପୁରସ୍କାର

୨୦୧୭ ମସିହାରେ ଯମୁନା "ୱମେନ ଟ୍ରାନ୍ସଫର୍ମିଙ୍ଗ ଇଣ୍ଡିଆ" ପୁରସ୍କାର ଲାଭ କରିଥିଲେ ।

୨୦୧୯ ମସିହାରେ ସେ ପଦ୍ମଶ୍ରୀ ପୁରସ୍କାର ଲାଭ କରିଥିଲେ । ୨୦୧୪ରେ ତାଙ୍କୁ "ଗଡ଼ଫ୍ରେ ଫିଲିପ୍ସ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଝାଡ଼ଖଣ୍ଡ ରାଜ୍ୟରେ ସେ "ଲେଡି ଟାର୍ଜନ", ବନଦେବୀ ଓ ବନମା ଭାବରେ ପରିଚିତ ।

୨୦୨୦ରେ ଯମୁନା ଓ ଚାମି ମୁର୍ମୁ ଏକାଠି ହୋଇଥିଲେ ଝାଡ଼ଖଣ୍ଡର ଜଙ୍ଗଲକୁ ମାଫିଆମାନଙ୍କଠାରୁ ରକ୍ଷା କରିବା ପାଇଁ । ଉଭୟଙ୍କୁ ଝାଡ଼ଖଣ୍ଡରେ "ଲେଡି ଟାର୍ଜନ" କୁହାଯାଏ । ଚାମିଙ୍କ ଅନୁଷ୍ଠାନରେ ୩୦୦୦ ମହିଳା କାମ କରନ୍ତି ଓ ଜଙ୍ଗଲ ସୁରକ୍ଷା ଦିଗରେ ସେମାନେ କାମ କରନ୍ତି ।

ମନ କି ବାତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ କି ବାତ କାର୍ଯ୍ୟକ୍ରମରେ ଯମୁନାଙ୍କ କାମକୁ ସ୍ୱୀକାର ଓ ପ୍ରଶଂସା କରିଥିଲେ । ୧୦୦୦୦ ମହିଳାଙ୍କୁ ଏକାଠି କରି, ଯମୁନା ୫୦ ହେକ୍ଟର ଜଙ୍ଗଲକୁ ସୁରକ୍ଷିତ କରି ପାରିଛନ୍ତି ବୋଲି ମୋଦୀ କହିଥିଲେ । ବର୍ତ୍ତମାନ, ସେ ଅଞ୍ଚଳରେ ଝିଅଟିଏ ଜନ୍ମହେଲେ, ସେମାନେ ୧୮ଟି ଗଛ ଲଗାଉଛନ୍ତି ଓ ଝିଅଟିଏ ବିବାହ କଲେ ୧୦ଟି ଗଛ ଲଗାଉଛନ୍ତି ।[୨]

ଆଧାର

  1. "जंगल बचेगा तो पृथ्वी सुरक्षित रहेगा : यमुना टुडू". livehindustan.com (in hindi). Retrieved 7 September 2019.{{cite news}}: CS1 maint: unrecognized language (link)
  2. "मन की बात कार्यक्रम में झारखंड की जमुना टू डू के द्वारा किए गए कार्यों की सराहना". Retrieved 7 September 2019.