"ବିଶ୍ୱ ସାଇକେଲ ଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "World Bicycle Day"
(କିଛି ବଦଳିନାହିଁ)

୧୫:୦୧, ୩ ଜୁନ ୨୦୨୦ ଅନୁସାରେ କରାଯାଇଥିବା ବଦଳ

'''ବିଶ୍ୱ ସାଇକେଲ ଦିବସ''' ପ୍ରତିବର୍ଷ ଜୁନ ୩ ତାରିଖରେ ପାଳନ କରାଯାଏ । ଅପ୍ରେଲ ୨୦୧୮ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାଦ୍ୱାରା ଏହି ନିଷ୍ପତି ନିଆ ଯାଇ ଏ ପରମ୍ପରା ଆରମ୍ଭ ହୋଇଥିଲା । ବିଶ୍ୱ ସାଇକେଲ ଦିବସରେ, "ଦୁଇଶହ ବର୍ଷରୁ ଅଧିକ ବର୍ଷ ଧରି ଚାଲି ଆସିଥିବା ସାଇକେଲର ବିଶିଷ୍ଟତା, ଦୀର୍ଘ ଆୟୁ, ବହୁମୁଖୀତା, ନିର୍ଭରଯୋଗ୍ୟତା ଓ ସୁଲଭ ଦର ଏବଂ ପରିବେଶ ପରିଚ୍ଛନତା ଦିଗରେ ଥିବା ଅବଦାନକୁ ସ୍ୱୀକାର କରାଯାଇଥାଏ ।"

କୋପରହେଗେନରେ ଜଣେ ମହିଳା ସାଇକେଲ ଚଲାଉଛନ୍ତି
୨୦୧୮ ମସିହା ବିଶ୍ୱ ସାଇକେଲ ଦିବସରେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମ
ପ୍ୟାରିସରେ ସାଇକେଲ ଆରୋହୀମାନେ
କୋପରହେଗେନରେ ସାଇକେଲ ଚାଳକମାନେ

ବିଶ୍ୱ ସାଇକେଲ ଦିବସର ଅୟମାରମ୍ଭ

ଆମେରିକୀୟ ପ୍ରଫେସର ଲେସଜେକ ସିବିଲସ୍କି, ନିଜେ ପଢାଉଥିବା ସମାଜବିଜ୍ଞାନ ଶ୍ରେଣୀରୁ ବିଶ୍ୱ ସାଇକେଲ ଦିବସ ପାଇଁ ଅଭିଯାନ ଆରମ୍ଭ କରିଥିଲେ । କ୍ରମେ ତୁର୍କମେନିସ୍ଥାନ ଓ ବିଶ୍ୱର ଅନ୍ୟ ୫୬ଟି ଦେଶରେ ଏହି ଅଭିଯାନ ପ୍ରତି ସମର୍ଥନ ମିଳିଥିଲା ।[୧] ବିଶ୍ୱ ସାଇକେଲ ଦିବସର(#June3WorldBicycleDay) ଧଳା ଓ ନୀଳ ଲୋଗୋ ଆଇଜାକ ଫେଲ୍ଡଙ୍କ ପରିକଳ୍ପନା ଥିଲା । ଏଥି ସହିତ ଜଡିତ ଆନିମେସନ କାମ କରିଥିଲେ ପ୍ରଫେସର ଜନ ଏ ସ୍ୱାନସନ । ଏହି ଲୋଗୋରେ ସାଇକେଲ ଚାଳକ ମାନଙ୍କ ବିଶ୍ୱବ୍ୟାପୀ ସାଇକେଲ ଚାଳନା ଦର୍ଶା ଯାଇଥାଏ । ଲୋଗୋର ନିମ୍ନରେ ଏକ ହାସଟ୍ୟାଗରେ #ଜୁନ୩ବିଶ୍ୱସାଇକେଲଦିବସ ଲେଖା ଯାଇଥାଏ । 'ସମସ୍ତ ମାନବଜାତୀର ସେବାରେ ସାଇକେଲ' ଏହି ଲୋଗୋର ମୁଖ୍ୟ ସନ୍ଦେଶ ରହିଥାଏ । ବର୍ତ୍ତମାନର ନୀଳ ଓ ଧଳା ଲୋଗୋ ମଧ୍ୟ ଆଇଜାକ ଫେଲ୍ଡଙ୍କ ପରିକଳ୍ପନା ଓ ପ୍ରଫେସର ଜନ ଏ ସ୍ୱାନସନଙ୍କ ଆନିମେସନରେ ସଜ୍ଜିତ ।

ବିଶ୍ୱ ସାଇକେଲ ଦିବସର ମହତ୍ତ୍ୱ

ବିଶ୍ୱ ସାଇକେଲ ଦିବସ ସମଗ୍ର ବିଶ୍ୱରେ ପାଳିତ ହୋଇଥାଏ । ମାନବ ବିକାଶ ଓ ଅଗ୍ରଗତିର ପ୍ରତୀକ ଭାବରେ ପରିଗଣିତ ସାଇକେଲ, "ସହନଶୀଳତା, ପାରସ୍ପରିକ ବୁଝାମଣା, ସମ୍ମାନ ଓ ବିଶ୍ୱଶାନ୍ତି ଆଦି ମାନବୀୟ ଗୁଣ ଆଦିକୁ ପ୍ରୋତ୍ସାହିତ କରିଥାଏ । " ସାଇକେଲ ପୁଣି "ସ୍ଥାୟୀ ପରିବହନ, ଅନବରତ ଉତ୍ପାଦନ ଓ ବ୍ୟବହାର ଏବଂ ପରିବେଶ ସୁରକ୍ଷା"ର ପ୍ରତୀକ ଭାବରେ ମଧ୍ୟ ଦେଖା ଯାଇଥାଏ "

ବିଶ୍ୱ ସାଇକେଲ ଦିବସକୁ ବର୍ତ୍ତମାନ ଟାଇପ ୧ ଓ ଟାଇପ ୨ ମଧୁମେହ ପିଡିତଙ୍କର ସୁସ୍ଥ ଜୀବନଶୈଳୀ ସହିତ ଯୋଡା ଯାଇଛି ।

ଆଧାର

  1. Senarath, Yohan (2018-05-01). "World Bicycle Day: Meet the man who made it happen". Transport for Development (in ଇଂରାଜୀ). Retrieved 2018-05-02.