"ରାଜବଣି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୦ କ ଧାଡ଼ି:
== ପରିସ୍ଥିତିକ ବ୍ୟବହାର ==
 
ରାଜବଣି ସର୍ବଭକ୍ଷୀ ଓ ଏମାନେ ଫଳ ସହ କୀଟପତଙ୍ଗମାନଙ୍କୁ ମଧ୍ୟ ଆହରଣ କରିଥାନ୍ତି । ଅନ୍ୟ ମେରୁଦଣ୍ଡୀ ପ୍ରାଣୀଙ୍କ ପାଇଁ ବିଷାକ୍ତ ପ୍ରଭାବ ପକାଉଥିବା [[କନିଅର]] ଗଛର ଫଳକୁ ମଧ୍ୟ ରାଜବଣିମାନେ ଖାଇବା ଦେଖାଯାଇଛି ।<ref>{{cite journal|author=Raj, PJ Sanjeeva|year=1963|title=Additions to the list of birds eating the fruit of Yellow Oleander (''Thevetia neriifolia'' ).|url=https://biodiversitylibrary.org/page/48053644|journal=J. Bombay Nat. Hist. Soc.|volume=60|issue=2|pages=457–458}}</ref> [[ପାଉଁଶମୁଣ୍ଡି ବଣି]] ପରି ରାଜବଣି ଅଧିକାଂଶ ସମୟ ଗଛଡାଳରେ ଅତିବାହିତ କରିବା ପରିଲକ୍ଷିତ ହୁଏନାହିଁ । ରାଜବଣିମାନେ ଅନ୍ୟ [[ବଣି]] ପ୍ରଜାତିଙ୍କ ସହ ମିଶି ଏକ ଛୋଟ ଦଳ ଗଠନ କରି ତୃଣମୟ ଭୂମିରେ ଆହାର ସନ୍ଧାନରେ ବୁଲୁଥିବା ମଧ୍ୟ ଦେଖାଯାଏ । ରାଜବଣିମାନେ ଚରୁଥିବା ଗାଈଗୋରୁଙ୍କ ସହିତ ବୁଲି ଆହାର ଖାଇବା ମଧ୍ୟ ଦେଖାଯାଏ । ରାଜବଣି ଶିମିଳି, [[ପଳାଶ]], ପାଳଧୁଆ ଗଛର ଫୁଲରୁ ମହୁ ଖାଇବା ମଧ୍ୟ ଦେଖାଯାଇଛି । ପତ୍ରପୂର୍ଣ୍ଣ ଗଛଡାଳରେ ଅନ୍ୟ [[ବଣି]] ଓ [[ଶୁଆ]] ପକ୍ଷୀମାନଙ୍କ ମେଳରେ ବସି ଏମାନେ ରାତ୍ରଶୟନ କରିବାର ଦୃଷ୍ଟାନ୍ତ ଦେଖିବାକୁ ମିଳେ ।<ref name="hbk">{{cite book|title=Handbook of the Birds of India and Pakistan. Volume 5|author1=Ali, S|author2=SD Ripley|publisher=Oxford University Press|year=1986|edition=2nd|pages=160–162|lastauthoramp=yes}}</ref>
 
ଗଛ କୋରଡ଼ କିମ୍ଵା କୌଣସି ଅପ୍ରାକୃତିକ ଖୋଲରେ ଏମାନେ ନିଜର ବସା ବାନ୍ଧନ୍ତି ।<ref name="pcr" /><ref>{{cite journal|author=Sharma, Satish Kumar|year=1996|title=Nesting in anchor-pipe by Brahminy Myna, ''Sturnus pagodarum'' (Gmelin)|url=https://biodiversitylibrary.org/page/48603339|journal=J. Bombay Nat. Hist. Soc.|volume=93|issue=1|page=91}}</ref> ମାର୍ଚ୍ଚ ମାସରୁ ସେପ୍ଟେମ୍ଵର ମାସ ପର୍ଯ୍ୟନ୍ତ ଏମାନଙ୍କ ପ୍ରଜନନ ଋତୁ; କିନ୍ତୁ ସ୍ଥାନାନୁସାରେ ଏଥିରେ ପରିବର୍ତ୍ତନ ଦେଖାଦେଇପାରେ । ଦକ୍ଷିଣ ଭାରତୀୟ ରାଜବଣିଙ୍କ ପ୍ରଜନନ ସମୟ ଅନ୍ୟ ଅଞ୍ଚଳର ରାଜବଣିଙ୍କ ଅପେକ୍ଷା ଶୀଘ୍ର ଆରମ୍ଭ ହୁଏ । ଏହି ସମୟରେ ଅନେକ ଗଛରେ ଫଳ ଲାଗେ ଓ ମୌସୁମୀ ବର୍ଷା ଆରମ୍ଭ ସମୟରେ ଶାବକମାନେ ଜନ୍ମ ଲାଭ କରନ୍ତି । ମୁଖ୍ୟତଃ ଅଣ୍ଡିରା ପକ୍ଷୀମାନେ ବସା ଖୋଜନ୍ତି ଓ କୋରଡ଼ବାସୀ ବସନ୍ତ ବା [[ଚଟିଆ (ଚଢ଼େଇ)|ଚଟିଆ]]<nowiki/>ମାନଙ୍କ ସହ ଏମାନଙ୍କର ପ୍ରତିଯୋଗିତା ବସା ପାଇଁ ପ୍ରତିଯୋଗିତା ହେବା ମଧ୍ୟ ଦେଖାଯାଏ । ଅଣ୍ଡିରା ରାଜବଣିମାନେ ନିଜର ପର ଫୁଲାଇ, ଲାଞ୍ଜର ପର ମେଲାଇ, ନିଜର ଶିଖା ଉଠାଇ ଓ ନିଜର ଥଣ୍ଟ ଉପରକୁ ଉଠାଇ ପ୍ରଦର୍ଶନ କରିଥାନ୍ତି । ଉଭୟ ମାଈ ଓ ଅଣ୍ଡିରା ମିଶି ନିଜର ବସା ତିଆରି କରନ୍ତି । ବସାଟି କୁଟା, ଘାସ ଓ ପରରେ ଆଚ୍ଛାଦିତ ହୋଇ ରହିଥାଏ । ଏହି ପକ୍ଷୀ ନୀଳମିଶା ଫିକା ସାଗୁଆ ରଙ୍ଗର ୩-୪ଟି ଅଣ୍ଡା ଦେଇଥାଏ । ଦ୍ଵିତୀୟ ଅଣ୍ଡା ଦେଇସାରିବା ପରେ ମାଈ ରାଜବଣି ଅଣ୍ଡାଗୁଡ଼ିକୁ ଉଷୁମାଇବା ଆରମ୍ଭ କରେ । ରାତିରେ ମୁଖ୍ୟତଃ ମାଈମାନେ ଓ ଦିନବେଳେ ଅଳ୍ପ ସମୟ ପାଇଁ ଅଣ୍ଡିରାମାନେ ଅଣ୍ଡା ଉଷୁମାନ୍ତି । ୧୨ରୁ ୧୪ ଦିନରେ ଅଣ୍ଡା ଫୁଟି ସେଥିରୁ ଶାବକମାନେ ବାହାରନ୍ତି । ଶାବକମାନେ ୩ ସପ୍ତାହରେ ବଡ଼ ହୋଇ ବସା ଛାଡ଼ି ଉଡ଼ି ଚାଲିଯାନ୍ତି । ପ୍ରଥମେ ଶାବକମାନଙ୍କୁ କୀଟପତଙ୍ଗ ଓ ପରେ ଶସ୍ୟ ଇତ୍ୟାଦି ଯୋଗେଇ ଦିଆଯାଇଥାଏ । ଶାବକମୀନେ ଖାଇବା ପରେ ବାନ୍ତି କରୁଥିବା ବର୍ଜ୍ୟ ପଦାର୍ଥକୁ ମାତାପିତା ୨୦ ମିଟର ବା ତା’ଠାରୁ ଦୂରରେ ନେଇ ପକାଇ ଦିଅନ୍ତି । ରାଜବଣିମାନେ କ୍ରମାନ୍ଵୟରେ ୨-୩ଟି ଶାବକଙ୍କୁ ବଡ଼ କରନ୍ତି ।<ref name="hume">{{cite book|url=https://archive.org/stream/nestseggsofindia01hume#page/374/mode/2up/search/pagodarum|title=The nests and eggs of Indian birds. Volume 1|author=Hume, AO|publisher=R H Porter|year=1890|pages=374–375}}</ref><ref name="hbk" /><ref>{{cite journal|author1=Lamba, BS|author2=Tyagi, AK|year=1977|title=Period of incubation in Brahminy Myna, ''Sturnus pagodarum'' (Gmelin)|url=https://biodiversitylibrary.org/page/48238928|journal=J. Bombay Nat. Hist. Soc.|volume=74|issue=1|pages=173–174}}</ref><ref name="zsi">{{Cite book|url=http://faunaofindia.nic.in/PDFVolumes/occpapers/055/index.pdf|title=A Contribution to the Breeding Biology of Two Indian Mynas. Records of the Zoological Survey of India. Occasional Papers, 55.|author1=Tyagi, A.K.|author2=Lamba, B.S.|publisher=Zoological Survey of India|year=1984|place=Calcutta|pages=47-97}}</ref>
"https://or.wikipedia.org/wiki/ରାଜବଣି"ରୁ ଅଣାଯାଇଅଛି